Advertisment

International Family Day: ଏକ ପରିବାର ହିଁ ଏକ ମଜବୁତ୍ ଜାତିର ଉଦାହରଣ

ପରିବାର ହେଉଛି ସମାଜର ମୂଳଦୁଆ। ଏହା ହିଁ ଏକ ମଜବୁତ୍ ଜାତିର ଉଦାହରଣ। ତେବେ ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଜାଣିବା ଏହି ଦିନର ଇତିହାସ ଏବଂ ଗୁରୁତ୍ୱ ବିଷୟରେ।

author-image
Pramod Behera
ଅଦ୍ୟତନ ହୋଇଛି
International Family Day 2023

What is the impotance of International Family Day

ମିଳିତ ଜାତିସଂଘ (UN) ପରିବାରର ମହତ୍ତ୍ୱକୁ ମନେପକାଇବା ପାଇଁ ପ୍ରତିବର୍ଷ ୧୫ ମେ’ରେ ଆନ୍ତର୍ଜାତୀୟ ପରିବାର ଦିବସ ପାଳନ କରିଥାଏ। ପରିବାର ହେଉଛି ସମାଜର ମୂଳଦୁଆ। ଆଜିର ଦୁନିଆରେ ଅଧିକାଂଶ ଲୋକ ନିଜ ଘର ଏବଂ ପରିବାରଠାରୁ ଦୂରରେ ରୁହନ୍ତି। ଯେତେବେଳେ ଏହିପରି ଲୋକଙ୍କୁ ସେମାନଙ୍କ ଜୀବନର ସବୁଠାରୁ ସୁନ୍ଦର ଦିନ ବିଷୟରେ ପଚରାଯାଏ, ସେମାନେ ନିଜ ପରିବାର ସହିତ ରହୁଥିବା କଥା ହିଁ କୁହନ୍ତି।

Advertisment

ତେବେ ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଜାଣିବା ଏହି ଦିନର ଇତିହାସ ଏବଂ ଗୁରୁତ୍ୱ କ’ଣ?

ଇତିହାସ:

ପରିବାର ଆରମ୍ଭ ଆଜିକାଲିର ନୁହେଁ, ଏହା ଆଦିମମାନବଙ୍କ ଠାରୁ ହିଁ ଆରମ୍ଭ ହୋଇଥିଲା ଏବଂ ଏହାର ମହତ୍ତ୍ୱ ଆଜି ଯେତିକି ରହିଛି ହଜାର ହଜାର ବର୍ଷ ପୂର୍ବେ ମଧ୍ୟ ସେତିକି ଥିଲା। ଏହା ସତ୍ତ୍ୱେ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନରେ ପରିବାରକୁ ଗୁରୁତ୍ୱ ଦିଅନ୍ତି ନାହିଁ।

Advertisment

୧୯୯୪ ମସିହାରେ, ମିଳିତ ଜାତିସଂଘ ଲୋକମାନଙ୍କ ମଧ୍ୟରେ ପରିବାରର ମହତ୍ତ୍ୱକୁ ଜଣେଇବା ପାଇଁ ଉଦ୍ୟମ ଆରମ୍ଭ କଲା ଏବଂ ପ୍ରତିବର୍ଷ ମେ ୧୫ ରେ ଏହି ଦିନକୁ ‘ଆନ୍ତର୍ଜାତୀୟ ପରିବାର ଦିବସ’ ଭାବରେ ପାଳନ କଲା।

ଚଳିତ ବର୍ଷର ଥିମ୍:

ମିଳିତ ଜାତିସଂଘ ପ୍ରତିବର୍ଷ ଏକ ନୂଆ ଥିମ୍ ସହିତ ‘ଆନ୍ତର୍ଜାତୀୟ ପରିବାର ଦିବସ’ ପାଳନ କରିଥାଏ। ଚଳିତ ଏହି ଦିବସ ପାଇଁ ଜାତିସଂଘର ଥିମ୍ ହେଉଛି "ପରିବାର ଏବଂ ଜନସଂଖ୍ୟା ପରିବର୍ତ୍ତନ", ଯାହା ଜନସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏବଂ ପରିବାର ଉପରେ ଏହାର ପ୍ରଭାବ ଉପରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖିଛି।

କିପରି ହୁଏ ପାଳନ:

ଆନ୍ତର୍ଜାତୀୟ ପରିବାର ଦିବସରେ ଜଣେ ନିଜ ପରିବାର ସମସ୍ତ ପରମ୍ପରାକୁ ପାଳନ କରିବା ଉଚିତ ଯାହାକୁ କି ପୂର୍ବପୁରୁଷମାନେ ବର୍ଷ ବର୍ଷ ଧରି ରଖିଥିବେ। ନିଜ ପରିବାର ସହିତ ଅନୁଭବ କରିଥିବା ଅନେକ କାହାଣୀ, ସ୍ମୃତିକୁ ଅନ୍ୟମାନଙ୍କ ମଧ୍ୟରେ ଶେୟାର କରିବା ଉଚିତ।

ଏହି ଦିନକୁ ଆପଣଙ୍କର ବାପାମାଆ, ଭାଇଭଉଣୀ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ବିଭିନ୍ନ ସଫଳତାର ଉଦାହରଣ ଦେଇ ସେମାନଙ୍କୁ ପ୍ରଶଂସା କରିବା ଉଚିତ। କାରଣ ଆପଣଙ୍କ ପରିବାର ହିଁ ଆପଣଙ୍କୁ ଅନେକ ପ୍ରେମ ଏବଂ ସମର୍ଥନ ପ୍ରଦାନ କରିଥିବ।

ମହତ୍ତ୍ୱ:

ଏହି ଦିନଟି ସମାଜ ପାଇଁ ପରିବାରର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇଥାଏ। ଯଦି ଆମର ପରିବାର ଶକ୍ତିଶାଳୀ, ଆମର ଅନୁଷ୍ଠାନ ଏବଂ ସମ୍ପ୍ରଦାୟ ଶକ୍ତିଶାଳୀ ହେବ। ଏକ ହସଖୁସିଆ ପରିବାର ହିଁ ଏକ ବାସ୍ତବ-ବିଶ୍ୱର ଉଦାହରଣ ପ୍ରଦାନ କରେ।

Advertisment
Advertisment