• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

r
ଏୟାର ଫୋର୍ସ ଡେ'‌ରେ ଭାଗ ନେବ ଶକ୍ତିଶାଳୀ ରାଫେଲ୍

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତ ଏବଂ ଚୀନ ସୀମାରେ ବିବାଦ ଲାଗି ରହିଛି। ଚୀନ ସେନାକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତର ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତ ରହିଛି। ଜଳ, ସ୍ଥଳ ଏବଂ ଆକାଶ ପଥରେ ଚୀନ ସେନାର ମୁକାବିଲା କରିବା ପାଇଁ ଆବଶ୍ୟକ ଯୁଦ୍ଧ ସରଞ୍ଜାମ ମୁତୟନ କରାଯାଇଛି। ଚୀନ ସେନାକୁ ପ୍ରତିରୋଧ କରିବା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ସ୍ଥାନରେ ବାୟୁ ସେନା ମୁତୟନ ରହିଛି। ସବୁ ପ୍ରତିକୂଳ ପରିସ୍ଥିତିର […]

  • Saturday, 03 July 2021
sc
ହାଥ୍‌ରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସର ତଥାକଥିତ ଗଣଦୁଷ୍କର୍ମ ଘଟଣା ସଂପର୍କିତ ଏକ ମାମଲାର ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଘଟଣାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରିବା ଦାବି ନେଇ ହୋଇଥିବା ଜନିସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ପୋଲିସର ଅବହେଳା ଯୋଗୁ ଏଭଳି ଏକ ଘଟଣା ଘଟିଲା । ଏଣୁ ଏହାର ନିରପେକ୍ଷ ତଦନ୍ତ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରାଯିବାର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ […]

  • Saturday, 03 July 2021
mask
୧୫ରୁ ଖୋଲିବ ସ୍କୁଲ କଲେଜ, କେନ୍ଦ୍ର ଜାରି କଲା ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି। ଅକ୍ଟୋବର ୧୫ରୁ ସ୍କୁଲ କଲେଜ ଖୋଲିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାରୁ ଏଥିଲାଗି ଗୃହ ମନ୍ତ୍ରାଳୟ ନିୟମାବଳୀ ଜାରି କରିଛି। ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଚାର ବିମର୍ଶ ଆଧାରରେ ଏଗୁଡ଼ିକ ଖୋଲାଯିବ। ତେବେ ନୂଆ ନିୟମାବଳୀ ଅନୁସାରେ:- ପିତାମାତା ବା ଅଭିଭାବକଙ୍କ ଲିଖିତ ଅନୁମତି ପରେ ପିଲାମାନେ ସ୍କୁଲ ଆସିପାରିବେ। ଏହାସହ ସ୍କୁଲରେ ଉପସ୍ଥାନ ନେଇ ନିୟମ କୋହଳ […]

  • Saturday, 03 July 2021
rir force chief
ଚୀନ୍ ଉପରେ ଏୟାରଷ୍ଟ୍ରାଇକ ପାଇଁ ଭାରତ ପ୍ରସ୍ତୁତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ:  ଚୀନ୍ ସହ ଦ୍ୱିମୁଖୀ ସମ୍ମୁଖ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ। ଯଦିଓ ଆକାଶମାର୍ଗରେ ଆକ୍ରମଣର ସେଭଳି ସମୟ ଆସିନାହିଁ,  ତଥାପି ଆମ ସେନା ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଆର.କେ. ଭଦୌରିଆ। ଶ୍ରୀନଗର ଏୟାରବେସ୍‌ରେ  ଗତକାଲି ବାଲାକୋଟ୍ ଏୟାରଷ୍ଟ୍ରାଇକର ପ୍ରଥମ ବାର୍ଷିକୀ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଭଦୌରିଆ ଏଭଳି ବୟାନ ଦେଇଛନ୍ତି। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଲାଗି ରହିଥିବା ଉତ୍ତେଜନା ସମୟରେ ଭଦୌରିଆଙ୍କ ଏଭଳି ବୟାନ ବେଶ୍ ମହତ୍ତ୍ୱପୂର୍ଣ୍ଣ […]

  • Saturday, 03 July 2021
dillip-ray
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: କୋଲ୍ ସ୍କାମ୍‌ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମଙ୍ଗଳବାର ମାମଲାର ବିଚାର କରି ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।  ପ୍ରଥମ ମନ୍ତ୍ରୀ ଭାବେ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀ ସ୍ପେଶାଲ କୋର୍ଟ ଜଜ ପରାଶର।  ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରାଯିବ।  ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।  ସୂଚନାଥାଉ କି, ୧୯୯୯ରେ ଝାଡଖଣ୍ଡ କୋଲ ବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ […]

  • Saturday, 03 July 2021
r
ଡ୍ରଗ୍ସ ମାମଲା: ବଢ଼ିଲା ରିଆଙ୍କ ରିମାଣ୍ଡ ଅବଧି

ମୁମ୍ୱାଇ: ସୁଶାନ୍ତ ସିଂ ରାଜୁପୁତ୍ ମୃତ୍ୟୁ  ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଆଜି ମୁମ୍ୱାଇର ଏନଡିପିଏସ (ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ) କୋର୍ଟ ତାଙ୍କ ଆଇନ ଗତ ରିମାଣ୍ଡ ଅବଧି ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିବାରୁ ସେପ୍ଟେମ୍ବର ୯ ତାରିଖରେ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫକରି ରିମାଣ୍ଡକୁ ନେଇଥିଲା। ରିଆଙ୍କ ସହ ତାଙ୍କ ଭାଇ […]

