ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଚାଳିତ ଯାନବାହନକୁ ଲୋକପ୍ରିୟ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଡ଼କ ପରିବହନ ମନ୍ତ୍ରଣାଳୟ ଦୁଇ ଚକିଆ ଗାଡି, କାର ଆଦିରେ ରେଜିଷ୍ଟ୍ରେସନ, ପୁନଃ ରେଜିଷ୍ଟ୍ରେସନ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି। ୨୦୩୦ ସୁଦ୍ଧା ଦେଶରେ କିଭଳି ଅଧିକରୁ ଅଧିକ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ଚାଲିବ, ସେ ନେଇ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ମୋଟର ଯାନ ଆଇନ ୧୯୮୯ର ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବୁଧବାର […]
ପାଟନା: ବିହାରରେ କାୟା ବିସ୍ତାର କରି ଚାଲିଛି ଘାତକ ମସ୍ତିଷ୍କ ଜ୍ୱର। ଗତ ତିନି ସପ୍ତାହ ମଧ୍ୟରେ ୧୧୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହରୁ ଅଧିକ ଆକ୍ରାନ୍ତ ହୋଇ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶ୍ରୀକୃଷ୍ଣ ହସ୍ପିଟାଲ୍ରେ ହିଁ ୯୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏତେ ପରିମାଣରେ ଶିଶୁଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାକୁ ଲାଗିଲାଣି । ଏବେ ବି ହସ୍ପିଟାଲ ବାହାରେ ଜ୍ୱରରେ ପୀଡ଼ିତ ଶିଶୁଙ୍କୁ […]
ଫ୍ରାନ୍ସ: ପ୍ରେମରେ ବିରହ, ବିଚ୍ଛେଦ କିଛି ନୂଆ କଥା ନୁହେଁ। ପ୍ରେମିକପ୍ରେମିକା ପରସ୍ପରଠୁ ଅଲଗା ହୋଇଯିବା, ଅଲଗା ଘର ସଂସାର କରି ତା ଭିତରେ ହଜିଯିବା…. ଏସବୁ ଘଟେ। ହେଲେ ରାବିନ୍ସ-ଜେନିନ ପିୟର୍ସନଙ୍କ ପ୍ରେମ, ବିଚ୍ଛେଦ ଆଉ ମିଳନର କାହାଣୀ ଟିକିଏ ନିଆରା। ଖାଲି ନିଆରା ନୁହେଁ, ରୋମାଣ୍ଟିକ୍ ମଧ୍ୟ। ଏହି ପ୍ରେମ କାହାଣୀ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଏହି ସମୟରେ ୨୪ ବର୍ଷୀୟ କେଟି ରାବିନ୍ସ ପ୍ରଥମ ଥର ଲାଗି ୧୮ ବର୍ଷୀୟା ଜେନିନ ପିୟରସନଙ୍କୁ […]
କୋଲକାତା: ଲୋକସଭା ନିର୍ବାଚନ ଫଳାଫଳ ପରେ ଅନେକ ତୃଣମୂଳ କଂଗ୍ରେସ ନେତା ଆସି ବିଜେପିରେ ସାମିଲ ହେଉଛନ୍ତି। ଗତକାଲି ମଧ୍ୟ ଟିଏମସିର ୧୨ କାଉନସିଲର ପଦ୍ମ ଧରିଛନ୍ତି। ଏହାକୁ ନେଇ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ମମତା କହିଛନ୍ତି ଟିଏମସି ଅଳିଆ ଫିଙ୍ଗୁଛି, ବିଜେପି ଅଳିଆ ଗୋଟାଉଛି। ଆଗାମୀ ଦିନରେ ଯେଉଁମାନେ ତାଙ୍କ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ସେମାନେ ମଧ୍ୟ ତୁରନ୍ତୁ ଦଳ ଛାଡ଼ି […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍ ନେସନ, ୱାନ୍ ଇଲେକସନ୍’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ। ଏହି ବୈଠକରେ ପ୍ରତି ଦଳର ସଭାପତି ଯୋଗ ଦେବେ। ନଚେତ୍ ତାଙ୍କ ପ୍ରତିନିଧି ପଠାଇ ପାରିବେ। ଓଡ଼ିଶାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବୈଠକରେ କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି ଭାଗ ନେଇ […]
