ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାକୁ ନେଇ କମ୍ପିଲା ବିଧାନସଭା। ବିଜେପି, କଂଗ୍ରେସ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପରୀଙ୍କ ଅଭିଭାବକ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଭିଯୋଗ ଆଣିଥିବା ଯୋଗୁ ତୁରନ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିଜେପି ସଦସ୍ୟମାନେ ବ୍ୟାନର୍ ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ସଦସ୍ୟମାନେ ମଧ୍ୟ କୃଷି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟ ପରିଚାଳନା କରିବାରେ ସମ୍ଭବ ନ ହେବାରୁ ବାଚସ୍ପତି ପ୍ରଥମେ […]
ଫୁଲବାଣୀ: ଛିଣ୍ଡି ଯାଇଛି ଜଗାକାଳିଆ ଯୋଡ଼ି। ଜଗାକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି କାଳିଆ। କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଭିତରୁ ଗତକାଲି କାଳିଆର ମୃତ୍ୟୁ ଘଟିଥିଲା। କାଳିଆର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଅନ୍ତ୍ୟେଷ୍ଟି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓ ଉପସ୍ଥିତ ଥିଲେ। ସୂଚନାଥାଉ କି, କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରରେ କାଳିଆର […]
ଭୁବନେସଶ୍ୱର: ଗୃହ ଭିତରେ ଓ ବାହାରେ ସାରା ରାଜ୍ୟରେ ନାନା ତମ୍ବିତୋଫାନ ହେବା ପରେ ଶେଷରେ ପରୀ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଲେ ମନ୍ତ୍ରୀ ଅରୁଣ ସାହୁ। ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ଏହି ଘଟଣାରେ ମୁଁ ଗଭୀର ମର୍ମାହତ ହୋଇଛି ବୋଲି ଅରୁଣ ସାହୁ କହିଛନ୍ତି। ସେ ହିଂସାକୁ ବିରୋଧ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି ବୋଲି ଅରୁଣ କହିଛନ୍ତି। ଏଥିସହିତ ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ […]
ଭୁବନେଶ୍ୱର: ପରୀ ହତ୍ୟାଘଟଣାରେ ସାରା ରାଜ୍ୟ ତାତିବା ପରେ ଏସମ୍ପର୍କରେ ଗୃହ ଭିତରେ ବିବୃତି ରଖିଥିଲେ ମନ୍ତ୍ରୀ ଅରୁଣ ସାହୁ। ଏବେ ଗୃହ ବାହାରେ ସମାନ କଥା ଦୋହାରଇଛନ୍ତି ମନ୍ତ୍ରୀ। ଅରୁଣ କହିଛନ୍ତି, ଏଭଳି ଏକ ସମ୍ବେଦନଶୀଳ ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ, ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ। ମୋ ରାଜନୈତିକ ଜୀବନରେ ହିଂସାର ମୁଁ ଘୋର ବିରୋଧୀ। ଯେକୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ ବୋଲି ଅରୁଣ କହିଛନ୍ତି। ଏଥିସହିତ […]
ପୁରୀ: ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି। ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଜାରି କରାଯାଇଛି। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଜାରି କରାଯାଇଛି। ୧୪୪ ଧାରା ଯୋଗୁଁ ଭକ୍ତ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବେ। ବେଶ ଓଲାଗି ପରେ ଭକ୍ତ ପତିତପାବନଙ୍କୁ ଦର୍ଶନ କରିପାରିବେ। ନାଗାର୍ଜୁନ ବେଶ ଲାଗି ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସହରରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ […]
ଭୁବନେଶ୍ୱର: ଅମାପ ଆୟବହିର୍ଭୁତ ସଂପତ୍ତିର ଅଧିକାରୀ IFS ଅଭୟକାନ୍ତ ପାଠକଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ବି ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଆୟବହିର୍ଭୁତ ସମ୍ପତି ଲିଙ୍କରେ ପୁତୁରା, ପୁଅ ଓ ଡ୍ରାଇଭରକୁ ଅଟକ ରଖି ଭିଜିଲାନସର ପଚରା ଉଟରା କରୁଛି। ଆଇଏଫଏସ୍ଙ୍କ ରାଜକୀୟ ଜୀବନଶୈଳୀର ଚିଠା ଖୋଲୁଥିଲା ବେଳେ ସେପଟେ ପୁଅ ଆକାଶ ପାଠକଙ୍କ କଳା କାରନାମା ବିରୋଧରେ କ୍ରାଇମଂବ୍ରାଞ୍ଚରେ ଠକେଇ ଓ ଜାଲିଆତି ଭଳି ସଙ୍ଗୀନ ଅଭିଯୋଗ ହୋଇଛି। କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି […]
