ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ମୋଦି ନିଜ ରାଜ୍ୟ ଗୁଜରାଟରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଆଜି ସକାଳେ ହେଲିକପ୍ଟରରେ ନର୍ମଦା ଜିଲ୍ଲାର କେବଡ଼ଇାରେ ଓହ୍ଲାଇଥିଲେ। ପରେ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ। ଡ୍ୟାମରେ ମାଆ ନର୍ମଦାଙ୍କ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଏହି ଅବସରରେ ମୋଦି ସରଦାର ସରୋବର ଡ୍ୟାମ, ଷ୍ଟାଚୁ ଅଫ୍ ୟୁନିଟ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ନର୍ମଦା […]
ଭୁବନେଶ୍ୱର: କୁହାଯାଏ ପଶୁମାନଙ୍କ ଭିତରେ ହାତୀ ବହୁତ ଶାନ୍ତ, ଶୃଙ୍ଖଳିତ । ଅବଶ୍ୟ ହାତୀ ଥରେ ରାଗିଗଲେ ପ୍ରଳୟ କରିଦିଏ । ହେଲେ ହାତୀ ପାଖରେ କେତେ ମହାନ ଭାବ ରହିଛି, ଜାଣନ୍ତି ? ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରୁ ହାତୀର ମହାନୁଭବତାକୁ ଅନୁମାନ କରିହେବ। ହାତପଲ ଏକ ନଦୀ କୂଳ ଦେଇ ଯାଉଥିଲେ। ହଠାତ୍ ଛୁଆହାତୀଟିଏ ଗୋଷ୍ଠୀ ଛାଡ଼ି ପାଣି ଆଡ଼କୁ ମାଡ଼ି ଆସିଥିଲା। ପାଣିରେ ଜଣେ ବ୍ୟକ୍ତି ବୁଡି ଯାଉଥିବା […]
ନୂଆଦିଲ୍ଲୀ: ସ୍ୱପ୍ନ ସତ ହେଉ, ଏକଥା କିଏ ନ ଚାହେଁ ! ଅବଶ୍ୟ ଆମେରିକାର ଏହି ଯୁବତୀଙ୍କର ଏପରି ଇଚ୍ଛା ଥିଲା କି ନାହିଁ ଆମେ ଜାଣିନୁ। କିନ୍ତୁ ତାଙ୍କ ସ୍ୱପ୍ନ ସତ ହୋଇଯାଇଛି। ଯାହା ସେ ସ୍ୱପ୍ନରେ ଦେଖିଥିଲେ ତାହା ତାଙ୍କ ପାଇଁ ତତ୍କ୍ଷଣାତ୍ ବାସ୍ତବର ରୂପ ନେଇଛି । ହେଲେ ତା ପରେ କ’ଣ ହେଲା ଜାଣନ୍ତୁ। ଗତ ସପ୍ତାହର ଘଟଣା। କାଲିଫର୍ଣ୍ଣିଆର ୨୯ ବର୍ଷ ବୟସ୍କ ଏହି ଯୁବତୀ ଜେନା ଇବାଂସ ଜଣକ […]
ଲସ୍ ଏଞ୍ଜେଲସ୍ : ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାରର ଅଭ୍ୟାସ ଥାଏ। ତେବେ କିଛି ଲୋକଙ୍କର ଭାରି ଅଜବ ଅଭ୍ୟାସ ଥାଏ। ଏମିତିକି କିଛି ସେଲେବ୍ରିଟିଙ୍କର ମଧ୍ୟ ଅଜବ ଅଭ୍ୟାସ ରହିଛି, ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଲିଉଡ୍ ସିଙ୍ଗର୍ ଲିଆମ୍ ଗ୍ୟାଲ୍ଗେର୍। ସେ ସବୁ ବେଳେ ତାଙ୍କ ପାଖରେ ଟୁଥ୍ବ୍ରଶ୍ଟିଏ ରଖିଥା’ନ୍ତି। ସେ ନିଜେ ଏ କଥା କହିଛନ୍ତି। ‘ଦ ସନ୍’ ଖବର କାଗଜକୁ ଦେଇଥିବା […]
