ନୂଆଦିଲ୍ଲୀ: ଚୀନ୍ରୁ ମାଡ଼ି ଆସୁଛି ବିପଦ। ଏକ ଭୟାନକ ବିପଦ। ପଡ଼ୋଶୀ ଦେଶ ଭାବେ ଖାଲି ଭାରତ ନୁହେଁ, ସାରା ବିଶ୍ୱର ସତର୍କ ଦୃଷ୍ଟି ରହିଛି ଚୀନ ଉପରେ। ହଁ, ଏହି ବିପଦ ହେଉଛି ଏକ ଅଜଣା ରୋଗର। ଏହି ରୋଗକୁ ନେଇ ଚୀନ୍ରେ ଖେଳି ଯାଇଛି ଆତଙ୍କ। ଚୀନର କେତେକ ପଡ଼ୋଶୀ ଦେଶକୁ ମଧ୍ୟ ବ୍ୟାପି ଗଲାଣି। ତେଣୁ ଭାରତରେ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ବଢୁଛି। ନୋବେଲ କୋରୋନା ଭାଇରସ୍ରୁ ଏହି ରୋଗ […]
ଭୁବନେଶ୍ୱର: ରାଜଧାନୀରେ ଶିଖ୍ ସଂପ୍ରଦାୟର ବ୍ୟକ୍ତି ପରବିନ୍ଦର ସିଂଙ୍କୁ ଆକ୍ରମଣ ଓ ପୋଲିସ ତଦନ୍ତକୁ ନେଇ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆଜି ଟ୍ୱିଟ୍ ଯୋଗ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଘଟଣା ଧିରେ ଧିରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଆଶା କରୁଛି ପୁଲିସ ଚାପରେ ନଆସି ଏହି ଘଟଣାକୁ ନିରପେକ୍ଷ ଭାବେ ତଦନ୍ତ କରିବ। ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସଂଶୟକୁ ଶୀଘ୍ର ଦୂର […]
ନୂଆଦିଲ୍ଲୀ:ଆମାଜନ୍ର ଗ୍ରେଟ ଇଣ୍ଡିଆନ ସେଲ ଆଜିଠାରୁ ଆରମ୍ଭ ହୋଇ ଯାଇଛି। ଏହି ସେଲ ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଛି। ତେବେ ଆଜିର ଚିତାକର୍ଷକ ଅଫର ଏବଂ ଡିସ୍କାଉଣ୍ଟ ଅଫର କେବଳ ଆମାଜନର ପ୍ରାଇମ୍ ମେମ୍ବରମାନେ ହିଁ ପାଇପରିବେ। ଅନ୍ୟ ୟୁଜର୍ସଙ୍କ ପାଇଁ ଆମାଜନର ଗ୍ରେଟ୍ ଇଣ୍ଡିଆନ ସେଲ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ଏହି ଅଫର ୨୨ ଜାନୁଆରୀ ପର୍ଯ୍ୟନ୍ତ ରହିବ ବୋଲି ଆମାଜନ ପକ୍ଷରୁ କୁହାଯାଇଛି। ଆମାଜନର ସେଲ୍ SBI କ୍ରେଡିଟ୍ କାର୍ଡରେ […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ନିର୍ଭୟା ମା’ ଆଶା ଦେବୀଙ୍କୁ ପରାମର୍ଶ ଦେବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଆଶା ଦେବୀ। ସାରା ଦେଶ ଦୋଷୀଙ୍କୁ ଫାଶୀ ଦେବାକୁ ଚାହୁଁଥିବାବେଳେ ଇନ୍ଦିରା ଏପରି ପରାମର୍ଶ ଦେବାକୁ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ପରି କେତେଜଣଙ୍କ ଯୋଗୁ ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ମିଳୁ ପାରୁନାହିଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ‘ଏପରି ନରରାକ୍ଷସଙ୍କୁ ମୁଁ […]
