• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

aircraft
ଇରାନ୍‌ ଆକାଶ ଦେଇ ଉଡ଼ିବନି ଭାରତୀୟ ବିମାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍‌ ଆଡମିନ୍‌ଷ୍ଟ୍ରେସନ୍‌ ମଧ୍ୟ ଏଭଳି ଏକ ନୋଟିସ୍‌ ଜାରି କରିଥିଲା। ଡିଜିସିଏ ଗତକାଲି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନ କରିବାକୁ କୁହାଯାଇଛି। […]

  • Sunday, 11 July 2021
ram rahim
ରାମ ରହିମଙ୍କ ଅନୁଗାମୀଙ୍କୁ ଜେଲ୍‌ରେ ହତ୍ୟା

ପଟିଆଲା: ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମଙ୍କ ଅନୁଗାମୀ ତଥା ବରଗରି ଧର୍ମଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତ ମହିନ୍ଦର ପାଲ ସିଂହ ବିଟ୍ଟୁଙ୍କୁ ପଟିଆଲା ଜେଲ୍‌ ଭିତରେ ହତ୍ୟା କରାଯାଇଛି। ଜେଲ୍‌ର ୨ ଜଣ ଅନ୍ତେବାସୀ ତାଙ୍କୁ ଜେଲ୍‌ ଭିତରେ ଶନିବାର ଅପରାହ୍ଣ ୫ଟାରେ ହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରିଦ୍‌କୋଟ୍‌ ବାସିନ୍ଦା ମହିନ୍ଦରଙ୍କୁ ଜେଲ୍‌ ଭିତରେ ଗୁରୁସେବକ ସିଂହ ଏବଂ ମନିନ୍ଦର […]

  • Sunday, 11 July 2021
ram rahim
ଜେଲ୍‌ରୁ ବାହାରିବାକୁ ଚାହୁଁଛନ୍ତି ରାମ ରହିମ, ଜାଣନ୍ତୁ କାହିଁକି...

ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛନ୍ତି। ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ରୋହତକ ଜେଲ୍‌ରେ ଅଛନ୍ତି। ଗୁରମିତ୍‌ଙ୍କର ଏଭଳି ଆବେଦନ ପରେ ଜେଲ୍‌ ଅଧୀକ୍ଷକ ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜେଲ […]

  • Sunday, 11 July 2021
imran khan
ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର କଡ଼ା ଚେତାବନୀ- ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କର, ନ ହେଲେ...

ଇସଲାମାବାଦ: ଆତଙ୍କବାଦୀଙ୍କୁ  ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବା ଲାଗି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଫାଇନାନ୍‌ସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ପାକିସ୍ତାନକୁ ଚେତାବନୀ ଦେଇଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ଯଦି ପାକିସ୍ତାନ ଏଭଳି କାର୍ଯ୍ୟକଳାପ ବନ୍ଦ ନ କରେ ତେବେ କଳାତାଲିକା ଭୁକ୍ତ କରାଯିବ ବୋଲି FATF ଚେତାବନୀ ଦେଇଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ FATF ନିର୍ଦ୍ଦେଶ ଦେଇଛି।  […]

  • Sunday, 11 July 2021