• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

parliament
ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ଶେଷ ହୋଇପାରେ ସଂସଦର ମୌସୁମୀ ଅଧିବେଶନ । ଅକଟୋବର ୧ ତାରିଖରେ ସରିବାକୁ ଥିଲେ ବି କରୋନା ସଂକ୍ରମଣ କାରଣରୁ ଆସନ୍ତା ବୁଧବାର ହିଁ ସଂସଦର ସତ୍ର ଶେଷ କରିବାକୁ ବିଜ୍ନେସ୍ ଆଡ୍ଭାଇଜରି କମିଟି ବୈଠକରେ ଆଲୋଚନା ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ ବିରୋଧୀ ଦଳଙ୍କ ସହ ଆଲୋଚନା ପରେ ବିରୋଧୀ ବି ଅଧିବେଶନ ଶୀଘ୍ର ସାରିବା ନେଇ ସହମତି ହେବାରୁ […]

  • Saturday, 03 July 2021
ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍‌। ଅଧିକ ଆଲୋଚନା ପାଇଁ ବିଲ୍‌କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ବିରୋଧୀ ଦଳ ଗୁଡ଼ିକ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ଅଗ୍ରାହ୍ୟ ହୋଇଛି। ପୂର୍ବରୁ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିବାରୁ ଏବେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ଓ gazette‌ରେ ପ୍ରକାଶ ପାଇବା ପରେ ତାହା ଆଇନରେ ପରିଣତ ହେବ। ଏହି ବିଲ୍ ଉପରେ ଆଜି […]

  • Saturday, 03 July 2021
tiktok
ଆମେରିକାରେ ଚୀନ୍ କମ୍ପାନୀ Tiktokକୁ କିଣିବ Oracle

ୱାଶିଂଟନ୍‌‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆମେରିକାର ସଫ୍ଟୱେର କମ୍ପାନୀ ଓରାକଲକୁ ଭିଡିଓ ଶେୟାରିଂ ଆପ୍‌ କମ୍ପାନୀ ବାଇଟ୍‌‌ଡାନ୍ସ (ByteDance) କୁ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଟ୍ରମ୍ପ ରବିବାର ସାମ୍ବାଦିକମାନଙ୍କୁ କହିଛନ୍ତି, ୱାଲମାର୍ଟ ବି ଏହି ବୁଝାମଣାରେ ଏକ ଅଂଶୀଦାର ରହିଛି। ଏହା ଟେକ୍ସାସରେ ଥିବା ନୂଆ କମ୍ପାନୀର ନିର୍ମାଣ ଦେଖିବ। ଆମେରିକା ଟିକଟିକ୍‌‌ର ପରିଚାଳନା କରିବ। ସେ ଆହୁରି କହିଛନ୍ତି, ଏହି ବୁଝାମଣାରେ ଏକ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଦାନ ସୂତ୍ରରେ ମିଳିଥିବା ପାଞ୍ଚ […]

  • Saturday, 03 July 2021
nabaz
ରାଜନୀତିକୁ ଫେରୁଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ !

ନୂଆଦିଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ଦୀର୍ଘ ଏକ ବର୍ଷ ଅନ୍ତର୍ଦ୍ଧାନ ରହିବା ପରେ ଦେଶର ରାଜନୀତିକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପିପିପି ଅଧ୍ୟକ୍ଷ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀ ଇମ୍ରାନ ଖାଁ ସରକାର ବିରୋଧରେ ଆନ୍ଦୋଳନ କରିବା ପାଇଁ ରବିବାର ଡିଜିଟାଲ ସମ୍ମେଳନର ଅୟୋଜନ କରିଛନ୍ତି । ଦେଶର ତିନି ବିରୋଧୀ ଦଳକୁ ନେଇ ଏହି ସମ୍ମେଳନ କରାଯାଇଥିଲା । ଏହି ସମ୍ମେଳନରେ ଭାଗ ନେବା ପାଇଁ ସେ ନବାଜ ସରିଫଙ୍କୁ ଆମନ୍ତ୍ରଣ […]

  • Saturday, 03 July 2021
building collapsed
ଭୁଶୁଡ଼ି ପଡ଼ିଲା ୩ ମହଲା କୋଠା: ୧୦ ମୃତ

ମୁମ୍ବାଇ: ମୁମ୍ବାଇ ନିକଟ ଭିୱାଣ୍ଡିରେ ୩ ମହଲା କୋଠା ଭୁଶୁଡ଼ି ପଡ଼ିବା ଯିବା ଯୋଗୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ଗତକାଲି ବିଳମ୍ବିତ ରାତି ୩ଟା ୪୦ମିନିଟ୍‌ ସମୟରେ ଭିୱାଣ୍ଡିର ପଟେଲ୍‌ କମ୍ପାଉଣ୍ଡ୍‌ରେ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାଟି ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳୁ ୩୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।ଉଦ୍ଧାର କାର୍ଯ୍ୟରେ NDRF ଟିମ୍, ଦମକଳ ବାହିନୀ ଓ ପୋଲିସ୍‌ ଟିମ୍‌ ସାମିଲ ହୋଇଛନ୍ତି।

