• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

naveen patnaik
NEET ଟପ୍ପର ସୋଏବଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: NEET ଟପ୍ପର ଓଡ଼ିଆ ପୁଅ ସୋଏବ ଅଫତାବଙ୍କ ସହ ଫୋନ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। NEETରେ ସୋଏବଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ସୋଏବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋଏବ। NEET ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ସୋଏବ। ୭୨୦ରୁ ୭୨୦ ମାର୍କ ରଖି ସର୍ବ […]

  • Friday, 02 July 2021
police
କବରସ୍ଥାନ ନିକଟରେ ବିସ୍ଫୋରଣ, ଜଣେ ମୃତ

କଟକ: ବିସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ। କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନାହାଳପୁର ଗାଁ ପାଖ ଏକ ପଡିଆରେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନାହାଳପୁର ଗାଁର ମିର୍ଜା ମୁସ୍ତାଫ ବେଗ। ନାହାଳପୁର କବରସ୍ଥାନ ନିକଟରୁ ହଠାତ୍ ଏକ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଚାଲି ଆସିଥିଲେ। ମିର୍ଜା ମୁସ୍ତାଫଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ କଟକ ବଡ ମେଡିକାଲ ନିଆଯିବା ବେଳେ […]

  • Friday, 02 July 2021
rain
ଆସୁଛି ବଡ଼ ବର୍ଷା, ସଜାଗ ରୁହ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପୂର୍ବାନୁମାନ ପରେ ଏନେଇ ସଜାଗ ହୋଇଛି ଜଳ ସମ୍ପଦକ ବିଭାଗ। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ବଂଶଧାରା, ନାଗାବଳୀ ଓ ଋ଼ଷିକୁଲ୍ୟାର ଜଳ ଭଣ୍ଡାରରେ ଜଳସ୍ତର ୮୦ ପ୍ରତିଶତରୁ କମ ରଖାଯାଇଛି। ଏବେ ଏହି ନଦୀ ଗୁଡ଼ିକର ବିଭିନ୍ନ ଜଳ ଭଣ୍ଡାରରେ ୬୫ରୁ ୭୦ ପ୍ରତିଶତ ଜଳସ୍ତର ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ୮ଟି ଜିଲ୍ଲାର ନୋଡ଼ାଲ ଅଫିସର୍ ନିଯୁକ୍ତ […]

  • Friday, 02 July 2021
congress
ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଆଜି ସର୍ବ ଭାରତୀୟ କଂଗ୍ରେସ କମିଟି – AICC ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, କଟକ ଜିଲ୍ଲା ପାଇଁ ମାନସ ଚୌଧୁରୀ, କଟକ ସହର ପାଇଁ ଗିରିବାଳା ବେହେରା, ଗଞ୍ଜାମ ପାଇଁ ବିଧାୟକ ରମେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡ଼ା ପାଇଁ ଅଂଶୁମାନ ମହାନ୍ତି, ଖୋର୍ଦ୍ଧା ପାଇଁ ବିଧାୟକ ସୁରେଶ ରାଉତରାୟ, କୋରାପୁଟ ପାଇଁ ମିନାକ୍ଷୀ […]

  • Friday, 02 July 2021
murder
ଗୋଟିଏ ବଳଦ ପାଇଁ ସଡ଼ୁକୁ ପିଟିପିଟି ମାରିଦେଲା ସଡ଼ୁ

ମୟୂରଭଞ୍ଜ: ବୃଦ୍ଧଙ୍କୁ ପିଟି ପିଟି ହତ୍ୟା  କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଲ ହାଟରେ ଏହି ଅଭାବନୀୟ ଘଟଣା ଘଟିଛି। ରବୀନ୍ଦ୍ରନାଥ ନାୟକଙ୍କୁ ତାଙ୍କ ସଡ଼ୁ କାର୍ତ୍ତିକ ନାୟକ ପିଟି ପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ରବୀନ୍ଦ୍ର ତାଙ୍କ ସଡ଼ୁ କାର୍ତ୍ତିକଙ୍କଠାରୁ ଏକ ବଳଦ ଆଣିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେଉଥିଲା। ତେବେ ଗତକାଲି ସନ୍ଧ୍ୟାରେ ରବୀନ୍ଦ୍ର ଅସୁରଖାଲ ହାଟକୁ ଯାଇଥିବା ବେଳେ ସେଠାରେ କାର୍ତ୍ତିକ […]

