• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

East Coast Railway(ECoR) Recruitment 2020
ECoR Recruitment 2020: ଏହି ପଦବୀ ପାଇଁ ଜାରି ହେଲା ଇଣ୍ଟରଭିୟୁ ତାରିଖ

ନୂଆଦିଲ୍ଲୀ: ଇଷ୍ଟ କୋଷ୍ଟ ରେଲୱେ (ECoR) କେତେଗୁଡ଼ିଏ ଚୁକ୍ତିଭିତ୍ତିକ Lab Assistant Grade II, ରେଡିଓ ଗ୍ରାଫର ଏବଂ ଅନ୍ୟ କେତେକ ପଦ ପଦବୀ ପୂରଣ କରିବାକୁ ଯାଉଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସିଧାସଳଖ ସାକ୍ଷାତକାରକୁ ଆସିବା ପାଇଁ ଆହ୍ୱାନ କରିଛି ଇଷ୍ଟକୋଷ୍ଟ । କୋଭିଡ-୧୯ ପାଣ୍ଡାମିକ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ  ସେଣ୍ଟ୍ରାଲ ହସ୍‌ପିଟାଲ ପାଇଁ ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେବା ପାଇଁ  ସ୍ପଷ୍ଟ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ସମୟରେ […]

bell
ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି, ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ ଶବ୍ଦ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି। ଯାହାର ଓଜନ ୬୧୩ କିଲୋଗ୍ରାମ, ଉଚ୍ଚତା ୪.୧ ଫୁଟ୍ ଓ ଚଉଡ଼ା ୩.୯ ଫୁଟ୍ ବୋଲି ଜଣାପଡ଼ିଛି। ଏପରିକି ଏହି ଘଣ୍ଟି ବାଜିଲେ ଏଥିରୁ ‘ଓମ୍‌’ ଶବ୍ଦ ମଧ୍ୟ ଶୁଭିବ। ଖାଲି ଏତିକି ନୁହେଁ ଘଣ୍ଟିରୁ ଶବ୍ଦ ବାହାରିଲେ ଏହା ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ। ଚେନ୍ନାଇ ସ୍ଥିତ ଲିଗାଲ୍ ରାଇଟ୍ସ କାଉନସିଲ୍ ପକ୍ଷରୁ ତାମିଲନାଡୁର ରାମେଶ୍ୱରମରୁ ବାହାରିଥିବା ‘ରାମ ରଥଯାତ୍ରା’ ଅଯୋଧ୍ୟାରେ ପହଞ୍ଚି ପରେ ଏହି […]

  • Saturday, 03 July 2021
12134145
ଭାରତୀୟ ମିଡିଆକୁ ଧମକ ଦେଲା ଚୀନ, ମୁହଁତୋଡ ଜବାବ ଦେଲା ତାଇୱାନ

ନୂଆଦିଲ୍ଲୀ: ଚୀନ ଲଗାତାର କେବଳ ଭାରତ ପ୍ରତି ନୁହେଁ, ହଙ୍ଗକଙ୍ଗ ଏବଂ ତାଇବାନ ପ୍ରତି ମଧ୍ୟ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି। ଏଇ କ୍ରମରେ ଚୀନ୍‌ର ସରକାରୀ ମିଡିଆ ଭାରତକୁ ‘ତାଇୱାନ ନାଶନାଲ ଡେ’ ରେ ତାକୁ ସ୍ୱତନ୍ତ୍ର ରାଷ୍ଟ୍ର ପରି ସମ୍ମାନ ନ ଦେବାକୁ ଚେତାବନୀ ଦେଇଛି। ଅକ୍ଟୋବର ୧୦ ତାରିଖ ପଡ଼ୁଛି ତାଇୱାନର ନାଶନାଲ ଡେ’ । ତେଣୁ ଚୀନ ଚାହୁଁଛି, ଭାରତ ତାଇବାନ ସହ ସ୍ୱତନ୍ତ୍ର ଦେଶ ପରି ବ୍ୟବହାର ନ କରୁ। […]

  • Saturday, 03 July 2021
Cloudy
ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା: ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ କ୍ଷେତ୍ର ସୃଷ୍ଟ ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ […]

