Advertisment

Operation Sindoor: ପିଲା ପଢିବେ ଅପରେସନ ସିନ୍ଦୂର, ସେନାର ସାହସ ବିଷୟରେ ଜାଣିବେ

NCERT ଜାରି କଲା ସ୍ପେଶିଆଲ୍ ମଡ଼୍ୟୁଲ୍ ବୁକ୍। ତୃତୀୟରୁ ଦ୍ବାଦଶ ଯାଏଁ ପିଲା ଅପରେସନ ସିନ୍ଦୂର ବାବଦରେ ପାଠ ପଢ଼ିବେ। ଉରି ଓ ପୁଲୱାମା ଆକ୍ରମଣ ବିଷୟରେ ବି ଅବଗତ କରାଯିବ।

author-image
Chinmayee Sahoo
ଅଦ୍ୟତନ ହୋଇଛି
OPERATION_SINDOOR

OPERATION_SINDOOR

ପାକିସ୍ତାନ ବିରୋଧରେ କେମିତି ହୋଇଥିଲା ଅପରେସନ ସିନ୍ଦୂର ? ଆତଙ୍କବାଦ ବିରୋଧରେ କଣ କଡ଼ା ଆଭିମୁଖ୍ୟ ଆପଣାଇଥିଲା ଭାରତ ? ଏଣିକି ଏସବୁ ବହିରେ ପଢିବେ ପିଲା । NCERT ବହିରେ ସ୍ଥାନ ପାଇଲା ଅପରେସନ ସିନ୍ଦୂର । ତୃତୀୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟପୁସ୍ତକରେ ଅପରେସନ ସିନ୍ଦୂରକୁ ସ୍ଥାନ ଦିଆଯାଇଛି । ଏନେଇ ସ୍ପେଶାଲ୍ ମଡ୍ୟୁଲ୍ ଆଣିଛି NCERT।

Advertisment

ଏହି କ୍ଲାସରୁମ୍ ମଡ୍ୟୁଲରେ ଭାରତର କୂଟନୈତିକ ବିଜୟ, ସେନାର ସାହସ, ଆତଙ୍କବାଦ ବିରୋଧୀ କଡ଼ା ଆଭିମୁଖ୍ୟ, ସାମରିକ ଶକ୍ତି, ବିଭିନ୍ନ ମନ୍ତ୍ରଣାଳୟ ଭିତରେ ସମନ୍ବୟ ରକ୍ଷା ସ୍ଥାନ ପାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଭାରତର ଅପରେସନ ସିନ୍ଦୂର ପ୍ରସଙ୍ଗରେ ପିଲାଙ୍କୁ ପଢାଯିବ । ପହଲଗାଲ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଥିଲା ଭାରତ ।

ଭାରତୀୟ ସେନା କିଭଳି ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଏବଂ ଅପରେସନରେ ଆଧୁନିକ ଓ ସ୍ବଦେଶୀ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିିଥିଲା ତାହା ପାଠ୍ୟପୁସ୍ତକରେ ସ୍ଥାନ ପାଇବ। ଆତଙ୍କବାଦ ବିରୋଧରେ ସ୍ଥାନୀୟ ଲୋକଙ୍କର ସ୍ବର ଓ ଭୂମିକା ମଧ୍ୟ ଏଥିରେ ସ୍ଥାନ ପାଇବ । ୨୦୧୬ ଉରି ଓ ୨୦୧୯ ପୁଲୱାମା ଆକ୍ରମଣ ବିଷୟରେ ବି ପିଲାଙ୍କୁ ଅବଗତ କରାଯିବ ।

Advertisment

ଆତଙ୍କବାଦ ବିରୋଧରେ ଜିରୋ ଟଲରାନ୍ସ ଏବଂ ରାଷ୍ଟ୍ରୀୟ ସ୍ବାର୍ଥ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ପିଲାଙ୍କୁ ଅବଗତ କରିବା ହିଁ ସ୍ପେଶାଲ୍ ମଡ୍ୟୁଲର ମୂଳଲକ୍ଷ୍ୟ । ନିକଟରେ NCERT ପକ୍ଷରୁ ବିଭାଜନକୁ ନେଇ ଜାରି ହୋଇଥିଲା ନୂଆ ସ୍ପେଶାଲ୍ ମଡ୍ୟୁଲ। ସେଥିରେ ଭାରତ-ପାକିସ୍ତାନ ବିଭାଜନ ପାଇଁ ୩ ଜଣଙ୍କୁ ଦାୟୀ କରି କଲପ୍ରିଟ୍ସ ଅଫ୍ ପାର୍ଟିସନ୍ ବା ବିଭାଜନ ପାଇଁ ଦୋଷୀ ବୋଲି ଦର୍ଶାଯାଇଛି।

ଅଧିକ ପଢନ୍ତୁ: ଟ୍ରେନରେ ମନଇଚ୍ଛା ନେଇ ପାରିବେନି ଲଗେଜ୍! ଖୁବ ଶୀଘ୍ର ଲାଗୁ ହେବ ବ୍ୟାଗେଜ୍ କଟକଣା

NCERT Operation Sindoor
Advertisment
Advertisment