• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

odisha cm
ସୀମା ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପଡ଼ୋଶୀ ରାଜ୍ୟ ସହିତ ଥିବା ସୀମା ବିବାଦର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ସୀମା ବିବାଦ ରହିଛି। ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ଏହାର ସମାଧାନ ହୋଇପାରିବ। ଏଥିପାଇଁ ସର୍ବଦଳୀୟ ବୈଠକ ଡାକିବା ସହିତ ବିଧାୟକଙ୍କୁ ନେଇ ଗୃହ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହିତ […]

  • Thursday, 01 July 2021
jya narayana mishara
ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏମିତି କହିଲେ ବିଜେପି ନେତା

ସମ୍ବଲପୁର: ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନରେ ଯେଉଁଭଳି ଆର୍ମି ସବୁକିଛି, ଏଠି ବ୍ୟୁରୋକ୍ରାଟ୍ସ ସବୁକିଛି। ତେଣୁ ପାକିସ୍ତାନ ଭଳି, ଓଡ଼ିଶାରେ କିଛି ଫରକ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ରାଜ୍ୟ ସରକାରଙ୍କ ବିରୋଧରେ ଯାଉଛନ୍ତି, ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି। ଏଥିସହ ଦିନ ଦ୍ୱିପ୍ରହରରେ ଭୁବନେଶ୍ୱରରେ […]

  • Thursday, 01 July 2021
ood
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତା ଓ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନଥିବା ପୋଲିସ୍ ଡିଜି ସତ୍ୟପାଠରେ ଦର୍ଶାଇଥିବା ସୂଚନା ଦେଇଛନ୍ତି ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା। ମାମଲାରେ ଗତକାଲି ଡିଜିପିଙ୍କ ପକ୍ଷରୁ ଦାୟର ସତ୍ୟପାଠରେ ଦର୍ଶାଯାଇଛି ଯେ, CRPCର ଧାରା ୧୬୧ ଓ ୧୬୪ରେ ପୀଡ଼ିତା ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ […]

  • Thursday, 01 July 2021
bhubaneswar fog
୭ ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୭ ଜିଲ୍ଲାକୁ ସତର୍କ ସୂଚନା କଲା ପାଣିପାଗ କେନ୍ଦ୍ର। ଘନ କୁହୁଡ଼ି ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୱାର୍ଣ୍ଣିଂ ଜାରି ହୋଇଥିବା ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିସବୁ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦେଖାଯିବ। ସେହିପରି ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି […]

  • Thursday, 01 July 2021
3
ସମାଧାନ ହେବ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ

ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲାର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରେଭିନ୍ୟୁ ସୁପ୍ରଭାଇଜର ପହଞ୍ଚି  ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବିବାଦର ସମାଧାନ ନୁହେଁ, କେବଳ ସ୍ଥିତି ପରଖିବାକୁ ଆସିଥିଲୁ ବୋଲି ଆନ୍ଧ୍ରର ଅଧିକାରୀମାନେ କହିଛନ୍ତି। ବିଶାଖାପାଟଣା ଜିଲ୍ଲାପାଳଙ୍କୁ କୋରାପୁଟ୍ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି। ଉଭୟ ଜିଲ୍ଲାପାଳ […]

  • Thursday, 01 July 2021
hajat mrutyu
ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ପୁରୀରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ପୁରୀ ହସ୍ପିଟାଲ ସାମ୍ନାରେ ପୋଲିସ ସହ ସାଧାରଣ ଜନତା ଏବଂ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ପୋଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି ବୋଲି ଆଜି ଏକ ପ୍ରେସମିଟରେ କହିଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ। ଏସପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୋଲିସ। ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ ସହ […]

  • Thursday, 01 July 2021
helmt
ଏଣିକି ହେଲ୍‌ମେଟ୍‌ ନପିନ୍ଧିଲେ ଲାଇସେନ୍ସ ବାତିଲ୍, ଦେବାକୁ ପଡ଼ିବ ଫାଇନ୍

ଭୁବନେଶ୍ୱର: ରାଜ୍ୟରେ ହେଲମେଟ ନିୟମ ଏଣିକି କଡାକଡି କରାଯିବ। ସୁପ୍ରିମ କୋର୍ଟ କମିଟିଙ୍କ ଉଦବେଗ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ହେଲମେଟ ନିୟମ ନ ମାନିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବା ନେଇ ଆଇନରେ ଯେଉଁ ବ୍ୟବସ୍ଥା ରହିଛି ତାକୁ କଡାକଡି ପାଳନ କରିବାକୁ ରାଜ୍ୟ ସରକାର ପୋଲିସ ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ପୋଲିସ ମହାନିର୍ଦ୍ଦେଶକ ଓ ପରିବହନ କମିସନରଙ୍କୁ ଏ ସଂପର୍କରେ ଏକ […]

