• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

tara-bahini-pati
ମୁଣ୍ଡ ପିଟିଦେଲେ ତାରା

ଭୁବନେଶ୍ୱର: ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଅପରାହ୍ନ ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ଏମିତିକି ବାଚସ୍ପତିଙ୍କ ସମ୍ମୁଖ ଫାଇଭରରେ ମୁଣ୍ଡ ପିଟି ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏହା ପରେ ବାଚସ୍ପତି ଗୃହକୁ ୧୦ ମିନିଟ୍‌ ପାଇଁ ମୁଲତବୀ କରିଦେଇଥିଲେ। ଏହା ପୂର୍ବରୁ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଥିଲେ। ନିଷ୍ପତ୍ତି ନ […]

  • Thursday, 01 July 2021
custodial
କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ

ପୁରୀ: କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ। ଭାଇରାଲ ମୋବାଇଲ ଭିଡିଓରୁ ମୃତକଙ୍କ ପରିବାର ସହ ଡିଲ୍ ହେଉଥିବା ଶୁଣାଯାଉଛି। ନିଜକୁ ହୋମଗାର୍ଡର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କହି ଜଣେ ଡିଲ୍ କରୁଥିବା ଦେଖାଯାଉଛି। ଏହି ଭିଡିଓରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସ୍କିମ୍‌ରେ ଜାଗା ସହ ଆର୍ଥିକ ସହାୟତା ଦେବାକୁ ବି ସବୁ ଚେଷ୍ଟା କରାଯିବ ବୋଲି ପୋଲିସ୍ ବାବୁ ଜଣଙ୍କୁ କହୁଥିବା ଦେଖିବାକୁ ମିଳିଛି। ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର କେହି ଜଣେ […]

  • Thursday, 01 July 2021
arrest
ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର: ମେଡିକାଲ କଲେଜରେ ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ। ଗିରଫ ଡାକ୍ତର ହେଉଛନ୍ତି ଏକ ଘରୋଇ ଫିଜିଓ ଥେରାପୀ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରେମ ରଞ୍ଜନ ଓଝା। ରାଉରକେଲାର ଏକ ଘରୋଇ ମେଡିକାଲ କଲେଜର MBBS କୋର୍ସରେ ନାମ ଲେଖାଇ ଦେବାକୁ କହି ଲାଞ୍ଚ ନେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ପ୍ରଜ୍ଞା ପ୍ରକାଶ ଦାସ ନାମକ ଜଣେ ଯୁବକ ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଏନେଇ ଅଭିଯୋଗ କରିଥିଲେ। […]

  • Thursday, 01 July 2021
rain
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର ଓ ଯାଜପୁର। ଏହିସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଅନ୍ୟପକ୍ଷେ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ […]

  • Thursday, 01 July 2021
କୁସୁମା ପୋଖରୀ ପୁନରୁଦ୍ଧାର ଓ ନବୀକରଣରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ

ଯାଜପୁର: ଯାଜପୁର ଟାଉନର କୁସୁମା ପୋଖରୀ ପୁନରୁଦ୍ଧାର ଓ ନବୀକରଣରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, କୁସୁମାର ପୁନରୁଦ୍ଧାରରେ ୧୨ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ବିଭାଗରୁ ବିଭିନ୍ନ ପ୍ରକଳ୍ପ ନାଁରେ ଆସି ଏତେ ଟଙ୍କା କୁସୁମାରେ କାହିଁକି ଖର୍ଚ୍ଚ କରାଗଲା ସେନେଇ ପ୍ରଶ୍ନ ଉଠିଛି। ସବୁଠାରୁ ଚର୍ଚ୍ଚାର ବିଷୟ ଏହା ଯେ, କୁସୁମାରେ ଶୌଚାଳୟ ନିର୍ମାଣ ଲାଗି ୨୧ […]

