ଝାରସୁଗୁଡ଼ା (ଭାଗିରଥୀ ସାହୁ): କଥାରେ ଅଛି, ରଖେ ହରି ତ ମାରେ କିଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ରେଳ ଷ୍ଟେସନରେ। ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ୍ ପ୍ଲାଟଫର୍ମ ଛାଡ଼ୁଥିବା ବେଳେ ଜଣେ ବ୍ୟକ୍ତି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କୌଣସି କାରଣ ବଶତଃ ତାଙ୍କର ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଏହାଦେଖି ସଙ୍ଗେସଙ୍ଗେ ସେଠାରେ ଉପସ୍ଥିତ ଯାତ୍ରୀ ଓ ଆର୍ପିଏଫ୍ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ […]