• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bhangada
ଗେଟ୍‌ ଭିତରେ କୁକୁର: ବାହାରେ ଭାଙ୍ଗଡ଼ା ନାଚି ଚିଡ଼ାଇଲେ ଛୋଟ ସର୍ଦ୍ଦାର; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଛୋଟପିଲାମାନେ ସାଧାରଣ ବହୁତ ଦୁଷ୍ଟାମୀ କରିଥାନ୍ତି। ଚଗଲା ମନ ଯୋଗୁ ଅନେକ ସମୟରେ ସେମାନେ ଏମିତି ଢଙ୍ଗ ଦେଖାନ୍ତି ଯେ ଯିଏ ଦେଖିବ ସିଏ ହସିବ। ଛୋଟ ପିଲାଙ୍କ ଦୁଷ୍ଟାମୀ ଦେଖି କେହି କେହି ଚିଡ଼ିଗଲେ ମଧ୍ୟ ବେଳେ ବେଳେ ଏହା ଖୁବ୍‌ ମଜା ଲାଗେ। ଏବେ ସେହିଭଳି ଏକ ଛୋଟ ପଞ୍ଜାବୀ ପିଲାର ଚପଳାମିର ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି। ଭିଡିଓରେ ଗେଟ୍‌ ଭିତରେ ଥିବା ଦୁଇଟି କୁକୁରଙ୍କୁ ଭାଙ୍ଗଡ଼ା(ପଞ୍ଜାବର ଲୋକ ନୃତ୍ୟୁ) କରି […]

  • Friday, 02 July 2021
prakash-javedkar
ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍‌ଲାଇନ ଜାରୀ

ନୂଆଦିଲ୍ଲୀ: ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଟିଆର୍‌ପି ଜାଲିଆତି କରୁଥିବା ନେଇ ଜାତୀୟ ସ୍ତରରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍‌ଲାଇନ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। କାର୍ଯ୍ୟକ୍ରମ ପ୍ରସାରଣ ବେଳେ କେବୁଲ ଟେଲିଭିଜନ ନେଟୱର୍କ(ରେଗୁଲେସନ) ଆକ୍ଟ ୧୯୯୫ ଅଧିନରେ ଥିବା ପ୍ରୋଗାମ କୋଡ ନିୟମ ନମ୍ବର ୬କୁ ମାନିବାକୁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଏହି ନିୟମ ବିଷୟରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ଯେ ଘରୋଇ […]

  • Friday, 02 July 2021
black-money
ସ୍ୱିସ୍‌ ବ୍ୟାଙ୍କରେ କଳାଟଙ୍କାର ଦ୍ୱିତୀୟ ତାଲିକା ପାଇଲା ଭାରତ

ନୂଆଦିଲ୍ଲୀ: ସୁଇସ୍‌ ବ୍ୟାଙ୍କରେ କଳାଧନର ଦ୍ୱିତୀୟ ତାଲିକା ଭାରତକୁ ମିଳିଛି। ଚୁକ୍ତି ଅନୁସାରେ ସ୍ୱିଜରଲ୍ୟାଣ୍ଡ ସରକାର କଳାଟଙ୍କାର ଦ୍ୱିତୀୟ ସୂଚନା ଭାରତ ସରକାରଙ୍କୁ ଦେଇଛନ୍ତି। ଭାରତ ସମେତ ୮୬ଟି ଦେଶକୁ ୩୧ ଲକ୍ଷ ଆକାଉଣ୍ଟଧାରୀଙ୍କ ତଥ୍ୟ ଦିଆଯାଇଛି। ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ଭାରତ ସମେତ ୭୫ଟି ଦେଶକୁ କଳା ଟଙ୍କାର ତାଲିକା ଦେଇଥିଲେ ସ୍ୱିଜରଲ୍ୟାଣ୍ଡ ସରକାର। ଅଟୋମେଟିକ ଏକ୍ସଚେଞ୍ଜ ଅଫ୍ ଇନଫରମେସନ ଜରିଆରେ ସ୍ୱଜରଲ୍ୟାଣ୍ଡର ଫେଡରାଲ ଟ୍ୟାକ୍ସ ଆଡମିନଷ୍ଟ୍ରେସନ(ଏଫ୍‌ଟିଏ) କଳା ଟଙ୍କାର ସୂଚନା ଆଦାନ ପ୍ରଦାନ କରୁଛି। […]

  • Friday, 02 July 2021
main
ସାମନାକୁ ଆସିଲା ନିଶା ବେପାରୀଙ୍କ ନୂଆ କାରସାଦି

ଭୁବନେଶ୍ୱର: ଗଞ୍ଜେଇ ଚୋରା ଚାଲାଣରେ ଦିନକୁଦିନ ନୂଆ ନୂଆ ତରିକା ଦେଖିବାକୁ ମିଳୁଛି। ପୋଲିସ୍ ଡାଳେ ଡାଳେ ଗଲେ, ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି। ଆଖିରେ ଧୂଳି ଦେଇ ଖସିଯିବାକୁ ଏକରୁ ବଳି ଆରେକ ଅଭିନବ ଉଦ୍ୟମ କରାଯାଉଛି। ନିଶା ବେପାରୀଙ୍କ ନୂଆ ନୂଆ କାର୍ସାଦି ବାରମ୍ବାର ସାମ୍ନାକୁ ଆସୁଛି। ଗତରାତିରେ କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ଚାଟୁଆ ଅଞ୍ଚଳରୁ ଏକ ଡିଜେଲ୍ ଟ୍ୟାଙ୍କର୍‌କୁ ନନ୍ଦପୁର ପୋଲିସ ଧରିଛି। ଏଥିରୁ ପ୍ରାୟ ୬୦୦ କିଲୋ ଗଞ୍ଜେଇ ଜବତ […]

  • Friday, 02 July 2021
tiktok
ଚାଇନିଜ ଆପ୍ ଟିକ୍‌ଟକ୍‌ କୁ ବ୍ୟାନ୍‌ କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଲୋକପ୍ରିୟ ଚାଇନିଜ୍ ଆପ୍‌ ଟିକ୍‌ଟକ୍‌। ପାକିସ୍ତାନ ସରକାର ଏହି ଆପ୍‌କୁ ବ୍ୟାନ୍ କରିଦେଇନ୍ତି। ଏହା ପୂର୍ବରୁ ଭାରତ ଓ ଆମେରିକାରେ ମଧ୍ୟ ଟିକ୍‌ଟକ୍‌ ବ୍ୟାନ୍ ହୋଇସାରିଛି। ଆପ୍‌ ବ୍ୟାନ୍‌ ନେଇ ଦେଶଗୁଡ଼ିକ ଭିନ୍ନ ଭିନ୍ନ କାରଣ ଦର୍ଶାଉଥିଲେ ମଧ୍ୟ ଏହାର ନିର୍ମାତା କମ୍ପାନୀ ByteDance କୁ ବହୁତ ବ୍ୟବସାୟିକ କ୍ଷତି ସହିବାକୁ ପଡ଼ୁଛି। ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ବେଆଇନ୍‌ ଅନ୍‌ଲାଇନ୍‌ କଣ୍ଟେଣ୍ଟକୁ ରୋକିବା ପାଇଁ କମ୍ପାନୀ ଟିକ୍‌ଟକ୍‌ ଆପ୍‌ରେ କୌଣସି […]

  • Friday, 02 July 2021
vvz
ପାକିସ୍ତାନକୁ ତଥ୍ୟ ଦେଉଥିବା ଅଭିଯୋଗରେ ହାଲ୍‌ କର୍ମଚାରୀ ଗିରଫ

ମୁମ୍ବାଇ: ପାକିସ୍ତାନକୁ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହେଲେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍‌)ର କର୍ମଚାରୀ। ଏହି କର୍ମଚାରୀ ଜଣକ ହାଲ୍‌ ବିଷୟରେ ସମସ୍ତ ଗୋପନ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା(ISI)କୁ ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ ଡିସିପି ବିନୋଦ ରାଠୋଡ୍ ସୂଚନା ଦେଇ କହିଛନ୍ତି “ ନାସିକର ରାଜ୍ୟ ଆଣ୍ଟି ଟେରୋରିଜିମ୍‌ ସ୍କ୍ୱାଡ୍‌ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ସନ୍ଧାନ ପାଇଥିଲା। ବ୍ୟକ୍ତି ଜଣକ ନିୟମିତ ଭାବରେ ISI ସହିତ ସମ୍ପର୍କରେ ଥିଲେ। ଦୀପକ ଶୀରସାଥ ନାମକ […]

