ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ସାରା ଦେଶରେ ନିଆଁ ଜଳୁଛି। ଏଥିରୁ ବିହାର ମଧ୍ୟ ବାଦ ପଡ଼ିନି। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି। ଏହି କାରଣରୁ ଆଜି ଭୋରରୁ ପାଟନାର ବିଭିନ୍ନ ସ୍ଥାନରେ ନୀତୀଶ କୁମାର ନିଖୋଜ ହୋଇଯାଇଥିବା ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ନୀତୀଶ କୁମାରଙ୍କ ଏକ ବଡ଼ ଫଟୋ ରହିଛି। ଏହାର ଉପରି ଭାଗରେ ସିଏଏ ଓ […]
ନୂଆଦିଲ୍ଲୀ: ରେଳ ବିଭାଗରେ ୩ ଲକ୍ଷରୁ ଅଧିକ ପଦ ଖାଲି ପଡ଼ିଛି। ଏଥିମଧ୍ୟରୁ ୨.୯୪ ଲକ୍ଷ ପଦରେ ନିଯୁକ୍ତି ପାଇଁ ଅଧିସୂଚନା ଜାରି କରାଯାଇଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ରେଳ ବିଭାଗରେ ସ୍ୱକୃତ ପଦ ସଂଖ୍ୟା ୧୫,୨୪,୧୨୭। ଏଥିରୁ ୧୨,୧୭,୯୮୦୦ ପଦ ପୂରଣ ଥିବା ବେଳେ ୩,୦୬,୨୨୭ ପଦ ଖାଲି ପଡ଼ିଛି। ଗୋୟଲଙ୍କ କହିବା ଅନୁଯାୟୀ, ୨.୯୪ ପଦ ପୂରଣ ପାଇଁ ଇତି […]
ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ରବିବାର ହୋଇଥିବା ହିଂସାକାଣ୍ଡ ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି। ହେଲେ ସେମାନଙ୍କ ମଧ୍ୟରେ ୟୁନିଭର୍ସିଟିର ଜଣେ ହେଲେ ବି ଛାତ୍ର ନାହାନ୍ତି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୩ ପେଷାଦାର ଅପରାଧୀ ଏବଂ ଅନ୍ୟମାନେ ଅଖୋଲା ଅଞ୍ଚଳର ବାସିନ୍ଦା। ପୋଲିସ ପକ୍ଷରୁ କୁହାଯାଇଛି, ଯଦିଓ କୌଣସି ଛାତ୍ରଙ୍କୁ ଗିରଫ କରାଯାଇ ନାହିଁ, ତେବେ ଏହାର ଅର୍ଥ ନୁହେଁ ଯେ ସେମାନଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି। ରବିବାର ଦିନ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତୁରନ୍ତ ହିଂସାକାଣ୍ଡ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଆଜି କୋର୍ଟ ଏହି ମାମଲାର ଶୁଣାଣି କରିବେ। ହିଂସା ଘଟାଇବା ଲାଗି ଛାତ୍ରଙ୍କର ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନାଗରିକତା ସଂଶୋଧନ ଆଇନ୍ , ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିଂସାକାଣ୍ଡ, ପୋଲିସ କାଯର୍ୟାନୁଷ୍ଠାନ ଏବଂ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିରେ ପୋଲିସ-ଛାତ୍ର ସଂଘର୍ଷ ଘଟଣାକୁ ନେଇ ଦେଶ […]