ଚେନ୍ନାଇ: ସପ୍ତମ ଶ୍ରେଣୀ ଯାଏ ପାଠ ପଢ଼ିଥିଲା। ହେଲେ ନିଜକୁ ଜଣେ ଦକ୍ଷ ପୁଲିସ୍ ଅଫିସର ଓ ଏନକାଉଣ୍ଟର ସ୍ପେଶାଲିଷ୍ଟର ପରିଚୟ ଦେଇ ଜଣେ ବ୍ୟକ୍ତି ୭ ଜଣ ମହିଳାଙ୍କୁ ବିବାହ କରିଥିଲା। ଏପରି କି ୬ ଜଣ ମହିଳାଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଏଭଳି ଜଣେ ୪୨୦ ନକଲି ପୁଲିସ୍ ଅଫିସରଙ୍କୁ ଚେନ୍ନାଇ ପୁଲିସ୍ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି। ତ୍ରିପୁରର ୪୨ ବର୍ଷୀୟ […]
ନୂଆଦିଲ୍ଲୀ: ମାନବିକତା ଏବଂ ବନ୍ଧୁତ୍ୱ ଆଗରେ ହାର ମାନିଛି ଜାତି, ଧର୍ମ। ଦିନେ ଏକାଠି ହୋଇ କାମ କରିବାକୁ ଯାଉଥିଲେ ଅହମଦାବାଦର ଭାନୁଶଙ୍କର ପାଣ୍ଡ୍ୟା ଏବଂ ଭିଖୁ କ୍ୟୁରେଶୀ। ଉଭୟଙ୍କ ଧର୍ମ ଅଲଗା ଅଲଗା ହୋଇଥିଲେ ମଧ୍ୟ ଏକା ସାଙ୍ଗରେ ଖାଇବା ପିଇବା ପାଖରୁ ଆରମ୍ଭ କରି ପର୍ବପର୍ବାଣୀରେ ଉଭୟ ସାମିଲ୍ ହେଉଥିଲେ। ତିନି ବର୍ଷ ପୂର୍ବେ କ୍ୟୁରେଶୀଙ୍କ ମୃତ୍ୟୁ ଘଟିଥିଲା। ଏବେ ଭାନୁଶଙ୍କରଙ୍କର ମୃତ୍ୟୁ ହୋଇଯାଇଛି। ହେଲେ କ୍ୟୁରେଶୀଙ୍କ ଉତ୍ତରାଧକାରୀ ତିନି ପୁଅ ଭାନୁଶଙ୍କରଙ୍କ ପାଇଁ […]
ନୂଆଦିଲ୍ଲୀ: ପାକିସ୍ତାନ ପରି ଏବେ ଚାଇନା ମଧ୍ୟ ଭାରତ ବିରୋଧରେ ମୋର୍ଚ୍ଚା ଭିଡ଼ିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି। ବିଶେଷ କରି ଜଳପଥରେ ଭାରତକୁ ଚକମା ଦେଇ ଚାଇନା ନିଜର ହାକିମାତି ଚଳାଇବାକୁ ପ୍ରୟାସ କରୁଥିବା ଭାରତୀୟ ନୌସେନା ଠାବ କରିଥିବା କିଛି ତଥ୍ୟରୁ ଆକଳନ କରାଯାଉଛି। ଭାରତୀୟ ମହାସାଗରରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ ନୂଆଦିଲ୍ଲୀର ଜଳପଥ ସୀମାନ୍ତକୁ ଲାଗି ବୁଲୁଥିବା ନୌସେନା ଜାଣିବାକୁ ପାଇଛି। ନୌସେନା ପକ୍ଷରୁ ଭାରତୀୟ ସୀମାନ୍ତ ନିକଟରେ […]
ନୂଆଦିଲ୍ଲୀ: ବାକିରେ ବିଳାସପୂର୍ଣ୍ଣ କାର୍ କିଣି ବୁଲୁଛନ୍ତି ପାକିସ୍ତାନର ମନ୍ତ୍ରୀ ଶେଖ୍ ରସିଦ୍। ହେଲେ ଏଯାଏ ଟଙ୍କା ଶୁଝି ପାରୁନାହାନ୍ତି। ଆଉ ଏଥିପାଇଁ ପାକିସ୍ତାନ ପାର୍ଲାମେଣ୍ଟରେ ଆଜି ହଟହଟା ହୋଇଛନ୍ତି। ଏହି କାର୍ ଜାପାନରୁ ରପ୍ତାନୀ କରିଥିଲେ ଶେଖ ରସିଦ୍। ଜାପାନର ବ୍ୟବସାୟୀ ନୁର ଖାନ୍ଙ୍କଠାରୁ ୨୨ ଲକ୍ଷ ଟଙ୍କାର ଏହି କାର କିଣିଥିଲେ। ଏପରିକି ନୁର୍ ଖାନ ଜାହାଜରେ ଏହି କାରକୁ ପାକିସ୍ତାନ ପହଞ୍ଚାଇବାର ବ୍ୟବସ୍ଥା ମଧ୍ୟ କରି ଦେଇଥିଲେ। ହେଲେ କାର କିଣିବା ପରେ […]
