Advertisment

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ...ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ଭିତରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ

କେତେବେଳେ ଯେ ବନ୍ଦ ହୋଇଯିବ ବିଶ୍ୱବିଦ୍ୟାଳୟ ଆଉ ମାନ୍ୟତା ହରାଇବ ତାକୁ ନେଇ ଏବେ ବଢ଼ିଲାଣି ଚିନ୍ତା। ସମ୍ବଲପୁରରେ ଥିବା ରାଜ୍ୟର ଏକ ମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Future of Odisha Open University in Sambalpur hangs in balance over fearing loss of NAAC status

Future of Odisha Open University in Sambalpur hangs in balance over fearing loss of NAAC status

ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। କେତେବେଳେ ଯେ ବନ୍ଦ ହୋଇଯିବ ବିଶ୍ୱବିଦ୍ୟାଳୟ ଆଉ ମାନ୍ୟତା ହରାଇବ ତାକୁ ନେଇ ଏବେ ବଢ଼ିଲାଣି ଚିନ୍ତା। ସମ୍ବଲପୁରରେ ଥିବା ରାଜ୍ୟର ଏକ ମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଚାଲିଛି। କାରଣ NAACର ଗୋଟିଏ ବି ମାନ୍ୟତା ପୂରଣ କରୁନଥିବାରୁ ଏହା କେତେବେଳେ ବି ବନ୍ଦ ହୋଇପାରୋ ବିଶ୍ୱବିଦ୍ୟାଳୟ ଖୋଲିବାର ୮ ବର୍ଷ ପରେ ବି ଯେମିତି କୋଣଠେସା ହୋଇ ଏହା ପଡ଼ି ରହିଛିା

Advertisment

ଆଜି ଅଛି କାଲି ବୋଧେ ନଥିବ। ଏବେ ଚାଲୁଛି କିନ୍ତୁ କାଲି କ’ଣ ହେବ କାହାକୁ ଜଣା ନାହିଁ। ଏମିତି କିଛି ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା ଭିତରେ ସମ୍ବଲପୁରରେ ଥିବା ରାଜ୍ୟର ଏକମାତ୍ର ସରକାରୀ ମୁକ୍ତ ବିଶ୍ୱବିଦ୍ୟାଳୟର ଭାଗ୍ୟ। କେତେବେଳେ ଯେ ଏହାର ମାନ୍ୟତା ଚାଲିଯିବ ଆଉ ଏହା ବନ୍ଦ ହୋଇଯିବ ତାକୁ ନେଇ ଆଶା ଆଶଙ୍କାରେ କୁଳପତିଙ୍କଠାରୁ ଛାତ୍ରଛାତ୍ରୀ ଯାଏ ସମସ୍ତୋ କାରଣ ସମସ୍ୟା ବି ଅନେକ ରହିଛି। 

ନାକ୍‌ର କିଛି ମାନଦଣ୍ଡ ଉପରେ ମୁକ୍ତ ବିଶ୍ୱବିଦ୍ୟାଳୟର ଭବିଷ୍ୟତ ନିର୍ଭର କରୁଛି। ସେଗୁଡ଼ିକ ହେଲା- ଉନ୍ନତ ଭିତ୍ତିଭୂମି, ନିଜସ୍ୱ ପାଠ୍ୟ ପୁସ୍ତକ ଓ ସିଲାବସ୍, ନିଜସ୍ୱ ଶିକ୍ଷକ ଓ କର୍ମଚାରୀ, ଗବେଷଣା ପାଇଁ ବ୍ୟବସ୍ଥା ଓ ହଷ୍ଟେଲ୍ ସୁବିଧା। ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଏଥିରୁ ଗୋଟିଏ ବି ମାନଦଣ୍ଡ ପୂରଣ କରୁନି ଏହି ମୁକ୍ତ ବିଶ୍ୱବିଦ୍ୟାଳୟା ଫଳରେ ଚଳିତ ବର୍ଷ ନାମଲେଖା ସମ୍ପୂର୍ଣ୍ଣ ବନ୍ଦ ରହିଛି।

Advertisment

୨୦୧୫ ମସିହାରେ ସମ୍ବଲପୁରରେ ଆରମ୍ଭ ହୋଇଥିଲା ଏହି ମୁକ୍ତ ବିଶ୍ୱବିଦ୍ୟାଳୟ। ୧୪ଟି ସ୍ନାତକୋତ୍ତର ଓ ୧୧ଟି ସ୍ନାତକ ପାଠକ୍ରମ ପାଇଁ ଶତାଧିକ ଛାତ୍ରଛାତ୍ରୀ ଆଡମିଶନ୍ ନେଇଥିଲେ। ୮ ବର୍ଷ ପରେ ବି ନିଜସ୍ୱ କୋଠା ନମିଳିବାରୁ ଗଙ୍ଗାଧର ମେହେର ୟୁନିଭର୍ସିଟି ଭିତରେ ଏମିତି କୋଣଠେସା ଭାବେ ସବୁ କାମ ଚାଲିଛି। ଏତିକିରେ ସମସ୍ୟା ସରିନି।

ବିଶ୍ୱବିଦ୍ୟାଳୟରେ ଏଯାଏ ପ୍ରଫେସର ତ ଦୂରର କଥା, ସହକାରୀ ପ୍ରଫେସର ବି ନିଯୁକ୍ତି ପାଇପାରିଲେନି। ଏସବୁକୁ ବିଶ୍ୱବିଦ୍ୟାଳୟର କୁଳପତି ସ୍ୱୀକାର କରିଛନ୍ତି। ବାରମ୍ବାର ଉଚ୍ଚଶିକ୍ଷା ବିଭାଗକୁ ଏ ସମ୍ପର୍କରେ ଜଣାଯାଇଛି। ୨୦୧୭ ଅନୁସାରେ, ନାମଲେଖା ଯାଇଥିଲା। କିନ୍ତୁ ୨୦୨୦ ନିୟମ ମୁତାବକ ବିଶ୍ୱବିଦ୍ୟାଳୟ ପାଖରେ ସେତିକି ମାନବ ସମ୍ବଳ ନାହିଁ ବୋଲି ସେ ଦୋହରାଇଛନ୍ତିା

ଅନ୍ୟପକ୍ଷେ, ଏନେଇ ଉତ୍ତରାଞ୍ଚଳ ଆରଡିସିଙ୍କୁ ଭେଟି ତୁରନ୍ତ ଅଧ୍ୟାପକ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ମୁକ୍ତ ବିଶ୍ୱବିଦ୍ୟାଳୟ ବଞ୍ଚାଅ ସମିତିା ଆନ୍ତରିକତାର ଅଭାବ ହେଉ ଅବା ଅବହେଳା, ୮ ବର୍ଷ ଧରି ସରକାରୀ ବିଶ୍ୱବିଦ୍ୟାଳୟ ଏମିତି ଅଣଦେଖା ହେବା ସତରେ ଦୁର୍ଭାଗ୍ୟଜନକ।

Advertisment
Advertisment