• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ମିଳିଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ ସୂଚନା ଦେଲେ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର । ତେବେ ସରକାରଙ୍କ କେଉଁ କାରଣରୁ ସଂଘ ଆନ୍ଦୋଳନ ସ୍ଥଗିତ ରଖିଛି ସେନେଇ ସୂଚନା ମିଳିପାରିନାହିଁ । ସରକାରଙ୍କ ସର୍ତ୍ତ ନା ନାଲି ଆଖିରେ ଅନ୍ଦୋଳନକୁ ସ୍ଥଗିତ ରଖିଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ତାହା ଜଣାପଡ଼ିନାହିଁ ।

ସୂଚନା ଥାଉ କି, ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଆଜି ଅପରାହ୍ଣ ଗୋଟାଏରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିବାର ଥିଲା । ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ କରାଯାଇଥିଲା । 

ଗତ ୧୧ ଦିନ ହେଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଏକପ୍ରକାର ଠପ୍ ହୋଇଯାଇଛି । ଗତକାଲି ଷ୍ଟିୟରିଂ କମିଟି ବି ସଫା ସଫା କହିଥିଲା, ଏବେ ଆନ୍ଦୋଳନ ଥମିବାର ପ୍ରଶ୍ନ ଉଠୁନି। ଏପରିକି ଆନ୍ଦୋଳନ ଆରମ୍ଭ ହୋଇନଥିବା ଜିଲ୍ଲାକୁ ପ୍ରତିନିଧି ଦଳ ଯିବେ ଏବଂ ସେଥିପାଇଁ ୫ଟି ଜୋନ୍ କରାଯାଇ ଦାୟିତ୍ୱ ମଧ୍ୟ ଦିଆଯାଇଛି ବୋଲି କୁହାଯାଇଥିଲା ।

ଶିକ୍ଷକ ଆନ୍ଦୋଳନ ପାଇଁ ପାଠ ପଢା ଠପ୍ ହୋଇଯିବାରୁ ଚିନ୍ତାରେ ଥିଲେ ଅଭିଭାବକ । ସରକାର ଶିକ୍ଷକଙ୍କ ଦାବି ଶୁଣୁ ନଥିବାରୁ ଆଜି ଠାରୁ ସ୍କୁଲ୍ ଆଗରେ ଧାରଣା ଦେବାକୁ ଅଭିଭାବକ ସଂଘ ନିଷ୍ପତ୍ତି ନେଇଥିଲା ।

  • Reported by:
  • JAGDISH DAS