ଡେରାଡୁନ୍: ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ନିୟମ ଓ ଜୋରିମାନା ଆଦାୟକୁ ନେଇ ହାହାକାର ସୃଷ୍ଟି ହୋଇଛି। ତେବେ ଟ୍ରାଫିକ୍ ପୁଲିସ୍ ଗୋଟିଏ ବଳଦ ଗାଡ଼ି ନାଁରେ ନୂଆ ମଟୋର ଭେଇକିଲ ଆକ୍ଟ ଅନୁଯାୟୀ ୧୦୦୦ ଟଙ୍କାର ଚାଲାଣ କାଟିବା, ଏବେ ଚର୍ଚ୍ଚାର ବିଷୟ ହୋଇଛି। ଡେରାଡୁନ୍ରେ ଘଟିଥିବା ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ଟ୍ରାଫିକ ପୁଲିସ୍ ପକ୍ଷରୁ ଉକ୍ତ ବଳଦ ଗାଡ଼ିର ମାଲିକଙ୍କୁ ଜୋରିମାନା ଅର୍ଥ ଫେରସ୍ତ କରାଯାଇଛି। ରିୟାଜ ହାସନ ନାମକ […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟର ଅନେକ ନେତା ଗୃହବନ୍ଦୀ ରହିଛନ୍ତି। ତେବେ କେଉଁ ଆଧାରରେ ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଅଟକ ରହିଛନ୍ତି ସେ ବାବଦରେ ସୁପ୍ରିମକୋର୍ଟରେ ଏମଡିଏମକେର ନେତା ଭାଇକୋ ମାମଲା ଦାୟର କରିଥିଲେ। ଯାହାର ଜବାବ ଆଜି କେନ୍ଦ୍ର ରଖିଛି। କେନ୍ଦ୍ର ସରକାର କହିଛନ୍ତି, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ସାଧାରଣ ସୁରକ୍ଷା ବା ପବ୍ଲିକ ସେଫଟି ଆଇନ୍ ଆଧାରରେ ଅଟକ ରଖାଯାଇଛି। ଏହି […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ତୁମାକୁରୁ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସେଠାରେ ଅୟୋଜିତ ଏକ ସଭାରେ ଶ୍ରୀ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ତା ପୂର୍ବରୁ ସେ ତୁମାକୁର ସିଦ୍ଧଗଙ୍ଗା ମଠକୁ ଯାଇଛନ୍ତି। ସେଠାରେ ସେ ସିଦ୍ଧଲିଙ୍ଗ ମହା ସ୍ୱାମୀଜୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ଦିବଂଗତ ଶିବକୁମାର ସ୍ୱାମୀଜୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। […]
ମୁମ୍ୱାଇ : ଜଣାଶୁଣା ଫିଲ୍ମ ଏଡିଟର୍ ସଞ୍ଜୀବ କୁମାର ଦତ୍ତାଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍ରୋଗରେ ପୀଡ଼ିତ ଥିଲେ। ଏବେ କାନାଡ଼ା ଥିବା ଫିଲ୍ମ ନିର୍ମାତା ନାଗେଶ କୁକୁନୁର ପ୍ରଥମେ ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ସେ କହିଥିଲେ, କିଛି ଦିନ ତଳେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। କିନ୍ତୁ […]
ହାଇଦ୍ରାବାଦ୍: ସାଧାରଣତଃ ସ୍କୁଲ, କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟ। ୟୁନିଫର୍ମ ନ ପିନ୍ଧିଲେ, ସ୍କୁଲ ଭିତରକୁ ଯିବା ଲାଗି ସେମାନଙ୍କୁ ଅନେକ ସମୟରେ ଅନୁମତି ମିଳି ନ ଥାଏ। ହେଲେ କଲେଜ ଭିତରକୁ ଯିବା ପାଇଁ ନିର୍ଦ୍ଦିଷ୍ଟ ମାପର ୟୁନିଫର୍ମ ପିନ୍ଧିବା ବାଧ୍ୟ ଏକଥା ଜାଣିଥିଲେ କି ? ହାଇଦ୍ରାବଦ୍ରେ ଏପରି ଘଟଣା ଘଟିଛି ଏକ ନାମୀଦାମି ମହିଳା କଲେଜରେ। ସେଣ୍ଟ ଫ୍ରାନ୍ସିସ୍ ଗର୍ଲସ କଲେଜରେ (St. Francis Girls College) ଡ୍ରେସ୍ କୋର୍ଡକୁ […]