  • Thursday, 01 July 2021
tara-bahini-pati
ବିଧାନସଭା ଲାଗି ଶାସକ ବିଜେଡି ଏବଂ କଂଗ୍ରେସର ବୈଠକ ଶେଷ

ଭୁବନେଶ୍ୱର: ଆସନ୍ତା ବିଧାନସଭା ଲାଗି ଶାସକ ବିଜେଡି ଦଳ ବୈଠକ ଶେଷ ହୋଇଛି। ଆସନ୍ତା ଅଧିବେଶନରେ ଗୃହରେ ୧୦ଟି ବିଲ୍ ଆସିବା ନେଇ ବୈଠକ ପରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ। ତା ସହିତ ବିରୋଧୀଙ୍କ ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ଦଳ ପ୍ରସ୍ତୁତ ବୋଲି ବିକ୍ରମ ଆରୁଖ କହିଛନ୍ତି। ଅନ୍ୟପଟେ ବିଧାନସଭା ଅଧିବେଶନ ଲାଗି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ଶେଷ ହୋଇଛି। ବୈଠକରେ ଆସନ୍ତା ଅଧିବେଶନରେ ଦଳର ରଣନୀତିକୁ ନେଇ […]

  • Thursday, 01 July 2021
coronavirus
ଦିନକରେ ସୁସ୍ଥ ହେଲେ ୧୦୧୯ କରୋନା ରୋଗୀ; ଏହି ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ୨ ହଜାର ୭୯୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକ- ୧୦୨, ଖୋର୍ଦ୍ଧା- ୯୫, ଅନୁଗୁଳ- ୭୫, କେନ୍ଦ୍ରାପଡ଼ା- ୫୯ ଜଣ […]

  • Thursday, 01 July 2021
curruption
ଘର ନାଁରେ ଘୋଟାଲା, ନିରୀହଙ୍କୁ ମୋହରା ବନେଇ ଚଳୁ ହେଉଛି ଟଙ୍କା  

କଳାହାଣ୍ଡି:  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାକେଳେଙ୍କାରୀ ସାମ୍ନାକୁ ଆଇଛି। କେଉଁଠି ମଲା ଲୋକ ନାଁରେ ମିଥ୍ୟା ବିଲ୍ କରି ଟଙ୍କା ଚଳୁ ତ ଆଉ କେଉଁଠି ଘର ଖଣ୍ଡିଏ ପାଇଁ ବାସହୀନଙ୍କୁ ନାକେଦମ୍ ହେବାକୁ ପଡୁଛିା ଖାଲି ସେତିକି ନୁହେଁ, କଳାହାଣ୍ଡିରେ ଘର ଖଣ୍ଡିଏ ପାଇଁ ମହିଳା ହିତାଧିକାରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଜଣେ ସରପଞ୍ଚଙ୍କୁ ଗିରଫ କରିଛି ପୋଲିସ୍। ଏଭଳି ଅଭିଯୋଗ ପରେ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଯୋଜନା କାର୍ଯ୍ୟକାରିତାରେ […]

  • Thursday, 01 July 2021
ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇଲେ ହଜାରେ ଟଙ୍କା ଜରିମାନା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌

ଭୁବନେଶ୍ୱର: ଏଣିକି ମହଙ୍ଗା ପଡ଼ିପାରେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇବା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ସହ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ରାଜ୍ୟ ପୋଲିସ୍‌ ଏବଂ ପରିବହନ କମିଶନରଙ୍କୁ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।ପରିବହନ ବିଭାଗ ସଚିବ ପୋଲିସ୍‌ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ରେ ହେଲ୍‌ମେଟ୍ ଆଇନର ଉଲ୍ଲଘଂନ ପାଇଁ ବହୁ […]

  • Thursday, 01 July 2021
ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ

ବିନିକା: ରାଉରକେଲା ଓ ବଲାଙ୍ଗିର ପରେ ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଛି। ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ଆଧାର […]

  • Thursday, 01 July 2021
man
ଯୁବକଙ୍କ ହାତରେ ଅଖା ବ୍ୟାଗ୍‌ ଦେଖି ଧରିଲା ପୋଲିସ୍‌, ବ୍ୟାଗ୍‌ରୁ ବାହାରିଲା...

