ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୨୬୫ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଛି। Covid-19 Report For 21st November New positive […]
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୪୦ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ବଲାଙ୍ଗିର, କଟକ, ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of fifteen […]
କଟକ: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ ଭାଇ। ପୂର୍ବରୁ ଏକ ଜମିଜମା ବିବାଦର ସମାଧାନ କରିବାକୁ ସଂପୃକ୍ତ ଯୁବତୀଙ୍କୁ ବିଧାୟକ ଏକୁଟିଆ ଡାକୁଥିବା ଥାନାରେ ଅଭିଯୋଗ ହୋଇଥିଲା। ତେବେ ସାଲେପୁର ଥାନାକୁ ଯାଇ ସଂପୃକ୍ତ ଯୁବତୀଙ୍କ ଭାଇ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଭଉଣୀ ମିଛ କହୁଥିବା କହିଛନ୍ତି। ଏନେଇ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଏହି […]
ଭୁବନେଶ୍ୱର/ନୂଆଦିଲ୍ଲୀ: ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମୂଳକ ପଦକ୍ଷେପକୁ ନିନ୍ଦା କରିଛନ୍ତି ବିଜେପି ନେତା ରାମ ମାଧବ। ଟ୍ୱିଟ୍ କରି ସେ କହିଛନ୍ତି, ରିପବ୍ଲିକ୍ ଟିଭି ବିରୋଧରେ ମହାରାଷ୍ଟ୍ର ସରକାର ଯେପରି ପଦକ୍ଷେପ ନେଉଛନ୍ତି, ସେଭଳି ଢଙ୍ଗରେ ଓଟିଭି ବିରୋଧରେ ଓଡିଶା ସରକାର ପଦକ୍ଷେପ ନେଉଛନ୍ତି। ଚ୍ୟାନେଲ୍ ପ୍ରମୋଟର ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ଓଟିଭିର ଷ୍ଟାଫ୍ ମାନଙ୍କୁ ପୋଲିସ୍ ଜାଣିଶୁଣି ହଇରାଣ କରୁଛି। ରାଜନୈତିକ ଆକ୍ରୋଶ ରଖି […]
ପୁରୀ : ପୁରୀ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା। ରାତି ପାହିଲେ ଅଁଳା ନବମୀ ଏଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ମଧ୍ୟରାତ୍ରିରୁ ଏହାକୁ ଲାଗୁ କରାଯିବ। ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଏଥିସହ ମନ୍ଦିର ଚାରିପଟର ୨୦୦ ମିଟର ପର୍ଯ୍ୟନ୍ତ ଏହି ଧାରା ଲାଗୁ ହେବ। ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ […]
କେନ୍ଦୁଝର: କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଭିମା ଖଣ୍ଡେଇଙ୍କ ପରିବାର ତାଙ୍କ ବାଡିରେ କରିଥିବା ଶାଗ କିଆରିରେ ବିଷ ପକାଇଥିଲେ। ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡ଼ା ଏହି ଶାଗ ଖାଇବା ପରେ ମରିଯାଇଥିଲା। ଏହାପରେ ଉଭୟ ପରିବାର ପକ୍ଷରୁ ଗାଁର ୨ଜଣ ଭଦ୍ର ଲୋକ ବାବନ ବେହେରା ଓ ଆନନ୍ଦ ନାୟକଙ୍କୁ ଡାକି ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। […]
ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ୨୫ ତାରିଖ ବେଳକୁ ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ଢେଙ୍କାନାଳ: କରୋନା ଯୋଦ୍ଧାଙ୍କ ପାଇଁ ଶହେ କିଲୋମିଟର ଦୌଡ। ଏଭଳି ଅଭିନବ ପ୍ରୟାସ କରିଛନ୍ତି ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଅଞ୍ଚଳର ଅବସରପ୍ରାପ୍ତ ଆର୍ମି ଅଫିସର ସିଦ୍ଧାର୍ଥ ଶଙ୍କର ଦାସ। କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଶହେ କିଲୋମିଟର ମାରାଥନ ଦୌଡ ଆରମ୍ଭ କରିଛନ୍ତି ସିଦ୍ଧାର୍ଥ। ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୪ ଜଣ ରନର ନିଜ ନିଜ ସ୍ଥାନରେ ଶହେ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ପତାକା ଧରିବା ସହ ଦୌଡିବେ। ବିଶ୍ୱ ରେକର୍ଡ […]
ବାଲେଶ୍ୱର: ଧରାପଡ଼ିଲା ବଡ଼ ଧରଣର ଡ୍ରଗ୍ସ କାରବାର। ଅଡ଼ର ବଜାରରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ଜଣାପଡ଼ିଛି। ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଚଢ଼ାଉ କରି ସହଦେବଖୁଣ୍ଟା ପୋଲିସ ଜବତ କରିଛି। ପୋଲିସ ହାତରେ ଧରାପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଲେ ମୁନା ଖାଁ। ମୁନା କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ। ଶେଖ ରାଜାକୁ STF […]