  • Friday, 02 July 2021
kngana
କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଥିରୁଭନନ୍ତପୁରମ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ବଢ଼ିଲା ଅଡ଼ୁଆ। କଙ୍ଗନାଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ। କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ କଙ୍ଗନା କରିଥିବା ବିବାଦୀୟ ଟ୍ୱିଟ୍‌ ପାଇଁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କଙ୍ଗନାଙ୍କ ବିବାଦୀୟ ଟ୍ୱିଟ୍‌କୁ ନେଇ କେରଳର ଟୁମ୍‌କୁର JMFCକୋର୍ଟରେ କ୍ରିମିନାଲ କେସ୍‌ ରୁଜୁ କରିଥିଲେ ଜଣେ ଆଇନଜୀବି। କୋର୍ଟ ଏହାର ଶୁଣାଣି କରି କ୍ୟାଥସାନ୍ଦ୍ର ପୁଲିସ୍‌ ଷ୍ଟେସନର ସର୍କଲ ଇନସପେକ୍ଟରଙ୍କୁ ଏଫଆଇଆର ରୁଜୁ […]

  • Friday, 02 July 2021
encounter
କୁଲଗାମରେ ଏନ୍‌କାଉଣ୍ଟର; ୨ ଆତଙ୍କୀ ନିହତ

ଶ୍ରୀନଗର;  ଜାମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର। କୁଲଗାମ ଜିଲ୍ଲାରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଅପରେସନ ଜାରି ରହିଥିବାରୁ ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇପାରି ନାହିଁ । ସୂଚନା ଅନୁସାରେ, ଚିଙ୍ଗମ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା। ପୋଲିସ ଓ ଆର୍ମିର ଜିିରୋ ଓ୍ୱାନ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ବାହିନୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପୋଲିସ ଓ […]

  • Friday, 02 July 2021
train
ଆଜିଠୁ ଟ୍ରେନ୍‌ ଟିକେଟ୍‌ ରିଜର୍ଭେସନ୍‌ ନିୟମରେ ପରିବର୍ତ୍ତନ, ଜାଣନ୍ତୁ କ’ଣ ଏହି ନିୟମ...

ନୂଆଦିଲ୍ଲୀ: ଆଜିଠୁ ଟ୍ରେନ୍‌ ଟିକେଟ୍‌ ରିଜର୍ଭେସନ୍‌ ‌ ନିୟମରେ ପରିବର୍ତ୍ତନ ହୋଇଛି। ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍‌ ୩୦ ମିନିଟ୍‌ରୁ ୫ମିନିଟ୍‌‌ ମଧ୍ୟରେ ମଧ୍ୟ ଟିକେଟ୍‌ ବୁକ୍‌ କରିହେବ। ଆଜିଠୁ ରିର୍ଜଭେସନ୍ ଚାର୍ଟର ଏହି ପୁରୁଣା  ନିୟମ ଲାଗୁ ହୋଇଛି। ଏହି ନିୟମ ପୂର୍ବରୁ ମଧ୍ୟ ଥିଲା। ହେଲେ କରୋନା ମହାମାରୀ ସମୟରେ ଏହା ସମ୍ଭବପର ହେଉ ନ ଥିଲା। ହେଲେ ପୁଣିଥରେ ଏହି ନିୟମ ଆଜିଠୁ ଲାଗୁ ହୋଇଛି। ରେଲ୍‌ୱେର କହିବା ମୁତାବକ […]