  • Friday, 02 July 2021
dha
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର: କରୋନା କାରଣରୁ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି। କରୋନା ପର ଠାରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକ ବନ୍ଦ ହୋଇଯାଇଛି। ଯାହା ଫଳରେ ଏହାର ଆଖ ପାଖରେ ବ୍ୟବସାୟ କରି ପରିବାର ଚଳାଉଥିବା ବ୍ୟବସାୟୀଙ୍କର ଅଧିକ କ୍ଷତି ହୋଇଛି। ତେବେ କରୋନା କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଧଉଳି ଶାନ୍ତି ସ୍ତୁପକୁ ଖୋଲିଛି ପର୍ଯ୍ୟଟନ ବିଭାଗ। ଦୀର୍ଘ ୭ ମାସ ପରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଖୋଲା ଯାଇଛି। ବେପାର ଆଶାରେ ବ୍ୟବସାୟୀ ମାନେ […]

  • Friday, 02 July 2021
cm
ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଗତ କିଛି ଦିନ ହେବ ଗଣମାଧ୍ୟମ ଓ ସୂଚନା ଅଧିକାର କର୍ମୀ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେ ବାବଦରେ ସରକାର ଏକ ସ୍ପଷ୍ଟ ଚିତ୍ର ଦେବାର ଆବଶ୍ୟକତା ରହିଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ଖବରକୁ ଆଳ କରି ସାମ୍ବାଦିକଙ୍କ ଉପରେ ସରକାର ଯେଭଳି ଦମନ କରିବାକୁ ଉଦ୍ୟମ କରୁଛନ୍ତି, ତାକୁ ଛାଡ଼ି ସ୍ପଷ୍ଟ ଚିତ୍ର ରଖିବାକୁ […]

  • Friday, 02 July 2021
sur-routray
ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଗତ ୬ ମାସ ଧରି ଘରେ ଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ ସବୁ ବନ୍ଦ ଥିଲା। ହେଲେ ଉପନିର୍ବାଚନ ଥିବାରୁ ପୁରୀ ଗଲେ ମୁଖ୍ୟମନ୍ତ୍ରୀ। ପଲିଟିକାଲ୍ ମାଇଲେଜ୍ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି କରିଥିବା ସୁର ଅଭିଯୋଗ କରିଛନ୍ତି। ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ଦୃଷ୍ଟିରେ ରଖି ନବୀନ ପୁରୀ ଯାଇଥିଲେ। ଗତ ୧୫ ବର୍ଷ ହେବ […]

  • Friday, 02 July 2021
tweet-ex
ଅର୍ଥକୁ ବିକୃତ କରିବାକୁ ବିଜେଡି ଆତୁର: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶା ପୋଲିସ୍‌ ଓ ମହାରାଷ୍ଟ୍ର ପୋଲିସ୍‌କୁ ନେଇ ବୈଜୟନ୍ତ କରିଥିବା ଟ୍ୱିଟ୍‌କୁ ବୁଝିପାରୁନାହାନ୍ତି ବିଜେଡି ନେତା। ଟ୍ୱିଟ୍‌ ନେଇ ସ୍ପଷ୍ଟ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ମୁଁ ଯାହା କହିଥିଲି, ତାହାକୁ ବିକୃତ କରିବାକୁ ବିଜେଡି ଆତୁର। ଯେ କେହି ମୋର ଟ୍ୱିଟ୍ ଓ ସାକ୍ଷାତକାର ପଢ଼ିପାରିବେ। ଓଡ଼ିଶା ପାକିସ୍ତାନ ଭଳି ମୁଁ କହି ନ ଥିଲି। ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୋଲିସ ଭଳି ବ୍ୟବହାର କରୁଛି। […]

