ନୂଆଦିଲ୍ଲୀ: ଏଲଏସିରେ ଚୀନ୍ ଲଗାତର ଅନୁପ୍ରବେଶ କରିବାକୁ ପ୍ରୟାସ କରୁଛି। ତେବେ ଭାରତୀୟ ସେନା ଚୀନର ଏହି ପ୍ରଚେଷ୍ଟାକୁ ବାରମ୍ବାର ଫେଲ୍ କରିଦେଉଛନ୍ତି। କିନ୍ତୁ ଚୀନର ଏଭଳି କାର୍ଯ୍ୟକଳାପକୁ ନେଇ ସୀମାରେ ମଧ୍ୟ ଟେନସନ୍ ବଢ଼ିଯାଇଛି। ତେବେ ଏହି ସୀମା ବିବାଦକୁ ନେଇ ଆଜି ପୁଣି ଥରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ ବସିଛି। ଉତ୍ତେଜନା ହ୍ରାସ ଲାଗି ମୋଲ୍ଡୋରେ ଗତକାଲି ମଧ୍ୟ ବୈଠକ ବସିଥିଲା। ଭାରତ ଶାନ୍ତି ଚାହେଁ, କିନ୍ତୁ କୌଣସି ପରିସ୍ଥିତିରେ ସୀମାର ଅଖଣ୍ଡତା […]
ନୂଆଦିଲ୍ଲୀ: ଆପଣଙ୍କ ଆଧାର କାର୍ଡ ଅପଡେଟ୍ ଅଛି କି ? ଯଦି ହଁ ତେବେ କିଛି ସମସ୍ୟା ନାହିଁ। ଯଦି ନା’ ତା’ହେଲେ ଏବେ ହିଁ କରନ୍ତୁ ଅପଡେଟ୍। ନଚେତ୍ କୌଣସି ବି ମୁହୂର୍ତ୍ତରେ ସମସ୍ୟାରେ ପଡ଼ି ପାରନ୍ତି। ତେଣୁ ଅସୁବିଧାରେ ପଡ଼ିବା ଆଗରୁ ମାତ୍ର ୧୦୦ ଟଙ୍କାରେ କରି ନିଅନ୍ତୁ ଆଧାର କାର୍ଡ଼ ଅପଡେଟ୍। ପରିଚୟ ପ୍ରମାଣ ପାଇଁ ସବୁଠି ଆଧାର କାର୍ଡ ବ୍ୟବହୃତ ହୋଇଥାଏ। ଏଥିରେ ଯଦି କିଛି ଭୁଲ ରହିଯାଏ ସବୁ କିଛି ଭୁଲ […]
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ଦିନିଆ ରୁଷ୍ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକର ଯୋଗଦେବେ, ଯେଉଁଥିରେ ଆଞ୍ଚଳିକ ସୁରକ୍ଷାକୁ ନେଇ ଆଲୋଚନା ହୋଇପାରେ। ସେହିପରି ରୁଷ୍ ପ୍ରତିରକ୍ଷା ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିବା ସହ ପ୍ରତିରକ୍ଷା କ୍ରୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ ରାଜନାଥ ସିଂହ ଆଲୋଚନା କରିବେ ବୋଲି ଜଣାପଡିଛି। ରୁଷ […]
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧୮ ଦିନ ଧରି ଚାଲିବାକୁ ଥିବା ସଂସଦ ଅଧିବେଶନରେ କୌଣସି ଛୁଟି ରହିବ ନାହିଁ। ଅର୍ଥାତ୍ ଏଥର ଶନିବାର ଓ ରବିବାର ମଧ୍ୟ ଉଭୟ ଗୃହ ଚାଲୁରହିବ। କରୋନାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ ପ୍ରତିଦିନ ପ୍ରଥମ ଚାରି ଘଣ୍ଟା ରାଜ୍ୟସଭା ଅଧିବେଶନ ଚାଲିବ ଏବଂ […]
ନୂଆଦିଲ୍ଲ: ଚୂଡ଼ାନ୍ତ ହୋଇଛି ରାମ ମନ୍ଦିର ନକ୍ସା। ଏହି ନକ୍ସାକୁ ମିଳିଛି ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷ (ADA)ଙ୍କ ଅନୁମୋଦନ। ଆଜି ଏ ସଂପର୍କରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକ ବସିଥିଲା। ବୈଠକରେ ସର୍ବସମ୍ମତିକ୍ରମେ ରାମ ମନ୍ଦିର ନକ୍ସାକୁ ଅନୁମୋଦନ ମିଳିଛି। ଆଇନ ଅନୁସାରେ ୨୫ ଏକର ଜମି ପର୍ଯ୍ୟନ୍ତ କୌଣସି ନକ୍ସାକୁ ମଂଜୁରି ଦେଇପାରିବେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ। ୨୫ ଏକରରୁ ଅଧିକ ହେଲେ ବୋର୍ଡର ଅନୁମୋଦନ ଜରୁରୀ। ଆଜିର ବୈଠକରେ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ […]
ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ପ୍ରାଇମ୍ ସସପେକ୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କ୍ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB)। ଗିରଫ ଦୁଇଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଉଭୟଙ୍କୁ ମୁମ୍ବାଇ ଓ ବାନ୍ଦ୍ରାରୁ ଗିରଫ କରିଛି ଏନସିବି। ରିୟାଙ୍କ ସହଯୋଗୀ ସାମୁଏଲ ମିରଣ୍ଡାଙ୍କ ଲିଙ୍କରେ ଏମାନଙ୍କୁ ଗିରଫ କରାଯାଇଛି। ରିୟାଙ୍କ ଭାଇ ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ ବୋଲି […]