  • Thursday, 01 July 2021
ଷଣ୍ଢ ଉପରେ ଚଢ଼ିଗଲା ଟ୍ରକ୍

ସୋର: ଷଣ୍ଢ ଉପରେ ଚଢ଼ିଗଲା ପଥର ବୋଝେଇ ଟ୍ରକ୍‌। ରାସ୍ତା ଉପରେ ଶୋଇଥିବା ବେଳେ ଏକ ପଥର ବୋଝେଇ ଟ୍ରକ୍‌ ଚଢ଼ି ଯିବାରୁ ୩ଟି ଷଣ୍ଢଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ବାଲେଶ୍ୱର ଜିଲ୍ଲା ସୋରର ବାଗୁଡି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ବାଗୁଡି ଅଞ୍ଚଳରେ ପଥର ଖାଦାନ ଥିବାରୁ ପ୍ରତିଦିନ ଶହ ଶହ ଟ୍ରକ୍‌ ଏହି ରାସ୍ତାରେ ଯାତାୟତ କରିଥାଏ। ଆଜି ସକାଳେ ରାସ୍ତା ପାର୍ଶ୍ୱରେ ୩ଟି ଷଣ୍ଢ ଶୋଇଥିବା ବେଳେ ଏକ ଟ୍ରକ୍‌ ଭାରସାମ୍ୟ […]

  • Thursday, 01 July 2021
ଓଡ଼ିଶାରେ କରୋନା ସ୍ଥିତି: କମୁଛି ଲୋକାଲ କେସ୍, ଦିନକରେ ୬୩୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ୨୬୫ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଛି। Covid-19 Report For 21st November New positive […]

  • Thursday, 01 July 2021
corona
୨୪ ଘଣ୍ଟାରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧,୬୪୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୪୦  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ବଲାଙ୍ଗିର, କଟକ, ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform the demise of fifteen […]

  • Thursday, 01 July 2021
prashant
ସାଲେପୁର ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ନୂଆ ମୋଡ

କଟକ: ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ ଭାଇ। ପୂର୍ବରୁ ଏକ ଜମିଜମା ବିବାଦର ସମାଧାନ କରିବାକୁ ସଂପୃକ୍ତ ଯୁବତୀଙ୍କୁ ବିଧାୟକ ଏକୁଟିଆ ଡାକୁଥିବା ଥାନାରେ ଅଭିଯୋଗ ହୋଇଥିଲା।  ତେବେ ସାଲେପୁର ଥାନାକୁ ଯାଇ ସଂପୃକ୍ତ ଯୁବତୀଙ୍କ ଭାଇ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଭଉଣୀ ମିଛ କହୁଥିବା କହିଛନ୍ତି। ଏନେଇ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଏହି […]

  • Thursday, 01 July 2021
bjp leader ram madhav
ରାଜନୈତିକ ଆକ୍ରୋଶ ରଖି OTV କୁ ହଇରାଣ କରାଯାଉଛି: ରାମ ମାଧବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମୂଳକ ପଦକ୍ଷେପକୁ ନିନ୍ଦା କରିଛନ୍ତି ବିଜେପି ନେତା ରାମ ମାଧବ। ଟ୍ୱିଟ୍ କରି ସେ କହିଛନ୍ତି, ରିପବ୍ଲିକ୍‌ ଟିଭି ବିରୋଧରେ ମହାରାଷ୍ଟ୍ର ସରକାର ଯେପରି ପଦକ୍ଷେପ ନେଉଛନ୍ତି, ସେଭଳି ଢଙ୍ଗରେ ଓଟିଭି ବିରୋଧରେ ଓଡିଶା ସରକାର ପଦକ୍ଷେପ ନେଉଛନ୍ତି। ଚ୍ୟାନେଲ୍ ପ୍ରମୋଟର ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ଓଟିଭିର ଷ୍ଟାଫ୍ ମାନଙ୍କୁ ପୋଲିସ୍‌ ଜାଣିଶୁଣି ହଇରାଣ କରୁଛି। ରାଜନୈତିକ ଆକ୍ରୋଶ ରଖି […]

  • Thursday, 01 July 2021
sakhi
ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା

ପୁରୀ : ପୁରୀ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେଲା ୧୪୪ ଧାରା। ରାତି ପାହିଲେ ଅଁଳା ନବମୀ ଏଥିପାଇଁ ଆଜି ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ମଧ୍ୟରାତ୍ରିରୁ ଏହାକୁ ଲାଗୁ କରାଯିବ। ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଏଥିସହ ମନ୍ଦିର ଚାରିପଟର ୨୦୦ ମିଟର ପର୍ଯ୍ୟନ୍ତ ଏହି ଧାରା ଲାଗୁ ହେବ। ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ […]

  • Thursday, 01 July 2021
hen
କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ

କେନ୍ଦୁଝର: କୁକୁଡ଼ା ମୃତ୍ୟୁକୁ ନେଇ ହତ୍ୟାକାଣ୍ଡ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି। ଗାଁର ଭିମା ଖଣ୍ଡେଇଙ୍କ ପରିବାର ତାଙ୍କ ବାଡିରେ କରିଥିବା ଶାଗ କିଆରିରେ ବିଷ ପକାଇଥିଲେ। ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ କୁକୁଡ଼ା ଏହି ଶାଗ ଖାଇବା ପରେ ମରିଯାଇଥିଲା। ଏହାପରେ ଉଭୟ ପରିବାର ପକ୍ଷରୁ ଗାଁର ୨ଜଣ ଭଦ୍ର ଲୋକ ବାବନ ବେହେରା ଓ ଆନନ୍ଦ ନାୟକଙ୍କୁ ଡାକି ଘଟଣାର ଆପୋସ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। […]

  • Thursday, 01 July 2021
୩୬ ଘଣ୍ଟାରେ ଡିପ୍ରେସନରେ ପରିଣତ ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ୨୫ ତାରିଖ ବେଳକୁ ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]

  • Thursday, 01 July 2021
6
କରୋନା ଯୋଦ୍ଧାଙ୍କ ପାଇଁ ଦୌଡ଼ିବେ ଅବସରପ୍ରାପ୍ତ ଯବାନ

ଢେଙ୍କାନାଳ: କରୋନା ଯୋଦ୍ଧାଙ୍କ ପାଇଁ ଶହେ କିଲୋମିଟର ଦୌଡ। ଏଭଳି ଅଭିନବ ପ୍ରୟାସ କରିଛନ୍ତି ଢେଙ୍କାନାଳ ଜିଲ୍ଲାର ମାର୍ଥାପୁର ଅଞ୍ଚଳର ଅବସରପ୍ରାପ୍ତ ଆର୍ମି ଅଫିସର ସିଦ୍ଧାର୍ଥ ଶଙ୍କର ଦାସ। କରୋନା ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଶହେ କିଲୋମିଟର ମାରାଥନ ଦୌଡ ଆରମ୍ଭ କରିଛନ୍ତି ସିଦ୍ଧାର୍ଥ। ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୭୪ ଜଣ ରନର ନିଜ ନିଜ ସ୍ଥାନରେ ଶହେ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ପତାକା ଧରିବା ସହ ଦୌଡିବେ। ବିଶ୍ୱ ରେକର୍ଡ […]

  • Thursday, 01 July 2021
sahdebkhunta
କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ ଗିରଫ

ବାଲେଶ୍ୱର: ଧରାପଡ଼ିଲା ବଡ଼ ଧରଣର ଡ୍ରଗ୍ସ କାରବାର। ଅଡ଼ର ବଜାରରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ଜଣାପଡ଼ିଛି। ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଚଢ଼ାଉ କରି ସହଦେବଖୁଣ୍ଟା ପୋଲିସ ଜବତ କରିଛି। ପୋଲିସ ହାତରେ ଧରାପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଲେ ମୁନା ଖାଁ। ମୁନା କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ। ଶେଖ ରାଜାକୁ STF […]

  • Thursday, 01 July 2021
puri
ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି

