Advertisment

World Ozone Day 2023: ଜୀବ ଜଗତକୁ ଏମିତି ରକ୍ଷା କରୁଛି ଓଜୋନ୍ ଲେୟର

ଓଜୋନ୍ ଲେୟର ବିଷୟରେ ପ୍ରାୟ ସମସ୍ତେ ଶୁଣିଥିବେ, କିନ୍ତୁ ଏହା କ’ଣ ଏବଂ ଏହି ଦିବସ କାହିଁକି ପାଳନ କରାଯାଏ ଆପଣ ଜାଣନ୍ତି କି? ବାସ୍ତବରେ, ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୬ ସେପ୍ଟେମ୍ବରରେ 'ବିଶ୍ୱ ଓଜୋନ ଦିବସ' ପାଳନ କରାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
importance of ozone layer and how it protect to human

importance of ozone layer and how it protect to human

ପ୍ରାୟ ସମସ୍ତେ ଓଜୋନ୍ ଲେୟର କଥା ଶୁଣିଥିବେ, କିନ୍ତୁ ଏହା କ’ଣ ଆପଣ ଜାଣନ୍ତି କି? ଏବଂ ଏହି ଦିନ କାହିଁକି ପାଳନ କରାଯାଏ? ବାସ୍ତବରେ, ଓଜୋନ ସ୍ତରକୁ ରକ୍ଷାକରିବା ପାଇଁ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୧୬ ସେପ୍ଟେମ୍ବରରେ 'ବିଶ୍ୱ ଓଜୋନ ଦିବସ' ପାଳନ କରାଯାଏ।

Advertisment

ଓଜୋନ୍ ଲେୟର୍‌ର ଏକ ପତଳା ସ୍ତର ପୃଥିବୀ ପୃଷ୍ଠରୁ ପ୍ରାୟ ୩୦ କିଲୋମିଟର ଉଚ୍ଚରେ ରହିଛି। ଏହାକୁ ଓଜୋନ ଲେୟର୍ ବା ଓଜୋନ ସ୍ତର କୁହାଯାଏ। ଏହି ସ୍ତର ସୂର୍ଯ୍ୟର ବିପଜ୍ଜନକ ଅତିବାଇଗଣି ରଶ୍ମିକୁ ଅବଶୋଷଣ କରି ପୃଥିବୀ ଏବଂ ଏଠି ବାସ କରୁଥିବା ଜୀବମାନଙ୍କୁ ସୁରକ୍ଷା ଦେଇଥାଏ।

ଯଦି ଏହି ବିକିରଣ ସିଧାସଳଖ ପୃଥିବୀରେ ପହଞ୍ଚେ, ତେବେ ଏହା ମଣିଷ ତଥା ଉଦ୍ଭିଦ ଏବଂ ପ୍ରାଣୀ ଜଗତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।

Advertisment

ଇତିହାସ:

୧୯ ଡିସେମ୍ବର ୧୯୬୪ ରେ, ମିଳିତ ଜାତିସଂଘର ସାଧାରଣ ସଭା ଓଜୋନ ସ୍ତରକୁ ବଞ୍ଚାଇବା ପାଇଁ ୧୬ ସେପ୍ଟେମ୍ବରକୁ ‘ବିଶ୍ୱ ଓଜୋନ ଦିବସ’ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା ​। ମିଳିତ ଜାତିସଂଘ ଏବଂ ଅନ୍ୟ ୪୫ ଦେଶ ୧୬ ସେପ୍ଟେମ୍ବର ୧୯୮୭ ରେ ଓଜୋନ୍ ସ୍ତରକୁ କ୍ଷତି କରୁଥିବା ପଦାର୍ଥ ଉପରେ ମଣ୍ଟ୍ରିଆଲ୍ ପ୍ରୋଟୋକଲ୍ ସ୍ୱାକ୍ଷର କରିଥିଲେ। ଯାହା ପରେ ୧୬ ସେପ୍ଟେମ୍ବର ୧୯୯୫ ରେ ପ୍ରଥମ ଥର ପାଇଁ 'ବିଶ୍ୱ ଓଜୋନ ଦିବସ' ଭାବରେ ପାଳନ କରାଯାଇଥିଲା ଏବଂ ସେହି ଦିନଠାରୁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ।

ଓଜୋନ ଲେୟର କ’ଣ:

ଓଜୋନ୍ ଲେୟର୍ ହେଉଛି ପୃଥିବୀର ବାୟୁମଣ୍ଡଳର ଏକ ସ୍ତର ଯାହା ସୂର୍ଯ୍ୟଙ୍କଠାରୁ ପ୍ରତ୍ୟକ୍ଷ କିରଣକୁ ଅବରୋଧ କରିଥାଏ। ଓଜୋନ୍ ଲେୟର୍ ସୂର୍ଯ୍ୟଙ୍କ ବିପଜ୍ଜନକ ଅତିବାଇଗଣି ରଶ୍ମିକୁ ଛାଣି ପୃଥିବୀକୁ ପଠାଇଥାଏ। ଓଜୋନ ଲେୟର୍‌ ପୃଥିବୀ ଏବଂ ଏଠାରେ ଥିବା ସମସ୍ତ ଜୀବକୁ ସୂର୍ଯ୍ୟର କ୍ଷତିକାରକ କିରଣରୁ ରକ୍ଷା କରିଥାଏ।

