Advertisment

Railways New Luggage Rules: ଟ୍ରେନରେ ମନଇଚ୍ଛା ନେଇ ପାରିବେନି ଲଗେଜ୍! ଖୁବ ଶୀଘ୍ର ଲାଗୁ ହେବ ବ୍ୟାଗେଜ୍ କଟକଣା

ବିମାନ ଭଳି ଟ୍ରେନ୍ ରେ ବି ଲାଗୁ ହେବାକୁ ଯାଉଛି ବ୍ୟାଗେଜ୍ କଟକଣା । ଯାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଓଜନ ଯାଏଁ ବ୍ୟାଗେଜ୍ ନେବାକୁ ଅନୁମତି ମିଳିବ । ଓଜନ ଅଧିକ ଥିଲେ ଅଧିକ ଭଡ଼ା ଦେଇ ଲଗେଜ୍ ଅଫିସରେ ବୁକିଂ କରିବାକୁ ପଡ଼ିବ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
TRAIN_BAGGAGE_NEW_RULL

TRAIN_BAGGAGE_NEW_RULL

ଆଉ ଟ୍ରେନରେ ମନଇଚ୍ଛା ନେଇ ହେବନି ଲଗେଜ୍। ଟ୍ରେନକୁ ଚଢ଼ିବା ଆଗରୁ ଯାତ୍ରୀଙ୍କୁ ମାପିବାକୁ ପଡ଼ିବ ସାଙ୍ଗରେ ନେଉଥିବା ବ୍ୟାଗପତ୍ର ଓଜନ୍। କାରଣ ବିମାନ ଭଳି ଟ୍ରେନ୍ ରେ ବି ଲାଗୁ ହେବାକୁ ଯାଉଛି ବ୍ୟାଗେଜ୍ କଟକଣା। ଏୟାରପୋର୍ଟରେ ଯେପରି ଯାତ୍ରୀଙ୍କୁ କେବଳ ନିର୍ଦ୍ଦିଷ୍ଟ ଓଜନ ଯାଏଁ ବ୍ୟାଗେଜ୍ ନେବାକୁ ଅନୁମତି ମିଳିଥାଏ ଏବଂ ଅଧିକ ଓଜନର ସାମଗ୍ରୀ ନେଉଥିଲେ ତା ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିଥାଏ, ଏଣିକି ଟ୍ରେନରେ ବି ସେହିଭଳି କଟକଣା ଲାଗୁ ହେବାକୁ ଯାଉଛି ।

Advertisment

ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ପୂର୍ବରୁ ରେଲୱେ ପକ୍ଷରୁ ଏଭଳି ନିୟମ ବ୍ୟବସ୍ଥା ଥିବା ବେଳେ, ଏହାକୁ କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛି ରେଳ ବିଭାଗ। ଉତ୍ତରପ୍ରଦେଶର ପ୍ରୟାଗରାଜ, କାନପୁର, ମିର୍ଜାପୁର ଓ ଆଲିଗଡ଼ ଆଦି କିଛି ପ୍ରମୁଖ ରେଳ ଷ୍ଟେସନରେ ପ୍ରଥମ ପର୍ଯ୍ୟାୟରେ ଲାଗୁ ହେବ ଏହି ବ୍ୟବସ୍ଥା। ବ୍ୟାଗେଜ୍ ରେଗୁଲେସନ୍ ଅନୁସାରେ, ବିନା କୌଣସି ଅଧିକ ଦେୟରେ ଫାଷ୍ଟ୍ ଏସି ପାସେଞ୍ଜରଙ୍କୁ ୭୦ କେଜି, ସେକେଣ୍ଡ୍ ଏସି ପାଇଁ ୫୦ କେଜି, ଥାର୍ଡ ଏସି ଓ ସ୍ଲିପର୍ କ୍ଲାସ ପାଇଁ ୪୦ କେଜି ଏବଂ ଜେନେରାଲ୍ କ୍ଲାସ୍ ପାସେଞ୍ଜରଙ୍କୁ ୩୫ କେଜି ଓଜନ ଯାଏଁ ବ୍ୟାଗେଜ୍ ନେବାକୁ ଅନୁମତି ରହିଛି।

ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ତେବେ ଏହାଠୁ ଓଜନ ଅଧିକ ଥିଲେ ଟ୍ରେନକୁ ଚଢ଼ିବା ପୂର୍ବରୁ ଅଧିକ ଭଡ଼ା ଦେଇ ଲଗେଜ୍ ଅଫିସରେ ବୁକିଂ କରିବାକୁ ପଡ଼ିବ, ନଚେତ୍ ମାତ୍ରାଧିକ ଓଜନ ପାଇଁ ଜରିମାନା ଦେବାକୁ ପଡ଼ିବ। ଅନୁମୋଦିତ ଆକାର ଠାରୁ ବଡ଼ ବ୍ୟାଗ୍ ନେଇଥିଲେ କିମ୍ବା ଲଗେଜ୍ ରଖି ଯାତ୍ରୀଙ୍କ ଯାତାୟାତ ପଥ ଅବରୋଧ କରୁଥିଲେ ମଧ୍ୟ ତଣ୍ଡ ଗଡ଼ିବାକୁ ପଡ଼ିବ ବୋଲି ସୂଚନା ମିଳିଛି।

Advertisment

ଅଧିକ ପଢନ୍ତୁ: ଓଡ଼ିଶାକୁ କେନ୍ଦ୍ରର ବଡ଼ ଭେଟି, ନିର୍ମାଣ ହେବ ୧୧୦ କିଲୋମିଟର ଲମ୍ବା ୬ ଥାକିଆ ରାସ୍ତା

Luggage Service Indian Railways
Advertisment
Advertisment