  • Friday, 02 July 2021
1111
ଦଳିତ ବୋଲି ମିଟିଂରେ ତଳେ ବସିଲେ ମହିଳା, ଭିଡିଓ ଭାଇରାଲ

କୁଡ୍ଡଲୋର: ତାମିଲନାଡୁର କୁଡ୍ଡଲୋର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଏକ ପଞ୍ଚାୟତ ବୈଠକରେ ସମସ୍ତ ସଦସ୍ୟ  ଚେୟାରରେ ବସିଥିଲେ ମଧ୍ୟ ଜଣେ ଦଳିତ ମହିଳାଙ୍କୁ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁଡ୍ଡଲୋରରେ ପଞ୍ଚାୟତ ଅଧ୍ୟକ୍ଷ ବୈଠକ ବସିଥିଲା। ବୈଠକରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିଲା। ହେଲେ ବୈଠକରେ ଯୋଗ ଦେଇଥିବା ଜଣେ ମହିଳାଙ୍କୁ ଚେୟାର ଦିଆଯାଇ […]

  • Friday, 02 July 2021
mike
ଲଦାଖ ବୋର୍ଡରେ ୬୦ ହଜାର ଯବାନ ମୁତୟନ କରିଛି ଚୀନ: ଆମେରିକା

ୱାଶିଂଟନ: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଭିତରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ବିରୋଧରେ ଚାଇନା ଷଡ଼ଯନ୍ତ୍ରକୁ ପଦାରେ ପକାଇଛନ୍ତି। ଚୀନ ବିବାଦୀୟ ସୀମା ରେଖାରେ ପ୍ରାୟ ୬୦ ହଜାର ଯବାନ ମୁତୟନ କରି ରଖିଛି ବୋଲି ପମ୍ପିଓ କହିଛନ୍ତି। ତା ସହିତ କ୍ୱାଡ୍‌ ଦେଶଙ୍କୁ ଚାଇନା ପକ୍ଷରୁ ବିପଦ ରହିଛି ବୋଲି ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି। ନିକଟକରେ ମାଇକ ପମ୍ପିଓ ଟୋକିଓରେ କ୍ୱାଡ ଦେଶର ବୈଠକରେ […]

  • Friday, 02 July 2021
HATHRASH
ଯୌନ ନିର୍ଯାତନା ଅଭିଯୋଗ ଥିଲେ ପୋଲିସ ଏତଲା ଗ୍ରହଣ କରିବାକୁ ବାଧ୍ୟ

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ମହିଳାଙ୍କ ସୁରକ୍ଷା ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ପ୍ରତି କଡ଼ା ପଦକ୍ଷେପ ନେବାକୁ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଚିଠି ଲେଖାଯାଇଛି। ଯୌନ ନିର୍ଯାତନା ଅଭିଯୋଗ ଥିଲେ ପୋଲିସ ଏତଲା ଗ୍ରହଣ କରିବାକୁ […]

  • Friday, 02 July 2021
shayara-bano
ବିଜେପିରେ ମିଶିଲେ ତିନି ତଲାକ ବିରୋଧରେ ଲଢ଼ିଥିବା ଶାୟରା ବାନୋ

ନୂଆଦିଲ୍ଲୀ: ତିନି ତଲାକ ବିରୋଧରେ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ିଥିବା ମୁସଲମାନ ମହିଳା ଶାୟରା ବାନୋ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ ବିଜେପି ନେତା ତଥା ରାଜ୍ୟ ବିଜେପି ସଭାପତି ବଂଶୀଧର ଭଗତଙ୍କ ଉପସ୍ଥିତିରେ ଶାୟରା ଆଜି ଦେହରାଡୁନ ଠାରେ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଶାୟରାଙ୍କ ସାମିଲ୍‌ ନେଇ ଉତ୍ତରାଖଣ୍ଡ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି। ଦଳ ଟ୍ୱିଟ୍‌ରେ ଲେଖିଛି “ ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାହସୀ ମହିଳା […]

  • Friday, 02 July 2021
chirag
ବାପାଙ୍କୁ ମୁଖାଗ୍ନି ଦେବା ବେଳେ ଅଚେତ୍ ହୋଇ ତଳେ ପଡ଼ିଗଲେ ଚିରାଗ: ଦେଖନ୍ତୁ ଭିଡିଓ

