Advertisment

Indian Army Day: ସାରା ଦେଶ ମନେପକଉଛି ଭାରତର ବୀରପୁତ୍ର କଥା...

ଆଜି ସାରା ଦେଶ ୭୫ତମ ଭାରତୀୟ ସେନା ଦିବସ ପାଳନ କରୁଛି। ଭାରତର ସୀମା ରକ୍ଷକଙ୍କୁ ସମ୍ମାନ ଦେବା ନେଇ ଆଜି ଦେଶ ଜାଗ୍ରତ ହୋଇଛି। ହେଲେ ଏହି ଦିନ କାହିଁକି, ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
Indian Army Day 2023

Why is the heroes of india remembered especially on this day

ପ୍ରତିବର୍ଷ ଜାନୁଆରୀ ୧୫ ରେ ଭାରତର ପ୍ରଥମ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ କୋଡଣ୍ଡେରା ମଡପ୍ପା କରିଅପ୍ପା(କେଏମ୍ କରିଅପ୍ପା)ଙ୍କ ସମ୍ମାନାର୍ଥେ ସେନା ଦିବସ ପାଳନ କରାଯାଏ। ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟୁଛି ଯେ ଜାତୀୟ ରାଜଧାନୀ ବାହାରେ ବେଙ୍ଗାଲୁରୁରେ ଭାରତୀୟ ସେନା ଦିବସ ପରେଡ୍‌ ଅନୁଷ୍ଠିତ ହେଉଛି। ୧୫ ଜାନୁୟାରୀ ୧୯୪୯ରେ ଫିଲ୍ଡ ମାର୍ଶଲ କେଏମ କରିଅପ୍ପା ପ୍ରଥମ ଭାରତୀୟ ସେନାଧ୍ୟକ୍ଷ ଭାବେ ଦାୟୀତ୍ୱ ନେଇଥିଲେ।

Advertisment

ସୀମାରେ ସେନା ସତର୍କ ଥିବାରୁ ଆମେ ସୁରକ୍ଷିତ ଅଛୁ। ସେନା ଦିବସର ଅର୍ଥ ହେଉଛି ସେନାର ସାହସିକତା, ବୀରତ୍ୱ ଏବଂ ଶହୀଦଙ୍କୁ ସଲାମ ଦେବାର ଦିନ। ଯେତେବେଳେ ସୈନିକମାନେ କାନ୍ଧରେ କାନ୍ଧ ମିଶେଇ କଦମ ଚାଲନ୍ତି ସେତେବେଳେ ସାହସ, ବିରତ୍ୱ ଏବଂ ଉତ୍ସର୍ଗର ଏପରି ଦୃଶ୍ୟ ଦେଖାଯାଏ ଯାହା ଶତ୍ରୁମାନଙ୍କ ହୃଦୟକୁ ଥରହର କରିଦିଏ।

ବିଶେଷ କରି ଏହି ଦିନ ଭାରତର ବୀରମାନଙ୍କୁ କାହିଁକି ସ୍ମରଣ କରାଯାଏ ଏବଂ କାହିଁକି ଏହି ଦିନକୁ ସେନା ଦିବସ ଭାବରେ ପାଳନ କରାଯାଏ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ନଜର ପକେଇବା।

Advertisment

ଭାରତୀୟ ସେନା ଦିବସ:

