/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684247215.jpg)
World Telecommunication and information society day 2023
ମେ ୧୭, ୧୮୬୫ରେ ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ ପ୍ରତିଷ୍ଠା ହେବା ପରଠାରୁ, ପ୍ରତିବର୍ଷ ମେ ୧୭ରେ ସମଗ୍ର ବିଶ୍ୱରେ ଦୂରସଂଚାର ଦିବସ ପାଳନ କରାଯାଏ। ୨୦୦୫ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ଦିବସକୁ ‘ବିଶ୍ୱ ସୂଚନା ସମାଜ ଦିବସ’ ଭାବରେ ଘୋଷଣା କରିଥିଲା।
Advertisment
୨୦୦୫ ପରଠାରୁ, ପ୍ରତିବର୍ଷ ମେ ୧୭ କୁ ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ (WTISD) ଭାବରେ ପାଳନ କରାଯାଏ। ୧୯୬୯ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା।
ଚଳିତ ବର୍ଷର ଥିମ୍:
ପ୍ରତିବର୍ଷ ବିଶ୍ୱ ଦୂରସଂଚାର ଦିବସ ଏକ ନିର୍ଦ୍ଧିଷ୍ଟ୍ ଥିମ୍କୁ ନେଇ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍ ରହିଛି - “ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସର୍ବନିମ୍ନ ବିକଶିତ ଦେଶଗୁଡ଼ିକୁ ସଶକ୍ତ କରିବା”। ଏହି ଥିମ୍ ମାଧ୍ୟମରେ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କୁ ସର୍ବଭାରତୀୟ ସଂଯୋଗ ଏବଂ ଡିଜିଟାଲ୍ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାକୁ ସଚେତନ କରାଯିବ।
Advertisment
ମେ ୧୭ର ଇତିହାସ କାହିଁକି ସ୍ୱତନ୍ତ୍ର:
- ମେ ୧୭ରେ ପ୍ରଥମ ଆନ୍ତର୍ଜାତୀୟ ଟେଲିଗ୍ରାଫ୍ ସମ୍ମିଳନୀ ସ୍ୱାକ୍ଷରର ବାର୍ଷିକୀ। ବିଶେଷ କଥା ହେଉଛି ଯେତେବେଳେ ଜାତିସଂଘ ବିଶ୍ୱ ଦୂରସଂଚାର ଦିବସ ଘୋଷଣା କଲା, ସେହିଦିନ ମଧ୍ୟ ମେ ୧୭ ଥିଲା।
- ନଭେମ୍ବର ୨୦୦୬ରେ, ତୁର୍କୀର ଆଣ୍ଟାଲିଆରେ ITU ସର୍ବଭାରତୀୟ ସମ୍ମିଳନୀ ୧୭ ମେ’କୁ ଉଭୟ ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।
- ବିଶ୍ୱ ଦୂରସଂଚାର ଦିବସ ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ଏବଂ ଯୋଗାଯୋଗ ବିଷୟରେ ସଚେତନତା ସୃଷ୍ଟି କରେ।
- ବିଶ୍ୱ ଯୋଗାଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ ବିଷୟରେ ସକାରାତ୍ମକତା ବିସ୍ତାର କରିବା।
- ବିଶ୍ୱ ଦୂରସଂଚାର ଦିବସର ଉଦ୍ଦେଶ୍ୟ ହେଉଛି ଦୁର୍ଗମ ତଥା ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଉଭୟ ସୂଚନା ଏବଂ ଯୋଗାଯୋଗକୁ ସହଜରେ ଉପଲବ୍ଧ କରାଇବା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)