ନୂଆଦିଲ୍ଲୀ: NBF( News Broadcasters Federation)ର ସଦସ୍ୟ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଖବରକାଗଜ ସହ ସମାନ ଜିଏସ୍ଟି ଲାଗୁ କରିବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଏନବିଏଫ ସଦସ୍ୟଙ୍କ କହିବା ଅନୁଯାୟୀ ପ୍ରିଣ୍ଟ ମିଡିଆ ଉପରେ ଜିଏସ୍ଟି ୫ ପ୍ରତିଶତ ଲାଗୁ କରାଯାଉଥିବାବେଳେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ୧୮ ପ୍ରତିଶତ ଜିଏସ୍ଟି ଲାଗୁ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ […]
ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଜଣଙ୍କ ପରେ ଜଣେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ନୂଆ ନୂଆ ବାହାନା ଦେଖାଇବା ଆରମ୍ଭ କରିଛନ୍ତି। ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ପବନ ଗୁପ୍ତା ନାମକ ଯୁବକ ନିଜକୁ ନାବଳକ ଦର୍ଶାଇ ସୁପ୍ରିମକୋର୍ଟରେ ଆଜି ଆବେଦନ କରିଛି। ୨୦୧୨ ନିର୍ଭୟା ଓ ଗଣଦୁଷ୍କର୍ମ ବେଳେ ସେ ନାବାଳକ ଥିଲା ବୋଲି ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଆସନ୍ତା […]
ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ପୁଣି ଥରେ ଫାଶୀ ତାରିଖ ଧାର୍ଯ୍ୟ କରିଛନ୍ତି ପଟିଆଲା ହାଉସ୍ କୋର୍ଟ। ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କହିଛନ୍ତି କୋର୍ଟ। ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁଆରୀ ୨୨ ତାରିଖ ଫାଶି ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ୪ ଜଣଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ଆବେଦନ କରିବା ପରେ ଏହି […]
ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିବାକୁ ତ ବେଶ୍ ମଜାଦାର । ଛୋଟମାନେ ବି ବଡମାନଙ୍କୁ କେମିତି ଅକଲ ଶିଖାଇ ପାରନ୍ତି ତାହା ବି ଅନୁଭବ କରିପାରିବେ ଏହି ଭିଡିଓକୁ ଦେଖିଲେ। ଛୋଟ ଜଳଚର ଜୀବଟିଏ ବତକ। ହେଲେ କେମିତି ଅକଲ ଖଟାଇ ବାଘକୁ ପାଣି ପିଆଇଲା ଦେଖନ୍ତୁ। ସୋଶାଲ ମିଡିଆରେ ଏକ ଭିଡଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ପୋଖରିଟିଏ। ଅଳ୍ପ ପାଣି ଅଛି। ବତକଟିଏ ଖେଳୁଛି। ବତକକୁ […]
