Advertisment

ଆଜି ବିଶ୍ୱ ମଧୁମେହ ଦିବସ: ମଧୁମେହକୁ ରୋକିବ ସନ୍ତୁଳିତ ଜୀବନଶୈଳୀ

ବିଶ୍ୱ ଆଜି ମଧୁମେହରେ ପୀଡିତ। ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରୁଛନ୍ତି। ଏନେଇ ଏ ବିଷୟରେ ଜନ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି। ଆସନ୍ତୁ ଜାଣିବା କିପରି ଏଥିରୁ ମିଳିବ ମୁକ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
World Diabetes Day 2022

World diabetes day its theme and history

ଡାଏବେଟିସ୍ ବା ମଧୁମେହ ଆଜିକାଲି ଏକ ସାଧାରଣ ରୋଗରେ ପରିଣତ ହୋଇଛି। ପ୍ରାୟ ଲୋକ ଏହି ସମସ୍ୟାରେ ପୀଡିତ। ଏ ନେଇ ଜନ ସଚେତନତା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ‘ବିଶ୍ୱ ମଧୁମେହ ଦିବସ’ ଭାବେ ପାଳନ କରାଯାଉଛି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ୪୩ ଲକ୍ଷ ରୋଗୀ ମଧୁମେହରେ ମୃତ୍ୟୁ ବରଣ କରନ୍ତି। ଏହି ରୋଗର ସବୁଠାରୁ ବଡ କାରଣ ହେଉଛି ଖରାପ ଏବଂ ପରିବର୍ତ୍ତିତ ଜୀବନଶୈଳୀ। ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅଧିକ ପଢ଼ନ୍ତୁ: କୋରାପୁଟର ଧଳା କଲରା : ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ

ବିଶ୍ୱ ମଧୁମେହ ଦିବସର ଇତିହାସ:

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୨୦୧୪ ପରଠାରୁ ପ୍ରାୟ ୪୨କୋଟି ୨୦ ଲକ୍ଷ ଲୋକ ମଧୁମେହରେ ପୀଡିତ। ଏ ଦିଗରେ ସଚେତନତା ପାଇଁ ୧୯୯୧ ମସିହାରୁ ଏହି ଦିନ ପାଳନ କରାଯାଉଛି। ଆନ୍ତର୍ଜାତୀୟ ମଧୁମେହ ଫେଡେରେସନ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଲୋକମାନଙ୍କ ମଧ୍ୟରେ ମଧୁମେହ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରିବା ଆରମ୍ଭ କରିଥିଲା। ନଭେମ୍ବର ୧୪, ୧୯୨୨ ହେଉଛି ଇନ୍‌ସୁଲିନ୍ ଆବିଷ୍କାର କରିଥିବା ବୈଜ୍ଞାନିକ ସାର୍ ଫ୍ରେଡେରିକ୍ ବାଣ୍ଟିଙ୍ଗଙ୍କ ଜନ୍ମଦିନ। ଶରୀରରେ ସର୍କରା ପରିମାଣକୁ ସନ୍ତୁଳନ କରିବାରେ ଇନ୍‌ସୁଲିନ୍ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ।

Advertisment

ଚଳିତ ବର୍ଷର ଥିମ୍:

ବିଶ୍ୱ ମଧୁମେହ ଦିବସ ପାଳନ କରିବା ପାଇଁ ପ୍ରତିବର୍ଷ ଆନ୍ତର୍ଜାତୀୟ ଡାଇବେଟିସ୍ ଫେଡେରେସନ୍‌ର ଏକ ବିଶେଷ ଥିମ୍ ଥାଏ। ପୂର୍ବ ବର୍ଷର ଥିମ୍ ଥିଲା 'ଡାଇବେଟିସ୍ ଯତ୍ନ ପର୍ଯ୍ୟନ୍ତ ଯାଉ, ଯଦି ଏବେ ନୁହେଁ, ତ କେବେ?' ଚଳିତ ବର୍ଷର ଥିମ୍‌ ହେଉଛି, ‘ମଧୁମେହ ଶିକ୍ଷାକୁ ଗ୍ରହଣ’

ବିଶ୍ୱାସ କରାଯାଏ ଯେ ଦୁନିଆର ପ୍ରତି ୧୦ ଜଣ ମଧ୍ୟରୁ ଜଣେ ମଧୁମେହଜନିତ ସମସ୍ୟାରେ ପୀଡିତ। ଏହା ଲୋକଙ୍କ ମଧ୍ୟରେ ମହାମାରୀ ପରି ବ୍ୟାପୁଛି। ଏହା ଦ୍ୱାରା ହୃଦୟ, ମସ୍ତିଷ୍କ, କିଡ୍‌ନୀ, ଆଖି ଇତ୍ୟାଦି ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ। ଏହା ମଧ୍ୟ ବେଳେବେଳେ ବହୁତ ସାଂଘାତିକ ହୋଇଥାଏ। ଏହାକୁ ଏଡାଇବାକୁ ହେଲେ କେବଳ ଜୀବନଶୈଳୀରେ ପରିବର୍ତ୍ତନ ଦରକାର। ପୁଷ୍ଟିକର ଖାଦ୍ୟ, ଦୈନିକ ବ୍ୟାୟାମ ଏବଂ ମାନସିକ ସନ୍ତୁଳନ ହିଁ ମଧୁମେହରୁ ଦୂରେଇ ରଖିପାରେ।

Diabetes
Advertisment
Advertisment