ସୁବର୍ଣ୍ଣପୁର: ସାପ କାମୁଡ଼ାରେ ୨ ଭଉଣୀଙ୍କର ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଞ୍ଚମହଲା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ ନିକିତା ଏବଂ ଅର୍ଚ୍ଚିତା। ଗତକାଲି ରାତିରେ ଦୁଇ ଭଉଣୀ ଘର ଭିତରେଶୋଇ ଥିବାବେଳେ ଏକ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଭୁବନେଶ୍ୱର: ସାରା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଓଡ଼ିଶାରୁ ମୌସୁମୀ ପ୍ରତ୍ୟାଗମନ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା। ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨ ସପ୍ତାହ ପୂର୍ବରୁ ସାରା ଦେଶରେ ମୌସୁମୀ ପହଞ୍ଚିଥିଲା। ସାଧାରଣତଃ ଜୁଲାଇ ୮ ସୁଦ୍ଧା ସାରା ଦେଶରେ ମୌସୁମୀ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ମୌସୁମୀ ଆଗୁଆ ପହଞ୍ଚିଥିଲା। ଏହାପୂର୍ବରୁ ୨୦୧୩ରେ ମୌସୁମୀ ଜୁନ୍ ୧୬ରେ ପହଞ୍ଚିଥିଲା। […]
ଉମରକୋଟ: ବିଧାୟକ ସାଜିଲେ ଚାଷୀ। ହାତରେ ଦା’ ଧରି ନିଜେ କାଟିଲେ ଧାନ। ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି। ବିଧାୟକ ନିଜ ଜମିରେ ଅନ୍ୟ ଦିନ ମଜୁରିଆଙ୍କ ସହ ମିଶି ଧାନ କାଟୁଥିବା ନଜର ଆସିଛି। ଏପରିକି ନିଜେ ବିଧାୟକ ଧାନକୁ ସଜାଡ଼ି ରଖିବା ସହ ସେସବୁକୁ ବିଡ଼ା କରି ବାନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଛି। […]
ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ମାଓ ବିରୋଧୀ ଅପରେସନ ପରେ ସୁରକ୍ଷାକର୍ମୀଙ୍କୁ ଏକ ସଫଳତା ମିଳିଛି। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି। ସ୍ୱାଭିମାନ ଅଞ୍ଚଳରେ ମାଓ ଶିବିର ଚାଲିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ଏସ୍ଓଜି, ଡିଭିଏଫ, ବିଏସଏଫଙ୍କ ସହ ଆନ୍ଧ୍ର ପୋଲିସ ମିଳିତ ଅପରେସନ ଚଳାଇଥିଲେ। ଗତକାଲି କମ୍ବିଂ ଅପରେସନ ଚଳାଇ ଥିବାବେଳେ ଗୁଣା ମାମୁଡି ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ। ପ୍ରଥମେ ମାଓବାଦୀମାନେ […]
ଭୁବନେଶ୍ୱର: ରାଜଧାନୀବାସୀ ଏବେ ନିଜକୁ ଅସୁରକ୍ଷିତ ମନେ କଲେଣି। କିଛିଦିନ ତଳେ ଜଣେ ବୃଦ୍ଧ ମହିଳା ସକାଳୁ ଫୁଲତୋଳିବା ପାଇଁ ଯାଇଥିବା ସମୟରେ ଦୁଇଜଣ ଲୁଟେରା ତାଙ୍କଠାରୁ ଲୁଟ୍ କରିଥିଲେ। ଏବେ ପୁଣି ରାଜଧାନୀରେ ଜଣକୁ ଲୁଟେରା ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେଣ୍ଟାଲ ଟୁଲ ରୁମ୍ ଟ୍ରେନିଂ ସେଣ୍ଟରର ବରିଷ୍ଠ ଇଞ୍ଜିନିୟର ଫୁଲ ତୋଳିବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ଏହାପରେ ଏକ ଖଣ୍ଡା ସାହାର୍ଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ […]
ବାଲେଶ୍ୱର: ଆସନ୍ତା ୩ ତାରିଖ ବାଲେଶ୍ୱର ସଦର ଉପନିର୍ବାଚନ । ଏଥିଲାଗି ୩ ପ୍ରମୁଖ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଭୋଟରଙ୍କ ମନ ଜିଣିବାକୁ ତିନି ଦଳର ପ୍ରାର୍ଥୀ କଳ-ବଳ-କୌଶଳ ଲଗାଇ ଦେଇଛନ୍ତି । ଭୋଟରଙ୍କୁ ନେଇ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଚଳିତ ଥର ବାଲେଶ୍ୱରରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରେ ନିର୍ବାଚନ ଲଢୁଛନ୍ତି। ୩ ନୂଆ ମୁହଁ । ତେଣୁ ସେମାନଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି […]