ନୂଆଦିଲ୍ଲୀ:ଭାରତ ଦଖଲକୁ କେବେ ଆସିବ ପିଓକେ ? ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ। ସେ କହିଛନ୍ତି, ବାଲାକୋଟ ଏବଂ ଉରୀ ଘଟଣା ପରେ ମୋଦି ସରକାର ଏଇ ସନ୍ଦେଶ ଦେଇଛନ୍ତି ଯେ, ଏହି ସରାକର ଦେଶ ପାଇଁ ଗମ୍ଭୀର ଭାବେ ଚିନ୍ତା କରେ। ଏ ସରକାର ନିର୍ଣ୍ଣୟ ନେଇପାରେ। ପାକିସ୍ତାନ ଏବେ ଡରିବାକୁ ଆରମ୍ଭ କଲାଣି । ପାକିସ୍ତାନର ଭୟ ଯେ, ଭାରତ କେତେବେଳେ ବି ପିଓକ (ପାକ୍ ଅଧିକୃତ କାଶ୍ମୀର)କୁ ନିଜ ଅଧୀନକୁ […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଗୁଆହାଟୀ, ହାଓଡ଼ା ଓ ଚେନ୍ନାଇ ରୁଟ୍ରେ ବହୁ ଟ୍ରେନ୍ ବାତିଲ ହୋଇଛି। ଆଜିର ୫ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ିକ ହେଲା-ସିଆଲାଦରୁ ବାହାରୁଥିବା ସିଆଲାଦ-ପୁରୀ ଏକ୍ସପ୍ରେସ୍, ହାଓ୍ୱଡ଼ାରୁ ବାହାରୁଥିବା ହାଓ୍ୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ହାଓ୍ୱଡ଼ା-ୟଶଓ୍ୱନ୍ତପୁର ଏକ୍ସପ୍ରେସ୍, ହାଓ୍ୱଡ଼ା-ଚେନ୍ନାଇ […]
ନୂଆଦିଲ୍ଲୀ: ଦିନେ ତାଙ୍କ ପାଖରେ ଥିଲା ସବୁକିଛି। ଚାକିରି, ପଇସା। ନିଜ ପାଇଁ ଖାଦ୍ୟ, ପୋଷାକ ଯୋଗାଡ କରିବାରେ ତାଙ୍କର କିଛି ସମସ୍ୟା ନ ଥିଲା। ହେଲେ ଦିନେ ସମୟର ଚକ ଘୂରିଗଲା। ଭାଗ୍ୟ ତାଙ୍କଠାରୁ ସବୁକିଛି ଲୁଟିନେଲା। ନା ପେଟ ପାଇଁ ଦୁଇମୁଠା ଖାଦ୍ୟ ଯୋଗଡ଼ କରିପାରିଲେ ନା ପୋଷାକ। ହେଲେ କାହାକୁ ସାହଯ୍ୟ ମାଗିବାକୁ ତାଙ୍କ ସ୍ୱାଭିମାନ ବାଧା ଦେଲା। ଶେଷରେ ଜୀବନ ବଞ୍ଚାଇବା ପାଇଁ ଆପଣେଇଲେ ଏପରି ଅଭିନବ ଉପାୟ। ନାଟିଂଘମର ବାସିନ୍ଦା […]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ,ପଶ୍ଚିମବଙ୍ଗ, ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଛି। ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏକୁ ନେଇ ଛାତ୍ରଛାତ୍ରୀ ହିଂସା ପ୍ରଦର୍ଶନ କରିଛନ୍ତି। ଏ ନେଇ ତତ୍କାଳ ଶୁଣାଣୀ ପାଇଁ ଆଇନଜୀବୀ ଇନ୍ଦିରା ଜୟସିଂହ ସୁପ୍ରିିମକୋର୍ଟରେ ଆବଦେନ କରିଥିଲେ। ସିଏଏ ଲାଗୁ କରିବା ଫଳରେ ସାରା ଦେଶରେ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଥିଲେ। […]
