• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rahul gandhi
ଶପଥ ନେବା ପରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ, ପଛରୁ ଡ଼ାକିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ୧୭ ତମ ଲୋକସଭା ଅଧିବେଶନ ଗତକାଲିଠୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ନବ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ବିରେନ୍ଦ୍ର କୁମାର ଗତକାଲି ଲୋକସଭାର କିଛି ସାଂସଦଙ୍କୁ ଶପଥ ପାଠ କରାଇଥିଲେ। ତେବେ ଶପଥ ଗ୍ରହଣ କରିନଥିବା ସାଂସଦମାନେ ଆଜି ଶପଥ ନେବେ। ଗତକାଲି ଗୃହ ଆରମ୍ଭରେ କଂଗ୍ରେସ ଅଧ୍ୟକ୍ଷ ତଥା କେରଳ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଅପରାହ୍ନରେ ରାହୁଲ ଗାନ୍ଧି […]

  • Sunday, 11 July 2021
pakistan
ବିଶ୍ୱକପ୍‌ରେ ଭାରତଠୁ ମାତ୍‌ ଖାଇବା ପରେ ରାଗରେ ଗରଗର ପାକିସ୍ତାନୀ କ୍ରିକେଟ ପ୍ରେମୀ

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଭାରତ ଠୁ ପାକିସ୍ତାନ ମାତ୍ ଖାଇବା ପରେ ରାଗରେ ଗରଗର ପାକ୍ କ୍ରିକେଟ୍ ପ୍ରେମୀ।  କିଏ ରାଗରେ ଟିଭି କଚାଡ଼ି ଭାଙ୍ଗିଦେଲାଣି, ତ ଆଉ କିଏ ଏଲ୍ଇଡି ସ୍କ୍ରିନ୍ ଉପରେ ବି ରାଗ ଶୁଝାଇଲେଣି। ଭାରତ ଠୁ ପାକିସ୍ତାନ ମ୍ୟାଚ୍‌ ହାରିବା ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ପାକିସ୍ତାନର ପୂର୍ବତନ କ୍ରିକେଟର୍ ସୋଏବ ଅଖତାର ବି ସର୍ଫରାଜଙ୍କ ଖରାପ କ୍ୟାପ୍ଟେନ୍‌ସିପ୍‌କୁ ନେଇ ଜବରଦସ୍ତ ସମାଲୋଚନା କରିଛନ୍ତି। ମାଞ୍ଚେଷ୍ଟରରେ ସର୍ଫରାଜ୍ ସେନା ମାତ୍ […]

  • Sunday, 11 July 2021
nuclear arsenals
ନିଜର ଆଣବିକ ଅସ୍ତ୍ରାଗାର ବୃଦ୍ଧି କରିବାରେ ଲାଗିଛନ୍ତି ଭାରତ, ଚାଇନା ଓ ପାକ୍‌!

ୱାଶିଂଟନ୍‌: ସମଗ୍ର ବିଶ୍ୱରେ ଏବେ ଆଣବିକ ଯୁଦ୍ଧାସ୍ତ୍ର ଗୁଡ଼ିକ ହ୍ରାସ ପାଉଥିବା ବେଳେ ଏମିତି କିଛି ରାଷ୍ଟ୍ର ଅଛନ୍ତି, ଯେଉଁମାନେ ନିଜର ପରମାଣୁ ଅସ୍ତ୍ରାଗାରକୁ ଅତ୍ୟାଧୁନିକ କରିବା ସହିତ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ ଓ ଚାଇନା ସର୍ବାଗ୍ରେ ରହିଛନ୍ତି। ୨୦୧୯ ଆରମ୍ଭରୁ ଆମେରିକା, ରୁଷ, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା, ପାକିସ୍ତାନ, ଭାରତ, ଇସ୍ରାଏଲ ଓ ଉତ୍ତର କୋରିଆ ପାଖରେ ପାଖାପାଖି ୧୩,୮୬୫ଟି ଆଣଵିକ ଯୁଦ୍ଧାସ୍ତ୍ର ରହିଥିଲା। ଅର୍ଥାତ […]

  • Sunday, 11 July 2021
strike
ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ (ଆଇଏମ୍ଏ) ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନକୁ ସମର୍ଥନ କରି ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଡାକରା ଦିଆଯାଇଛି। ୨୪ ଘଣ୍ଟିଆ ବନ୍ଦ ପାଳନ ବେଳେ ଜରୁରୀକାଳୀନ ଚିକିତ୍ସା ସେବାକୁ ଛାଡ଼ି ଅନ୍ୟ ସବୁ ବିଭାଗ ବନ୍ଦ ରହିବ। ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟକୁ IMA ଓଡ଼ିଶା ଶାଖା ପକ୍ଷରୁ ମଧ୍ୟ ସମର୍ଥନ ମିଳିଛି।  JDA, OMSA ଏବଂ […]

  • Sunday, 11 July 2021
pak
କିଏ ଭଲ, ପାକିସ୍ତାନ ନା ଭାରତ? ପାକିସ୍ତାନୀ ଜେଜେମାଙ୍କ ଉତ୍ତର ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ: ବିଶ୍ୱକପରେ ପୁଣିଥରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ। ରବିବାର ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣର ସବୁଠାରୁ ହାଇଭୋଲଟେଜ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ଏହି ମହାମୁକାବିଲାରେ ଟିମ୍ ଇଣ୍ଡିଆ ଡିଏଲ୍ ନିୟମରେ ୮୯ ରନରେ ବିଜୟୀ ହୋଇଛି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ମ୍ୟାଚ୍‌କୁ ନେଇ କିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥାଏ। କେବଳ ଏତିକି ନୁହେଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରରେ ତୁତୁ ମେଁମେଁ କଥା କାହାକୁ ବି ଅଛପା ନାହିଁ। […]

  • Sunday, 11 July 2021