  • Friday, 02 July 2021
pinak-mishra
ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର : ଦାଦାବଟି ମାଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡ଼ିଲେ ଅପରାଧିଙ୍କ ନାଁରେ NSAରେ ମାମଲା କରାଯିବ। ଦାଦାବଟିକୁ ନେଇ ଏଭଳି କଡ଼ା ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଗତକାଲି ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ ନେଇ ଘଟିଥିବା ଆକ୍ରମଣ ଘଟଣାରେ ସାମିଲ ୫ ଅଭିଯୁକ୍ତଙ୍କ ବିରୋଧରେ ୮ରୁ ଅଧିକ ମାମଲା ରହିଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସେମାନଙ୍କୁ ଧରିବାକୁ ଏକ ଟିମ୍ ଗଠନ କରାଯାଇଛି। ଦାଦାବଟି ନେଇ ସାଧାରଣ ଲୋକ […]

  • Friday, 02 July 2021
dhenkanal
ବାପା ମୃତ୍ୟୁର ୧୫ ଦିନ ପେର ଖବର ପାଇଁ ହତବାକ ପୁଅ ଓ ପରିବାର

ଢେଙ୍କାନାଳ: ଡାକ୍ତରଖାନାରେ ଛାଡ଼ିଦେଇ ଆସିଥିଲେ ଭଲ ହୋଇ ଫେରିବା ପାଇଁ, ହେଲେ ବାପା ଆଉ ଫେରିଲେନି। ବହୁତ ଖୋଜାଖୋଜି ପରେ ବି କିଛି ଖୋଜ୍‌ଖବର ମିଳିଲାନି। କିନ୍ତୁ ହଠାତ୍‌ ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ଖବର ପାଇଲା ପୁଅ। ୧୫ ଦନ ପୂର୍ବରୁ ଯେ ବାପାଙ୍କ ମୃତ୍ୟୁ ହୋଇସାରିଛି ଏକଥା ଜାଣି ହତବାକ ପୁଅ ଓ ପରିବାର ଲୋକେ। କୌଣସି ଏକ ଫିଲ୍ମର କିମ୍ବା କାହାଣୀ ଭଳି ଘଟିଯାଇଥିବା ଏହି ଘଟଣାଟି ସମ୍ପୂର୍ଣ୍ଣ ସତ। ଢେଙ୍କାନାଳ […]

  • Friday, 02 July 2021
corona
ଭୁବନେଶ୍ୱରରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୨ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ୧୨, ଖଣ୍ଡଗିରି ଓ ନୟାପଲ୍ଲୀରୁ ୯ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଟଙ୍କପାଣି ରୋଡରୁ ୬, ବାପୁଜୀ ନଗରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି BMCରେ କରୋନାରୁ […]

  • Friday, 02 July 2021
khrdha
ଜଟଣୀରେ ଲଗାତର ୭ଟି ବୋମାମାଡ଼; ଘରର କାନ୍ଥ ଭାଙ୍ଗି ଚୁର୍‌ମାର; ୨ ଆହତ

ଖୋର୍ଦ୍ଧା: ଜଟଣୀ ସ୍ଥିତ ମୁଣ୍ଡିଆସାହିରେ ସିରିଜ୍ ବୋମାମାଡ଼ ହୋଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରାୟ ୭ଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ରେ ଜଣେ ପୁରୁଷ ଓ ଜଣେ ମହିଳା ଆହତ ହୋଇଥିବାବେଳେ ସେମାନଙ୍କୁ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏସ୍.କେ.ଶାହାବୁଦ୍ଦିନ ନାମକ ଜଣେ ଯୁବକ ରବୀନ୍ଦ୍ର ପ୍ରଧାନଙ୍କ ଘର ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଘରର ଆଜବେଷ୍ଟସ ଭାଙ୍ଗିବା ସହ ଘର କାନ୍ଥ ବି ଭାଙ୍ଗିରୁଜି ଯାଇଛି। ଏହି […]