ମନାଲି:ବାହାଘରରେ ଆମେ ଆପଣାର ମଣିଷମାନଙ୍କୁ ଆମନ୍ତ୍ରଣ କରିଥାଉ। କାରଣ ନିଜଲୋକଙ୍କ ଗହଣରେ ଖୁସିର ମୁହୂର୍ତ୍ତସବୁ ଆହୁରି ଜୀବନ୍ତ ହୋଇଉଠନ୍ତି। ସେମାନଙ୍କ ମଧ୍ୟରୁ କେହି ଯଦି ପହଞ୍ଚି ନ ପାରନ୍ତି ଆମ ମନ ଦୁଃଖ ହୁଏ। ହେଲେ ବାହାଘରରେ ଯଦି ନିଜେ ବର ବା କନ୍ୟା ପହଞ୍ଚି ନ ପାରେ ତେବେ କ’ଣ ହେବ ? ଏମିତି ଏକ ଘଟଣା ଘଟିଛି ଭାରତୀୟ ସେନା ବାହିନୀର ଜଣେ ଯବାନଙ୍କ କ୍ଷେତ୍ରରେ। ହିମାଚଳ ପ୍ରଦେଶର ମଣ୍ଡିରେ ରହୁଥିବା ଜଣେ ଯବାନ […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇ ଦେଇଛନ୍ତି। ୭ ତାରିଖରେ ଡେଥ୍ ୱାରେଣ୍ଟ ଜାରି ହେବା ଓ ପରେ କ୍ୟୁରେଟିଭ ପିଟିସନ ଖାରଜ ହୋଇଯିବା ପରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ପାଇଁ ଆବେଦନ କରିଥିଲା। ତେବେ ଏହି ଆବେଦନକୁ ଖାରଜ କରିଦେବା ଲାଗି ଅନୁରୋଧ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲା […]
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଆଜି ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ୍-୩୦କୁ ୟୁରୋପିଆନ୍ ହେଭି ରକେଟ୍ ଏରିୟନ୍-୫ଇସିଏ ଦ୍ୱାରା ଉତକ୍ଷେପଣ କରିଛି। ଜିସାଟ୍-୩୦ର ଓଜନ ପ୍ରାୟ ୩୫୭ କିଲୋଗ୍ରାମ୍ ରହିଛି। ଏହି ଜିସାଟ-୩୦କୁ ମିଶାଇ ମହାକାଶରେ ଜିସାଟ୍ ସିରିଜର ୧୪ ନମ୍ୱର ଉପଗ୍ରହ ରହିଛି। ଏହି ଉପଗ୍ରହ ଉତ୍କ୍ଷେପଣ ହେବା ପରେ ଦେଶରେ ଡିଟିଏଚ୍, ମୋବାଇଲ୍ ନେଟଓ୍ୱର୍କ, ଇଣ୍ଟରନେଟ୍ ସ୍ପୀଡ଼ ସୁଦୃଢ଼ ହେବ। ଏହା ସହିତ ପାଣିପାଗ ସୂଚନା ମଧ୍ୟ ଆଗୁଆ ମିଳିପାରିବ। […]
ମା’ କୋଳରେ ନବଜାତ ଶିଶୁଟିଏ ଦେଖିଲେ ପ୍ରଥମ ପ୍ରଶ୍ନ ଆସିଥାଏ ସିଜରିଆନ ନା ନର୍ମାଲ ? କାରଣ ସିଜରିଆନ ଡେଲିଭରି ପାଇଁ ସମସ୍ତଙ୍କ ମନରେ ଥାଏ ଭୟ। ନର୍ମାଲ ଡେଲିଭରି ଯଦିଓ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ତେବେ ଅନେକ ସମୟରେ ପରିସ୍ଥିତିରେ ପଡି ସିଜରିଆନ କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ଆମେ ସିଜରିଆନ ଡେଲିଭରିଠାରୁ ଦୂରେଇ ରହି ପାରିବା। ତେବେ ଅନେକ ସମୟରେ ଗର୍ଭାବସ୍ଥାରେ ମହିଳାଙ୍କ ଲାଇଫଷ୍ଟାଇଲ ପ୍ରସବ […]
ଖୋର୍ଦ୍ଧା: ବକେୟା ବିଦ୍ୟୁତ୍ ବିଲ୍ ପୈଠ କରି ପାରି ନ ଥିବା ଉପଭୋକ୍ତାଙ୍କ ଭାଗ୍ୟରେ ଆଜିଠୁ ଅନ୍ଧାର ଲେଖି ଦେଇଛି ସେସୁ। ବିଭିନ୍ନ ସ୍ଥାନରେ ଆଜିଠୁ କଟା ଯାଉଛି ବଦ୍ୟୁତ୍ ସଂଯୋଗ। ସେସୁର ଏପରି କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ଦେଖାଦେଇଛି। କେତେକ ସ୍ଥାନରେ ଲାଇନ କାଟିବାକୁ ଯାଇ ବିଦ୍ୟୁତ କର୍ମଚାରୀ ନାକେଦମ୍ ହୋଇଥିବା ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ଗୁରୁଜଙ୍ଗରେ ଲାଇନ୍ କାଟିବାକୁ ଯାଇଥିଲେ ୫ ଜଣିଆ ସ୍କ୍ୱାଡ୍ । ଜଣେ ପାନ ଦୋକାନୀର […]