ଭୁବନେଶ୍ୱର: ହୋ ହଲ୍ଲା, ନାରାବାଜି, ପ୍ଳା କାର୍ଡ଼ ପ୍ରଦର୍ଶନ। ପରୀ ପ୍ରସଙ୍ଗରେ ବିଧାନସଭାରେ ଝଡ। ଗୃହ ବାରମ୍ବାର ମୁଲତବୀ ଅଭିଯୁକ୍ତ ବାବୁଲି ନାଏକ ସହ ମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର ଧରି ବିଜେପି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି। ଆଉ ଏହି ପ୍ରତିବାଦରେ କଂଗ୍ରେସ୍ ବି ସାମିଲ ହୋଇଥିଲା। ବିରୋଧୀଙ୍କ ଗୋଟିଏ ଦାବି ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା। ବିଜେପି କହିଛି ପରୀର ପରିବାର ଲୋକ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରିଥିଲେ ବି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତିରେ […]
ପୁରୀ: ଝଲସିବେ ମହାବାହୁ, ଝଲସିବ ରତ୍ନ ସିଂହାସନ। ରାତି ପାହିଲା ବେଳକୁ ରତ୍ନ ସିଂହାସନରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହୋଇ ସାରିଥିବେ ମହାପ୍ରଭୁ। ଜଗନ୍ନାଥ-ବଳଭଦ୍ରଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବେଶ ପରିପାଟି ସହ ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ର ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ଘରୁ ଆଜି ରାତି ଦୁଇଟାରୁ […]
ଭୁବନେଶ୍ୱର: IFS ଅଭୟ ପାଠକଙ୍କ ସମ୍ପତ୍ତିର ଆକଳନ କରିଛି ଭିଜିଲାନ୍ସ ବିଭାଗ। ପ୍ରାୟ ୨ ଦିନ ଧରି ଏହି କୁବେର ଅଫିସରଙ୍କ ଚଢାଉ ପରେ ଅମାପ ସମ୍ପତ୍ତିର ବଡ଼ ଚିଠା ତିଆରି କରିଛି ଭିଜିଲାନ୍ସ। IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ମୁମ୍ବାଇରୁ ଭୁବନେଶ୍ୱର ଆଣିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍।ଭୁବନେଶ୍ୱରରେ ପହଞ୍ଚିବା ପରେ ଆକାଶଙ୍କୁ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଛି। ଅଭୟଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ଓ ୮୦୦ ଗ୍ରାମ ସୁନା ଠାବ ୨୩ […]
ପୁରୀ: ନାଗାର୍ଜୁନ ବେଶର ନୀତି ଆରମ୍ଭ ହୋଇଗଲାଣି। ପ୍ରଥମେ ଦ୍ୱାର ଫିଟା ନୀତି ପରେ ପତିତପାବନ ପୂଜା। #ଦ୍ୱାରଫିଟାନୀତି ଖୋଲିଲା ଦ୍ୱାର, ଦର୍ଶନ ଦେଲେ ପତିତପାବନ#NagarjunaBesha #Odisha #Puri pic.twitter.com/MO2SwL1LXl — ଓଟିଭି (@otvkhabar) November 26, 2020 ଚାଲିଛି ପୂଜାର୍ଚ୍ଚନା, ଏପଟେ ଦର୍ଶନ ଦେଉଛନ୍ତି ପତିତଉଦ୍ଧାରକ ପତିତପାବନ ମହାପ୍ରଭୁଙ୍କ ନାନା ଅସ୍ତ୍ରଶସ୍ତ୍ର ମହାପ୍ରଭୁଙ୍କ ଆଭୂଷଣ ପୂଜା ଚାଲିଛି #NagarjunaBesha pic.twitter.com/aAcmP7uF8x — ଓଟିଭି (@otvkhabar) November 26, 2020 ଆହୁରି ପଢ଼ନ୍ତୁ:ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ […]
ପୁରୀ: ପାଖାପାଖି ୩ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଭୋର୍ ୪ଟା ୪୫ରୁ ନାଗାର୍ଜୁନ ବେଶ ଆରମ୍ଭ ହେବାର ଥିଲା, ହେଲେ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ସକାଳ ୭ଟାରୁ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଥିଲା।ଅଧତ୍କ ସେବାୟତ ନିୟୋଜିତ ହେବା ନେଇ ମଧ୍ୟ ବିବାଦ ହୋଇଥିଲା। ଶେଷରେ ପ୍ରଶାସନ […]
