ଭୁବନେଶ୍ୱର: ସଚିବମାନେ ଘନ ଘନ ଜିଲ୍ଲାଗସ୍ତ କରୁଛନ୍ତି, ଡାକ୍ତରଖାନା ବୁଲୁଛନ୍ତି ! ନବୀନ ବାବୁଙ୍କ ମନ୍ତ୍ରୀମାନେ କୁଆଡେ ଗଲେ ? ସଚିବମାନେ କ’ଣ ମନ୍ତ୍ରୀଙ୍କ ଉପରେ ? 5 T ସଚିବ ଭି.କେ.ପାଣ୍ଡିଆନଙ୍କ ଡାକ୍ତରଖାନା ପରିଦର୍ଶନକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। କାହିଁ ଆଗରୁ ତ ସଚିବମାନେ ଏମିତି ଗସ୍ତରେ ଯାଉ ନ ଥିଲେ ? ଆଗରୁ କିଛି କରୁନଥିଲେ ବୋଧହୁଏ ! ନବୀନ ବାବୁଙ୍କ ଶାସନର ୨୦ ବର୍ଷ ହୋଇଗଲାଣି, ଫାଇଭ-T […]
ନୂଆଦିଲ୍ଲୀ: ଦେଶରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ବାଂଲାଦେଶ (ଜେଏମବି) ଆତଙ୍କବାଦୀଙ୍କ ଗତିବିଧି ବଢ଼ୁଛି। ଆଜି ଦିଲ୍ଲୀରେ ବସିଥିବା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ବୈଠକରେ ଡିଜି ଓ୍ୱାଇସି ମୋଦି ଏଭଳି କହିଛନ୍ତି। ଏହି ଆତଙ୍କବାଦୀ ସଂଗଠନ ଓଡ଼ିଶା.ଆସାମ୍, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକରେ ସକ୍ରିୟ ରହିଛି। ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ଏହି ରାଜ୍ୟ ମାନଙ୍କୁ ଦିଆସରିଛି। ଏନଆଇଏ ମହାନିର୍ଦ୍ଦେଶକ ଆଲୋକ ମିତ୍ତଲ କହିଛନ୍ତି ୨୦୧୪-୧୮ ମଧ୍ୟରେ ଜେଏମବି ବାଙ୍ଗାଲୋରରେ ୨୦-୨୨ଟି ସ୍ଥାନରେ ନିଜର ସଂସ୍ଥା ଲୁଚେଇ […]
ପୁନେ: ମହାରାଷ୍ଟ୍ର ପୁନେରେ ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ସମସ୍ତେ ଶ୍ରମିକ ବୋଲି ଜଣାପଡ଼ିଛି। ତେବେ ଗୋଦାମ ଭିତରେ ଥିବା କିଛି ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରେ ୪ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଣେର ଉରୁଲି ଦେଭାଚିରେ ଥିବା କପଡ଼ା ଗୋଦାମରେ ଆଜି ଭୋରରୁ ହଠାତ୍ ନିଆଁ ଲାଗିଯିବାରୁ ଗୋଦାମରେ ଥିବା ୫ଜଣ ଶ୍ରମିକ ଜୀବନ୍ତ […]
ଶ୍ରୀନଗର: ୭୨ ଦିନ ପରେ ଜମ୍ମୁ କାଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ ସେବା ଆଜିଠାରୁ ପୁଣିଥରେ ସକ୍ରିୟ ହୋଇଛି। ମଧ୍ୟାହ୍ନ ପରଠାରୁ ସମସ୍ତ ମୋବାଇଲ କମ୍ପାନୀର ପୋଷ୍ଟପେଡ୍ ସେବା ସକ୍ରିୟ ହୋଇଛି। ତେବେ ଇଣ୍ଟରନେଟ ବ୍ୟବହାର ଉପରେ ଏବେ ବି କଟକଣା ରହିଛି ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ପ୍ରିପେଡ ମୋବାଇଲେ […]
ଚେନ୍ନାଇ: ଋଣ ବୋଝ ସମ୍ଭାଳିନପାରି କୀଟନାଶକ ପିଇଛନ୍ତି ଗୋଟିଏ ପରିବାରର ୭ ସଦସ୍ୟ। ଯେଉଁଥିରେ ବିବାହିତ ଝିଅ ଏବଂ ତାଙ୍କର ଦୁଇ ଛୋଟ ଝିଅ ମଧ୍ୟ ରହିଛନ୍ତି। ତାମିଲନାଡୁର ଅନ୍ନାନୁରରେ ଗତକାଲି ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ଋଣ ବୋଝ ସମ୍ଭାଳି ନପାରିବାରୁ ସପରିବାର ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୁଲିସ କହିଛି। ଏଯାଏ କୌଣସି […]