ପାଟନା: ବାପାଙ୍କୁ ହରାଇବା ପରେ ପୁଅ କେମିତି ବେସାହାରା ମନେ କରେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟକର। କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶ୍ୱାନ ଦେହାନ୍ତ ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଅବସ୍ଥା ବି ଠିକ୍‌ ସେହିପରି। ବାପାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଚିରାଗ। ଆଜି ରାମ ବିଲାଶଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ବେଳେ ଧୈର୍ଯ୍ୟ ରଖି ପାରିନଥିଲେ ଚିରାଗ। ମୁଖାଗ୍ନି ଦେବା ପରେ ପରେ ହିଁ ସେ ସେଇଠି ଅଚେତ୍‌ ହୋଇପଡ଼ିଥିଲେ। ରାମ […]

  • Friday, 02 July 2021
earthquake
ବିଳମ୍ବିତ ରାତିରେ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ବିଷ୍ଣୁପୁର: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଗତକାଲି ରାତିରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରେକର୍ଡ କରାଯାଇଛି। National Center for Seismologyର ସୂଚନା ଅନୁସାରେ, ରାତି ୧୧ଟା ୮ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବିଷ୍ଣୁପୁରରୁ ୩୦ କି.ମି. ଦୂରରେ ଥିଲା। ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

  • Friday, 02 July 2021
ଇଞ୍ଜିନିୟରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ୍‌, ରଚା ଯାଇଥିଲା ଏମିତି ଷଡ଼ଯନ୍ତ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାସ ହୋଇଛି। ପ୍ରତିଶୋଧ ପରାୟଣ ହୋଇ ଏହି ଅପହରଣ କରାଯାଇଥିବା ନେଇ ପୋଲିସ୍‌ କହିଛି। ଏହି ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ ମାମଲା ଉପରୁ ପରଦା ହଟିଛି। ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ପିଅନ ଅଫିସ୍‌ରେ ନ ଜଣାଇ ଅନେକ ସମୟରେ ଅନୁପସ୍ଥିତ ରହୁଥିଲେ। ଏହି କାରଣରୁ ତାଙ୍କ ବିରୋଧରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]

  • Friday, 02 July 2021
delhi
ଯୁବତୀଙ୍କ ସହ ଫ୍ରେଣ୍ଡ୍‌ଶିପ୍‌କୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା !

ନୂଆଦିଲ୍ଲୀ: ଯୁବତୀଙ୍କ ସହ ବନ୍ଧୁତ୍ୱକୁ ନେଇ ୧୮ ବର୍ଷୀୟ ଛାତ୍ରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଏଭଳି ଅଭିଯୋଗ ଆସିଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ଜଣଙ୍କୁ ପୋଲିସ୍‌ ହେପାଜତକୁ ନିଆଯାଇଥିବା ସୂଚନା ମିଳିଛି। ମୃତ ଛାତ୍ର ହେଲେ ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ନିବାସୀ ରାହୁଲ। ଆକ୍ରମଣ ପୂର୍ବରୁ ସିସିଟିଭି ଫୁଟେଜରେ ରାହୁଲଙ୍କୁ ଜଣେ ଯୁବତୀଙ୍କ ସହ ଦେଖିବାକୁ ମିଳିଥିଲା। ପୋଲିସ୍‌ ସୂଚନା ଅନୁସାରେ, ରାହୁଲ ଜଣେ ଯୁବତୀଙ୍କ ସହ ବନ୍ଧୁତ୍ୱ […]

  • Friday, 02 July 2021
ପୋଲିସ୍‌ SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଗିରଫ

ଗୌହାଟି: ଆସାମରେ ପୋଲିସ୍‌ ସବ୍‌-ଇନ୍ସପେକ୍ଟର(SI) ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଜଣଙ୍କୁ ଗିରଫ କରାଯାଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଜବତ କରାଯାଇଛି। ପ୍ରଶ୍ନପତ୍ର ଲିକ୍‌ର ମୁଖ୍ୟ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି ଆସାମ ପୋଲିସ ଡିଜି ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି। ସୂଚନାଥାଉ କି, ସେପ୍ଟେମ୍ବର ୨୦ରେ ଆସାମର ପୋଲିସ୍ SI ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ଯୋଗୁ State Level Police Recruitment Board (SLPRB) ପରୀକ୍ଷାକୁ […]

  • Friday, 02 July 2021