  • Friday, 02 July 2021
nirbachan
ଉପନିର୍ବାଚନ ପାଇଁ ତାତିଲାଣି ତିର୍ତ୍ତୋଲ ପାଣିପାଗ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ସରଗରମ ହୋଇଛି ତିର୍ତ୍ତୋଲ ରାଜନୀତି। ନଭେମ୍ବର ୩ରେ ପଡ଼ିବ ଭୋଟ୍ ସେଥିପାଇଁ ସବୁ ଦଳ ନିଜ ନିଜର ମୁଦ୍ଦା ଭୋଟର୍‌ଙ୍କ ପାଖରେ ରଖୁଛନ୍ତି। ୨୦ ବର୍ଷ ବିଜେଡି ସରକାରର ବିଫଳତାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ତିର୍ତ୍ତୋଲରେ ବନ୍ଦ ଥିବା ସୂତାକଳ ଏଯାଏଁ କାର୍ଯ୍ୟକ୍ଷମ ହୋଇ ନପାରିବା, ହଂସୁଆ ନଈ ଦ୍ୱାରା ଜଳମଗ୍ନ ହେଉଥିବା ଚାଷଜମିର ପୁନରୁଦ୍ଧାର, ରାସ୍ତାଘାଟ, ପିଇବା ପାଣି ସମସ୍ୟା ଓ ମହାନଦୀ ଅବବାହିକାରେ ବନ୍ୟାର ସ୍ଥାୟୀ ପ୍ରତିକାରକୁ ମୁଖ୍ୟ ପ୍ରସଙ୍ଗ […]

  • Friday, 02 July 2021
hfhd
ଗାଁ'ରେ ବୁଲୁଛି ବାଘ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନକପୁର ଗାଁ ନିକଟ ସାହାଜଖୋଲ ଜଙ୍ଗଲରେ ବାଘ ଆତଙ୍କ ଖେଳିଯାଇଛି। ଏଥିପାଇଁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଏକ ଗାଈକୁ ବାଘ ମାରିଦେଇଥିବା ବେଳେ ଗାଁ ଆଖପାଖରେ ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ନେଇ ସେମାନେ ବନବିଭାଗକୁ ଖବର ଦେବା ପରେ ବେହେରା ସେକ୍ସନର ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ […]

  • Friday, 02 July 2021
toilet-scam
ମୂଳରୁ ପାଇଖାନା ନାହିଁ, ହେଲେ ଫଳକ ଲାଗିଛି ବାହ୍ୟମଳମୁକ୍ତ ଗାଁ

ପୁରୀ: ପୁରୀ ଜିଲ୍ଲାରେ ପରିମଳ ନାଁରେ ହୋଇଛି ହଜାର ହଜାର ଟଙ୍କାର ଜାଲିଆତି। କେଉଁଠି ଗୋଟିଏ ବି ପାଇଖାନା ନଥିବା ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇ ଫଳକ ଲଗାଯାଇଛି ତ ଆଉ କେଉଁଠି ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି। ପୁଣି କେଉଁଠି ଗୋଟିଏ ପାଇଖାନାରେ ଏକାଧିକ ହିତାଧିକାରୀଙ୍କ ନାଁ ଲେଖାଯାଇ ବିଲ୍ ହୋଇ ଟଙ୍କା ହଡ଼ପ ହୋଇଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍‌ରେ ସାମ୍ନାକୁ ଆସିଛି ପାଇଖାନା ଦୁର୍ନୀତିର ଏଭଳି ସାଙ୍ଘାତିକ ଚିତ୍ର। ଲୋକେ […]

  • Friday, 02 July 2021
recovery-rate
ରାଜ୍ୟରେ ୨୬୧୦ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୧୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା- ୪୩୮, କଟକ- ୨୦୪, ଅନୁଗୁଳ- ୧୪୮, ଯାଜପୁର- ୧୧୯, ବାଲେଶ୍ୱର- ୧୧୩, ସମ୍ବଲପୁର- ୧୦୯, ମୟୂରଭଞ୍ଜ-୯୯, ବଲାଙ୍ଗିର- ୯୫, ନବରଙ୍ଗପୁର- ୯୧, ବରଗଡ଼- ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। 78 from Jagatsinghpur 69 from Bhadrak 68 from Jharsuguda 68 from […]

