• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gold
ରେକର୍ଡ ଭାଙ୍ଗିଲା ରୂପା ଦର, ସୁନା ଦର ବି ହେଲା ଆକାଶଛୁଆଁ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ସୁନାଦର ୨ ହଜାର ଡଲାର ଟପିଛି। ଅର୍ଥାତ୍‌ ସୁନା ଦର ପ୍ରତି ଆଉନ୍‌ସ ୨,୦୫୮ରେ ପହଞ୍ଚିଛି। ଏହା ଗତ ୭ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି। ଜୁଲାଇ ୩୧ରେ ସୁନା ଦର ପ୍ରତି ଆଉନ୍ସ ୧,୯୭୩ରେ ରହିଥିବାବେଳେ ଅଗଷ୍ଟ ମାସରେ ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ସ୍ତର ୨୦୭୨ ଡଲାରରେ ପହଞ୍ଚିଛି। ଅନ୍ୟପକ୍ଷେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି। ଗୁରୁବାର ରୂପା ଦର ପ୍ରତି ଟ୍ରୟ୨୮.୪୦ ଡଲାର ରହିଥିଲା MCX(Multi Commodity Exchange)ରେ […]

modi
ଏବେ 'ହ୍ୱାଟ୍ ଟୁ ଥିଙ୍କ୍' ନୁହେଁ, 'ହାଓ ଟୁ ଥିଙ୍କ୍' ଉପରେ ଫୋକସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନଇପି) କନକ୍ଲେଭରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କନଫରେନ୍ସରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ତିନି-ଚାରି ବର୍ଷର ବିଚାର ବିମର୍ଶ ପରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ମିଳିଛି। ଏହି ନୂଆ ଶିକ୍ଷା ନୀତିରେ ଭାରତ ସଶକ୍ତ ହେବ। ନୂଆ ଶିକ୍ଷା ନୀତି ଭାରତର ପ୍ରକୃତ ଆଧାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମୋଦି ଆହୁରି କହିଛନ୍ତି, ଆଜି ଏହି ନୀତିକୁ […]

  • Monday, 05 July 2021
cow
ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଖୁବ୍‌ ଆକ୍ଟିଭ ରହିଥାନ୍ତି। ସେ ସବୁବେଳେ ମଜାଳିଆ ଭିଡିଓ ଓ ଫନି ପୋଷ୍ଟଗୁଡ଼ିକୁ ଶେୟାର କରି ଲୋକଙ୍କର ମନୋରଞ୍ଜନ କରିଥାନ୍ତି। ଆନନ୍ଦଙ୍କ ଟ୍ୱିଟରରେ ୮୦ ଲକ୍ଷ ଫଲୋଅର୍ସ ଅଛନ୍ତି। ସେ ପ୍ରତ୍ୟେକ ଦିନ ନୂଆ ନୂଆ ମଜାଳିଆ ଭିଡିଓକୁ ଶେୟାର କରି ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି। ଏଥର ଆନନ୍ଦ ଟ୍ରାକ୍ଟରରେ ନିର୍ମିତ ଏକ ଜୁଗାଡ଼ର ଭିଡିଓକୁ ଶେୟାର କରିଛନ୍ତି। ଏହି ଭିଡିଓକୁ ସମସ୍ତେ ପସନ୍ଦ କରୁଛନ୍ତି। ଏମିତିକି ଭିଡିଓକୁ […]

  • Monday, 05 July 2021
farmer 11
ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ: ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲ୍‌ୱେ ପକ୍ଷରୁ ପ୍ରଥମ ଥର ପାଇଁ କିଷାନ୍‌ ରେଲ୍‌ୱେ ଟ୍ରେନ୍‌ର ଆଜି ଶୁଭାରମ୍ଭ କରାଯାଇଛି। ଏହି ପାର୍ସଲ୍‌ ଟ୍ରେନ୍‌ ଦେୱଲାଲିରୁ ଦାନାପୁର ମଧ୍ୟରେ ଚଳାଚଳ କରିଛି। ଏହି ଟ୍ରେନ୍‌ ଚାଷୀ ଓ ଛୋଟ ବ୍ୟବସାୟୀଙ୍କ କୃଷି ଉତ୍ପାଦନ ପରିବହନର ଆବଶ୍ୟକତା ପୂରଣ କରିବ। ଯେଉଁ ଯେଉଁ ସ୍ଥାନରେ ଟ୍ରେନ୍‌ର ଷ୍ଟପେଜ୍‌ ରହିଛି, ସେସବୁ ସ୍ଥାନରୁ ଫଳ, ପରିବା ଲୋଡିଂ ଏବଂ ଅନ୍‌ଲୋଡିଂ କରିବା ପାଇଁ ଅନୁମତି ପ୍ରଦାନ […]