ଭୁବନେଶ୍ୱର: ଚଳିତବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପୂର୍ବରୁ ଶୀତକାଳୀନ ଅଧିବେଶନ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା, କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ତେଣୁ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି। ହେଲେ କେବେ ଅଧିବେଶନ […]
ପୁରୀ: ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ପର୍ଯ୍ୟଟକଙ୍କ ଭାସିଯିବା ଘଟଣାର ୨୪ ଘଣ୍ଟା ପରେ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ। ବ୍ଲୁ ଫ୍ଲାଗ୍ ବିଚ୍ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ହେଲେ ୧୬ ବର୍ଷୀୟ ତାନିସ୍କ ବିନୟ। ଝାଡ଼ଖଣ୍ଡର ରାଞ୍ଚିର ଅଶୋକ ନଗରରେ ତାଙ୍କ ଘର। ଗତକାଲି ଦିନ ୧୨ଟା ବେଳେ ବ୍ଲୁ ଫ୍ଲାଗ୍ ବିଚ୍ର ବଥିଂ ଜୋନ୍ରେ ସେ ତାଙ୍କ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ ବିନୟ। ପରେ […]
ଭଦ୍ରକ: ବନ୍ତ ବ୍ଲକ ଅଫିସ୍ ଭିତରେ ପଶି ମାରପିଟ କଲେ ମହିଳା ମହାସଂଘ ସଦସ୍ୟା। ୨୦ରୁ ଅଧିକ ସଦସ୍ୟା ପଶି ଅଫିସ ଭିତରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ୨ଜଣ ବ୍ଲକ କର୍ମଚାରୀଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ମହାସଂଘର ସଭାନେତ୍ରୀ ଓ ସଂପାଦକଙ୍କୁ ବହିଷ୍କାର ପ୍ରତିବାଦରେ ସଦସ୍ୟାମାନେ ଅଫିସ ଭିତରେ ପଶି ଏଭଳି ଲଙ୍କା କାଣ୍ଡ ଘଟାଇଛନ୍ତି। ମହିଳା ମହାସଂଘ ସଦସ୍ୟାଙ୍କ ମାଡ଼ରେ ବିପିଏମ୍, […]
ଭୁବନେଶ୍ୱର: ତିର୍ତ୍ତୋଲ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଗାଇଡଲାଇନ ସମସ୍ତେ ମାନିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାରରେ ଲୋକଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି ଯେ ମୋ ପ୍ରତି ଆପଣମାନଙ୍କ ଭଲପାଇବା ମୁଁ ଭଲଭାବେ ଜାଣିଛି। ଆସିବାକୁ ଚାହିଁ ବି କରୋନା ଯୋଗୁ ଆପଣମାନେ ଆସିପାରିନାହାନ୍ତି। କରୋନା କଟକଣା ହଟିଲେ ମୁଁ ନିଶ୍ଚିତ ଆପଣମାନଙ୍କ ପାଖକୁ ଯିବି ବୋଲି ନବୀନ କହିଛନ୍ତି। ଏଥିସହିତ ଦଳୀୟ ପ୍ରଚାର ପାଇଁ ନବୀନ କହିଛନ୍ତି ଯେ ଆପଣମାନଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ କମୁଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା ସମ୍ପର୍କିତ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି, ୧୫ ଶହରୁ ୧୬ ଶହ ଅର୍ଥାତ୍ ପ୍ରାୟ ୭୫% ହୋମ୍ ଆଇସୋଲେସନରେ ଅଛନ୍ତି। ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲରେ ଶହେରୁ ଅଧିକ ଆଇସିୟୁ ବେଡ୍ ଖାଲି ଅଛି। ଦୈନିକ ୩୦ରୁ ୩୫ ରୋଗୀଙ୍କୁ ଫାଭିପିରାଭିର୍ ଦିଆଯାଉଛି ବୋଲି କମିଶନର ସୂଚନା ଦେଇଛନ୍ତି। ଭୁବନେଶ୍ୱରରୁ ୧୧୦ କରୋନା […]
ଭୁବନେଶ୍ୱର: ଉପନିର୍ବାଚନ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜେ ଲୋକଙ୍କ ପାଖକୁ ନଯାଇ, ଘରେ ସୁରକ୍ଷିତ ରହି ଭର୍ଚୁଆଲ ରାଲି କରୁଛନ୍ତି। ହେଲେ ନିଜେ ସୁରକ୍ଷିତ ରହି ଲୋକଙ୍କୁ ବିପଦ ମୁହଁକୁ କାହିଁକି ଠେଲି ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ନିରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ ମାସ୍କ କିଣା ଠାରୁ ଭେଣ୍ଟିଲେଟର ଯାଏ କୋଟି କୋଟି ଦୁର୍ନୀତି ହୋଇଛି। ୨୧ ବର୍ଷରେ ଓଡ଼ିଶାର କ’ଣ ବିକାଶ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୦୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି ପାଇଛି। ସେହିପରି ଅନୁଗୁଳ ୨୧୮, କଟକ ୧୩୫, ବାଲେଶ୍ୱର ୮୮, ଜଗତସିଂହପୁରରୁ ୮୫, ମୟୂରଭଂଜ ୮୩, ଯାଜପୁର […]