ସୂର୍ଯ୍ୟର କ୍ଷତିକାରକ କିରଣ ଜୀବ ଉପରେ ପଡିଲେ ଏହା ଅନେକ ରୋଗ ଏବଂ ସମସ୍ୟାର କାରଣ ହୋଇପାରେ, ଯାହାକୁ କେବଳ ଓଜୋନ୍ ଲେୟର୍ ପ୍ରତିରୋଧ କରିପାରିବ। ୧୯୧୩ ମସିହାରେ ଫରାସୀ ପଦାର୍ଥ ବିଜ୍ଞାନୀ ଫାବ୍ରି ଚାର୍ଲ୍ସ ଏବଂ ହେନେରୀ ବସନ୍ ଏହି ଲେୟର୍ ଆବିଷ୍କାର କରିଥିଲେ।

ଦିସବ ପାଳନର ମହତ୍ତ୍ୱ:

ଓଜୋନ ଲେୟର୍‌ର ସ୍ଥିତିକୁ ବିଚାରକୁ ନେଇ, ପ୍ରତିବର୍ଷ ଓଜୋନ ଦିବସ ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ସମସ୍ତଙ୍କୁ ସୂଚନା ଦେଇ ଓଜୋନ ସ୍ତର ବିଷୟରେ ଅବଗତ କରାଯାଇପାରିବ। ପ୍ରତିବର୍ଷ ଓଜୋନ୍ ଦିବସରେ ଲୋକଙ୍କୁ କ୍ଲୋରୋଫ୍ଲୋରୋକାର୍ବନ୍, ପ୍ଲାଷ୍ଟିକ୍ ଏବଂ ସମସ୍ତ କ୍ଷତିକାରକ ପଦାର୍ଥର ବ୍ୟବହାର ହ୍ରାସ କରିବାକୁ ଏବଂ ଅଧିକରୁ ଅଧିକ ଗଛ ଲଗାଇବାକୁ ପରାମର୍ଶ ଦିଆଯାଏ।

କିପରି ଓଜୋନ ଲେୟର କ୍ଷତି ହୁଏ:

ଲୋକମାନେ ଘରେ ଏସି ଏବଂ ଫ୍ରିଜ୍ ବ୍ୟବହାର କରୁଛନ୍ତି ଏବଂ ସେସବୁରୁ ବାହାରୁଥିବା ଗ୍ୟାସ୍ ଓଜୋନ୍ ଲେୟେର୍‌କୁ କ୍ଷତି ପହଞ୍ଚାଏ। ସେହିପରି, ଲୋକମାନଙ୍କ ଦ୍ୱାରା ଗଛ କାଟିବା ମଧ୍ୟ ଓଜୋନ୍ ସ୍ତର ପାଇଁ କ୍ଷତିକାରକ।

ଓଜୋନ ଲେୟର କ୍ଷତି ହେବାରୁ ଜଳବାୟୁରେ ବଡ ପରିବର୍ତ୍ତନ ଦେଖାଯାଉଛି। ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯେଉଁ କାରଣରୁ ଅନେକ ପ୍ରକାରର ରୋଗ ବ୍ୟାପୁଛି। ଏହି ଗମ୍ଭୀର ସଙ୍କଟକୁ ଦୃଷ୍ଟିରେ ରଖି ଓଜୋନ ଲେୟେରର ସୁରକ୍ଷାକୁ ନେଇ ସାରା ବିଶ୍ୱରେ ସଚେତନତା ଅଭିଯାନ ଚାଲିଛି।

ଚାଷ ପାଇଁ ଆବଶ୍ୟକ:

ଓଜୋନ ଲେୟର ଯେପରି ପୃଥିବୀରେ ମଣିଷ ଏବଂ ପଶୁମାନଙ୍କୁ ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା କରେ, ସେହିପରି ଏହାର ଫାଇଦା ମଧ୍ୟ କୃଷି ଉପରେ ପଡିଥାଏ। ଯଦି କୌଣସି ଓଜୋନ ଲେୟର ନ ଥାନ୍ତା ତେବେ ଫସଲରେ ଅନେକ ପ୍ରକାରର କ୍ଷତି ହୋଇଥାନ୍ତା। ଫସଲ ଉପରେ ବିକିରଣର ବିପଜ୍ଜନକ ପ୍ରଭାବ ଦେଖିବାକୁ ମିଳିଥାନ୍ତା। ଓଜୋନ ଲେୟର ଥିବାରୁ ଏହା ଫସଲକୁ ସଂରକ୍ଷଣ କରି ସମଗ୍ର ଫସଲ ଚକ୍ରକୁ ସୁରକ୍ଷା ଦେଇଥାଏ।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଯଦି ଓଜୋନ ଲେୟର୍‌ ନଷ୍ଟ ହୋଇଯାଏ, ତେବେ ପୃଥିବୀରେ ଖାଦ୍ୟ ଉତ୍ପାଦନରେ ବହୁତ ହ୍ରାସ ହୋଇପାରେ। ବର୍ତ୍ତମାନ ଏହା କିଛି ମାତ୍ରାରେ କ୍ଷତି ହୋଇଥିବାରୁ କେତେଲ ଫସଲ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଏ। ରିପୋର୍ଟ ଅନୁଯାୟୀ ସୋୟାବିନ୍, ଗହମ ଏବଂ ଧାନ ଉପରେ ସବୁଠାରୁ ବିପଜ୍ଜନକ ପ୍ରଭାବ ଦେଖିବାକୁ ମିଳେ।

Special Story
Advertisment
Advertisment