  • Monday, 05 July 2021
kerala
ଭୂସ୍ଖଳନରେ ଚାଲିଗଲା ୫ ଜୀବନ

କୋଚି: ପ୍ରବଳ ବର୍ଷା ଓ ବନ୍ୟା କାରଣରୁ କେରଳରେ ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି। ଏହାର ପ୍ରଭାବରେ କେରଳର ଇଡୁକ୍କି ଜିଲ୍ଲାରେ ଭୁସ୍ଖଳନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଭୁସ୍ଖଳନ ଜିଲ୍ଲାର ରାଜମାଲା ଅଞ୍ଚଳରେ ହୋଇଛି। #WATCH 5 dead in landslide in Idukki's Rajamala, #Kerala; 10 rescued so far Kerala CM has requested assistance from Indian Air Force for the rescue operation. pic.twitter.com/yWmwXHUxEz — ANI […]

  • Monday, 05 July 2021
william
ବାପାଙ୍କୁ ପିଠିରେ ବୋହି କୂଳକୁ ଆଣିଲା ୯ ବର୍ଷର ଶିଶୁ

ଫ୍ଲୋରିଡା: ଆମେରିକାର ଫ୍ଲୋରିଡାରେ ୯ ବର୍ଷର ଏକ ଶିଶୁକୁ ନେଇ ବେଶ ଚର୍ଚ୍ଚା। ପହଁରୁଥିବା ସମୟରେ ତାଙ୍କ ବାପାଙ୍କ ବେକର ହାଡ ଭାଙ୍ଗିଗଲା ଯାହାଫଳରେ କୂଳକୁ ଆସିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ହେଲେ ପାଖରେ ଥିବା ୯ ବର୍ଷର ପୁଅ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ବାପାଙ୍କୁ ଯେପରି କୂଳକୁ ଆଣିଲା ତାହା ଦେଖିବା ପରେ ସାରା ଫ୍ଲୋରିଡା ଏବେ ଶିଶୁର ପ୍ରଶଂସାରେ ଶତମୁଖ। ୯ ବର୍ଷର ଏହି ପୁଅର ନାମ ଅସାଇ […]

  • Monday, 05 July 2021
c corona
ଦେଶରେ ତଳମୁହାଁ ସଂକ୍ରମଣ : ୨୪ଘଣ୍ଟାରେ ୩୯, ୭୯୬ ପଜିଟିଭ ଚିହ୍ନଟ,୭୨୩ ମୃତ

ଦେଶରେ ଆଜି ୭୨୩ ଜଣଙ୍କ ଜୀବନ ନେଇଛି କରୋନା ମୋଟ ମୃତ୍ୟୃ ସଂଖ୍ୟା ୪ ଲକ୍ଷ ୨ ହଜାର ୭୨୮କୁ ବୃଦ୍ଧି ୨୪ଘଣ୍ଟାରେ ୩୯ ହଜାର ୭୯୬ ପଜିଟିଭ ଚିହ୍ନଟ   ଦେଶରେ ଆକ୍ଟିଭ କେସ ୪ ଲକ୍ଷ ୮୨ ହାଜର ୭୧ …

  • Monday, 05 July 2021
rhea
ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ସୁଶାନ୍ତଙ୍କ ପୂର୍ବତନ ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ଏହାପରେ ସୁଶାନ୍ତଙ୍କ ପୂର୍ବତନ ବିଜନେସ ମ୍ୟାନେଜର ଶ୍ରୁତି ମୋଦି ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଛନ୍ତି। ଦୁହିଁଙ୍କୁ ସାମନାସାମନି ପଚରା ଉଚରା କରାଯାଇପାରେ। ପ୍ରଥମେ ରିୟା ଆଜି ମଧ୍ୟାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ଅଫିସରେ ହାଜର ହୋଇଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ରହସ୍ୟମୟ ଭାବେ ୧୫ କୋଟି ଟଙ୍କା ଗାଏବ ହେବା, ତାଙ୍କ ବିଜନେସ୍ କାରବାର ଆଦି ନେଇ ରିୟାଙ୍କୁ ଜେରା […]

  • Monday, 05 July 2021
PILLAI
ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ଆଇଜଲ୍: ମିଜୋରାମର ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ କରୋନାଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନରେ ସମୟ ବ୍ୟର୍ଥ ନକରି ନିଆରା କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ଲକଡାଉନ୍ ସମୟରେ ରାଜଭବନରେ ପୁସ୍ତକ ଓ କବିତା ଲେଖି ନିଜର ଖାଲି ସମୟ ସଦୁପଯୋଗ କରିଛନ୍ତି। ସେ ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ଅତିକମରେ ୧୩ଟି ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ଇଂରାଜୀ ଓ ମଲୟାଲମ ଭାଷାରେ ଲିଖିତ କବିତାର ପଂକ୍ତି ସାମିଲ୍ ଅଛି। […]