ଭୁବନେଶ୍ୱର: ମଇଦାନକୁ ସିଧାସଳଖ ଗଲେନି, ଭୋଟରଙ୍କୁ ମନେଇବାକୁ ଭର୍ଚୁଆଲ୍ କ୍ୟାମ୍ପେନିଂ କଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତିର୍ତ୍ତୋଲରେ ଡିଜିଟାଲ୍ କ୍ୟାମ୍ପେନ୍ କରି ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ଲାଗି ଭୋଟ୍ ମାଗିଛନ୍ତି ନବୀନ। ଅପରାହ୍ନ ସାଢ଼େ ୪ଟାରେ ନବୀନ ଭର୍ଚୁଆଲ୍ ମିଟିଂ କରି କରୋନା କଟକଣା ଯୋଗୁଁ ପ୍ରଚାର ପାଇଁ ଯାଇପାରିନଥିବା କହିଥିଲେ। ତା’ସହ ତିର୍ତ୍ତୋଲ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ସହ ଯୁବକ […]
ବାଲେଶ୍ୱର: ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବାଲେଶ୍ୱର ଓ ଜଗତସିଂହପୁର ଗସ୍ତ ସହ ଦୁଇ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ହୋଇଛି। ବୈଠକରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ ପୂର୍ବକ ସୁରକ୍ଷିତ ଭୋଟଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ବାଲେଶ୍ୱରର ସବୁ ବୁଥ୍ରେ ଭୋଟରଙ୍କ ତାପମାନ ଯାଞ୍ଚ ଲାଗି ବ୍ୟବସ୍ଥା କରିବା ସହିତ ଶରୀରର ତାପମାନ ଅଧିକ ଦେଖାଇଲେ ଦ୍ୱିତୀୟ ଥର ଯାଞ୍ଚ କରାଯିବ। ୨ୟ ଥରରୁ ଅଧିକ ଥର ତାପମାତ୍ରା ଦେଖାଇଲେ […]
ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପଛରେ ପଡିନାହାନ୍ତି ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ। ଏକ ଖୋଲା ଜିପ୍ରେ ବସି ପ୍ରଚାର କରୁଛନ୍ତି ୮୦ ବର୍ଷୀୟ ବେଣୁଧର। କିଛି ଯୁବକ ମିଶି ବେଣୁଧରଙ୍କୁ ଏକ ଖୋଲା ଜିପ୍ରେ ବସାଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଚାଲି ଚାଲି କିମ୍ବା ସାଇକେଲରେ ପୂରା ନିର୍ବାଚନମଣ୍ଡଳୀ ବୁଲିବା ସମ୍ଭବପର ହେଉନଥିବାରୁ ଜିପ୍ରେ ବସି ଭୋଟରଙ୍କ ପାଖକୁ ଯାଉଛନ୍ତି ବେଣୁଧର। ଅନ୍ୟ ଦଳର ନେତାଙ୍କ ପାଖରେ […]
ସମ୍ବଲପୁର: ସମ୍ବଲପୁର ଚାରମାଲ ଥାନା ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ୧୫ ହଜାର ଟଙ୍କାରେ ମାସେ ୭ ଦିନର ଶିଶୁକୁ ବିକ୍ରି କରାଯାଇଥିବା ନେଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଚାରମାଲ ଥାନା କେଉଟିବାହାଳି ଗାଁର ଏକ ଦମ୍ପତି ତାଙ୍କର ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲେ। ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲା ଚାରମାଲ ପୋଲିସ। ରେଢାଖୋଲ ମେଡିକାଲରେ ପ୍ରାଥମିକ […]
ଭୁବନେଶ୍ୱର: କରୋନା ଭୟକୁ ପିଠି କରି କଟକଣା ଭିତରେ ଧିରେ ଧିରେ ସବୁ ଖୋଲି ଚାଲିଛି। କିନ୍ତୁ ୮ ମାସ ଧରି ମନ୍ଦିର ବନ୍ଦ ଥିବାରୁ ସବୁଠୁ ବେଶି ସମସ୍ୟାରେ ପୂଜକ ଓ ସେବକ ପରିବାର ଅଛନ୍ତି। ତେଣୁ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଆଜି ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଛନ୍ତି ସେବାୟତ। ହେଲେ ଆଇନ୍ ମନ୍ତ୍ରୀ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ୨୦ ଦିନ ତଳେ ଘଣ୍ଟ ବଜାଇ ପ୍ରତିବାଦ […]