ଗାନ୍ଧୀନଗର: ଜଙ୍ଗଲର ରାଜା ସିଂହ ଏବେ ଜଙ୍ଗଲ ଛାଡି ଗାଁ ଦାଣ୍ଡରେ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! ତଥାପି କଥାଟା ସତ। ଗୁଜରାଟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ଖାମ୍ବାର ବାରମଣ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଗାଁରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଏହି ଫଟୋ ଏବେ ଭାଇରାଲ ହେଉଛି। ଏମିତିରେ ଗୁଜରାଟରେ ସିଂହ ଖୋଲାରେ ବିଚରଣ କରୁଥିବା ଦୃଶ୍ୟ ଅନେକ ଥର ନଜରକୁ ଆସିଛି । ହେଲେ ଏଥର ଅମରୋଲିରେ ଗିର୍ ଜାତୀୟ […]
ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]
ଶ୍ରୀନଗର: “ଆମେ କେବେ ଭୁଲିବୁ ନାହିଁ। ଆମେ କେବେ କ୍ଷମା ଦେବୁ ନାହିଁ”- ଫେବୃଆରୀ ୧୪ ପୁଲୱାମା ହମ୍ଲା ପରେ ସିଆରପିଏଫ୍ ପକ୍ଷରୁ ନିଆଯାଇଥିଲା ଏପରି ଶପଥ। ଆଜି ଶେଷରେ ତାକୁ ପୂରଣ କରାଯାଇଛି। ପୁଲୱାମା ହମ୍ଲାରେ ସାମିଲ ଥିବା ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ପୁଲୱାମା ଘଟଣାରେ ସାମିଲ ଅନେକ ଆତଙ୍କବାଦୀ ନିହତ ହୋଇ ସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସାଜିଦ୍ ମକବୁଲ ଭଟ୍ଟ ଫେରାର ଥିଲା। […]
ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]
ନୂଆଦିଲ୍ଲୀ: ବିଜେପି ସାଂସଦ ଓମ୍ ବିର୍ଲା ୧୭ତମ ଲୋକସଭାର ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଏନ୍ଡିଏ ପକ୍ଷରୁ ଶ୍ରୀ ବିର୍ଲା ପ୍ରାର୍ଥୀ ହୋଇଥିବା ବେଳେ ପ୍ରାୟ ସମସ୍ତ ବିରୋଧୀ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି। ଆଜି ଶ୍ରୀ ବିର୍ଲା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ରାଜସ୍ଥାନର କୋଟାରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ବିର୍ଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘନିଷ୍ଠ ସହଯୋଗୀ ଭାବେ […]
ନୂଆଦିଲ୍ଲୀ: ପୋଷା କୁକୁର ଯେ କେତେ ବିଶ୍ୱସ୍ତ ଓ ବୁଦ୍ଧିମାନ ହୋଇଥାଏ, ତା’ର ଆଉ ଏକ ପ୍ରମାଣ ସାମ୍ନାକୁ ଆସିଛି। ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଗୋଟିଏ ଜର୍ମାନ ଶେଫର୍ଡ କୁକୁର କେମିତି ଜଣେ ଛୋଟ ଝିଅଟିକୁ ପାଣିରେ ବୁଡ଼ିଯିବାରୁ ରକ୍ଷା କରୁଛି, ତା’ର ଦୃଶ୍ୟ ରହିଛି। ୧୬ ସେକେଣ୍ଡର ଏହି ଭିଡିଓରେ ଛୋଟ ଝିଅଟି ପ୍ରତି କୁକୁରର ଭଲ ପାଇବା ଓ ସ୍ନେହ ଦେଖିବାକୁ ମିଳୁଛି। ଛୋଟ ଝିଅଟିଏ ଏକ ବଡ଼ ଜଳାଶୟ […]
ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇ ପଡ଼ିଛି ଆକ୍ୟୁଟ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍)। ଏବେ ଏହି ରୋଗରେ ୧୩୮ରୁ ଅଧିକ ଛୋଟ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଏହି ପ୍ରସଙ୍ଗରେ ରବିବାର ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଯେଉଁଥିରେ ଏମିତି କିଛି ବାର୍ତ୍ତାଳାପ କରିଛନ୍ତି ମଙ୍ଗଲ ପାଣ୍ଡେ ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। ରବିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଚର ହର୍ଷ ବର୍ଦ୍ଦନ ମୁଜାଫରନଗର ଆସି ହସ୍ପିଟାଲରେ ସ୍ଥିତି ସମୀକ୍ଷା […]
