ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର କୁଲ୍ଗାମ ଜିଲ୍ଲାରେ ଥିବା ଜବାହର ଟନେଲ୍(ସୁଡ଼ଙ୍ଗ) ନିକଟରୁ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଗୁଇନ୍ଦା ସୂଚନା ମିଳିବା ପରେ, ଗତକାଲି ମଧ୍ୟରାତ୍ରରେ ଜାମ୍ମୁରୁ ଶ୍ରୀନଗର ଆସୁଥିବା ଗୋଟିଏ ଟ୍ରକ୍କୁ ରାଜ୍ୟ ପୋଲିସ ଓ ସୁରକ୍ଷାକର୍ମୀମାନେ ଜବାହର ସୁଡ଼ଙ୍ଗ ନିକଟରେ ଅଟକାଇଥିଲେ। ଏହାସହ ଟ୍ରକ୍ ଡ୍ରାଇଭର ଓ ଏଥିରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବାରୁ ଉଭୟେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି […]
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ଏଲ୍ଏସିରେ ଗୁଳି ଫୁଟିବା ପରେ ସାମ୍ନାକୁ ଆସିଛି ଘଟଣା ପଛର ଚିତ୍ର ।ସଶସ୍ତ୍ର ହତିଆର ସହ ଭାରତୀୟ ପୋଷ୍ଟ ଆଡ଼କୁ ଚୀନ୍ ସେନା ମାଡି ଆସୁଥିବାର ଫଟୋ ସାମ୍ନାକୁ ଆସିଛି । ମିଡ଼ିଆରେ ଜାରି ଫଟୋରୁ ଜଣା ଯାଇଛି, ପିଏଲ୍ଏର ପ୍ରତ୍ୟକ ସୈନିକ ହାତରେ ଅସ୍ତ୍ରଶସ୍ତ୍ର ଧରିଛନ୍ତି । ପ୍ରାୟ ୫୦ରୁ ଅଧିକ ଚୀନ୍ ସୈନିକ ହାତରେ ଲୁହା ରଡ୍, ବାର୍ଛା, ତେଣ୍ଟା ଧରି ଭାରତୀୟ ପୋଷ୍ଟ ଆଡକୁ ଆସୁଛନ୍ତି ଏଥିରୁ ଅନୁମାନ […]
ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଯୋଗାଉ ଯୋଗାଉ ଟଳି ପଡ଼ିଥିଲେ ଯବାନ ଭୂପିନ୍ଦର ଚୌହାନ । ସହୀଦ ଭୂପିନ୍ଦରଙ୍କ ମରଶରୀର ତାଙ୍କ ଜନ୍ମମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରାଜକୀୟ ସମ୍ମାନର ସହ ତାଙ୍କର ଅନ୍ତମ ସଂସ୍କାର କରାଯିବ । ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ପହଞ୍ଚୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହିତ ଯବାନ ଏବଂ ଲୋକ ପ୍ରତିନିଧି ମଧ୍ୟ ପହଞ୍ଚିଛନ୍ତି । ସୂଚନାଥାଉ କି, ଚରଖି ଦାଦରୀ ଜିଲ୍ଲାର ବାସ୍ ଗ୍ରାମର […]
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଆସନ୍ତା ୧୩ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ସୂଚନାଥାଉ କି, ନିକଟରେ ଲଗାତାର ୩ଟି ଲଘୁଚାପ ସୃଷ୍ଟି ହେବା ଫଳରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
bollywood Actress Kangana Ranaut arrives at Mumbai's Chhatrapati Shivaji Maharaj International Airport
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇରେ ପହଞ୍ଚିବା ମାତ୍ରକେ ନିଜର ଦମ୍ ଦେଖାଇଛନ୍ତି। କଙ୍ଗନା ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ତୁମକୁ କ’ଣ ଲାଗୁଛି, ତୁମେ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ’ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛ। ଆଜି ତୁମେ ମୋ ଘର ଭାଙ୍ଗିଛ, […]
