• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆମେ ବଜାରରୁ ଜିନିଷ କିଣିବା ବେଳେ ଜିନିଷର ଦାମ ଦେଖି କିଣିଥାଉ। ତା’ପରେ ଆମେ ଏହାର MRP ଅର୍ଥାତ୍ ସର୍ବାଧିକ ଖୁଚୁରା ମୂଲ୍ୟକୁ ଦେଖି ସେହି ଉତ୍ପାଦର ମୂଲ୍ୟ ଦେଇଥାଉ । ଯଦି ଦୋକାନୀ MRP ଠାରୁ ଅଧିକ ମୂଲ୍ୟ ମାଗନ୍ତି, ତେବେ ଆମେ ଖାଉଟି ଅଦାଲତରେ ଅଭିଯୋଗ ବି କରିପାରିବା । କୌଣସି ଦୋକାନୀ ଜିନିଷର ସର୍ବାଧିକ ବିକ୍ରୟ ମୂଲ୍ୟଠାରୁ ଅଧିକ ଟଙ୍କା ନେଇ ପାରିବେନାହିଁ। ଏପରି କରିବା ଆଇନଗତ ଅପରାଧ । କିନ୍ତୁ ଏହା ସତ୍ତ୍ୱେ ଯଦି ଦୋକାନୀ ଏହା କରନ୍ତି ତେବେ ତାଙ୍କୁ ପୁନର୍ବାର ଖାଉଟି ବିଭାଗ ଜରିମାନା କରିଥାଏ। କେବେ ଭାବିଛନ୍ତି କି ଏହି ବ୍ୟବସ୍ଥା କେବେଠାରୁ ଆରମ୍ଭ ହେଲା?

MRP ବା ସର୍ବାଧିକ ଖୁଚୁରା ମୂଲ୍ୟର ଅର୍ଥ ହେଉଛି ଯେ କୌଣସି ଜିନିଷ ଏଥିରେ ଲେଖାଯାଇଥିବା ଦାମଠାରୁ ଅଧିକ ମୂଲ୍ୟରେ ବିକ୍ରି କରାଯାଇପାରିବ ନାହିଁ। ଭାରତରେ ଅନେକ ଜିନିଷ ଉପରେ ଆଇନ ପ୍ରଣୟନ କରାଯାଇଛି। ସେହି ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଖାଉଟି ସୁରକ୍ଷା ଆଇନ । ଯାହା ୧୯୮୬ ମସିହାରେ ପାରିତ ହୋଇଥିଲା । ଏଥିରେ ଗ୍ରାହକଙ୍କୁ ୬ଟି ଅଧିକାର ଦିଆଯାଇଛି। ଯାହାଫଳରେ ଯଦି ସପିଂ କରିବା ସମୟରେ ସେମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନଙ୍କୁ ସାହାଯ୍ୟ କରିବାର ବ୍ୟବସ୍ଥା ଅଛି ।

୨୦୦୬ ମସିହାରେ ଭାରତ ସରକାର ସମସ୍ତ ଉତ୍ପାଦ ଉପରେ MRP ଲାଗୁ କରିବାକୁ ଏକ ନିୟମ ପ୍ରସ୍ତୁତ କରିଥିଲେ। ଏହା ଅଧୀନରେ, କୌଣସି ଦୋକାନୀ ପ୍ୟାକ୍ ହୋଇଥିବା ସାମଗ୍ରୀ, ପୋଷାକ, ଇଲେକ୍ଟ୍ରୋନିକ୍ ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷକୁ MRP ବିନା ବିକ୍ରି କରିପାରିବେ ନାହିଁ। ଯଦି ସେ ଏପରି କରନ୍ତି ତେବେ ଏହା ଆଇନ ଅନୁଯାୟୀ ଅପରାଧ। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡିବ ।

ଯେପରି ଫଳ ଏବଂ ପନିପରିବାର ମୂଲ୍ୟ ଯଦି ହଠାତ୍ ବୃଦ୍ଧି ହୋଇଯାଏ, ଦୋକାନରେ ପ୍ୟାକ୍ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇପାରିବ ନାହିଁ । କାରଣ ସେଗୁଡିକର MRP ସ୍ଥିର ହୋଇଛି । କୌଣସି ଦୋକାନୀ ଏହାଠାରୁ ଅଧିକ ଦାମରେ ଗ୍ରାହକଙ୍କୁ ଜିନିଷ ବିକ୍ରି କରିପାରିବେ ନାହିଁ। କିନ୍ତୁ ଅନେକ ଥର ଏହା ଦେଖାଯାଏ ଯେ ଯଦି କୌଣସି ପର୍ଯ୍ୟଟକ କୌଣସି ଅଞ୍ଚଳକୁ ଯାଆନ୍ତି, ତେବେ ସେମାନଙ୍କୁ MRP ଠାରୁ ଅଧିକ ଚାର୍ଜ କରାଯାଏ। ତେଣୁ ଏଭଳି ପରିସ୍ଥିତିରେ ଗ୍ରାହକ ସୁରକ୍ଷା ବିଭାଗକୁ ଏପରି ଦୋକାନୀଙ୍କ ବିଷୟରେ ଅଭିଯୋଗ କରାଯାଇପାରିବ।