Advertisment

ଶିଶୁ ବିକାଶରେ ୟୁନିସେଫ୍; ଏମିତି କରୁଛି କାର୍ଯ୍ୟ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା। ଯୁଦ୍ଧ ପରେ ସାରା ବିଶ୍ୱରେ ଅନାହାର ଏବଂ ପୁଷ୍ଟିହୀନତା ଭଳି ସମସ୍ୟା ଉପୁଜିଥିଲା। ଯାହାର ସବୁଠାରୁ ବଡ ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ପଡିଥିଲା। ଅନାହାର ଏବଂ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ପିଲାମାନଙ୍କର ଉନ୍ନତି ପାଇଁ ଏହି ଅନୁଷ୍ଠାନ ଗଠନ କରାଯାଇଥିଲା। ଆସନ୍ତୁ ଏ ବିଷୟରେ ସବିଶେଷ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Unicef day 2022 history significance theme

Unicef day 2022 history significance theme

ପ୍ରତିବର୍ଷ ଡିସେମ୍ବର ୧୧ରେ ୟୁନିସେଫ୍(UNICEF) ଦିବସ ପାଳନ କରାଯାଏ। ୧୯୪୬ ମସିହାରେ ଏହିଦିନ ମିଳିତ ଜାତିସଂଘ ସାଧାରଣ ସଭାରେ ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ୍‌) ଭାବରେ ଗଠିତ ହୋଇଥିଲା, ଯାହାକୁ ବର୍ତ୍ତମାନ ମିଳିତ ଜାତିସଂଘର ଶିଶୁ ପାଣ୍ଠି କୁହାଯାଏ।

Advertisment

ୟୁନିସେଫ୍‌ର ସୃଷ୍ଟି:

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ, ଶିକ୍ଷା ତଥା ସାଧାରଣ କଲ୍ୟାଣ ପାଇଁ ଏହି ସଂଗଠନ ଗଠନ କରାଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ସାରା ବିଶ୍ୱରେ ଅନାହାର ଏବଂ ପୁଷ୍ଟିହୀନତା ଭଳି ସମସ୍ୟା ଉପୁଜିଥିଲା। ଯାହା ଛୋଟ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିଥିଲା। ଏହି ସଂଗଠନ ପିଲାମାନଙ୍କର ଉନ୍ନତି ପାଇଁ ବିଶେଷ କାର୍ଯ୍ୟ କରିଥାଏ। ୧୯୫୩ରେ, ଏହି ସଂଗଠନ ଦେଶର ଏକ ସ୍ଥାୟୀ ଏଜେନ୍ସିରେ ପରିଣତ ହେଲା।

ଶିଶୁ ବିକାଶରେ ୟୁନିସେଫ୍ :

ଏହିଦିନ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିରେ ବିଭିନ୍ନ ଦେଶର ପ୍ରତିନିଧୀମାନେ ଜଡିତ ହୁଅନ୍ତି। ଏହି ସମ୍ମିଳନୀଗୁଡିକରେ ଶିଶୁର ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ଏକ ଢାଞ୍ଚା ପ୍ରସ୍ତୁତ ହୁଏ। ଏହି ଢାଞ୍ଚା ଆଧାରରେ, ପିଲାମାନଙ୍କର ଉନ୍ନତି ପାଇଁ କାମ କରାଯାଏ। ବିଶେଷକରି କମ୍ ବିକଶିତ ଦେଶ ତଥା ଜରୁରୀକାଳୀନ ପରିସ୍ଥିତିରେ ପିଲାମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ୟୁନିସେଫ୍ ବିଭିନ୍ନ କାର୍ଯ୍ୟକ୍ରମ କରିଥାଏ।

Advertisment

ଚଳିତବର୍ଷର ବିଷୟବସ୍ତୁ:

ପ୍ରତିବର୍ଷ ୟୁନିସେଫ୍ ଦିବସ ଏକ ଭିନ୍ନ ଥିମ୍‌କୁ ନେଇ ପାଳନ କରାଯାଏ। ଏଥର ‘ୟୁନିସେଫ୍ ଦିବସ ୨୦୨୨’ର ବିଷୟବସ୍ତୁ ହେଉଛି 'ପୃଥିବୀର ପ୍ରତ୍ୟେକ ଶିଶୁଙ୍କର ଏକ ଉନ୍ନତ ତଥା ସୁସ୍ଥ ଜୀବନଯାପନ କରିବାର ଅଧିକାର'। ୟୁନିସେଫ୍ ଏହାର ବାର୍ତ୍ତା ସାରା ବିଶ୍ୱରେ ପ୍ରଚାର କରୁଛି ଏବଂ ପିଲାମାନଙ୍କର ଉନ୍ନତି ପାଇଁ କାମ କରୁଛି।

କିପରି ହୁଏ ପାଳନ:

ୟୁନିସେଫ୍ ସହିତ ଜଡିତ ସମସ୍ତ ଦେଶ ଡିସେମ୍ବର ୧୧ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଏଥିରେ ପିଲାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଏବଂ ପ୍ରତିନିଧୀଙ୍କୁ ଡକାଯାଏ। ୟୁନିସେଫର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ ସୂଚନା ଦେବା ସହିତ ଏଠାରେ ସେମାନଙ୍କଠାରୁ ପରାମର୍ଶ ମଧ୍ୟ ନିଆଯାଏ। ଏହି ପରାମର୍ଶ ଆଧାରରେ ୟୁନିସେଫ୍ ଏହାର ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରେ।

କେତେ ଦେଶରେ କାମ କରୁଛି ସଂସ୍ଥା:

ବର୍ତ୍ତମାନ, ୟୁନିସେଫ୍ କର୍ମଚାରୀମାନେ ବିଶ୍ୱସ୍ତରରେ ୧୯୦ରୁ ଅଧିକ ଦେଶରେ ପିଲାମାନଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଭାରତରେ ଏହି ସଂଗଠନ ୧୯୪୯ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲା ​​ଏବଂ ବର୍ତ୍ତମାନ ନୂଆଦିଲ୍ଲୀ ବ୍ୟତୀତ ଏହା ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ, ଗୁଜୁରାଟ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଆସାମ, ଓଡିଶା ଇତ୍ୟାଦି ରାଜ୍ୟରେ କାମ କରୁଛି।

UNICEF Suggests Recipes For Healthy Children
Advertisment
Advertisment