• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସ୍ୱର୍ଗତ ଧୀରୁଭାଇ ଅମ୍ବାନୀ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ପ୍ରତିଷ୍ଠା କରିଥିଲେ । ପରେ ୧୯୮୫ରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ପରିବର୍ତ୍ତିତ ହୋଇଥିଲା । ଏହି କମ୍ପାନୀ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମୁଖ୍ୟ ମୁକେଶ ଅମ୍ବାନୀ ଥିବା ବେଳେ ରିଲାଏନ୍ସ ଗ୍ରୁପ୍ ଅନୀଲ ଅମ୍ବାନୀଙ୍କ ନେତୃତ୍ୱରେ ଅଛି ।

ତେବେ ଆପଣ ଜାଣନ୍ତି କି, କେଉଁ ପଦବୀ ଅମ୍ବାନୀ ପରିବାରର କେଉଁ ସଦସ୍ୟ ଅଛନ୍ତି । ଆସନ୍ତୁ ନଜର ପକାଇବା ..

ମୁକେଶ ଅମ୍ବାନୀ

ମୁକେଶ ଅମ୍ବାନୀ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ । ଏହା ଭାରତର ସବୁଠାରୁ ବଡ ପ୍ରାଇଭେଟ ସେକ୍ଟର କର୍ପୋରେସନ ଅଟେ । ଫୋର୍ବସ୍ ତାଲିକା ଅନୁଯାୟୀ ତାଙ୍କର ନେଟ୍ ସମ୍ପତ୍ତିର ମୂଲ୍ୟ ହେଉଛି ୧୧୪ ବିଲିୟନ ଡଲାର୍ ବା ୯୫,୨୯,୬୯,୮୯,୦୦,୦୦୦ ଟଙ୍କା ।

ନୀତା ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେସନ ଓ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଛନ୍ତି । ଏହା ସହ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ।

ଇଶା ଅମ୍ବାନୀ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଏକମାତ୍ର ଝିଅ ଇଶା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ବୋର୍ଡରେ ଅଛନ୍ତି । ସେ ରିଲାଏନ୍ସ ଫାଉଣ୍ଡେସନ, ରିଲାଏନ୍ସ ଫାଉଣ୍ଡେସନ ଇନଷ୍ଟିଚ୍ୟୁସନ୍ ଅଫ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଓ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଏକ ଅଂଶ ମଧ୍ୟ ଅଛନ୍ତି ।

ଆକାଶ ଅମ୍ବାନୀ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ବୋର୍ଡର ଜଣେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଛନ୍ତି । ଗତ ୨୦୨୨ ପରଠାରୁ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡରେ ସେ ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି ।

ଅନନ୍ତ ଅମ୍ବାନୀ

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ନିଜର ବିବାହ ପାଇଁ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ସେ ରାଧିକା ମର୍ଚାଣ୍ଟଙ୍କ ସହ ଆଗାମୀ ଜୁଲାଇରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ସେ ଜିଓ ପ୍ଲାଟଫର୍ମ ଲିମିଟେଡ୍, ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍, ରିଲାଏନ୍ସ ନ୍ୟୁ ଏନର୍ଜି ଲିମିଟେଡ୍ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅଟନ୍ତି । ଅନ୍ୟପଟେ ସେ ରିଲାଏନ୍ସ ଫାଉଣ୍ଡେସନର ମଧ୍ୟ ଏକ ଅଂଶ ଅଛନ୍ତି ।

ଅନିଲ ଅମ୍ବାନୀ

ମୁକେଶ ଅମ୍ବାନୀଙ୍କ ଭାଇ ଅନିଲ ଅମ୍ବାନୀ ରିଲାଏନ୍ସ ଗ୍ରୁପ୍ ବା ରିଲାଏନ୍ସ ଏଡିଏ ଗ୍ରୁପର ଚେୟାରମ୍ୟାନ୍ ଅଛନ୍ତି । ଏଥିରେ ରିଲାଏନ୍ସ କମ୍ୟୁନିକେସନ୍, ରିଲାଏନ୍ସ କ୍ୟାପିଟାଲ୍, ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର, ରିଲାଏନ୍ସ ପାୱାର, ରିଲାଏନ୍ସ ଡିଫେନ୍ସ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍, ରିଲାଏନ୍ସ ଡିଫେନ୍ସ ଲିମିଟେଡ୍ ଏବଂ ରିଲାଏନ୍ସ ଡିଫେନ୍ସ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।

ଜୟ ଅନମୋଲ ଅମ୍ବାନୀ

ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀ ରିଲାଏନ୍ସ କ୍ୟାପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ବେଳେ ରିଲାଏନ୍ସ ଇନଫ୍ରାର ନିର୍ଦ୍ଦେଶକ ଅଛନ୍ତି ।