ସୁକ୍ମା: ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ମାଓ ଆତଙ୍କ। ରାସ୍ତା ନିର୍ମାଣ କାମରେ ବ୍ୟବହୃତ ଗୋଟିଏ ଗାଡ଼ି ଓ ୩ଟି ମେସିନ୍କୁ ମାଓବାଦୀମାନେ ଜାଳି ଦେଇଛନ୍ତି। ଗୋଲାପାଲ୍ଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଗୋଲାପାଲ୍ଲି ଗାଁରୁ କୋଣ୍ଟା ସହରକୁ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀମାନେ ଏଭଳି ଆତଙ୍କ ଖେଳାଇଥିଲେ। ମିଳିଥିବା ସୂଚନା ଅନୁସାରେ, ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ଗ୍ରୁପ୍ ସେଠାରେ ପହଞ୍ଚି କାମ କରୁଥିବା ଶ୍ରମିକଙ୍କୁ ସ୍ଥାନ ଛାଡ଼ି ଚାଲି […]
ମସ୍କୋ: ରୁଷ୍ରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯିବା ଫଳରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ୩୭ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ମଧ୍ୟରେ ବିମାନର ଜଣେ କ୍ର୍ୟୁ ମେମ୍ବର ଥିବା ଜଣାପଡ଼ିଛି। ରୁଷିଆ ନିର୍ମିତ ସୁଖୋଇ ସୁପରଜେଟ୍ ବିମାନଟି ଶେରେମେତ୍ୟେଭୋରୁ ମୁରମନସ୍କ ଅଭିମୁଖେ ଯାତ୍ରା କରୁଥିବା ବେଳେ ରବିବାର ଦିନ ଏହି ଅଭାବନୀୟ ଘଟଣା ଘଟିଥିଲା। ବିମାନରେ କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୭୮ ଜଣ ଥିଲେ। ମସ୍କୋର ଶେରେମେତ୍ୟେଭୋ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରିବାର […]
ନୂଆଦିଲ୍ଲୀ: ମାଗଣା କଲ୍ ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍କା ଦେଇଥିବା ଜିଓ ନେଟୱର୍କ ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି। ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନିଟ୍ ମାଗଣା କଲ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଜିଓରୁ ଅଲଗା ନେଟୱର୍କକୁ ଲୋକମାନେ ୩୦ ମିନିଟ୍ ଯାଏ ମାଗଣା କଲ କରିପାରିବେ। ହେଲେ ଏଥିପାଇଁ କମ୍ପାନୀ କିଛି ସର୍ତ୍ତ ଲାଗୁ କରିଛି। ଅକ୍ଟୋବର ୯ରେ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସ୍ଥିତି ସ୍ୱାଭାବିକ ରହିଛି। ତେଣୁ ଶନିବାରଠାରୁ ଏଠାରେ ମୋବାଇଲ ପୋଷ୍ଟ ପେଡ୍ ସେବା ଆରମ୍ଭ ହେବ ବୋଲି ଗତାକାଲି ସ୍ଥାନୀୟ ପ୍ରଶାସନ କହିଥିଲା। ଏହାକୁ ନେଇ ୬୯ ଦିନ ହେଲା ମୋବାଇଲ ସେବା ଓ ଅନ୍ୟାନ୍ୟ ଆବଶ୍ୟକତାରୁ ବଞ୍ଚିତ ଥିବା କଶ୍ମୀରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ହେଲେ ରାତାରାତି ନିଷ୍ପତ୍ତି ବଦଳି ଯାଇଛି। ଶନିବାର ନୁହେଁ ସୋମବାରଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟ ପେଡ୍ ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଆଜି ଜମ୍ମୁ-କଶ୍ମୀର […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ଆଜି ପଞ୍ଚମ ପର୍ଯ୍ୟାୟରେ ୫୧ଟି ଆସନରେ ଭୋଟ୍ ଗ୍ରହଣ ହେଉଛି। ଉତ୍ତରପ୍ରଦେଶର ୧୪ ଆସନ, ରାଜସ୍ଥାନର ୧୨, ପଶ୍ଚିମବଙ୍ଗର ୭, ମଧ୍ୟପ୍ରଦେଶର ୭, ବିହାରର ୫, ଝାଡ଼ଖଣ୍ଡର ୪ଟି ଆସନ ପାଇଁ ସକାଳ ୭ଟାରୁ କଡା ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ମାଓ ପ୍ରଭାବିତ ଝାଡ଼ଖଣ୍ଡର ୪ଟି ଲୋକସଭା ଆସନରେ ଅପରାହ୍ନ ୪ଟାରେ ଭୋଟ୍ ଗ୍ରହଣ ଶେଷ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, କେନ୍ଦ୍ରମନ୍ତ୍ରୀ […]
ଚେନ୍ନାଇ:ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆଜି ସ୍ୱଦେଶ ଫେରିଯିବେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନ୍ପିଙ୍ଗ ମଧ୍ୟରେ ମହାବଳୀପୁରମ୍ରେ ଅନୌପଚାରିକ ସାକ୍ଷାତ ହୋଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ଏଠାରେ ଆଲୋଚନା ହୋଇଥିଲା। ଏହି ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ଅନେକ ବାର ଏକୁଟିଆ ଆଲୋଚନା କରିବାକୁ ପଡ଼ିଥିଲା। ଏହି ସାକ୍ଷାତବେଳେ ଦୁଇ ନେତାଙ୍କ ମଧ୍ୟରେ ଭାବ ବିନିମୟରେ ପ୍ରତିବନ୍ଧକ ସାଜିଥିଲା ଭାଷା। କାରଣ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀରେ […]
ଚେନ୍ନାଇ: ଦୁଇ ଦିନିଆ ଅନୌପଚାରିକ ଆଲୋଚନା ପାଇଁ ଚେନ୍ନାଇ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ଣ ଭୋଜନରେ ଆପ୍ୟାୟିତ କରିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଦେବା ପୂର୍ବରୁ ସେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ। ଏହି ଉପହାରଟି ହେଉଛି ହାତବୁଣା ରେଶମ ପ୍ରତିକୃତି। ଏଥିରେ ଜିନପିଙ୍ଗଙ୍କ ମୁହଁର ଛବି ରହିଛି। କୋଏମ୍ବାଟୋର ଜିଲ୍ଲା ଅନ୍ତର୍ଗତ ସିରୁମୁଗାଇପୁଡ଼ୁରରେ ଥିବା ଶ୍ରୀରାମଲିଙ୍ଗା ସୌଦାମ୍ବିଗାଇ ହସ୍ତନ୍ତ ସମବାୟନ ସମବାୟ ସମିତି ଏହାକୁ […]
ଚେନ୍ନାଇ: ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତରୁ ଅଜସ୍ର ଭଲ ପାଇବା ସହ କିଛି ସ୍ୱତନ୍ତ୍ର ଉପହାର ନେଇ ବେଜିଂ ଗସ୍ତ କରିବେ। ଆଜି ହାତବୁଣା ରେଶମ ପ୍ରତିକୃତି ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜିନପିଙ୍ଗଙ୍କୁ ଆଉ କିଛି ସ୍ୱତନ୍ତ୍ର ଗିଫ୍ଟ ଦେଇଥିଲେ। ଗତକାଲି ମୋଦି ଚାଇନା ରାଷ୍ଟ୍ରପତିଙ୍କୁ ଗୋଟିଏ ଚାଚିଆରକୋଲି ଉପହାର ଦେଇଥିଲେ। ଏହି ୬ ଫୁଟ ଉଚ୍ଚର ଆନ୍ନାମ ଲ୍ୟାମ୍ପଟି ସୁନା ରଙ୍ଗରେ ଝଳେଇ ହୋଇଛି। ଏହାବାଦ୍ […]