  • Monday, 05 July 2021
covid-1
କଟକ ସହରରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୨ ଲୋକାଲ୍‌ କଣ୍ଟାକ୍ଟ କେସ ରହିଥିବା ବେଳେ ୨୬  ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେବଳ କଟକ ମାଲଗୋଦାମ ବେହେରା ସାହିରୁ ଆଉ ୩୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୩୮ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ପୁରୁଷ, ୨୨ ମହିଳା ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛି ସିଏମ୍‌ସି। #COVID19 update in Cuttack city (CMC […]

  • Monday, 05 July 2021
phoot
ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ଥିରୁଭନନ୍ତପୁରମ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍‌ପି ସୂଚନା ଦେଇଛନ୍ତି। ଦୁର୍ଘଟଣା ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। କେରଳର […]

  • Monday, 05 July 2021
income tax
ଜୁଲାଇରୁ ନୂଆ ଆୟକର ନିୟମ : ୨ ବର୍ଷର ଟିଡିଏସ୍ ରିଟର୍ଣ୍ଣ ଫାଇଲ କରିନଥିଲେ ଏଣିକି ଅଧିକା ଟିଡିଏସ୍

ଟିିଡିଏସ୍ ଲାଏବିଲିଟି ବାର୍ଷିକ ୫୦ ହଜାରରୁ ଅଧିକ ହୋଇଥିଲେ ଅଧିକା ଟିଡିଏସ୍ ପୂର୍ବ ଟିଡିଏସର ଦୁଇ ଗୁଣା କିମ୍ବା ୫ ପ୍ରତିଶତ ଟିଡିଏସ୍ ଲାଗିବ ସାଧାରଣ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କରିଥିଲେ ଘୋଷଣା ନୂଆଦିଲ୍ଲୀ : ଚଳିତ ମାସରେ ଲାଗୁ…

  • Monday, 05 July 2021
vasant-sathe
କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

କୋଝିକୋଡ଼େ: କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ ଯୋଗୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ୧୨୩ ଆହତଙ୍କ ମଧ୍ୟରୁ ୧୫ ଗୁରୁତର ଥିବା ସୂଚନା ମିଳିଛି। ମୃତାହତ ହୋଇଥିବା ନେଇ ମାଲାପୁରମ୍ ଜିଲ୍ଲା ଏସ୍‌ପି ସୂଚନା ଦେଇଛନ୍ତି। ମୃତ ପାଇଲଟ୍‌ଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଭାରତୀୟ ବାୟୁସେନା (IAF) ଟେଷ୍ଟ ପାଇଲଟ କ୍ୟାପଟେନ ଦୀପକ ବସନ୍ତ ସାଥେ। ବସନ୍ତ ଜଣେ ପୁରସ୍କାର ପ୍ରାପ୍ତ ପାଇଲଟ୍। […]

  • Monday, 05 July 2021
plane crash
କେରଳ ବିମାନ ଦୁର୍ଘଟଣା: ଦୁଇଖଣ୍ଡ ହୋଇଗଲା ବିମାନ, ପାଇଲଟ୍‌ଙ୍କ ସମେତ ୧୭ ମୃତ

ଥିରୁଭନନ୍ତପୁରମ୍‌: କେରଳର କୋଝିକୋଡ୍‌ରେ‌ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥିରେ ୨ ଜଣ ପାଇଲଟ୍ ଓ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୧୧୨ରୁ ଅଧିକ ଯାତ୍ରୀଙ୍କୁ କୋଝିକୋଡ୍‌ର ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପାଇଲଟ୍ ହେଉଛନ୍ତି ୱିଙ୍ଗ୍ କମାଣ୍ଡର ଦୀପକ ବସନ୍ତ ସାଥେ ଓ କ୍ୟାପଟେନ୍ ଅଖିଲେଶ କୁମାର। ୱିଙ୍ଗ୍ କମାଣ୍ଡର ଦୀପକ ଭାରତୀୟ […]

  • Monday, 05 July 2021
କେରଳ ବିମାନ ଦୁର୍ଘଟଣାର କାରଣ Tabletop ରନୱେ ନୁହେଁ ତ ?

