ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଫେବ୍ରୁଆରୀ ୧ ତାରିଖ ଧାର୍ଯ୍ୟ କରାଯାଇଛି। ମୃତ୍ୟୁ ଅପେକ୍ଷାରେ ଥିବା ଏହି ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ମୁକେଶ କରିଥିବା ରାଜକ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ସୁପ୍ରିମ୍ କୋର୍ଟରେ ଚାଲେଞ୍ଜ କରିଛି। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ ସେ ନିବେଦନ କରିଛି। ମୁଖ୍ୟ ବିଚାରପତି ଏସ.ଏ.ବୋବଡେ କହିଛନ୍ତି, ମୁକେଶର ଆବେଦନ ଉପରେ ଶୀଘ୍ର ଶୁଣାଣି କରିବା ଆବଶ୍ୟକ। ସେ […]
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଆତଙ୍କ । ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ବ୍ୟବସ୍ଥା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ। ରାଜ୍ୟରେ ବିଭାଗ ପକ୍ଷରୁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ନେଇ ଆଲୋଚନା ହେବ । ସୂଚନାଥାଉ କି, ଏବେ କରୋନା ଭୂତାଣୁ […]
ଲକ୍ଷ୍ନୌ:ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଆରା ଷ୍ଟାଇଲ୍ରେ ହୋଇଥିବା ଏହି ବାହାଘର ଦେଖି ଲୋକେ ତାଜୁବ ହୋଇ ଯାଇଛନ୍ତି। ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାରେ ହେଉଥିଲା ଏହି ବାହାଘର। ଏଠାରେ ଦୁଇ ଭଉଣୀ ସାକ୍ଷୀ ପାଟିଦାର ଏବଂ ସୃଷ୍ଟି ପାଟିଦାର ବାହା ହେଉଥିଲେ। ଦୁହେଁ ନିଜର କନ୍ୟାଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଥିଲେ। ବ୍ୟାଣ୍ଡ ବାଜା ବାଜୁଥିଲା। ଆଲୁଅ ରୋଷଣୀ ସହ କନ୍ୟାଘରର ଲୋକ ବି ଥିଲେ। ଦୁଇ ଭଉଣୀ ଘୋଡ଼ା ଉପରେ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଫେବ୍ରୁଆରୀ ୧ରେ ଫାଶୀ ପାଇବାକୁ ଦିନ ଧାର୍ଯ୍ୟ ହୋଇଛି। ହେଲେ ଫାଶୀ ଦିନ ଗଡ଼ାଇବା ପାଇଁ ଏମାନେ ଗୋଟିଏ ପରେ ଗୋଟିଏ ବାହନା କରୁଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ପୁଣି ୨ ଜଣ ରାଜକ୍ଷମା ଆବେଦନ କରିଛନ୍ତି। ହେଲେ ଏହି ପ୍ରକ୍ରିୟା ବିଳମ୍ବିତ କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଉଦ୍ୟମ କରୁଛି ବୋଲି […]
ଭୁବନେଶ୍ୱର: ଖୁବ ଶୀଘ୍ର ଆସିବ ଜାତୀୟ ପର୍ଯ୍ୟଟନ ନୀତି । ଏହି ନୀତି ଅନୁସାରେ କୋଣାର୍କ ଉପରେ ଗୁରୁତ୍ୱ ଦିