ଦିସପୁର: ଜଟିଳ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏବେ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ରାଜ୍ୟର ୩୦ ଜିଲ୍ଲାରେ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୮୧ ଜଣ ଲୋକଙ୍କର ଜୀବନ ବି ଯାଇଛି। ରାଜ୍ୟରେ ଏହି ବିପଦ ସମୟରେ ରାଜ୍ୟକୁ କେନ୍ଦ୍ର ଯଥା ସମ୍ଭବ ସାହାଯ୍ୟ କରି ବୋଲି ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହିତ ଫୋନ୍ […]
ନୂଆଦିଲ୍ଲୀ : କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା । ଘରୋଇ ହସ୍ପିଟାଲ ପରେ ଖୁବ ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ଉବଲବ୍ଧ ହେବ ଋଷୀୟ ଟିକା ସ୍ପୁଟନିକ୍ ଭି । ଜଣେ…
ନୂଆଦିଲ୍ଲୀ: ଘର ଭିତରେ ପଶି କୁକୁରକୁ ଝାମ୍ପିନେଲା କଲରାପତରିଆ ବାଘ। ଉତ୍ତରାଖଣ୍ଡ ନୈନିତାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କୁକୁରକୁ ଝାମ୍ପି ନେବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶନିବାର ରାତିରେ ନୈନିତାଲର ତାଲ୍ଲିତାଲରେ ଗୋଟିଏ ଘର ଭିତରକୁ କଲରାପତରିଆ ବାଘଟି ପଶି ଆସିଥିଲା। ଘରେ ଥିବା ଲୋକ ପାଟି କରିବା ପରେ ମଧ୍ୟ ବାଘ ପଦାକୁ ଆସିନଥିଲା। କିନ୍ତୁ ଘର ମାଲିକଙ୍କ ୨ଟି କୁକୁର ଭୁକିବା ପରେ ବାଘ ପଦାକୁ ଆସିଥିଲା। ଏହାସହ ଗୋଟିଏ […]
ନୂଆଦିଲ୍ଲୀ: ଅଣ୍ଡରୱେର୍ ସିଲେଇ ଛୋଟ କରିବା ଜଣେ ଟେଲର୍ ବା ଦର୍ଜୀଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ମଧ୍ୟ ତାଙ୍କ ନାଁରେ ପୁଲିସ୍ ଷ୍ଟେସନରେ ଏକ ମାମଲା ମଧ୍ୟ ଦାୟର କରାଯାଇଛି। ମାମଲା ଦାୟର କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭୋପାଳର କ୍ରିଷ୍ଣା କୁମାର ଦୁବେ। ଏହି ମାମଲାର ଶୀଘ୍ର ସମାଧାନ ନହେଲେ କଥା କୋର୍ଟକୁ ନେବା ପାଇଁ ଅଭିଯୋଗକାରୀ କହିଛନ୍ତି। ଆଜ୍ଞା ହଁ, ଶୁଣିବାକୁ ହସ ଲାଗିଲେ ବି ଆପଣ ପଢୁଥିବା ଏହି ଖବରଟି ସତ। […]
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ପିଏମ୍ ମୋଦିଙ୍କର ଟ୍ୱିଟର ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ୍ ଅର୍ଥାତ୍ ୬ କୋଟିରେ ପହଞ୍ଚିଛି। ବର୍ତ୍ତମାନ ମୋଦିଙ୍କୁ ଟ୍ୱିଟରରେ ୬ କୋଟି ଲୋକ ଫଲୋ କରୁଛନ୍ତି। ସେହିପରି ମୋଦି ୨୩୫୪ ଜଣ ଲୋକଙ୍କୁ ଫଲୋ କରୁଛନ୍ତି। ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଭାରତର ନୁହେଁ ବରଂ ସାରା ବିଶ୍ୱର ସେହି ନେତାଙ୍କ ମଧ୍ୟରେ ସାମିଲ୍ ଅଛନ୍ତି, […]
ବିଶାଖାପାଟଣା: ମଦ ପାଇଁ ଭୁଲିଗଲେ କରୋନା କଟକଣା। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ମଦ ଦୋକାନ ଆଗରେ ଜମାଇଲେ ଭିଡ଼। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଲୋକମାନେ କରୋନା କଟକଣାକୁ ନ ମାନି ସାମାଜିକ ଦୂରତାକୁ ଭୁଲି ମଦ କିଣିବା ପାଇଁ ଦୋକାନ ସାମ୍ନାରେ ଭିଡ଼ ଜମାଇଥିଲେ। ଏପରିକି ମଦ ନେବା ପାଇଁ ଲୋକଙ୍କ ଭିତରେ ଠେଲାପେଲା ଚାଲିଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଲୋକ ମାସ୍କ ପିନ୍ଧି ନଥିବା ମଧ୍ୟ ନଜର […]
ଜୟପୁର: ହାଇକୋର୍ଟରେ ଆଜି ହେବ ରାଜସ୍ଥାନ ନାଟକର ଶୁଣାଣି । ସଚିନ ପାଇଲଟଙ୍କ ସହିତ ୧୮ ବିଧାୟକଙ୍କୁ ଅଯୋଗ୍ୟ କରାଯିବ କି ନାହିଁ, ତା ଉପରେ ନିଷ୍ପତ୍ତି ନେବେ ରାଜସ୍ଥାନ ହାଇକୋର୍ଟ । ଏହି ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଥିଲେ ବାଚସ୍ପତି । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଦଳ ଭିତରେ ବାକ୍ ସ୍ୱାଧୀନତାକୁ ବିଦ୍ରୋହ ବୋଲି କୁହାଯାଇ ପାରିବ ନାହିଁ ବୋଲି କୋର୍ଟରେ ଦର୍ଶାଇଥିଲେ […]