ପୁରୀ: ରତ୍ନ ସିଂହାସନରେ ନାଗାର୍ଜୁନ ବେଶରେ ଝଲସୁଛନ୍ତି ମହାପ୍ରଭୁ। ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଥିବା ନେଇ ବୋଲି ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ। ଜଗନ୍ନାଥ ଓ ବଳଭଦ୍ର ସଜେଇ ହୋଇଛନ୍ତି ବୀର ବେଶରେ। ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ଜଗାବଳିଆ। ଆହୁରି ପଢ଼ନ୍ତୁ: ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ ଜିଲ୍ଲାପାଳଙ୍କ ସୂଚନା […]
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୬୪୪ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୫୯୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୪୩ ଥିବାବେଳେ ଲୋକାଲ କେସ ୨୫୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। । ଆଜି ଖୋଦ୍ଧାରୁ ସର୍ବାଧିକ ୫୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ସୁନ୍ଦରଗଡ ଓ ପୁରୀ । ଏହି ଦୁଇ ଜିଲ୍ଲାରୁ […]
ଭୁବନେଶ୍ୱର: କରୋନା ନେଲା ଆଉ ୧୪ ଜଣଙ୍କ ଜୀବନ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧,୭୧୮ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସୁନ୍ଦରଗଡ଼ରୁ ୪ଜଣ, ଅନୁଗୁଳରୁ ୪ଜଣ, ବାଲେଶ୍ୱର ଓ ଭୁବନେଶ୍ୱରରୁ ୨ଜଣ ଲେଖାଏ, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of fourteen numbers of Covid positive […]
ପୁରୀ: ଆଜି ମହାପ୍ରଭୁ ନାଗାର୍ଜ୍ଜୁନ ବେଶରେ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜମାନ । ଭକ୍ତଙ୍କ କୋଳାହଳରେ ଆଜି କମ୍ପୁଥାନ୍ତା ଶ୍ରୀମନ୍ଦିର। ହେଲେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ନାହିଁ। ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧାବେଶରେ ସଜ୍ଜିତ ହୋଇ ବସିଛନ୍ତି ମହାପ୍ରଭୁ। ୧୬ ପ୍ରକାରର ପାରମ୍ପାରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ପ୍ରଭୁ। ଯାହା ମଧ୍ୟରେ ରହିଛି ଢେଣୁ, ଶିଙ୍ଗା, ତୂଣୀର, ବାଘନଖ, ଖଣ୍ଡା ଓ ମସ୍ତକରେ ଶୋଭିତ ହାଣ୍ଡିଆ। ବେଶ ସତ୍ତ୍ୱାଧିକାରୀ ହରଚଣ୍ଡୀ ସାହି ଚକ୍ରକୋଟ […]
ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବେଳେ ବିରୋଧୀ ଦଳର ନେତାମାନେ ହୋହଲ୍ଲା କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ପରୀ ହତ୍ୟା ମାମଲାରେ ଜୋର ଧରୁଛି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି। ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ […]
ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସେ ଏହି ବୟାନ ଦେଇଛନ୍ତି। ସରପଞ୍ଚ ସୌମ୍ୟରଞ୍ଜନ କହିଛନ୍ତି, ‘ପରୀ ଘଟଣାକୁ ନେଇ ମୁଁ ସମ୍ପୂର୍ଣ୍ଣ ଭାବରେ ମର୍ମାହତ। ପରୀ ହତ୍ୟା ଘଟଣାରେ ଚୂଳରୁ ମୂଳ ଯାଏ ସମ୍ପୃକ୍ତ ଅଛନ୍ତି। ଏହାକୁ ନେଇ ମୁଁ ମୁହଁ ଖୋଲିବାରୁ ବିଭିନ୍ନ ପ୍ରକାର ଧମକ ମିଳୁଛି। ମୋର କିମ୍ବା ମୋ ପରିବାରର […]
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅଡ଼ୁଆରେ ପଡ଼ି ଯାଇଛନ୍ତି IFS ଅଧିକାରୀ ଅଭୟ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଭୟ ପାଠକଙ୍କ ଘର ଚଢାଉ କରିବାସହ ତାଙ୍କ ସମ୍ପତ୍ତିର ଆକଳନ କରୁଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ହସ୍ପିଟାଲ ଯିବା ବେଳେ ଅଭୟ ପାଠକ କହିଛନ୍ତି, କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି। ପୁଅ […]