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିଛି। ଶାରଦା ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିବା ପାଇଁ ଆଜି ବାଟ ଫିଟିଛି। ଗିରଫଦାରୀରୁ ବର୍ତ୍ତିବା ପାଇଁ ରାଜୀବ କୁମାର କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରି ତାଙ୍କୁ ସିବିଆଇ ନୋଟିସ୍ ଅନୁଯାୟୀ ଜେରାର […]
ଭୁବନେଶ୍ୱର:ସାଧାରଣ ଜ୍ଞାନର ଗୋଟିଏ ପ୍ରଶ୍ନ ଚନ୍ଦ୍ରାଣୀ ମୁର୍ମୁ। ୨୦୧୯ ଲୋକସଭାର ସର୍ବ କନିଷ୍ଠ ସାଂସଦ କିଏ ? ଏହି ପ୍ରଶ୍ନର ଉତ୍ତର କେନ୍ଦୁଝର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଖାଲି ସାଧାରଣ ଜ୍ଞାନର ଉତ୍ତରଟିଏ ହୋଇ ରହି ନାହାନ୍ତି ଚନ୍ଦ୍ରାଣୀ, ତାଙ୍କର ନାଁ କହି କେବିସି ( କୌନ ବନେଗା କରୋଡପତି)ର ଜଣେ ମହିଳା ପ୍ରତିଯୋଗୀ ୬ ଲକ୍ଷ ୪୦ ହଜାର ଟଙ୍କା ଜିତିଛନ୍ତି। ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଚନ୍ଦ୍ରାଣୀ ୨୦୧୭ରେ […]
ଇସ୍ଲାମାବାଦ: କଶ୍ମୀରକୁ ନେଇ ପାକିସ୍ତାନ ୱାଜିର-ଏ-ଆଜମ ଏବେ କେତେ ବିଚଳିତ ହୋଇ ପଡ଼ିଛନ୍ତି, ତାହା ପୁଣିଥରେ ସାମ୍ନାକୁ ଆସିଛି। ମୋଦି-୨ ସରକାର ଅପ୍ରତ୍ୟାଶିତ ଢଙ୍ଗରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଆଚମ୍ବିତ ହୋଇ ପଡ଼ିଥିବା ପାକିସ୍ତାନ ଏବେ କେବଳ ସ୍ୱପ୍ନରେ ସବୁ କିଛି କଳ୍ପନା କରିବାରେ ଲାଗିଛି। ପାକିସ୍ତାନ ଦେଖୁଥିବା କୌଣସି ବି ସ୍ୱପ୍ନ ଯେ ତୃଣମୂଳସ୍ତରରେ ବାସ୍ତବ ରୂପ ନେଉ ନାହିଁ, ସେକଥା ମାନିବାକୁ ଇମ୍ରାନ୍ ଖାନ୍ ପ୍ରସ୍ତୁତ ନୁହନ୍ତି। କଶ୍ମୀରର ଭୌଗଳିକ […]
ନୂଆଦିଲ୍ଲୀ: ବିଭନ୍ନ ସୋଶାଲ ମିଡିଆ ବିଶେଷ କରି ଫେସବୁକ୍ରେ ଆଧାର କାର୍ଡ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୨୪ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ୨୪ ତାରିଖରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଜି ରୁଲିଂ ଦେଇଛନ୍ତି। […]