  • Friday, 02 July 2021
cr
ରାଜ୍ୟରେ ୨୪ ଘଣ୍ଟାରେ ୫ ହତ୍ୟା

ଭୁବନେଶ୍ୱର: ୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା ଅଭିଯୋଗ। ରାଜ୍ୟର ପାଞ୍ଚଟି ସ୍ଥାନରେ ଘଟିଛି ହତ୍ୟା ଭଳି ଜଘନ୍ୟ ଅପରାଧ। କେଉଁଠି ସାମାନ୍ୟ ବଚସା ପାଇଁ କିଏ ସମ୍ପର୍କୀୟଙ୍କୁ କିଏ ପିଟି ପିଟି ମାରିଛି ତ ଆଉ କେଉଁଠି ପୂର୍ବ ବିବାଦରୁ ମୁଣ୍ଡ ନେବାକୁ ପଛାଇନି ପୁରୁଣା ଶତ୍ରୁ। କେବଳ ଆଜିର ଏ ଘଟଣା ନୁହେଁ, ବିଗତ କିଛି ଦିନ ଭିତରେ ରାଜ୍ୟରେ ବଢ଼ି ଚାଲିଥିବା ହତ୍ୟା ଭଳି ଜଘନ୍ୟ ଅପରାଧ ଓ ଅନ୍ୟ ଘଟଣାକୁ ଦେଖିଲେ […]

  • Friday, 02 July 2021
redhakhol-murder-case
ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ; ୧୨ ଗିରଫ

ରେଢ଼ାଖୋଲ: ପାହାଡ଼ରୁ ଯୁବକଙ୍କ ଅଧାପୋଡ଼ା ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ହତ୍ୟା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଯୁଯୁମୁରା ବାନ୍ଦେର ପାହାଡ଼ରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ୨ ଦିନ ତଳେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର। ଏବେ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ିଛି। ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ ହୋଇଛି। ଧରାପଡ଼ିଯିବା ଭୟରେ ତାର […]

  • Friday, 02 July 2021
rain
ଆଜି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ପ୍ରବଳ ବର୍ଷା ନେଇ ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା- ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା। ଏସବୁ ଜିଲ୍ଲା ସହ ଦକ୍ଷିଣ ଓ […]

  • Friday, 02 July 2021
corona
Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୯୮୨ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୯୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୫୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୮୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ରେ ପହଞ୍ଚିଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

  • Friday, 02 July 2021
corona
କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧୧୫୨ରେ ପହଞ୍ଚିଛି। ଭୁବନେଶ୍ୱରରୁ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ସୁବର୍ଣ୍ଣପୁର, ବଲାଙ୍ଗୀର, ଝାରସୁଗୁଡା  ଓ କଟକରୁ ୨ ଜଣ ଲେଖାଏ ଆକ୍ରାନ୍ତ ଆଖିବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଆଜି ଦୁଇ ହଜାରରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ […]

  • Friday, 02 July 2021
orissa high court
ଘରୋଇ ସ୍କୁଲ ଫି ଛାଡ଼ ମାମଲା; ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଘରୋଇ ସ୍କୁଲ ଫି ଛାଡ଼ ସଂପର୍କିତ ମାମଲାରେ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ । ସ୍କୁଲ ଫି ଛାଡ଼ ସଂପର୍କିତ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଆଗତ କିଛି ଇଣ୍ଟରଭେନ୍ସନ୍ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ଏହି ପିଟିସନକୁ କୋର୍ଟ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏଥିସହ ୭ ଦିନ ମଧ୍ୟରେ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । […]

  • Friday, 02 July 2021
police
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ଯୋଡ଼ା ଖଣିଅଞ୍ଚଳ ତ୍ରିବେଣୀ ଓ MTLL କମ୍ପାନୀରୁ ଛଟେଇ ଶ୍ରମିକମାନେ ଆଜି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଖଣି କମ୍ପାନୀ ଶତାଧିକ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରିଥିବା ଅଭିଯୋଗ ନେଇ ଶ୍ରମିକ ମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।  ତେବେ ଏହି ସମୟରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟିହୋଇଥିବା […]

  • Friday, 02 July 2021