  • ଜାନୁଆରୀ ୧୫ ରେ ଭାରତୀୟ ସେନା ଦିବସ ପାଳନ କରାଯାଏ।
  • ଭାରତୀୟ ସେନା ଆଜି ଏହାର ୭୫ ତମ ସ୍ଥାପନା ଦିବସ ପାଳନ କରୁଛି।
  • ସ୍ୱାଧୀନତା ପରେ ଏହି ଦିନ ପ୍ରଥମ ଥର ପାଇଁ ଭାରତୀୟ ସେନାର ସମ୍ପୂର୍ଣ୍ଣ କମାଣ ଭାରତୀୟ ସେନା ହାତକୁ ଆସିଥିଲା।
  • ଫିଲ୍ଡ ମାର୍ଶଲ କେ.ଏମ୍‌ କରିଅପ୍ପା ୧୯୪୯ ମସିହାରେ ବ୍ରିଟିଶ ଜେନେରାଲ ଫ୍ରାନ୍ସିସ ବୁଚରଙ୍କ ଠାରୁ ଭାରତୀୟ ସେନାର ସାମଗ୍ରିକ ଦାୟିତ୍ୱ ଗ୍ରହଣ କରିଥିଲେ।
  • କେଏମ୍‌ କରିଅପ୍ପା ଭାରତୀୟ ସେନାର ପ୍ରଥମ ସେନାଧ୍ୟକ୍ଷ ହୋଇଥିଲେ।
  • ଫ୍ରାନ୍ସିସ୍ ଭାରତର ଶେଷ ବ୍ରିଟିଶ୍ ଜେନେରାଲ୍ ଭାବରେ କାର୍ଯ୍ୟ କରିଥିଲେ।

ଭାରତୀୟ ସେନାର ବରିଷ୍ଠ କମାଣ୍ଡର ଭାବରେ ଦାୟିତ୍ୱ ଗ୍ରହଣ କରିଥିବା କେଏମ କରିଅପ୍ପାଙ୍କୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୫ ଜାନୁଆରୀରେ ଭାରତୀୟ ସେନା ଦିବସ ପାଳନ କରାଯାଏ।

ଅଧିକ ପଢ଼ନ୍ତୁ: ଭାରତୀୟ ସେନାର କାହାଣୀ କହୁଥିବା ୫ଟି ଜବରଦସ୍ତ ଫିଲ୍ମ

କେଏମ୍‌ କରିଅପ୍ପା କିଏ:

  • କେଏମ୍ କରିଅପ୍ପା ୧୮୯୯ ମସିହାରେ କର୍ଣ୍ଣାଟକର କୋର୍ଗରେ ଜନ୍ମଗ୍ରହଣ କରିଥିଲେ।
  • ଫିଲ୍ଡ ମାର୍ଶଲ କରିଅପା ବ୍ରିଟିଶ ଭାରତୀୟ ସେନାରୁ ତାଙ୍କର ସାମରିକ କ୍ୟାରିୟର ଆରମ୍ଭ କରିଥିଲେ।
  • କେଏମ କରିଅପ୍ପା ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ସାମରିକ କମାଣ୍ଡର ହୋଇଥିଲେ।
  • ୧୯୪୭ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ କରିଅପ୍ପା ପଶ୍ଚିମ ସୀମାରେ ସେନାର ନେତୃତ୍ୱ ନେଇଥିଲେ।
  • ଭାରତ ଏବଂ ପାକିସ୍ଥାନ ବିଭାଜନ ସମୟରେ କରିଅପ୍ପାଙ୍କୁ ଦୁଇ ଦେଶର ସେନାବାହିନୀକୁ ବିଭାଜନ ଏବଂ ବାଣ୍ଟିବାର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।
  • କେ.ଏମ କରିଅପ୍ପା ୧୯୫୩ ମସିହାରେ ଅବସର ନେଇଥିଲେ।
  • ତାଙ୍କୁ ୧୯୮୬ ଫିଲ୍ଡ ମାର୍ଶଲ ପଦବୀ ପ୍ରଦାନ କରାଯାଇଥିଲା।

ଭାରତୀୟ ସେନା ନିଜର ସାହସିକତା ଏବଂ ଦକ୍ଷତା ପାଇଁ ଜଣାଶୁଣା। ଭାରତର ସୁରକ୍ଷା ପାଇଁ ତାଙ୍କର ମୂଲ୍ୟବାନ ଅବଦାନକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ମଦର ଇଣ୍ଡିଆର ପ୍ରତିରକ୍ଷାରେ ନିଜକୁ ଉତ୍ସର୍ଗ କରିଥିବା ତିନି ସେନାବାହିନୀର ବଳିଦାନର କାହାଣୀ ବୁଝିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତିନି ସେନାର ବୀରପୁତ୍ରମାନେ ଭାରତର ସର୍ବୋଚ୍ଚତାକୁ ବଜାୟ ରଖିବା ପାଇଁ ସେମାନଙ୍କ ଜୀବନକୁ ମଧ୍ୟ ବଳିଦାନ ଦେଇଦିଅନ୍ତି।