ପୁରୀ : ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି। ପୁରୀ ବନ୍ଦ ଡାକରା ଦେବାକୁ ବିଜେପି ଯୋଜନା କରୁଛି। ତେବେ ଏଥିପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ମୋହନ ମାଝୀ କହିଛନ୍ତ॥ ପୁରୀରେ ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରତିବାଦ […]
ପୁରୀ: ପୁରୀ ଜିଲ୍ଲାର ନୂଆ ଏସ୍ପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି କନୱର ବିଶାଲ ସିଂ। ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧତ୍କାରୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀକୁ କିଭଳି ଅପରାଧ ମୁକ୍ତ କରାଯିବ ଏବଂ ଜନସାଧାରଣ କିଭଳି ସୁରକ୍ଷିତ ମନେ କରିବେ, ତା ଉପରେ ଗୁରୁତ୍ୱ ଦେବା ପ୍ରାଥମିକତା ବୋଲି ଦାୟିତ୍ୱ ନେବା ପରେ ସୂଚନା ଦେଇଛନ୍ତି କେ.ଭି. ସିଂହ। ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ […]
ମାଲକାନଗିରି: ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ, କେହି ଫେରିଲେନି। ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି। ଏହି ଅଭାବନୀୟ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ। ସୂଚନା ଅନୁସାରେ, ୨ ଝିଅଙ୍କୁ ସାଙ୍ଗରେ ନେଇ ମା ବିଲକୁ ଧାନ କାଟିବାକୁ ଯାଇଥିଲେ। ବିଲ ପାଖ ପୋଖରୀରେ ଖେଳିବା ବେଳେ ସାନ ଭଉଣୀ ବୁଡ଼ି ଯାଇଥିଲା। ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ମଧ୍ୟ ବୁଡ଼ିଗଲା। ୨ […]
ନବରଙ୍ଗପୁର: ଅଲୋଡ଼ା ନବଜାତ। ଶିଶୁ ପୁତ୍ର ମୋହରେ ଜଣେ ଯଶୋଦା ମାଆ। ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି ବୋଲି ଚେତାବନୀ ଦେଇଛନ୍ତି ଜଣେ ମାଆ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡା ବ୍ଲକ ରେଙ୍ଗାଗୁଡା ଗାଁରେ। ସୂଚନା ଅନୁଯାୟୀ, ଗତ ବୁଧବାର ରେଙ୍ଗାଗୁଡା ଗାଁର ସୁନାତାଇ ହରିଜନ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେଠାରେ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁପୁତ୍ରକୁ ଦେଖି ଘରକୁ ନେଇ ଆସିଥିଲେ। ଗୋଟିଏ ଦିନ […]
ଭୁବନେଶ୍ୱର: ସ୍କୁଲ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିଲା। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍କୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନସିଡୁଲ ଏରିଆରେ […]
ଭୁବନେଶ୍ୱର: କାହିଁକି ଏନ୍କ୍ଲୋଜରରେ ବାଘୁଣୀ ସୁନ୍ଦରୀ ? ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍ ମାରିଲା? ଦୀର୍ଘଦିନ ପରେ ବି ସୁନ୍ଦରୀ ବାବଦରେ କାହିଁକି ନିଆଯାଇ ପାରୁନାହିଁ କୌଣସି ନିଷ୍ପତ୍ତି? ବାଘୁଣୀ ସୁନ୍ଦରୀର ଏଭଳି ଅବସ୍ଥା ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟରେ ରେଡ୍ ଲିଙ୍କସ୍ କନଫେଡେରେସନ୍ ନାମକ ସଂସ୍ଥା ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାର ଶୁଣାଣି କରି ଏ ସମ୍ପର୍କିତ ରିପୋର୍ଟ ସହ ବାଘୁଣୀ ସୁନ୍ଦରୀର ବର୍ତ୍ତମାନର ସ୍ଥିତି […]
ଭଦ୍ରକ: ଦିନେ ବାପାଙ୍କ ଯିବା ବାଟକୁ ଅନେଇ ରହିଥିବା ଅବୋଧ ଶିଶୁ ବିଦ୍ୟାଧର ଏବେ ପରିଣତ ବୟସରେ ବି ସେମିତି ଅନେଇ ରହିଛନ୍ତି ତାଙ୍କ ଫେରିବା ବାଟକୁ। ଏଭିତରେ ବିତିଗଲାଣି ଦୀର୍ଘ ୫୫ ବର୍ଷ। ହେଲେ ନା ତାଙ୍କର ଆଉ ଦେଖା ମିଳିଛି, ନା ଖୋଜଖବର। ଭଦ୍ରକ ଜିଲ୍ଲା ଧାମନଗର କଲ୍ୟାଣୀ ବାସିନ୍ଦା ବିଦ୍ୟାଧରଙ୍କ ବାପା ଆନନ୍ଦ ପତ୍ରୀ ୩୧ ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟ ଜି କଂପାନୀର ସିପାହୀ ଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ଘରକୁ […]
ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ୱେଲଡ୍ ମାର୍କଡ୍ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରି ଓ ତାମିଲନାଡୁ ମଧ୍ୟ ଦେଇ ଏହା ଉପକୂଳ ଅତିକ୍ରମ କରିପାରେ। ତେବେ ଏହା ଓଡ଼ିଶା ମୁହାଁ ନହୋଇ […]
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ପରଲୋକ ହୋଇଯାଇଛି। ସୁଶିଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଧର୍ମପ୍ରାଣ, ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସୁଶିଳା ଦେବୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଗତ […]
ବଲାଙ୍ଗିର: ସବୁବେଳେ ସବୁ ବିପଦରେ ନିଜ ସନ୍ତାନର ରକ୍ଷାକବଚ ଭଳି ଛିଡ଼ା ହେଉଥିବା ବାପା ଦିନେ ପିଶାଚ ହୋଇଯିବେ, ତାହା କେହି କେବେ ଭାବି ନଥିବେ। ହେଲେ ଜଣେ ବ୍ୟକ୍ତି ନିଜ ଝିଅକୁ ଜାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରୁ ଏଭଳି ଅଭିଯୋଗ ଆସିଛି। ନିଆଁରେ ପୋଡ଼ି ହୋଇ ନାବାଳିକା ଜଣକ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ଘର ଭିତରୁ ସମ୍ପୃକ୍ତ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ ଜିଲ୍ଲାରୁ ୬୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୨୮୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ନୂଆପଡ଼ାରୁ ସର୍ବାଧିକ ୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୫୭ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ଜଣ ଲେଖାଏ, ସମ୍ବଲପୁରରୁ ୩ଜଣ, ଝାରସୁଗୁଡ଼ା ଓ ବରଗଡ଼ରୁ ୨ଜଣ ଲେଖାଏ ଏବଂ ବଲାଙ୍ଗିର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୬୮ […]
ଉମରକୋଟ: ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପିକ୍ଅପ୍ ଭ୍ୟାନ୍ ମାଡ଼ି ଯିବାରୁ ୨ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏମାନେ ଘର ବାରଣ୍ଡା ନିକଟରେ ନିଆଁ ପୋଉଁଥିବା ବେଳେ ପିକ୍ଅପ୍ ଭ୍ୟାନ୍ଟି ଘର ଭିତରକୁ ମାଡ଼ି ଆସିଥିଲା। ଏଥିରେ ୨ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। […]
ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜାନୁଆରୀ କିମ୍ବା ଫେବ୍ରୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସଂଗଠନ, ମିଶନ-୧୨୦, ଡବଲ ଇଞ୍ଜିନ ନେଇ ଆଲୋଚନା ହୋଇପାରେ। ଏହାସହ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ ପାଇଁ ଆଲୋଚନା ସହ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀକ୍ଷା କରିପାରନ୍ତି ବୋଲି ସୂଚନା ମିଳିଛି।
ମାଲକାନଗିରି: ଛତିଶଗଡ଼ରେ ଯବାନଙ୍କୁ ମିଳିଛି ଏକ ବଡ ସଫଳତା। ଯବାନଙ୍କ ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଛନ୍ତି। କାଙ୍କେର ଜିଲ୍ଲା ରାଓଘାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନ ମିଳିଛି। ନକ୍ସଲଙ୍କ ଗୁଳି ମାଡ଼ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ବସ୍ତର ଜିଲ୍ଲା ପୋଲିସ ଆଇଜି ପି. ସୁନ୍ଦରରାଜ ଏହି […]
ଭୁବନେଶ୍ୱର: PPE କିଟ୍ ଓ ମାସ୍କ କିଣାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଦେଉ ନାହାନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଆବେଦନକାରୀ ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ମାସ୍କ ଦୁର୍ନୀତି ଘଟଣାରେ ବ୍ୟକ୍ତିଗତ ହାଜିରା ହୋଇ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ । ତେବେ ମୁଖ୍ୟ ଶାସନ ସଚିବ ଆଜି ନିଜେ ହାଜିରା ନହୋଇ ଏକ ଚିଠି ମାଧ୍ୟମରେ ତାଙ୍କର […]