ପୁରୀ : ପୁରୀରେ ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି। ପୁରୀ ବନ୍ଦ ଡାକରା ଦେବାକୁ ବିଜେପି ଯୋଜନା କରୁଛି। ତେବେ ଏଥିପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ ବୋଲି ମୋହନ ମାଝୀ କହିଛନ୍ତ॥ ପୁରୀରେ ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ପ୍ରତିବାଦ […]

  • Thursday, 01 July 2021
puri
ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ: ପୁରୀ ଜିଲ୍ଲାର ନୂଆ ଏସ୍‌ପି ଭାବେ ଆଜି ଦାୟିତ୍ୱ ନେଇଛନ୍ତି କନୱର ବିଶାଲ ସିଂ।  ଜିଲ୍ଲାର ବହୁ ବରିଷ୍ଠ ପୋଲିସ ପଦାଧତ୍କାରୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୁରୀକୁ କିଭଳି ଅପରାଧ ମୁକ୍ତ କରାଯିବ ଏବଂ ଜନସାଧାରଣ କିଭଳି ସୁରକ୍ଷିତ ମନେ କରିବେ, ତା ଉପରେ ଗୁରୁତ୍ୱ ଦେବା ପ୍ରାଥମିକତା ବୋଲି ଦାୟିତ୍ୱ ନେବା ପରେ ସୂଚନା ଦେଇଛନ୍ତି କେ.ଭି. ସିଂହ।  ପୋଲିସ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ […]

  • Thursday, 01 July 2021
drowning
ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ

ମାଲକାନଗିରି: ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ, କେହି ଫେରିଲେନି।  ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି। ଏହି ଅଭାବନୀୟ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ। ସୂଚନା ଅନୁସାରେ, ୨ ଝିଅଙ୍କୁ ସାଙ୍ଗରେ ନେଇ ମା ବିଲକୁ ଧାନ କାଟିବାକୁ ଯାଇଥିଲେ। ବିଲ ପାଖ ପୋଖରୀରେ ଖେଳିବା ବେଳେ ସାନ ଭଉଣୀ ବୁଡ଼ି ଯାଇଥିଲା। ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ମଧ୍ୟ ବୁଡ଼ିଗଲା। ୨ […]

  • Thursday, 01 July 2021
7
ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି

ନବରଙ୍ଗପୁର: ଅଲୋଡ଼ା ନବଜାତ। ଶିଶୁ ପୁତ୍ର ମୋହରେ ଜଣେ ଯଶୋଦା ମାଆ। ପୁଅକୁ ନଦେଲେ ଆତ୍ମହତ୍ୟା କରିଦେବି ବୋଲି ଚେତାବନୀ ଦେଇଛନ୍ତି ଜଣେ ମାଆ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡା ବ୍ଲକ ରେଙ୍ଗାଗୁଡା ଗାଁରେ। ସୂଚନା ଅନୁଯାୟୀ, ଗତ ବୁଧବାର ରେଙ୍ଗାଗୁଡା ଗାଁର ସୁନାତାଇ ହରିଜନ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେଠାରେ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁପୁତ୍ରକୁ ଦେଖି ଘରକୁ ନେଇ ଆସିଥିଲେ। ଗୋଟିଏ ଦିନ […]

  • Thursday, 01 July 2021
school
ସ୍କୁଲ ମିଶ୍ରଣ ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିଲା। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍‌କୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନସିଡୁଲ ଏରିଆରେ […]

  • Thursday, 01 July 2021
enclosure
କାହିଁକି ଏନ୍‌କ୍ଲୋଜରରେ ବାଘୁଣୀ ସୁନ୍ଦରୀ ?

