Advertisment

ଆଜି ବାୟୁସେନା ଦିବସ : ଏଥରର ବାର୍ତ୍ତା...‘ଗର୍ବର ସହ ଆକାଶକୁ ଛୁଇଁବା’

ବର୍ତ୍ତମାନ ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ଯୁଦ୍ଧ ବିମାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ଶୀଘ୍ର ଏହି ଶକ୍ତିଶାଳୀ ବିମାନର କାର୍ଯ୍ୟଦକ୍ଷତା ଦେଖିବାକୁ ପାଇବେ। ଦେଶ ପ୍ରତି ବର୍ଷ ଭାରତୀୟ ବାୟୁସେନା ଦିବସକୁ ବାର୍ଷିକ ଉତ୍ସବ ଭାବରେ ପାଳନ କରିଥାଏ। ତେବେ ଆସନ୍ତୁ ଜାଣିବା ବାୟୁସେନା ଦିବସ କେବେ, କାହିଁକି ଏବଂ କିପରି ଆରମ୍ଭ ହୋଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Significance importance history of October 8

Significance importance history of October 8

ଆଜି ସାରା ଦେଶ ୯୦ ତମ ବାୟୁସେନା ଦିବସ ପାଳନ କରୁଛି। ବାୟୁସେନା ଇତିହାସରେ ପ୍ରଥମ ଥର ପାଇଁ ବାୟୁସେନା ଦିବସ ଦିଲ୍ଲୀ ବାହାରେ ଚଣ୍ଡିଗଡ଼ରେ ପାଳନ ହେଉଛି। ବିଶେଷ କଥା ହେଉଛି ପ୍ରଥମ ଥର ପାଇଁ ଏୟାରବେସ୍ ବାହାରେ ବାୟୁସେନାର ଶକ୍ତି ସୁକନା ହ୍ରଦର ଆକାଶରେ ଦୃଶ୍ୟମାନ ହେବା ସହ ଏହାର ଗର୍ଜନ ଚୀନ୍ ସୀମାରୁ ପାକିସ୍ତାନ ପର୍ଯ୍ୟନ୍ତ ଶୁଣାଯିବ।

Advertisment

ସ୍ୱଦେଶୀ ନିର୍ମିତ ହାଲୁକା ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ଯୋଗ ଦେଇଛି। ଏହି ହାଲୁକା ଯୁଦ୍ଧ ହେଲିକପ୍ଟରର ନାମ ହେଉଛି 'ପ୍ରଚଣ୍ଡ'। ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏହି ହେଲିକପ୍ଟରଗୁଡ଼ିକୁ ଆନୁଷ୍ଠାନିକ ଭାବେ ବାୟୁସେନା ଜାହାଜରେ ସିଡିଏସ୍ ଜେନେରାଲ୍ ଏବଂ ବାୟୁସେନା ମୁଖ୍ୟଙ୍କ ଉପସ୍ଥିତିରେ ସାମିଲ୍ କରିଛନ୍ତି। ବର୍ତ୍ତମାନ ବାୟୁସେନା ଜାହାଜରେ ଶକ୍ତିଶାଳୀ ଯୁଦ୍ଧ ବିମାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଲୋକମାନେ ଶୀଘ୍ର ଏହି ଶକ୍ତିଶାଳୀ ବିମାନର କାର୍ଯ୍ୟଦକ୍ଷତା ଦେଖିବାକୁ ପାଇବେ। ବାସ୍ତବରେ ଦେଶ ପ୍ରତି ବର୍ଷ ଭାରତୀୟ ବାୟୁସେନା ଦିବସକୁ ବାର୍ଷିକ ଉତ୍ସବ ଭାବରେ ପାଳନ କରିଥାଏ। ତେବେ ଆସନ୍ତୁ ଜାଣିବା ବାୟୁସେନା ଦିବସ କେବେ, କାହିଁକି ଏବଂ କିପରି ଆରମ୍ଭ ହୋଇଥିଲା।

Advertisment

ବିଶ୍ୱର ଚତୁର୍ଥ ବୃହତ୍ତମ ବାୟୁସେନା:

ଭାରତୀୟ ବାୟୁସେନା ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ବାୟୁସେନା। ଉତ୍ତରପ୍ରଦେଶର ଗାଜିଆବାଦରେ ଅବସ୍ଥିତ ହିଣ୍ଡନ ବାୟୁସେନା ଷ୍ଟେସନ ଏସିଆର ସବୁଠାରୁ ବଡ। ଭାରତୀୟ ବାୟୁସେନା ଆରମ୍ଭ ହେବା ପରଠାରୁ ଆଜିଯାଏ ଏହା ନିଜର ଉଦ୍ଦେଶ୍ୟ ବାକ୍ୟ 'ନଭଃ ସ୍ପ୍ରୁଶମ୍ ଦୀପ୍ତମ' ପଥ ଅନୁସରଣ କରିଆସୁଛି। ଏହାର ଅର୍ଥ ହେଉଛି 'ଗର୍ବ ସହିତ ଆକାଶକୁ ଛୁଇଁବା।' ବାୟୁସେନାର ଏହି ଉଦ୍ଦେଶ୍ୟ ଭଗବଦ୍ ଗୀତାର ଏକାଦଶ ଅଧ୍ୟାୟରୁ ନିଆଯାଇଛି।

ବାୟୁସେନା ଦିବସ କେବେ ପାଳନ କରାଯାଏ:

ପ୍ରତିବର୍ଷ ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଗାଜିଆବାଦର ହିଣ୍ଡନ ବାୟୁସେନା ଷ୍ଟେସନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ଯେଉଁଥିରେ ସେନା ଅଧିକାରୀଙ୍କ ସମେତ ଅନେକ ବରିଷ୍ଠ ସେନାଧିକାରୀ ସାମିଲ୍ ହୋଇଥାନ୍ତି ଏବଂ ଶକ୍ତିଶାଳୀ ବିମାନ ଆକାଶରେ ପ୍ରଦର୍ଶିତ ହୁଏ।

ଭାରତୀୟ ବାୟୁସେନାର ଇତିହାସ :

ଭାରତ ଏବଂ ପାକିସ୍ତାନ ବିଭାଜନ ପୂର୍ବରୁ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଉପନିବେଶ ଶାସନ ଅଧୀନରେ ଅବିଭକ୍ତ ଭାରତରେ ୮ ଅକ୍ଟୋବର, ୧୯୩୨ରେ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଭାରତୀୟ ବାୟୁସେନା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜଡିତ ହୋଇଥିଲା, ଯେଉଁଥିପାଇଁ କିଙ୍ଗ୍‌ ଜର୍ଜ VI ସେନାକୁ 'ରୟାଲ' ପ୍ରିଫିକ୍ସ ପ୍ରଦାନ କରିଥିଲେ। ତେବେ ଦେଶର ସ୍ୱାଧୀନତା ପରେ ଯେତେବେଳେ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା ଏହି ପ୍ରିଫିକ୍ସ ହଟାଗଲା।

କିପରି ପାଳନ କରାଯାଏ ବାୟୁସେନା ଦିବସ:

ଏହି ଦିନ ପୁରୁଷ ଏବଂ ମହିଳା ପାଇଲଟ୍‌ଙ୍କ ପରେଡ ଅନୁଷ୍ଠିତ ହୁଏ। ଏହି ସମାରୋହରେ ବାୟୁସେନା ମୁଖ୍ୟ ସାମରିକ କର୍ମଚାରୀଙ୍କୁ ପଦକ ସହିତ ଅଭିନନ୍ଦନ ଜଣାଇଥାଆନ୍ତି ।

ଭାରତୀୟ ବାୟୁସେନାର ଶକ୍ତି :

ଭାରତର ସ୍ୱାଧୀନତା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ମୋଟ ୫ଟି ଯୁଦ୍ଧ କରିସାରିଛି। ଏଥିମଧ୍ୟରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରିଟି ଯୁଦ୍ଧ ହୋଇଥିଲା ଏବଂ ଗୋଟିଏ ଚୀନ୍ ବିରୁଦ୍ଧରେ ହୋଇଥିଲା। ୧୯୪୮, ୧୯୬୫, ୧୯୭୧ ଏବଂ ୧୯୯୯ରେ ପାକିସ୍ତାନ ବିରୋଧ ଯୁଦ୍ଧରେ ଭାରତୀୟ ବାୟୁସେନା ଯୋଗ ଦେଇଥିଲା। ୧୯୬୨ ମସିହାରେ ଚୀନ୍ ସହିତ ହୋଇଥିବା ଯୁଦ୍ଧରେ ଭାରତୀୟ ବାୟୁସେନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଅପରେସନ୍ ବିଜୟ, ଅପରେସନ୍ ମେଘଦୂତ, ଅପରେସନ୍ କାକଟସ୍ ଏବଂ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍ ହେଉଛି ଭାରତୀୟ ବାୟୁସେନାର କିଛି ପ୍ରମୁଖ କାର୍ଯ୍ୟ।

Indian Air Force Air Force Day
Advertisment
Advertisment