ଇସ୍ଲାମାବାଦ: ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ପାକିସ୍ତାନ ଏବେ ନୂଆ ଭେଳିକି ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ବିଶ୍ୱ ଦରବାରରେ ଲୋକହସା ହୋଇଥିବା ପାକିସ୍ତାନ ଏବେ ଭାରତକୁ ଆକସ୍ମିକ ଯୁଦ୍ଧ ଧମକ ଦେଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, “ବର୍ତ୍ତମାନ ଜମ୍ମୁ-କଶ୍ମୀର ପରିସ୍ଥିତି ଯାହା ହେଲାଣି କୌଣସି ବି ମୁହୂର୍ତ୍ତରେ ଭାରତ ସହ ଆକସ୍ମିକ ଯୁଦ୍ଧ ହୋଇପାରେ। ଗୋଟିଏ ବିବାଦର ପରିଣାମ କେତେ ଭୟଙ୍କର ହୋଇପାରେ, ସେକଥା ଭାରତ ଓ ପାକିସ୍ତାନ […]
ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାମିଲ୍ନାଡୁର ଜଣେ ୮୦ ବର୍ଷୀୟ ବୃଦ୍ଧା ଇଡ୍ଲି ସମ୍ବର ପ୍ଲେଟ୍କୁ ୧ଟଙ୍କାରେ ବିକୁଥିଲେ। ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏତେ କମ୍ ଦାମ୍ରେ ସେ ଇଡ୍ଲି ସମ୍ବର ବିକ୍ରି କରୁଥିବାରୁ ଲୋକମାନେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। କେବଳ ସାଧାରଣ ଲୋକ ନୁହନ୍ତି, ବୃଦ୍ଧାଙ୍କ ପ୍ରଶଂସା ଖୋଦ୍ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍ର ଚେୟାରପର୍ସନ୍ ତଥା ପ୍ରସିଦ୍ଧ ବିଜ୍ନେସ୍ମ୍ୟାନ୍ ଆନନ୍ଦ ମହିନ୍ଦ୍ରା କରିଥିଲେ ଓ ସହାୟତାର ହାତ […]
ଭୋପାଲ: ଡଙ୍ଗାରେ ମଝି ନଈକୁ ଯାଇଥିଲେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ। ହେଲେ ବିଧିର ବିଧାନ ଅଲଗା। ମୂର୍ତ୍ତି ତ ବିସର୍ଜନ କଲେ, ହେଲେ ଉଛୁଳା ନଈରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଡଙ୍ଗା ଆଉ ତା’ ତଳେ ଚାପି ହୋଇଗଲେ ବହୁ ଶ୍ରଦ୍ଧାଳୁ । ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ବାହାର କରିବା ସହ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ଅଛନ୍ତି। ଏଭଳି ଦୁଃଖଦ ଘଟଣା ଆଜି […]
ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଲାଗିଛି ମୋଟା ଅଙ୍କର ଫାଇନ୍। ହଜାରେ, ୫ ହଜାର ନୁହେଁ ଏକାଥରକେ କଟିଛି ୨ ଲକ୍ଷ ଟଙ୍କାର ଚାଲାଣ। ରାଜଧାନୀ ଦିଲ୍ଲୀର ମୁକର୍ବା ଚୌକରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠାରୁ ୨ ଲକ୍ଷ ୫ ଶହ ଟଙ୍କାର ଚାଲାଣ କଟାଯାଇଛି। ଓଭର ଲୋଡିଂ ଏବଂ ଅନ୍ୟ ନିୟମ ଉଲ୍ଲଂଘନ ପାଇଁ ଏହି ଜରିମାନା ହୋଇଛି। ହେଲେ ଡ୍ରାଇଭର ଜଣକ ଏହି ଜରିମାନା ରାଶି ଡିପୋଜିଟ କରି ନ ଥିବା […]