ବେଜିଂ: ଚାଇନାର ସିଚୁଆନାରେ ଗତକାଲି ଭୂମିକମ୍ପ ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚାଇନା ଆର୍ଥକ୍ୱେକ୍ ସେଣ୍ଟରର ସୂଚନା ଅନୁଯାୟୀ ସିଚୁଆନରେ ହୋଇଥିବା ଭୂକମ୍ପର ତୀବ୍ରତା ୫.୩ ରହିଥିଲା। ସେହିପରି ଆଜି ସକାଳେ ହୋଇଥିବା ଭୂମିକମ୍ପର ତୀବ୍ରତା ୬.୦ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ […]
ନୂଆଦିଲ୍ଲୀ:ଜନସଂଖ୍ୟାରେ ଚୀନକୁ ଟପିବ ଭାରତ। ଆଗାମୀ ୮ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରରେ ପରିଣତ ହେବ ଭାରତ। ୨୦୫୦ ସୁଦ୍ଧା ଭାରତରେ ଜନସଂଖ୍ୟା ଆହୁରି ୨୭. ୩ କୋଟି ବଢ଼ିବ ବୋଲି ଆକଳନ କରିଛି ଜାତିସଂଘ। ଏଥି ସହିତ ଭାରତ ଚଳିତ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଦେଶ ହୋଇପାରେ। ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ପପୁଲେସନ ଡିଭିଜନ ଦ୍ୱାରା ପ୍ରକାଶିତ ‘ଦ ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ […]
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶାର ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନର ଶେଷ ତାରିଖ ରହିଛି ଜୁନ୍ ୨୫ । ଜୁଲାଇ ୫ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ହେବ। ବର୍ତ୍ତମାନ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଖାଲି ରହିଛି। ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି ପୂର୍ବରୁ ଇସ୍ତଫା ଦେଇଥିବାବେଳେ କିଛି ଦିନ ତଳେ ପ୍ରତାପ ଦେବ ମଧ୍ୟ ରାଜ୍ୟସଭା […]
ଇସ୍ଲାମାବାଦ: ନିଜର ବ୍ଲଗ ଏବଂ ଖବର ମାଧ୍ୟମରେ ପାକିସ୍ତାନର ଶକ୍ତିଶାଳୀ ସେନା ବାହିନୀକୁ ତାଚ୍ଛଲ୍ୟ କରୁଥିବା ୨୨ ବର୍ଷୀୟ ମହମ୍ମଦ ବିଲାଲ ଖାନ୍ଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହାଣି ହତ୍ୟା କରିଛନ୍ତି। ମହମ୍ମଦ ନିଜର ବ୍ଲଗ ମାଧ୍ୟମରେ ସର୍ବଦା ପାକ୍ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ସମାଲୋଚନା କରୁଥିଲେ। ଟ୍ୱିଟର୍ରେ ମହମ୍ମଦଙ୍କୁ ୧୬ ହଜାର ଲୋକ ଅନୁସରଣ କରୁଥିବା ବେଳେ ୟୁବଟ୍ୟୁବରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୮ […]
ପାଟନା: ବିହାରରେ ଜାରି ରହିଥିବା ପ୍ରବଳ ଖରା ଓ ଲୁ’ ପାଇଁ ସମଗ୍ର ରାଜ୍ୟରେ ସ୍ଥିତି ବିଗିଡ଼ି ଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଲୁ ଯୋଗୁ ଗତ ୩ ଦିନ ମଧ୍ୟରେ ରାଜ୍ୟର ପ୍ରାୟ ୧୮୩ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ସେହିପରି ଶହଶହ ଲୋକ ଗ୍ରୀଷ୍ମ ପ୍ରବାହ ଜନିତ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ପାଟଣା ସମେତ ରାଜ୍ୟର ବିଭିନ୍ନ ସହରରେ ପାରଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି […]