ନୂଆଦିଲ୍ଲୀ: ଚୀନ୍ ବିରୋଧରେ ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି। ଭାରତର ସରକାର ତୃତୀୟଥର ଲାଗି ଚାଇନିଜ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି। ଲୋକପ୍ରିୟ ଗେମ୍ ‘ପବ୍ଜୀ’ ସମେତ ମୋଟ ୧୧୮ଟି ଚାଇନିଜ୍ ଆପକୁ ଭାରତ ସରକାର ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ମୋଟ ୨୨୪ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଛି ଭାରତ। ଆପ୍ସକୁ ବ୍ୟାନ୍ କରିବାର ନିଷ୍ପତ୍ତି ଟେଲିକମ୍ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି। ଯେଉଁ ଆପ୍ସ ବ୍ୟାନ୍ କରାଯାଇଛି, ତା’ର ତାଲିକା […]
ବେଙ୍ଗାଲୁରୁ: ଇ-ଟିକେଟିଂ ବେଳେ ସାଇବର୍ ହ୍ୟାକିଂର ଅଭିଯୋଗ ଆସିଥିଲା। ଏ ନେଇ ଚଳିତ ବର୍ଷ ଜାନୁଆରୀରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଯୁବକ ପାଖରୁ ସତ ଓଗାଳିଛି ଆରପିଏଫ୍। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ଇସଲାମାବାଦରେ ବସିଥିବା ହ୍ୟାକର୍ ସହିତ ମିଶି ରେଳ ବିଭାଗ, ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ଅନେକ ସରକାରୀ ସଂସ୍ଥାର ତଥ୍ୟ ହ୍ୟାକିଂ କରୁଥିଲେ। ତେବେ ପିଟିଆଇ ଅଭିଯୁକ୍ତର ନାମ ଏବଂ ପରିଚୟ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖିଛି। ଏଥିରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍ସାଇଟ୍ ଓ ନରେନ୍ଦ୍ର ମୋଦି ମୋବାଇଲ୍ ଆପ୍ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ୧୫ରେ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି। ଏହି ଆକାଉଣ୍ଟ୍ରେ ୨.୫ ମିଲିୟନ ଫଲୋଅର୍ସ ଅଛନ୍ତି। ଜନ୍ ୱିକ୍ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ହ୍ୟାକ୍ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବ୍ସାଇଟ୍ ଓ ନରେନ୍ଦ୍ର ମୋଦି ମୋବାଇଲ୍ ଆପ୍ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍(@narendramodi_in) ଗତକାଲି ବିଳମ୍ବିତ ରାତିରେ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ଜନ୍ ୱିକ୍ (hckindia@tutanota.com) ପକ୍ଷରୁ ଏହି ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ହ୍ୟାକ୍ ପରେ ହ୍ୟାକର୍ସମାନେ ଏହି ଆକାଉଣ୍ଟରେ ଥିବା ଫଲୋର୍ସଙ୍କୁ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ ନ୍ୟାସ୍ନାଳ୍ ରିଲିଫ୍ ଫଣ୍ଡ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏପରିକି ସିରିଜ୍ ଅଫ୍ ଟ୍ୱିଟ୍ […]
ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଉ ପାଦେ ଆଗେଇଲେ ଭାରତର ସରକାର। ସରକାର ଏବେ ବିଭିନ୍ନ ମନ୍ତ୍ରାଳୟ, ବିଭାଗ, ସ୍ୱୟଂଶାସିତ ସଂସ୍ଥାରେ ଛାପା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ଡିଜିଟାଲ ଡକ୍ୟୁମେଣ୍ଟକୁ ଗୁରୁତ୍ୱ ଦିଆଯିବ ବୋଲି ସରକାର କହିଛନ୍ତି। ବିଶେଷ କରି ୱାଲ କ୍ୟାଲେଣ୍ଡର, ଡେସ୍କଟପ୍ କ୍ୟାଲେଣ୍ଡର, ଡାଏରୀ, ଫେଷ୍ଟିଭାଲ କାର୍ଡ ଛାପା ବଦଳରେ ଏହା ଅନଲାଇନରେ ଜାରି କରାଯିବ। ସେହିପରି କଫି ଟେବୁଲ ବୁକ୍ସ ବଦଳରେ ଇ-ବୁକ୍ସର ପ୍ରଚଳନ ଓ ଏହାର ପ୍ରସାର […]
ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସାନ ଭାଇ ଏହସାନ୍ ଖାନଙ୍କର ଆଜି ପରଲୋକ ହୋଇଛି। ୯୨ ବର୍ଷୀୟ ଏହସାନ୍ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। Dilip Saab’s youngest brother Ehsan Khan, passed away few hours ago. Earlier, youngest brother, Aslam had passed away. We are from God […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ କାମ ପାଇଁ ଏପର୍ଯ୍ୟନ୍ତ ଦାନ କରିଛନ୍ତି ୧୦୩ କୋଟି ଟଙ୍କା। ଯେଉଁଥିରେ ବାଳିକା ଶିକ୍ଷାଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଏବଂ କରୋନା ବିରୋଧରେ ଲଢ଼େଇ ପାଇଁ ଗଠନ ହୋଇଥିବା ପିଏମ୍ ମୋଦି କେୟାର ଫଣ୍ଡ୍ ସାମିଲ୍ ଅଛି। ପ୍ରଧାନମନ୍ତ୍ରୀ ମୋଦି ନିଜକୁ ମିଳିଥିବା ଉପହାରର ନିଲାମ ଏବଂ ସଞ୍ଚିତ ଅର୍ଥରୁ ଏହି ଟଙ୍କାର ଯୋଗାଡ଼ କରିଥିବା ସୂଚନା ମିଳିଛି। ଶେଷଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୨.୨୫ […]
ନୂଆଦିଲ୍ଲୀ: ଭାରତ ଗତକାଲି ବ୍ୟାନ କରିଥିବା ୧୧୮ଟି ଚାଇନିଜ୍ ମୋବାଇଲ ଆପ୍ସକୁ ଚୀନ୍ ସରକାର ଜୋରଦାର ବିରୋଧ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ କରି ଚୀନ୍ର ବାଣିଜ୍ୟିକ ମନ୍ତ୍ରଣାଳୟ ଭାରତର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବ ବୋଲି ପ୍ରକାଶ କରିଛି। ଭାରତ ଚାଇନିଜ ନିବେଶକାରୀ ଏବଂ ସେବା ପ୍ରଦାନକାରୀଙ୍କ ଆଇନଗତ ଅଧିକାରକୁ ଭଙ୍ଗ କରୁଛି। ଚୀନ୍ ପକ୍ଷରୁ ଭାରତକୁ ଏହାର ଭୁଲ ସୁଧାରିବାକୁ ଚୀନର ବାଣିଜ୍ୟିକ ମନ୍ତ୍ରଣାଳୟର ମୁଖପାତ୍ର ଗାଓ ଫେଙ୍ଗ କହିଛନ୍ତି। ଏହି ପଦକ୍ଷେପକୁ ପୁନର୍ବିଚାର […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଇଣ୍ଡଷ୍ଟ୍ରୀରେ ନେପୋଟିଜମ୍ ଓ ଡ୍ରଗ୍ସ ଲିଙ୍କକୁ ନେଇ ଲଗାତର ମନ୍ତବ୍ୟ ଦେଇ ଆସୁଛନ୍ତି। ଏବେ କଙ୍ଗନା ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଙ୍ଗନା କହିଛନ୍ତି ଯେ ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନଆସିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। https://twitter.com/KanganaTeam/status/1301413968729210880?s=20 କଙ୍ଗନା ଟୁଇଟ୍ କରିଛନ୍ତି, “ଶିବସେନା ନେତା ସଞ୍ଜୟ ରାଉତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ ମୋତେ ମୁମ୍ବାଇ ନଆସିବାକୁ କହିଛନ୍ତି। ପ୍ରଥମେ ମୁମ୍ବାଇ […]
ମୁମ୍ବାଇ; ଦିଶା ସାଲିଆନ୍ ମୃତ୍ୟୁ ମାମଲାର ଖୋଳତାଡ଼ କରିବ ସିବିଆଇ। ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଦିଶାଙ୍କ ମୃତ୍ୟ କିପରି ହେଲା ? ତାକୁ ନେଇ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବ। ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ହିଁ ଏହାର ତଦନ୍ତ କରିବ। ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ କଣ ଲିଙ୍କ୍ ରହିଛି। ସେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରାଯିବ। ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କ ବୟାନ ପରେ ଦିଶା […]