ଭୁବନେଶ୍ୱର: ଖଣ୍ଡଗିରି ତପୋବନ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଜଣେ ଯୁବକ ଛିଡ଼ା ହୋଇଥିବା ନେଇ ପୋଲିସ୍‌ ଦେଖିବାକୁ ପାଇଥିଲା। ଯୁବକଙ୍କ ନିକଟରେ ଏକ ଅଖା ବ୍ୟାଗ୍‌ ଥିବାରୁ ପୋଲିସ୍‌ର ସନ୍ଦେହ ସୃଷ୍ଟି ହୋଇଥିଲା। ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କ ନିକଟକୁ ଯାଇ ଅଖା ବ୍ୟାଗ୍‌ ଯାଞ୍ଚ କରିବାରୁ ସେଥିରୁ ୩୦ ଲକ୍ଷ ଟଙ୍କା ମିଳିଥିଲା। ଖଣ୍ଡଗିରି ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣା ପରେ ଯୁବକଙ୍କ ବନ୍ଧୁ ଥାନାରେ ପହଞ୍ଚିଛନ୍ତି। ଟଙ୍କା […]

  • Thursday, 01 July 2021
corona
ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୭୫୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୭୫୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୩୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ୩୨୧ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଅନୁଗୁଳ ରୁ ସର୍ବାଧିକ ୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Covid-19 Report For 19th November New Positive Cases: 757 In Quarantine: 436 Local contacts: 321 (Details of […]

corona=1
ଆଖି ବୁଜିଲେ ୧୬ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୦୮  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ବି ଆଗରେ ରହିଛି। ଆଜି ଏଠାରେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ପଛରେ ରହିଛି କଟକ ।  କଟକରେ ଆଜି ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସମ୍ବଲପୁର ଓ […]

Sura-singing
ଗୀତ ଗାଇବେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଗୀତ ଗାଇବେ ବିଧାୟକ ସୁର ରାଉତରାୟ । ତାହା ପୁଣି ରାପ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯିବ । ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶ୍ରୀ ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇବେ। ଅରମାନ ମ୍ୟୁଜିକ […]

  • Thursday, 01 July 2021
ଓଲଟି ପଡ଼ିଲା ଗାଡ଼ି, ବୋହିନେଲେ କୁକୁଡ଼ା

ସୁନ୍ଦରଗଡ଼: ଓଲଟି ପଡ଼ିଲା ଗାଡ଼ି, ବୋହିନେଲେ କୁକୁଡ଼ା। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ  ବଡ଼ବାହାଲ ନିକଟରେ ଏକ କୁକୁଡ଼ା ବୋଝେଇ ଟ୍ରକ୍ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିବା ଦେଖି ସଙ୍ଗେ ସଙ୍ଗେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଡ୍ରାଇଭର, ହେଲ୍‌ପର୍‌ଙ୍କୁ ଉଦ୍ଧାର କରିବା ବଦଳରେ ଲୋକମାନେ କୁକୁଡ଼ା ବୋହି ନେଉଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ହେଲା, ଲୋକମାନେ ଡ୍ରାଇଭର ଓ ହେଲ୍‌ପର୍‌ଙ୍କୁ ଉଦ୍ଧାର କରିବା ବଦଳରେ କିଏ […]

  • Thursday, 01 July 2021
puri-1
ପୋଲିସ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ପରିବାରର ୩ ସଦସ୍ୟଙ୍କୁ ଉଠାଇ ନେଇଛି ପୋଲିସ

ପୁରୀ: ପୋଲିସ ହେପାଜତରେ ପୁରୀର କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଏବେ ବିବାଦ ତେଜୁଛି।  ରମେଶଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ରମେଶଙ୍କ ବାପା, ମାଆ ଓ ଦାଦାଙ୍କୁ ଗତକାଲିଠାରୁ ନେଇ ଯାଇଛି ପୋଲିସ । ଏ ପଯର୍ଯ୍ୟନ୍ତ ସେମାନେ ଘରକୁ ଫେରି ନାହାନ୍ତି । ଏଯାଏ ୩ଜଣ ଘରକୁ ଫେରିନଥିବାରୁ ଘରେ କାନ୍ଦବୋବାଳି ପଡ଼ିଛି । ପୋଲିସ କାହିଁକି ସେମାନଙ୍କୁ […]