ଢାକା: ଭାରତରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବ ବାଂଲାଦେଶ। ବାଂଲାଦେଶ ସରକାର ଏ ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲି ମଧ୍ୟ ମାଗିଛନ୍ତି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି, ଯଦି ଭାରତ ସରକାର ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲିକା ଦେବେ ତାହେଲେ ସେମାନଙ୍କୁ ବାଂଲାଦେଶ ଫେରାଇନେବା ପାଇଁ ବାଂଲାଦେଶ ସରକାର ଅନୁମତି ଦେବ । ଏନଆରସି ଭାରତର ଅନ୍ତରୀଣ ପ୍ରସଙ୍ଗ। ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ […]
ନୂଆଦିଲ୍ଲୀ:ଦାରିଦ୍ର୍ୟ ମଣିଷକୁ ପ୍ରତକୂଳ ପରିସ୍ଥିତି ସହ ସଂଘର୍ଷ କରିବାକୁ ପ୍ରେରଣା ଦିଏ। ଆଉ ଯିଏ ସଂଘର୍ଷ କରେ ସେ ହିଁ ସଫଳତା ପାଏ। ହେଲେ ସେଥିପାଇଁ କେବଳ ଆବଶ୍ୟକ ଦୃଢମନ ଆଉ ନିଷ୍ଠା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଫିଲିପାଇନ୍ସର ୧୧ବର୍ଷର ଏଇ କୁନି ଝିଅ। ନାଁ ତାର ରିଆ ବୁଲୋସ। ଏତେ ଛୋଟ ବୟସରେ ସଫଳତା ପାଇବା ପାଇଁ ସେ ଯେଉଁ ସାଧନା କରିଛନ୍ତି, ତାର ଫଳ ସ୍ୱରୂପ ସେ ଆଜି ହୋଇ ପାରିଛି ସ୍ୱର୍ଣ୍ଣପଦକ […]
ନୂଆଦିଲ୍ଲୀ: ୧୨ ବର୍ଷର ଛୋଟ ପିଲାଟିଏ। ପାଇଛି ଚଳିତବର୍ଷର ଫେସ୍ବୁକ୍ ଆୱାର୍ଡ। ଛୋଟ ପିଲାଟି ଏକ ଭିଡ଼ିଓ ଗେମ୍ ତିଆରି କରିଛି। ଖାଲି ତିଆରି କରିନି, ଏହାକୁ ତିଆରି କରି ତା ବାପାଙ୍କ ଜୀବନ ବି ବଞ୍ଚାଇଛି। ପିଲାଟିର ନାମ ବ୍ଲ୍ୟୁକ ଏବଂ ସେ କାନାଡାର ବାସିନ୍ଦା। ଚଳିତବର୍ଷ ପ୍ରମୁଖ ଗେମ୍ ପ୍ରୋଗ୍ରାମରଙ୍କ ସହ ବ୍ଲ୍ୟୁକ ଗ୍ଲୋବ୍ସ ସିଟିଜେନ ଇଣ୍ଡିବିଜୁଆଲ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ବ୍ଲ୍ୟୁକଙ୍କ କହିବା ଅନୁଯାୟୀ, ତାଙ୍କର ବାପା ଗତ କିଛି ମାସ […]
ନୂଆଦିଲ୍ଲୀ: ଭାରତୀୟ ମୂଳ ତଥା ଜମାଇକାରେ ରହୁଥିବା ଟୋନି ଏନ୍ ସିଂହ ହେଲେ ମିସ୍ ୱାର୍ଲଡ-୨୦୧୯। ଲଣ୍ଡନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟୋନିଙ୍କୁ ମିସ୍ ୱାର୍ଲଡ ମୁକୁଟ ପିନ୍ଧାଇଥିଲେ ୨୦୧୮ ମିସ୍ ୱାର୍ଲଡ ବିଜେତା ଭନେସା ପୋନ୍ସ। ପ୍ରତିଯୋଗିତାରେ ୧୨୦ଟି ଦେଶର ସୁନ୍ଦରୀ ଭାଗ ନେଇଥିଲେ। ଟୋନି ସିଂ ଜମାଇକାର ୪ର୍ଥ ପ୍ରତିଯୋଗୀ ଯିଏ କି ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଟୋନି ଫ୍ଲୋରିଡା ୟୁନିଭର୍ସିଟିରେ ପଢନ୍ତି। ସେ ସାଇକୋଲଜିର ଛାତ୍ରୀ। ଏଠି କହିରଖିବୁ, ୨୦୧୯ରେ […]