ଥିରୁଭନନ୍ତପୁରମ୍‌: କୋଝିିକୋଡ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଗତକାଲି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ IX-1344 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ପପୁଲାର୍‌ ଗ୍ଲୋବାଲ୍‌ ଫ୍ଲାଇଟ୍‌ ଟ୍ରାକର୍‌ ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ଏୟାର ଇଣ୍ଡିଆ‌ର ଏହି ବିମାନଟି ଳ୍ୟାଣ୍ଡିଂ ବେଳେ ରନ୍‌ୱେରେ ଖସି ଯାଇଥିଲା। ଲ୍ୟାଣ୍ଡିଂ କରିବାକୁ ୨ଥର ପ୍ରୟାସ କରିଥିଲା। ହେଲେ ଏହି ପ୍ରୟାସ ବିଫଳ ହୋଇଥିଲା। କ୍ରାଶ୍‌ ଲ୍ୟାଣ୍ଡିଂ ଯୋଗୁ ବିମାନଟି ୨ ଫାଳ ହୋଇଯାଇଥିଲା। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, କେରଳର କୋଝିକୋଡ୍ ଏୟାରପୋର୍ଟର ରନ୍‌ୱେ ହେଉଛି […]

  • Monday, 05 July 2021
RheaChakraborty-1024x1021
ରିୟାଙ୍କୁ ୮ ଘଣ୍ଟା ଜେରା ବେଳେ ଉଗାଳିଲେ ଏମିତି ତଥ୍ୟ

ମୁମ୍ବାଇ: ସୁଶାନ୍ତି ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗତକାଲି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା। ଜେରା ସମୟରେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବ୍ୟାବସାୟିକ ଇନ୍‌ଭେଷ୍ଟମେଣ୍ଟରେ ସୁଶାନ୍ତଙ୍କ ଟଙ୍କା ଖର୍ଚ୍ଚ କରି ନାହାନ୍ତି ବୋଲି କହିଛନ୍ତି। ଏପରିକି ମୁମ୍ବାଇର ସବ ଅର୍ବାନ ଅଞ୍ଚଳରେ ଫ୍ଲାଟ କିଣିବା ପାଇଁ ସେ ବ୍ୟାଙ୍କରୁ ଲୋନ୍‌ ନେଇଥିବା ଜେରା ବେଳେ ସଫେଇ ଦେଇଛନ୍ତି। […]

  • Monday, 05 July 2021
hare-tort
ସତ ହେଲା ପିଲାଦିନର ସେଇ କାହାଣୀ; ଠେକୁଆ-କଇଁଛ ପ୍ରତିଯୋଗିତାରେ ଜିତିଲା କଇଁଛ

ପିଲାବେଳେ ଆଗେ କଇଁଛ-ଠେକୁଆ ଦୌଡ ପ୍ରତିଯୋଗିତାର କାହାଣୀ ଶୁଣଥିଲୁ। ଦୌଡ଼ ପ୍ରତିଯୋଗିତା ଆରମ୍ଭରୁ ଠେକୁଆ ଦ୍ରୁତ ଗତିରେ କିଛି ବାଟ ଯିବା ପରେ ପଛକୁ ଚାହିଁ ଦେଖିଲା କଇଁଛ ଦିଶୁନି। ଭାବିଲା, କଇଁଛ ତ ଅନେକ ଦୂରରେ। ଟିକିଏ ବସି ପଡ଼ିବା। ବସୁ ବସୁ ଆଖି ଲାଗି ଯାଇଥିଲା ଠେକୁଆର। ବାସ୍‌, ଏଇ ସମୟ ଭିତରେ ଧୀରେ ଧୀରେ ଚାଲି କଇଁଛ ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଥିଲା। ଠେକୁଆର ନିଦ ଭାଙ୍ଗିବା ବେଳକୁ କଇଁଛ ପ୍ରତିଯୋଗିତା ଜିତି ସାରିଲାଣି। […]

  • Monday, 05 July 2021
plane crash
ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ ବକ୍ସ

କୋଝିକୋଡ୍‌: କେରଳର କୋଝିିକୋଡ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନର ବ୍ଲାକ୍‌ ବକ୍ସକୁ‌ ଉଦ୍ଧାର କରାଯାଇଛି। ଲ୍ୟାଣ୍ଡିଂ ବେଳେ Tabletop ରନ୍‌ୱେରେ ବିମାନ ଖସି ଯିବା ଫଳରେ ବିମାନଟି ଦୁଇଖଣ୍ଡ ହୋଇଯାଇଥିଲା। ଏଥିରେ ବିମାନର ଫ୍ଲାଇଟ୍‌ ଡାଟା ରେକର୍ଡସ୍ ଅର୍ଥାତ୍ ବ୍ଲାକ୍‌ ବକ୍ସ‌‌ ଭାଙ୍ଗି ଯାଇଥିଲା। ଏହି ରେକର୍ଡସ୍‌ରେ ଡିଜିଟାଲ୍‌ ଫ୍ଲାଇଟ୍‌ ଡାଟା ରେକର୍ଡର୍‌(DFDR), କକ୍‌ପିଟ୍‌ ଭଏସ୍‌ ରେକର୍ଡର୍ ରହିଛି।  କକ୍‌ପିଟ୍‌ ଭଏସ୍‌ ରେକର୍ଡର୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ। ବିମାନର […]

  • Monday, 05 July 2021