  • Saturday, 03 July 2021
taj mahal
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ତାଜମହଲ

ଆଗ୍ରା: ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଛି। ଆଗ୍ରା ଦୁର୍ଗ ମଧ୍ୟ ଆଜିଠୁ ଖୋଲିଛି। ମହାମାରୀ କରୋନା ଯୋଗୁ ମାର୍ଚ୍ଚ ୧୭ରୁ ଉଭୟ ବିଶ୍ୱ ଐତିହ୍ୟ ସ୍ଥଳ ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍‌ ସୁରକ୍ଷା ଗାଇଡଲାଇନ୍ସକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହାସହ ସାମାଜିକ ଦୂରତା ବଜାୟ ରଖିବା […]

  • Saturday, 03 July 2021
ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ୍

ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ୮ ସାଂସଦଙ୍କୁ ରାଜ୍ୟସଭାରୁ ସସ୍‌ପେଣ୍ଡ୍ କରାଯାଇଛି।  କୃଷି ବିଲ୍ ଆଲୋଚନା ବେଳେ ହଙ୍ଗାମା କରିଥିବା ଏହି ୮ ସାଂସଦଙ୍କୁ ସପ୍ତାହେ ପାଇଁ ସସ୍‌ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କେୟା ନାଇଡୁ ଏମାନଙ୍କୁ ସସ୍‌ପେଣ୍ଡ୍ କରିଛନ୍ତି। ସସ୍‌ପେଣ୍ଡ୍ ହୋଇଥିବା ଏହି ୮ ସାଂସଦ ହେଲେ- ଡେରେକ୍ ଓବ୍ରାଏନ୍,ସଞ୍ଜୟ ସିଂ, ରାଜୁ ସତାଭ୍‌,କେକେ ରାଗେଶ,ରିପୁନ ବୋରା,ଡୋଲା ସେନ୍‌, ସୟଦ୍‌ ନାଜିର୍‌ ହୁସେନ୍‌ ଓ ଏଲାମରନ୍‌ କରିମ୍‌। ସୂଚନାଥାଉ କି, ଗତକାଲି […]

  • Saturday, 03 July 2021
darbar move
ବନ୍ଦ ହେଲା କାଶ୍ମୀରର ୧୫୦ ବର୍ଷର ‘ଦରବାର ମୁଭ୍’ ପ୍ରଥା

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ବଦଳି ଯିବ ୧୫୦ ବର୍ଷ ଧରି  ଚାଲି ଆସୁଥିବା ପ୍ରଥା।  ଆଉ ପ୍ରତି ୬ ମାସରେ ଜମ୍ମୁ କାଶ୍ମୀରରେ  ହେବନି ଦରବାର ସ୍ଥାନାନ୍ତର। ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଯାଇ  ବୁଧବାର ଏହି ପ୍ରଥାକୁ ବନ୍ଦ କରି ଦିଆଯାଇଛି।…

  • Saturday, 03 July 2021
ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ନୂଆଦିଲ୍ଲୀ: ଅନ୍‌ଲକ୍‌ ୪ ଗାଇଡ୍‌ଲାଇନ୍ସ ସହ ଆଜିଠୁ କିଛି ରାଜ୍ୟରେ ଆଂଶିକ ଭାବେ ସ୍କୁଲ୍‌ ଖୋଲିଛି। ଅନ୍‌ଲକ୍‌ ୪ରେ ଆଂଶିକ ଭାବେ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ମିଳିଛି। ଅଭିଭାବକଙ୍କ ପରାମର୍ଶ ଏବଂ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ହିଁ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ ବୋଲି କୁହାଯାଇଛି। ହରିୟାଣା, ଜମ୍ମୁ ଓ କଶ୍ମୀର, ପଞ୍ଜାବ, ହିମାଚଳପ୍ରଦେଶ, ତାମିଲନାଡୁ, […]

  • Saturday, 03 July 2021
rafale
ଏଣିକି ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍

ନୂଆଦିଲ୍ଲୀ: ଶତ୍ରୁକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି। ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍। ସପ୍ତଦଶ ସ୍କ୍ୱାଡ୍ରନରେ ମହିଳା ପାଇଲଟ ସାମିଲ ହେବାକୁ ଯାଉଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ୍ ରାଫେଲ୍ ବାୟୁସେନାରେ ସାମିଲ ହେବା ପରେ ବହୁଗୁଣିତ ହୋଇଛି ଭାରତର ବାୟୁ ଶକ୍ତି। ଚଳିତ ମାସ ଅମ୍ବାଲା ଏୟାରବେସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଭେଣ୍ଟିନ୍ […]

  • Saturday, 03 July 2021