ନୂଆଦିଲ୍ଲୀ:ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଥିବାବେଳେ ଭାରତ କିନ୍ତୁ ବନ୍ଧୁତାର ହାତ ଛାଡ଼ିନି । ମଙ୍ଗଳବାର ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ପଟୁ ପଶି ଆସିଥିବା ୧୩ଟି ୟାକ୍ ଏବଂ ୪ଟି ଶାବକଙ୍କୁ ଫେରାଇ ଦେଇଛି । ଏମାନେ ସମସ୍ତେ ଏଲଏସି ପାର ହୋଇ ଅରୁଣାଚଳ ପ୍ରଦେଶକୁ ପଶି ଆସିଥିଲେ । ଭାରତୀୟ ସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି, ଚୀନ ପଟୁ ପଶି ଆସିଥିବା ୟାକମାନଙ୍କୁ ଫେରାଇ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ୨୦୨୧ର ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା କରାଇବାରେ ମୁଖ୍ୟ ସୂତ୍ରଧର ଲାଗି ଟ୍ରମ୍ପଙ୍କୁ ମନୋନୀତ କରାଯାଇଛି। ନରୱେର ସଂସଦ ଖ୍ରୀଷ୍ଟିଆନ୍ ଟାଇବ୍ରିଙ୍ଗ୍-ଗଜେଡ୍, ଟ୍ରମ୍ପଙ୍କ ନାଁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଟାଇବ୍ରିଙ୍ଗ୍-ଗଜେଡ୍ କହିଛନ୍ତି, ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ। ଟ୍ରମ୍ପ କେବଳ ଇସ୍ରାଏଲ୍ ଓ ୟୁଏଇ ମଧ୍ୟରେ ଶାନ୍ତିର […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଖୋଲାଖୋଲି ନିଜର ମତ ଉପସ୍ଥାପନା କରୁଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମର୍ଥନ କରିଛନ୍ତି। ଅଙ୍କିତା କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ଏକ ଫଟୋ ଶେଆର୍ କରିଛନ୍ତି। ଏଥିରେ କଙ୍ଗନା ଝାନସୀର ରାଣୀ ଲୁକରେ ନଜର ଆସୁଛନ୍ତି। ଏହି ଫଟୋ ଶେଆର୍ କରି ଅଙ୍କିତା ଲେଖିଛନ୍ତି, ‘ବ୍ରେଭ୍ ହାର୍ଟ, ଆପଣଙ୍କୁ ଆହୁରି ଶକ୍ତି ଓ ଭଲପାଇବା ମିଳୁ।’ View this post on […]
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ ହେବ ଲଢୁଆ ଯୁଦ୍ଧ ବିମାନ ରାଫେଲ୍। ବାୟୁସେନାର ସେଭେଣ୍ଟିନ୍ ସ୍କ୍ୱାଡର୍ନରେ ସାମିଲ ହେବ ଏହି ଏୟାରକ୍ରାଫ୍ଟ। ଅମ୍ବାଲା ଏୟାରବେସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଗତ ଜୁଲାଇ ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିଥିଲା। […]
ଭୁବନେଶ୍ୱର/ପାଟନା: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ୍ ଯୋଗେ କଥା ହୋଇଛନ୍ତି। ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ଲାଗି ନୀତିଶ କୁମାର, ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଫୋନ୍ ବାର୍ତ୍ତାଳାପ ବେଳେ ନୀତିଶ କହିଛନ୍ତି ଯେ, ତାଙ୍କ ଦଳ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରାଯାଇଛି। ତେଣୁ […]
ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଭାରତ-ବାଂଲାଦେଶ ସୀମାରେ ଏକ ବିରଳ ପ୍ରଜାତିର ଝିଟିପିଟି ଜବତ କରାଯାଇଛି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ଝିଟିପିଟି ପୁଣି ବିରଳ ପ୍ରଜାତିର କ’ଣ ? ହଁ, ଏହି ଝିଟିପିଟି ବିରଳ ପ୍ରଜାତିର ଏବଂ ଦୁର୍ମୂଲ୍ୟ । ହଜାର ବା ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ଏହାର ଦାମ୍ । ଏହି ବିରଳ ପ୍ରଜାତି ଝିଟିପିଟିର ନାମ ଟୋକେ ଗେକୋ(Tokay Gecko) । ବିଏସ୍ଏଫ ଜବାନ ୧୪ଟି ଏହି ବିରଳ […]