  • Thursday, 01 July 2021
ତହସିଲ ଅଫିସ୍‌କୁ ଜାଳିଦେଲେ ଯୁବକ

ରେଙ୍ଗାଲି: ଜମିଜମା କାମର ସମାଧାନ ଲାଗି ବାରମ୍ବାର ଦୌଡ଼ିବା ପରେ ମଧ୍ୟ ସମାଧାନ ନ ହେବାରୁ ଶେଷରେ ତହସିଲ ଅଫିସ୍‌କୁ ଜାଳିଦେଲେ ଯୁବକ। ରାଜୀବ କିଷାନ ନାମକ ଏହି ଯୁବକ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସକୁ ଜାଳି ଦେଇଛନ୍ତି।  ରାଜୀବ ସକାଳ ୧୦ଟା ପୂର୍ବରୁ ତହସିଲ ଅଫିସକୁ ଆସି ଗୋଟିଏ ଟାୟାର ଜାଳି ରେକର୍ଡ ରୁମକୁ ଫିଙ୍ଗି ଦେଇଥିଲେ। ଏହାପରେ ରେକର୍ଡ ରୁମ୍ ଓ କମ୍ପ୍ୟୁଟର ରୁମ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବରେ ଜଳି […]

  • Thursday, 01 July 2021
bishnu-sthi
ଖୁବଶୀଘ୍ର ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ହେବ-ରାଜସ୍ୱ ମନ୍ତ୍ରୀ

ଭବନେଶ୍ୱର: କୋରାପୁଟର ସମ୍ବାଇ ପଞ୍ଚାୟତର ସୀମା ଭିତରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ପରେ  ଦୁଇ ରାଜ୍ୟ ମଧ୍ୟରେ ସୀମାବିବାଦ ତେଜିଛି । ଏହି ବିବାଦ ପ୍ରସଙ୍ଗରେ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଉଭୟ ରାଜ୍ୟର ସ୍ଥାନୀୟ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି । ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ତେବେ ଉଭୟ […]

  • Thursday, 01 July 2021
13
ଆରମ୍ଭ ହେଲା ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ତଦନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।  NHRCଙ୍କ ଗାଇଡଲାଇନ୍ ଅନୁସାରେ ତଦନ୍ତ କରାଯାଉଛି ବୋଲି ପଶ୍ଚିମାଞ୍ଚଳ DIG କବିତା ଜଲାନ କହିଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଥିବାରୁ ପୋଲିସ୍ ଫୋର୍ସ ସଂଖ୍ୟା ବଢ଼ାଯାଇଛି। କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନହେବ ସେ ନେଇ ପୋଲିସ୍ ସଜାଗ ରହିଛି। ଗତକାଲି ତାରିକ୍ ସଲିମ୍ ନାମକ ଜଣେ ବ୍ୟକ୍ତିଙ୍କର ପୋଲିସ୍ ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୋଷ୍ଟମର୍ଟମ ପରେ […]

  • Thursday, 01 July 2021
odisha-hight-court
ହାଇକୋର୍ଟରେ ପହଞ୍ଚିଲା ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା

ପୁରୀ: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ହାଇକୋର୍ଟରେ ପହଞ୍ଚିଛି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଶରତ ରାୟଗୁରୁ ନାମକ ଜଣେ ଆଇନଜୀବୀ। କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଇବାକୁ ସେ ଅପିଲ କରିଛନ୍ତି। ତା ସହିତ ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି ଶରତ। କୋର୍ଟ ମଧ୍ୟ ଶରତଙ୍କ ଆବେଦନକୁ ଗ୍ରହଣ କରି ନେଇଛନ୍ତି। ଆବେଦନ ଗ୍ରହଣ କରିବା ପରେ ସରକାରଙ୍କୁ ରିପୋର୍ଟ ତଲବ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ସହ […]

  • Thursday, 01 July 2021
14
ଷଣ୍ଢ ଚୋରି କରିବାରୁ ସର୍ବ ସମ୍ମୁଖରେ ପୋଲିସ୍‌ ମାରିଲା ଚାପୁଡ଼ା, ଭିଡିଓ ହେଲା ଭାଇରାଲ

ଡେଲାଙ୍ଗ: ଜଣେ ଯୁବକଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗାଁ ଲୋକଙ୍କ ଆଗରେ ଏବଂ ସମସ୍ତଙ୍କ ଉପସ୍ଥିତିରେ ପୋଲିସ୍‌ ଚାପୁଡ଼ା ମାରିଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଡେଲାଙ୍ଗ ମୁନିଁଦା ଗାଁରେ। ଗୋଟିଏ ଘଟଣାର ସମାଧାନ ପାଇଁ ପୋଲିସ୍ ଗାଁରେ ପହଞ୍ଚିବା ପରେ ଉକ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଅଭିଯୋଗ ଅନୁସାରେ ସଂପୃକ୍ତ ଯୁବକ ଗାଁରୁ ଏକ ଷଣ୍ଢ ଚୋରି […]

  • Thursday, 01 July 2021