• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ram rahim
ଜେଲ୍‌ରୁ ବାହାରିବାକୁ ଚାହୁଁଛନ୍ତି ରାମ ରହିମ, ଜାଣନ୍ତୁ କାହିଁକି...

ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛନ୍ତି। ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ରୋହତକ ଜେଲ୍‌ରେ ଅଛନ୍ତି। ଗୁରମିତ୍‌ଙ୍କର ଏଭଳି ଆବେଦନ ପରେ ଜେଲ୍‌ ଅଧୀକ୍ଷକ ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜେଲ […]

  • Sunday, 11 July 2021
imran khan
ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର କଡ଼ା ଚେତାବନୀ- ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କର, ନ ହେଲେ...

ଇସଲାମାବାଦ: ଆତଙ୍କବାଦୀଙ୍କୁ  ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବା ଲାଗି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଫାଇନାନ୍‌ସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ପାକିସ୍ତାନକୁ ଚେତାବନୀ ଦେଇଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ଯଦି ପାକିସ୍ତାନ ଏଭଳି କାର୍ଯ୍ୟକଳାପ ବନ୍ଦ ନ କରେ ତେବେ କଳାତାଲିକା ଭୁକ୍ତ କରାଯିବ ବୋଲି FATF ଚେତାବନୀ ଦେଇଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ FATF ନିର୍ଦ୍ଦେଶ ଦେଇଛି।  […]

  • Sunday, 11 July 2021
tejaswi
ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ନିଖୋଜ!

ପାଟନା: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିଖୋଜ ଅଛନ୍ତି। ଯଦି ତାଙ୍କ ବାବଦରେ କେହି ସୂଚନା ଦିଅନ୍ତି ତାଙ୍କୁ ପୁରସ୍କାର ମିଳିବ। ଏଭଳି ଏକ ପୋଷ୍ଟର ବର୍ତ୍ତମାନ ମୁଜାଫରପୁରରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଜଣେ ସାମାଜିକ କର୍ମୀ ତମନ୍ନା ହାଶମୀ ଏହି ପୋଷ୍ଟର ମାରିଛନ୍ତି ଏବଂ ସେ ସୂଚନାଦାତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏହିଁ ପୋଷ୍ଟରରେ ତେଜସ୍ୱୀ ୨୦୧୯ […]

  • Sunday, 11 July 2021
mat
ଯୋଗ ପରେ ଆସନ ନେବାକୁ ଟଣାଓଟରା ଓ ମାଡ଼ଗୋଳ

ନୂଆଦିଲ୍ଲୀ: ଆଜି ହେଉଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସହିତ ସାରା ବିଶ୍ୱ ଏହାକୁ ପାଳନ କରୁଛି। ଏହି ଅବସରରେ ହରିଆଣାର ରୋହତକରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ। ଏଥିରେ ସମସ୍ତେ ଯୋଗ କରିଥିଲେ। ତେବେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ଯୋଗ କରିବାକୁ ବିଛା ଯାଇଥିବା ଆସନଗୁଡ଼ିକୁ ନେବା ପାଇଁ ଲୋକଙ୍କ ମଧ୍ୟରେ […]

  • Sunday, 11 July 2021
yoga
ପାଣି ଭିତରେ ଓ ଘୋଡ଼ା ଉପରେ ବସି ଯୋଗ କଲେ ଯବାନ

ନୂଆଦିଲ୍ଲୀ: ଆଜି ହେଉଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସହିତ ସାରା ବିଶ୍ୱ ଏହାକୁ ପାଳନ କରୁଛି। ଏହି ଅବସରରେ ଅରୁଣାଚଳ ପ୍ରଦେଶର ରୋହିତପୁରରେ ଆଇଟିବିପି ଯବାନ ଭିନ୍ନ ଢଙ୍ଗରେ ଯୋଗ କରିଛନ୍ତି। ପାଣି ଭିତରେ ଯବାନମାନେ ବିଭିନ୍ନ ଯୋଗାସନ କରିଥିଲେ।  ଦେଶର ସୀମାକୁ ସବୁ ବେଳେ ଜଗି ରହିଥିବା ଯବାନ ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ନିଜକୁ ସାମିଲ କରିଛନ୍ତି।  ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ପ୍ରାୟ ଅଧ ଘଣ୍ଟା ଧରି ପାଣି […]

  • Sunday, 11 July 2021
fire
ଫର୍ନିଚର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର କାଳିନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ୍‌ ନିକଟରେ ଥିବା ଫର୍ନିଚର ମାର୍କେଟ୍‌ରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ି ନାହିଁ। ଏନେଇ ଜଣେ ବ୍ୟବସାୟୀ କହିଛନ୍ତି,“ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ସର୍ଟ ସର୍କିଟ୍‌ରୁ ଏହି ନିଆଁ ଲାଗି ଥିବା ସନ୍ଦେହ […]

  • Sunday, 11 July 2021