ଭାରତୀୟ ସ୍ଥଳସେନାର ସଫଳତା:

  • ଭାରତୀୟ ସଶସ୍ତ୍ର ବାହିନୀର ସବୁଠାରୁ ବଡ ଅଂଶ ହେଲା ସ୍ଥଳସେନା।
  • ସ୍ଥଳସେନା ସମଗ୍ର ବିଶ୍ୱର ଅନେକ ଯୁଦ୍ଧ ଏବଂ ଅଭିଯାନର ଅଂଶ।
  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ମାନବିକ ଉଦ୍ଧାର କାର୍ଯ୍ୟ ମଧ୍ୟ କରିଥାଏ।
  • ସ୍ଥଳସେନା ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍‌ଲାମ ପାକିସ୍ତାନ ସହିତ ଚାରିଟି ଏବଂ ଚୀନ୍ ସହିତ ଗୋଟିଏ ଯୁଦ୍ଧ କରିଛି।

ଭାରତୀୟ ବାୟୁସେନାର ସଫଳତା:

  • ଭାରତୀୟ ବାୟୁସେନା ୨୬ ଫେବୃଆରୀ ୨୦୧୯ରେ ପାକିସ୍ତାନରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ କରିଥିଲା। ୧୩ ଏପ୍ରିଲ ୧୯୮୪ରେ ଅପରେସନ୍ ମେଘଦୂତ କରାଯାଇଥିଲା।
  • ୧୯୪୭-୪୮ ରେ କାଶ୍ମୀର ଅପରେସନ୍।
  • ୧୯୬୨ ମସିହାରେ ଚୀନ୍ ସହିତ ଯୁଦ୍ଧ ହୋଇଥିଲା।
  • ୧୯୬୫ରେ ଉପ-ମହାଦେଶରେ ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଥିଲା।
  • ୧୯୭୧ରେ ଇଣ୍ଡୋ-ପାକ୍ ଯୁଦ୍ଧରେ ପାକିସ୍ତାନକୁ ଧୂଳି ଚଟେଇଥିଲା।
  • ୧୧ ଅକ୍ଟୋବର ୧୯୮୭ରେ ଅପରେସନ୍ ପୱନ୍ କାର୍ଯ୍ୟକାରୀ କରାଯାଇଥିଲା।

ଭାରତୀୟ ନୌସେନାର ସଫଳତା:

  • କରୋନା ସମୟରେ ଅମ୍ଳଜାନ ଯୋଗାଣରେ ସୌସେନା ଏହାର ଅନେକ ଜାହାଜକୁ ନିୟୋଜିତ କରିଥିଲା।
  • ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମରେ ନୌସେନା ପାକିସ୍ତାନର କରାଚି ବନ୍ଦରକୁ ବୋମା ବିସ୍ଫୋରଣ କରି ଧ୍ୱଂସ କରିଥିଲା।
  • ଶ୍ରୀଲଙ୍କା ଏବଂ ମାଲଦ୍ୱୀପରେ ଆତଙ୍କବାଦକୁ ସମାପ୍ତ କରିବାରେ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା।
  • ନୌସେନା ସବୁଠାରୁ ଶୀର୍ଷ ବୁଡ଼ାଜାହାଜ ଏବଂ ଜାହାଜ ଚଳାଚଳ କରେ।
  • ୨୦୧୯ ମସିହାରେ ସବ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ଭାରତର ପ୍ରଥମ ମହିଳା ନୌସେନା ପାଇଲଟ୍ ହୋଇଥିଲେ।
Indian Army Day
Advertisment
Advertisment