ଭୁବନେଶ୍ୱର: କାହିଁକି ଏନ୍‌କ୍ଲୋଜରରେ ବାଘୁଣୀ ସୁନ୍ଦରୀ ? ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍ ମାରିଲା? ଦୀର୍ଘଦିନ ପରେ ବି ସୁନ୍ଦରୀ ବାବଦରେ କାହିଁକି ନିଆଯାଇ ପାରୁନାହିଁ କୌଣସି ନିଷ୍ପତ୍ତି? ବାଘୁଣୀ ସୁନ୍ଦରୀର ଏଭଳି ଅବସ୍ଥା ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟରେ ରେଡ୍ ଲିଙ୍କସ୍ କନଫେଡେରେସନ୍ ନାମକ ସଂସ୍ଥା ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ମାମଲାର ଶୁଣାଣି କରି ଏ ସମ୍ପର୍କିତ ରିପୋର୍ଟ ସହ ବାଘୁଣୀ ସୁନ୍ଦରୀର ବର୍ତ୍ତମାନର ସ୍ଥିତି […]

  • Thursday, 01 July 2021
pak-ji
ପାକିସ୍ତାନରୁ କେବେ ଫେରିବେ ବାପା ? ପରିଣତ ବୟସରେ ବି ଚାହିଁ ରହିଛି ପୁଅ

ଭଦ୍ରକ: ଦିନେ ବାପାଙ୍କ ଯିବା ବାଟକୁ ଅନେଇ ରହିଥିବା ଅବୋଧ ଶିଶୁ ବିଦ୍ୟାଧର ଏବେ ପରିଣତ ବୟସରେ ବି ସେମିତି ଅନେଇ ରହିଛନ୍ତି ତାଙ୍କ ଫେରିବା ବାଟକୁ। ଏଭିତରେ ବିତିଗଲାଣି ଦୀର୍ଘ ୫୫ ବର୍ଷ। ହେଲେ ନା ତାଙ୍କର ଆଉ ଦେଖା ମିଳିଛି, ନା ଖୋଜଖବର। ଭଦ୍ରକ ଜିଲ୍ଲା ଧାମନଗର କଲ୍ୟାଣୀ ବାସିନ୍ଦା ବିଦ୍ୟାଧରଙ୍କ ବାପା ଆନନ୍ଦ ପତ୍ରୀ ୩୧ ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟ ଜି କଂପାନୀର ସିପାହୀ ଥିଲେ। ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ଘରକୁ […]

  • Thursday, 01 July 2021
EneVJSQVgAABCa9
ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ତଥା ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ୱେଲ‌ଡ୍‌ ମାର୍କଡ୍‌ ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।  ୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରି ଓ ତାମିଲନାଡୁ ମଧ୍ୟ ଦେଇ ଏହା ଉପକୂଳ ଅତିକ୍ରମ କରିପାରେ। ତେବେ ଏହା ଓଡ଼ିଶା ମୁହାଁ ନହୋଇ […]

  • Thursday, 01 July 2021
governor-wife
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଧର୍ମପତ୍ନୀଙ୍କ ପରଲୋକ

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କ ପରଲୋକ ହୋଇଯାଇଛି। ସୁଶିଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଧର୍ମପ୍ରାଣ, ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସୁଶିଳା ଦେବୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଗତ […]

  • Thursday, 01 July 2021
ବାପା ନୁହେଁ ପିଶାଚ; ସୁରକ୍ଷା ଦେବା ବଦଳରେ ଝିଅକୁ ଜାଳି ଦେଲେ

ବଲାଙ୍ଗିର: ସବୁବେଳେ ସବୁ ବିପଦରେ ନିଜ ସନ୍ତାନର ରକ୍ଷାକବଚ ଭଳି ଛିଡ଼ା ହେଉଥିବା ବାପା ଦିନେ ପିଶାଚ ହୋଇଯିବେ, ତାହା କେହି କେବେ ଭାବି ନଥିବେ। ହେଲେ ଜଣେ ବ୍ୟକ୍ତି ନିଜ ଝିଅକୁ ଜାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରୁ ଏଭଳି ଅଭିଯୋଗ ଆସିଛି। ନିଆଁରେ ପୋଡ଼ି ହୋଇ ନାବାଳିକା ଜଣକ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ଘର ଭିତରୁ ସମ୍ପୃକ୍ତ […]

  • Thursday, 01 July 2021