ନୂଆଦିଲ୍ଲୀ:ପିଆଜର ଦର ଦିନକୁ ଦିନ ବଢିଚାଲିଛି। ଆଉ ଏଇ ବର୍ଦ୍ଧିତ ଦରକୁ ଦେଖି ଗ୍ରାହକ କାନ୍ଦୁଛନ୍ତି। ହେଲେ ଏଇ ପିଆଜ ପାଇଁ ଆଜି କର୍ଣ୍ଣାଟକର ଜଣେ ଚାଷୀ ହୋଇଯାଇଛନ୍ତି କୋଟିପତି। ସେ ହେଉଛନ୍ତି ଚିତ୍ରଦୁର୍ଗ ଜିଲ୍ଲାର ଡୋଡ୍ଡାସିଦ୍ଧାବନହଲ୍ଲୀ ନିବାସୀ ମଲ୍ଲିକାର୍ଜ୍ଜୁନ। ପିଆଜ ପାଇଁ ଆଜି ମଲ୍ଲିକାର୍ଜ୍ଜୁନଙ୍କ ଭାଗ୍ୟ ବଦଳି ଯାଇଛି। କାରଣ ପିଆଜ ଦର ବଢଗଲା ଏବଂ ମାତ୍ର କେଇ ଦିନ ଭିତରେ ମଲ୍ଲିକାର୍ଜ୍ଜୁନ କୋଟିପତି ହୋଇଗଲେ। ସେତିକି ନୁହେଁ, ଆଖପାଖ ଚାଷୀଙ୍କ ପାଇଁ ମଧ୍ୟ ମଲ୍ଲିକାର୍ଜ୍ଜୁନ […]
ନୂଆଦିଲ୍ଲୀ:ରିଲାଏନ୍ସ ଜିଓ ଫାଇବର କନେକ୍ସନରେ ମିଳୁଥିବା ଇଣ୍ଟରନେଟ ସ୍ପିଡ୍ ଏବେ କମିଯାଇଛି। ଏ ନେଇ ଜିଓ ୟୁଜର୍ସମାନେ ଟ୍ୱିଟରରେ ଲେଖିଛନ୍ତି, ଜିଓ ଫାଇବର କନେକ୍ସନ ସହ ମିଳିବାକୁ ଥିବା ଅପ୍ଲୋଡ ସ୍ପିଡ୍ ଅରିଜିନାଲ ସ୍ପିଡ୍ ତୁଳନାରେ ୧୦ ପ୍ରତିଶତ କମି ଯାଇଛି। ଅର୍ଥାତ୍ 100Mbps ସ୍ପିଡ୍ର ପ୍ଲାନ ନେଇଥିବା ୟୁଜର୍ସଙ୍କୁ 10Mbps ସ୍ପିଡ୍ର ସେବା ମିଳୁଛି। ଯଦି କୌଣସି ଇଣ୍ଟରନେଟ୍ ପ୍ରୋଭାଇଡର ୟୁଜର୍ସଙ୍କୁ ଇଣ୍ଟରନେଟ କନେକ୍ସନ ଅଫର ଦିଏ ତେବେ ସେ ସମୟରେ ଡାଉନଲୋଡ ଏବଂ ଅପଲୋଡ […]
କାନପୁର: ଉତ୍ତରପ୍ରଦେଶ କାନପୁରଠାରେ ଗଙ୍ଗା ନଦୀ କୂଳରେ ପାହାଚ ଚଢ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡ଼ିଛନ୍ତି। ଏହାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍ରେ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସାଧାରଣ ଭାବେ ପାହାଚ ଚଢ଼ୁଛନ୍ତି। କିନ୍ତୁ ଶେଷ ପାହାଚରେ ସେ ଝୁଣ୍ଟି ପଡ଼ି ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇଥିଲେ। କିଛି ଲୋକ ଏଥିପାଇଁ ଦୁଃଖ ପ୍ରକାଶ କରିଥିବାବେଳେ କିଛି ଲୋକ ଅର୍ଥନୀତିକୁ […]
ନୂଆଦଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ଆଜି ରାହୁଲ ଗାନ୍ଧି ବିଜେପି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କର ’ରେପ ଇନ ଇଣ୍ଡିଆ’ ବୟାନକୁ ନେଇ ବିଜେପି କ୍ଷମାପ୍ରାର୍ଥନା ଦାବି କରିଥିଲାବେଳେ ଆଜି ରାହୁଲ୍ କହିଥିଲେ ‘ମୁଁ ରାହୁଲ ସବରକର ନୁହେଁ, ରାହୁଲ୍ ଗାନ୍ଧୀ। କ୍ଷମାମାଗିବି ନାହିଁ’। ରାହୁଲଙ୍କ ଏହି ବୟାନ ଉପରେ ମତ ରଖିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଟ୍ୱିଟ କରି ରାହୁଲଙ୍କ ସର୍ନେମ ଉଧାରର ବୋଲି କହିଛନ୍ତି। ଗିରିରାଜ […]