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେଉଛି ଜାତୀୟ ଜନସଂଖ୍ୟା ପଞ୍ଜିକରଣ(ଏନପିଆର) । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଆଧାର, ଭୋଟର ପରିଚୟ ପତ୍ର, ପାସପୋର୍ଟ ନମ୍ବର ଓ ଡ୍ରାଇଭିଂ ଲାଇସେନ୍ସ ନମ୍ବର ଦେବା ବାଧ୍ୟତାମୂଳକ ହେବ। ଯଦି ଜଣଙ୍କ ପାଖରେ ସେ ପୂର୍ବରୁ ରହୁଥିବା ସ୍ଥାନରେ ଉପରୋକ୍ତ ଯେ କୌଣସି ଦସ୍ତାବିଜ୍ ରହିଥିବ, ଏନପିଆର ସମୟରେ ସେ ଏହାକୁ ଦେବାକୁ ବାଧ୍ୟ। […]
କମ୍ପାଲା: ଅନେକ ସ୍ୱପ୍ନ ନେଇ ବାହା ହୋଇଥିବେ। ହେଲେ ବିବାହର ଅଳ୍ପକିଛି ଦିନ ପରେ ଜାଣିବାକୁ ପାଇବେ-ଯାହାକୁ ବାହା ହୋଇଛନ୍ତି ସେ ମହଳା ନୁହେଁ, ପୁରୁଷ । କ’ଣ ହେବ ଜଣଙ୍କର ମାନସିକ ସ୍ଥିତି ? ଠିକ୍ ଏମିତି ଏକ ପରିସ୍ଥିତିକୁ ସାମ୍ନା କରିଛନ୍ତି ଉଗାଣ୍ଡାର ଜଣେ ଇମାମ୍। ତାଙ୍କୁ ଏବେ ବଡ ଝଟକା ଲାଗିଛି। କାରଣ ଯେଉଁ ସ୍ୱପ୍ନ ନେଇ ସେ ବିବାହ କରିଥିଲେ ତାହା ଏବେ ଭାଙ୍ଗି ଚୁରମାର୍ ଯାଇଛି। ବିବାହର ୨ ସପ୍ତାହ […]
ନୂଆଦିଲ୍ଲୀ: ହିଜ୍ବୁଲ୍ ମୁଜାହିଦ୍ଦିନର ଦୁଇ ଆତଙ୍କୀଙ୍କୁ ନିଜ ଗାଡ଼ିରେ ବସାଇ ଗିରଫ ହୋଇଥିବା ଡିଏସପି ଦବିନ୍ଦର ସିଂହଙ୍କୁ ପୁଲିସ ଜେରା କରୁଛି। ଜେରାବେଳେ ଦବିନ୍ଦର ଏପରି କଥା କହିଛନ୍ତି ଯାହା ଶୁଣିବା ପରେ ବରିଷ୍ଠ ଅଧିକାରୀଙ୍କ ହୋସ୍ ଉଡି ଯାଇଛି। ଦବିନ୍ଦର ଅଭିଯୋଗ କରିଛନ୍ତି ଯେ, ପୁଲିସରେ ଥିବା ଅନ୍ୟଜଣେ ବରିଷ୍ଠ ଅଧିକାରୀ ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି। ତେବେ ଦବିନ୍ଦର ନିଜ ଭୁଲ୍ ପାଇଁ ଅନୁତାପ ମଧ୍ୟ କରିଛନ୍ତି। ଆତଙ୍କବାଦୀଙ୍କ ସାହାଯ୍ୟ କରି ସେ ବଡ […]
ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ସରଗରମ। ୩ ରାଜନୈତିକ ଦଳ ବିଜେପି, କଂଗ୍ରେସ ଏବଂ ଆପ୍ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଏକ ବିଶେଷ ଦିନ। କାରଣ ଆଜି ବିଜେପି ପ୍ରାର୍ଥୀ ଚୟନ ପାଇଁ ବୈଠକ କରିବାକୁ ଯାଉଛି। କଂଗ୍ରେସ ଆଜି ତା’ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିବାର ସମ୍ଭାବନା ରହିଛି। ଆଉ ଡେପୁଟି ସିଏମ ମନୀଷ ସିସୋଦିଆ ନାମାଙ୍କନ ପତ୍ର ଦାଖଲ କରିବେ। ଏହାବ୍ୟତୀତ […]