  • Saturday, 03 July 2021
assembly
ପଦାର୍ଥ ବିଜ୍ଞାନରେ ଏହି ୩ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛି ନୋବେଲ କମିଟି। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ରୋଜର ପେନରୋଜ, ରେନହାଡ୍ ଗେନଜେଲ ଓ ଆଣ୍ଡ୍ରେଆ ଗେଜ୍‌ଙ୍କ ନାଁ ଘୋଷଣା ହୋଇଛି। BREAKING NEWS: The Royal Swedish Academy of Sciences has decided to award the 2020 #NobelPrize in Physics with one half to Roger Penrose and […]

  • Saturday, 03 July 2021
bihar-election
ବିହାର ନିର୍ବାଚନ: NDAରେ କାହାକୁ ମିଳିଲା କେତେ ସିଟ୍‌ ?

ପାଟନା: ବିହାର ନିର୍ବାଚନରେ NDA ପକ୍ଷରୁ ଆସନ ଭାଗବଣ୍ଟା ଘୋଷଣା ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆସନ ଭାଗବଣ୍ଟା ନେଇ ଘୋଷଣା କରିଛନ୍ତି ନୀତୀଶ କୁମାର। ବିହାର ବିଧାନସଭାର ୨୪୩ ସିଟ୍‌ରୁ  JDUକୁ ୧୨୨ ଟି ଆସନ ମିଳିଛି। ଜେଡିୟୁ ଭାଗରୁ ୭ଟି ଆସନ ଜିତନ ରାମ ମାଂଝୀଙ୍କ ଦଳ “ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା”କୁ ଦିଆଯିବ। ଅନ୍ୟପଟେ ବିଜେପିକୁ ମିଳିଥିବା ୧୨୧ଟି ଆସନ ମଧ୍ୟରୁ ଦଳ ୫ଟି ଆସନ ମୁକେଶ ସାହାଣୀଙ୍କ ଦଳ ଭିଆଇପି(ବିକାଶଶୀଳ ଇନ୍‌ସାନ୍ […]

  • Saturday, 03 July 2021
goa
ବ୍ୟସ୍ତ ବିବ୍ରତ ହୋଇ କାହିଁଁକି ଗୋଆ ଛାଡ଼ିଲେ ଓଡ଼ିଆ ବିଚାରପତି ?

ଗୋଆ: ଅତି ବ୍ୟସ୍ତ ବିବ୍ରତ ହୋଇ ଗୋଆ ଛାଡ଼ିଛନ୍ତି ଓଡ଼ିଆ ଜଜ୍ ଜଷ୍ଟିସ୍ ପ୍ରଫୁଲ୍ଲ କୁମାର ମିଶ୍ର। ଏହି ଅବସରପ୍ରାପ୍ତ ବିଚାରପତି ଗୋଆରେ ଲୋକାୟୁକ୍ତ ଥିଲେ। ସେ ୨୦୧୬ ମାର୍ଚ୍ଚ ୧୮ ରୁ ୨୦୨୦ ସେପ୍ଟେମ୍ୱର ୧୬ ପର୍ଯ୍ୟନ୍ତ ଗୋଆର ଲୋକାୟୁକ୍ତ ଭାବେ କାମ କରିଛନ୍ତି। ଏହି ସାମ୍ୱିଧାନିକ ପଦବୀରେ ରହି ନିଷ୍ଠାର ସହ ନିଜର କାମ କରିଛନ୍ତି ସେ। କିନ୍ତୁ କାହା ପାଖରେ ମୁଣ୍ଡ ନୁଆଁଇ ନାହାନ୍ତି। ତେବେ ଗୋଆ ରାଜ୍ୟ ସରକାରଙ୍କ ଅସହଯୋଗ ତାଙ୍କୁ […]

  • Saturday, 03 July 2021
ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ପିଟିଲେ ସେବକ ଓ ପୂଜକ

ଭୁବନେଶ୍ୱର: ମନ୍ଦିର ଖୋଲିବାକୁ ଦାବି କରି ଘଣ୍ଟ ପିଟିଲେ ସେବକ ଓ ପୂଜକ। ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଞ୍ଚଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ଘଣ୍ଟଘଣ୍ଟା ବଜା ଯାଇଛି। କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି। ଲକ୍‌ଡାଉନ୍‌ ଓ ପରେ ଅନ୍‌ଲକ୍‌ରେ ମନ୍ଦିର ବନ୍ଦ ରହିଛି। ଶ୍ରଦ୍ଧାଳୁ ନ ଆସିବାରୁ ପୂଜକ ସିଧାସଳଖ ଏଥିରେ ପ୍ରଭାବିତ ହୋଇଛନ୍ତି। ପରିବାର ଚଳାଇବା କଷ୍ଟକର ହେବା ସହ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଖାଲି […]

  • Saturday, 03 July 2021