ଭୁବନେଶ୍ୱର: ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭା ଅଚଳ। ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ରାସ୍ତାକୁ ଓହ୍ଲାଇଛି। ଏପରି ଏକ ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଏହାକୁ ଏକ ଅଛୋଟିଆ ଅଘଟଣ କହିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ । ପରୀ ହତ୍ୟା ଘଟଣାରେ ବିଧାନସଭା ଅଚଳ ଘଟଣାକୁ ନେଇ ସାମ୍ବାଦିକମାନଙ୍କୁ […]
ଭୁବନେଶ୍ୱର: ଆଜି ପୁଣିଥରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ ହୋଇଛି। ଏଥର କେଉଁ ପୀଡ଼ିତ ବାପାମା ନୁହଁନ୍ତି, ବରଂ ଅନ୍ନଦାତା ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଜଣେ ନୁହେଁ କି ଦୁଇ ଜଣ ନୁହେଁ ୩ ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏହି ଚାଷୀମାନେ ହେଲେ ଆଠଗଡ଼ ଅଛଳର। ଏହି ଚାଷୀମାନେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ହେଲେ କିରାସିନି ଢାଳିବା ବେଳେ ଚାଷୀମାନଙ୍କୁ ହଠାତ୍ କାବୁ କରିନେଇଥିଲେ ସେଠାରେ ମୁତୟନ ଥିବା ସୁରକ୍ଷା […]
ଭୁବନେଶ୍ୱର: ଅୟସ ଆରାମ ଲାଇଫ୍ ଷ୍ଟାଇଲରେ ପୁର୍ଣ୍ଣଚ୍ଛେଦ ପଡ଼ିଛି। IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ ଭିଜିଲାନ୍ସ କରିଛି। ବାପା ଅଭୟକାନ୍ତଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ବାପା ପଇସାର ଅପବ୍ୟବହାର ଅଭିଯୋଗରେ ପୁଅ ଆକାଶଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଇଡି କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏତେ ପଇସା ଆସୁଥିଲା କେଉଁଠୁ, ଖର୍ଚ୍ଚ କିପରି ଏହାର […]
ଭୁବନେଶ୍ୱର: ପରୀ ହତ୍ୟାକୁ ନେଇ ସେହି ପଞ୍ଚାୟତର ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିସ୍ଫୋରକ ବୟାନ। ଅଙ୍ଗ ତସ୍କରୀ ପାଇଁ କୁନି ଝିଅଟିକୁ ହତ୍ୟା କରାଯାଇଛି। ପରୀର ଅଙ୍ଗକୁ ନେଇ କେଉଁ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଦେହରେ ପ୍ରତିରୋପଣ କରାଯାଇଛି। ତେଣୁ ଏହି ଘଟଣାକୁ ଚାପି ଦେବା ପାଇଁ ଏତେ ବଡ଼ ଉଦ୍ୟମ ହୋଇଛି। ଏଥିରେ ମୂଳରୁ ଚୂଳ ସମସ୍ତେ ସଂପୃକ୍ତ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ସୌମ୍ୟ। ଏହା ସହିତ ସେ ପଚାରିଛନ୍ତି, ବାବୁଲି ନାୟକକୁ କାହିଁକି […]
ଭୁବନେଶ୍ୱର: ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ। ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଖୋଲିବ ମେଡିକାଲ କଲେଜ। ମେଡିକାଲ କଲେଜ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଗାଇଡଲାଇନ ମାନିବା ସହ SOP ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ACS।
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଧରାପଡିଲା ୪୦୦ ଗ୍ରାମ ସୁନା। ବିମାନରେ ଯିବା ପୂର୍ବରୁ ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି। ଯାତ୍ରୀଙ୍କ ନାଁ ଜୈନୁଲଆବେଦିନ୍ ଏବଂ ସେ ଚେନ୍ନାଇ ଯାଉଥିଲେ ସୁନା ସହ ସଂପୃକ୍ତ ଯାତ୍ରୀଙ୍କୁ କଷ୍ଟମ୍ ବିଭାଗକୁ ହସ୍ତାନ୍ତର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୧୪ ହଜାର ଟଙ୍କା ହେବ। ଯାତ୍ରୀ ଜଣକ ୪ ଖଣ୍ଡ ସୁନା ବିସ୍କୁଟକୁ ଶରୀର ଭିତରେ ଲୁଚାଇ […]
ଭୁବନେଶ୍ୱର: IFS ଅଭୟକାନ୍ତ ପାଠକ ଚାକିରିରୁ ନିଲମ୍ବିତ। ଅଭୟକାନ୍ତଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ଅଭୟ। ଏହା ସହ ଅୟସ ଆରାମ ଲାଇଫ୍ ଷ୍ଟାଇଲରେ ପୁର୍ଣ୍ଣଚ୍ଛେଦ ପଡ଼ିଛି। IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ ଭିଜିଲାନ୍ସ କରିଥିଲା। ଆସନ୍ତା ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ବାପା […]