ନୂଆଦିଲ୍ଲୀ: ଆତଙ୍କୀ ଲିଙ୍କରେ ଗିରଫ ହେବା ପରେ ଜାମ୍ମୁ କାଶ୍ମୀରର ଡିଏସ୍ପି ଦବିନ୍ଦର ସିଂହଙ୍କ କଳା କାରନାମାର ଗୁମର ଧୀରେ ଧୀରେ ଖୋଲୁଛି । ଦବିନ୍ଦର ସହ ଗିରଫ ଆତଙ୍କବାଦୀ ନବିଦ ବାବୁକୁ ଜେରା ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଦବିନ୍ଦର ପୂର୍ବରୁ ଅନେକ ଥର ତାକୁ ସାହାଯ୍ୟ କରିଛି ବୋଲି ଖୁଲାସା କରିଛି ହିଜବୁଲ ଆତଙ୍କବାଦୀ ନବିଦ୍। ଜେରା ବେଳେ ଆହୁରି ଜଣାପଡିଛି ଯେ ଦବିନ୍ଦର କେବଳ ଦିଲ୍ଲୀରେ ଆତଙ୍କୀ ହମଲା ନୁହେଁ, ହିଜବୁଲ […]
ନୂଆଦିଲ୍ଲୀ: ପ୍ରତିବର୍ଷ ପାଳନ ହୁଏ ସେନା ଦିବସ। ହେଲେ ଆଜିର ଏଇ ୭୨ ତମ ସେନା ଦିବସ ଅନ୍ୟଦିନଠାରୁ ସ୍ୱତନ୍ତ୍ର। ସ୍ୱତନ୍ତ୍ର ଏଥିପାଇଁ ଯେ, ଏଥର ସେନାଦିବସରେ ମହିଳାଙ୍କୁ ମିଳିଛି ସ୍ୱତନ୍ତ୍ର ସମ୍ମାନ। ଏଥର ଆର୍ମି ପରେଡକୁ ଲିଡ୍ କରିଛନ୍ତି ଜଣେ ମହିଳା କ୍ୟାପ୍ଟେନ୍ ତାନ୍ୟା ଶେରଗିଲ। ତାନ୍ୟା ଏଥିପାଇଁ ସ୍ୱତନ୍ତ୍ର ଯେ, ତାଙ୍କ ପରିବାରର ୪ର୍ଥ ପୀଢି ଭାବେ ତାନ୍ୟା ସେନାବାହିନୀରେ ଯୋଗ ଦେଇ ଦେଶ ସେବା କରୁଛନ୍ତି। ସେନା ଦିବସରେ ବୁଧବାର ଜଣେ ମହିଳା […]
ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କ ଫାଶୀ ଘୁଞ୍ଚିପାରେ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ୨୨ ଜାନୁୟାରୀ ସକାଳେ ଫାଶୀ ଦିଆଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଫାଶୀ ସମୟ ଗଡ଼ିପାରେ। ଦିଲ୍ଲୀ ହାଇକୋର୍ଟରେ ଶୁଣାଣିବେଳେ କ୍ଷମା ଆବେଦନ ଖାରଜ ହେବା ପରେ ୧୪ ଦିନ ସମୟ ମିଳେ ବୋଲି ସରକାର ଓକିଲ କହିଛନ୍ତି। ଦୋଷୀ ମୁକେଶ କ୍ୟୁରେଟିଭ ପିଟିଶନ ଦାଖଲ ହେବା ପରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ସରକାରୀ […]
ନୂଆଦିଲ୍ଲୀ: ନିର୍ଭୟା ଗଣ ବଳାତ୍କାର ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଜଣ ଅପରାଧୀଙ୍କୁ ଗୋଟିଏ ସପ୍ତାହ ପରେ ଅର୍ଥାତ୍ ଜାନୁଆରୀ ୨୨ ତାରିଖ ସକାଳେ ମିଳିବ ଫାଶୀ। ତିହାର ଜେଲ୍ରେ ଏବେ ମୃତ୍ୟୁ ଅପେକ୍ଷାରେ ଦିନ କାଟୁଛନ୍ତି ଅକ୍ଷୟ ଠାକୁର ସିଂହ, ମୁକେଶ, ପବନ ଗୁପ୍ତା ଏବଂ ବିନୟ କୁମାର। ୨୦୧୨ରେ ଏମାନେ ଜଣେ ପାରା ମେଡିକାଲ ଛାତ୍ରୀଙ୍କ ସହ ଅତି ନୃଶଂସ ଭାବେ ଗରବଳାତ୍କାର କରିବା ସହ ହତ୍ୟା କରିଥିଲେ। ଦିଲ୍ଲୀ କୋର୍ଟ ଏମାନଙ୍କ ବିରୋଧରେ […]