ଖୋର୍ଦ୍ଧା: କୂଅ ଭିତରୁ ଉଦ୍ଧାର ହେଲା ମା’ପୁଅଙ୍କ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗୋଡିପଡା ଗାଁର ମନୋଜ ଶ୍ରୀଚନ୍ଦନଙ୍କ ସ୍ତ୍ରୀ ବର୍ଷା ଶ୍ରୀଚନ୍ଦନ ଓ ତାଙ୍କ ୬ ବର୍ଷର ଶିଶୁପୁତ୍ର ନିଖୋଜ ଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଏକ କୂଅ ଭିତରେ ଶିଶୁର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବର ପାଇ ଜଙ୍କିଆ ଥାନା ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମା’ […]
ରାଉରକେଲା: ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲେ ୨ ପୁଅ। ଦୁଇ ଭଣଜା ମାମୁଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିରା ଗୀର୍ଜା ଟୋଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବଲନ ବରୁଆ। ଅଭିଯୁକ୍ତ ଦ୍ୱୟ ହେଲେ-ଭିକି କୁଜୁର ଓ ଅମନ କୁଜୁର। ପୋଲିସ୍ ଏହି ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ବଲନ ନିଜ ଭିଣୋଇ ଅର୍ଥାତ୍ ଭିକି ଓ ଅମନଙ୍କ ବାପାଙ୍କୁ ହତ୍ୟା କରି ଜେଲ୍ […]
ଭୁବନେଶ୍ୱର: OPSC(Odisha Public Service Commission) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ(OCS)-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ନଭେମ୍ବରରେ ପରୀକ୍ଷା ହେବାର ଥିଲା। ହେଲେ ଏହାକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ଘୁଞ୍ଚିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ସହ ମେନ୍ ପରୀକ୍ଷାର ସୂଚୀ ମଧ୍ୟ ପ୍ରକାଶ ପାଇଛି। ଡିସେମ୍ବର ୭ରେ ପରୀକ୍ଷା ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ଚୌଦ୍ୱାର: ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ। ଏହି ଘଟଣାରେ ପୋଲିସ୍ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଏହି ଘଟଣା ଘଟିଛି। ଗିରଫ ଦ୍ୱୟ ହେଲେ- ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଏବଂ ଓଟିଏମ୍ କଲୋନୀରେ ରହୁଥିବା ସଂଗ୍ରାମ ମହନ୍ତ। ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୪୫ହଜାର ଟଙ୍କା, ୯ ଶହ ଗ୍ରାମ ଓଜନର ଏକ ନକଲି ସୁନା ଇଟା ଓ ୨ଟି […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୬୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ରେ ପହଞ୍ଚିଛି। ଚିହ୍ନଟ ନୂଆ ୧,୬୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୯୪୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୭୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି। Covid-19 Report […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୨୯ ୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ, କଟକ, ନୂଆପଡା, ଅନଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କେନ୍ଦୁଝର, ସମ୍ବଲପୁର, ଜଗତସିଂହପୁରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସୂଚନାଥାଉ କି, […]
ରାଉରକେଲା (ପବନ ତିୱାରୀ): ଡ୍ରାଇଭରଙ୍କ ନାଁରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଡ୍ରାଇଭର ରାଜେନ୍ଦ୍ର ପଲାଇଙ୍କ ନାଁରେ ଏହି GST ଠକେଇ ଅଭିଯୋଗ ହୋଇଛି। ରାଉରକେଲା ସେକ୍ଟର ୨୦ରେ ରହୁଥିବା ରାଜେନ୍ଦ୍ରଙ୍କୁ GST ବିଭାଗ ପକ୍ଷରୁ ୨୮ କୋଟି ୨୮ ଲକ୍ଷ ଟଙ୍କାର ଠକେଇ ନେଇ ନୋଟିସ କରାଯାଇଛି। ୪ କୋଟି ଟଙ୍କା ଜରିମାନା ଦାଖଲ କରିବାକୁ ଡ୍ରାଇଭରଙ୍କୁ କୁହାଯାଇଛି। ଅନ୍ୟପକ୍ଷେ, GST […]