ନ୍ୟୁୟର୍କ: ଆମେରିକାରେ ୪ ପ୍ରବାସୀ ଭାରତୀୟ ହତ୍ୟାର ଶିକାର ହୋଇଛନ୍ତି। ଘର ଭିତରେ ଏହି ହତ୍ୟାକାଣ୍ଡ ହୋଇଛି। ଆମେରିକାର ଆଇଓଓ୍ୱା ରାଜ୍ୟର ଓ୍ୱେଷ୍ଟ ଡେସ ମୋଇନେସରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମୃତକମାନେ ହେଲେ ୪୪ ବର୍ଷୀୟ ଚନ୍ଦ୍ରଶେଖର ସୁନକର, ୪୧ ବର୍ଷୀୟ ଲାବନ୍ୟ ଏବଂ ଦୁଇ ପୁଅ ଜଣଙ୍କର ବୟସ ୧୫ ଏବଂ ଅନ୍ୟଜଣଙ୍କର ବୟସ ୧୦ ବର୍ଷ। ଏ ସମସ୍ତେ ଆନ୍ଧ୍ରପ୍ରଦେଶର ମୂଳବାସିନ୍ଦା ବୋଲି ଜଣାପଡ଼ିଛି। […]
ଚେନ୍ନାଇ: ଦେଶର ବିଶିଷ୍ଟ ଓ ଲୋକପ୍ରିୟ ଫିଲ୍ମ ନିର୍ମାତା ମଣିରତ୍ନମ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମଣିରତ୍ନମଙ୍କ ହୃଦ ଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଡାକ୍ତଖାନାକୁ ନିଆଯାଇଥିଲା। ପୂର୍ବରୁ ୨୦୦୪ରେ ଫିଲ୍ମ ‘ୟୁବା‘ର ସୁଟିଂ ବେଳେ ସେ ହୃଦ୍ଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ମଣିରତ୍ନମ ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ଟ୍ୱିଟର ଜରିଆରେ ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ୧୭ତମ ଲୋକସଭା ଅଧିବେଶନ। ଆଜି କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ସମସ୍ତ ନବନିର୍ବାଚିତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। ଏହି ସମୟରେ ମୋଦି ମୋଦି ନାରା ଶୁଣିବାକୁ ମିଳିଥିଲା। ଆଜି କିଛି ସାଂସଦ ଶପଥ ନେଇଥିବା ବେଳେ ଆସନ୍ତାକାଲି ମଧ୍ୟ ଏହି ପ୍ରକ୍ରିୟା ଚାଲିବ। ତେବେ ପ୍ରଥମଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ସ୍ମୃତି ଇରାନୀ […]
ଶ୍ରୀନଗର: ଆଜି ସକାଳୁ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି। ଉଭୟ ପଟୁ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ୨ ଜଣ ଯବାନ ଏବଂ ଜଣେ ସେନା ଅଧିକାରୀ ଆହତ ହୋଇଥିବା ସ୍ପଷ୍ଟ ହୋଇଛି। ଅନନ୍ତନାଗର ଏକିଂଗମରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଆଜି ସକାଳେ ସେନା ଜାଣିବାକୁ ପାଇଥିଲା। ଏହାପରେ ଅନନ୍ତନାଗ ଏରିଆକୁ ସେନା ଘେରିଯାଇ ସର୍ଚ୍ଚ ଅପରେସନ ଚଳାଇଥିବା […]
ପାଟଣା: ବିହାର ପାଇଁ ବଡ଼ ବିପତ୍ତିର ରୂପ ନେଇଥିବା ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ ରୋଗରେ ମୃତ୍ୟୁ ସଂଖ୍ୟା ୯୩କୁ ବୃଦ୍ଧି ପାଇଛି। ଆଗକୁ ଏହି ସଂଖ୍ୟା ଅଧିକ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ବି ବିଭିନ୍ନ ମେଡ଼ିକାଲରେ ୧୧୦ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତ। ଗତକାଲି ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସମେତ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମୁଜାଫରପୁର ସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଯାଇଥିଲେ। ଗସ୍ତ ସମୟରେ ଜଣେ ଶିଶୁ […]