ଭୋପାଲ: ଠିକ୍ ସମୟରେ ବର୍ଷା ନ ହେଲେ ଭାରତୀୟମାନଙ୍କର ଚିନ୍ତା ବଢିଯାଏ। କାରଣ ଚାଷୀଟିଏ ଚାଷ କରିବ ବୋଲି ବର୍ଷାକୁ ଚାହିଁ ବସିଥାଏ। ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେଲେ ବିଭିନ୍ନ ପୂଜାପୂଜି କରିବାର ପରମ୍ପରା ଏଠାରେ ରହିଛି। ବିଶେଷକରି ବର୍ଷା ପାଇଁ ବେଙ୍ଗବେଙ୍ଗୁଲି ବାହାଘର ଭାରତର ଅଧିକାଂଶ ପ୍ରାନ୍ତରରେ ଦେଖିବାକୁ ମିଳିଥାଏ। ହେଲେ ବର୍ଷା ବନ୍ଦ କରିବା ପାଇଁ ବେଙ୍ଗ ବେଙ୍ଗୁଲିଙ୍କ ବିବାହ ବିଚ୍ଛେଦ କରାଯିବା ବୋଧହୁଏ କେହି ଶୁଣି ନ ଥିବେ। ଏପରି ଏକ […]
ଇସ୍ଲାମାବାଦ୍: କଶ୍ମୀର ପ୍ରସଙ୍ଗରେ ପରାଜୟ ସ୍ୱୀକାର କରିଥିବା ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାକୁ ଆରମ୍ଭ କରିଛି। କଶ୍ମୀର ପ୍ରସଙ୍ଗରେ ଜାତିସଂଘ ଇମ୍ରାନ୍ ସରକାରଙ୍କୁ ଶକ୍ତ ଚାପୁଡ଼ା ମାରିବା ପରେ ଏବେ ଏହାର ରାଗ ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଶୁଝାଇବାକୁ ଚେଷ୍ଟା ଆରମ୍ଭ କରିଛି। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଛାଟ ପରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ୍ ଯୋଗାଇ ଦେଇଥିବା ପାକିସ୍ତାନ ଏବେ ୟୁ-ଟର୍ଣ୍ଣ ନେଇଛନ୍ତି। କୁଳଭୂଷଣଙ୍କୁ କୌଣସି ପ୍ରକାରର ଦ୍ୱିତୀୟ […]
ନୂଆଦିଲ୍ଲୀ: ହିଂସାକାଣ୍ଡ ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ପୁଲିସ୍ ଗିରଫ କରିଛି। ଏମାନଙ୍କ ପାଖରୁ ୬ଟି ଏକେ-୪୭ ରାଇଫଲ ଜବତ ହୋଇଛି। ଏହି ଆତଙ୍କବାଦୀଙ୍କୁ ପଞ୍ଜାବ ଓ ଜମ୍ମୁ-କଶ୍ମୀରର ସୀମାନ୍ତ ଲଖନପୁର ନିକଟରେ ସୁରକ୍ଷାକର୍ମୀ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଜମ୍ମୁ-ପଠାନକୋଟ୍ ଜାତୀୟ ରାଜପଥରେ ଚେକିଂ ଚାଲିଥିଲା। ଏହି ସମୟରେ କଶ୍ମୀରରୁ ପଞ୍ଜାବର ବାମୟାଲ ଯାଉଥିବା ଏକ ଟ୍ରକ୍କୁ […]
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ହୋଇ ପାରୁନି। ଏହା ମଧ୍ୟରେ ଥିବା ରୋଭର ପ୍ରଜ୍ଞାନର ଆୟୁଷ ସରି ସରି ଆସୁଥିବାବେଳେ ବିକ୍ରମ ସହ ଯୋଗାଯୋଗ କରିବାକୁ ଇସ୍ରୋ ଉଦ୍ୟମ ଜାରି ରଖିଛି। ଇସ୍ରୋ ପରେ ଏବେ ନାସା ବିକ୍ରମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ ପରେ ଅଚଳ ହୋଇ ପଡ଼ିଥିବା ବିକ୍ରମ ପାଖକୁ ନାସା ‘ହ୍ୟାଲୋ’ ମେସେଜ ପଠାଇଥିବା ଜଣାପଡ଼ିଛି। କାଳେ ନାସା […]