  • Saturday, 03 July 2021
pande
ମିଳିଲାନି ଟିକେଟ; ନିରାଶ ହେଲେ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟଣା: ଜେଡିୟୁରୁ ଟିକେଟ ପାଇବା ଆଶାରେ ପୋଲିସ ପଦବୀରୁ ଇସ୍ତଫା ଦେଇଥିବା ବିହାର ଡିଜିପି ତଥା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଚର୍ଚ୍ଚିତ ପୋଲିସ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେ ପୁଣି ନିରାଶ ହୋଇଛନ୍ତି। ଏଥର ମଧ୍ୟ ତାଙ୍କୁ ଟିକେଟ ମିଳୁନି ବୋଲି ସେ ନିଜେ ସୂଚନା ଦେଇଛନ୍ତି। ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ଦଳ କେମିତି ଜିତିବ ସେଥିନେଇ କାମ କରିବାକୁ ସେ ତାଙ୍କ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ଜେଡିୟୁର ଦୁଇ […]

  • Saturday, 03 July 2021
wb
ପୋଲିସ-ବିଜେପିକର୍ମୀ ଖଣ୍ଡଯୁଦ୍ଧ; ଦଳୀୟ କର୍ମୀଙ୍କୁ ଗୋଡ଼ାଇ ପିଟିଲେ

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାର-ବିଜେପି ମଧ୍ୟରେ ବିବାଦ ବଢି ବଢି ଆଜି ଖଣ୍ଡଯୁଦ୍ଧରେ ପରିଣତ ହୋଇଛି। ଆଜି ବିଜେପି ପକ୍ଷରୁ ନବାନ୍ନା ଚଲୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ କେହି ମାନି ନ ଥିଲେ । ଶହ ଶହ ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ। ଏହାକୁ ନେଇ କୋଲକାତାରେ ବିଜେପି କର୍ମୀ ଓ ପୋଲିସ୍ ମଧ୍ୟରେ ସୃଷ୍ଟି ହୋଇଛି ଏହି ଖଣ୍ଡଯୁଦ୍ଧ। କରୋନା କଟକଣାକୁ ଖିଲାପ କରି ଆୟୋଜିତ ହୋଇଥିବା […]

  • Saturday, 03 July 2021
scholl
ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ଜ୍ୱଳ ହେଲା

ଭୁବନେଶ୍ୱର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ଜ୍ୱଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦ୍ଦେଶ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା କଟକଣାଜନିତ କାରଣରୁ ୬ ମାସ ହେଲା ବନ୍ଦ ଥିଲା। ଏଥିଯୋଗୁ ସ୍କୁଲ୍ ସଫା ସୁତରା କରିବା ପାଇଁ ଆଜି ନିର୍ଦ୍ଦେଶ ହୋଇଛି। ସରକାରଙ୍କର ଏପରି ନିର୍ଦ୍ଦେଶ ପରେ ସ୍କୁଲ୍‌ ଖୋଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। କୋଭିଡ୍-୧୯ କାରଣରୁ […]

  • Saturday, 03 July 2021
lewis-gluck
ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପ୍ରାଇଜ୍ ଘୋଷଣା ପରେ ଆଜି ସାହିତ୍ୟ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଛି। ଆମେରିକୀୟ କବୟତ୍ରୀ ଲୁଇସ ଗ୍ଲକ୍‌ ଏଥର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ। ସ୍ୱେଡିଶ ଆକାଡେମୀର ସ୍ଥାୟୀ ସଚିବ ମାଟ୍ସ ମାଲ୍‌ମ ଷ୍ଟକ୍‌ହୋମ୍‌ ଠାରେ ଏହି ପୁରସ୍କାର ଘୋଷଣା କରିଛନ୍ତି। କିଛି ବର୍ଷ ପରେ ପୁଣିଥରେ ସାହିତ୍ୟ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଛି। ସ୍ୱେଡିଶ୍ ଆକାଡେମୀର ବିରୋଧରେ ଆସିଥିବା […]

  • Saturday, 03 July 2021
ramvilash
କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶଓ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶଓ୍ୱାନଙ୍କ ଦେହାନ୍ତ ହୋଇଛି। ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଏଲ୍‌ଜେପି ନେତା ତଥା ମୋଦି ସରକାରର ମନ୍ତ୍ରୀ ରାମବିଳାସ ପାଶୱାନ। ଦେହାନ୍ତ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶଓ୍ୱାନ। ଚିରାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ” ବାପା ଏବେ ଆପଣ ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ମୁଁ ଜାଣିଛି ଆପଣ ଯେଉଁଠି ବି ଥିବେ ସବୁବେଳେ ମୋ ସହିତ […]

  • Saturday, 03 July 2021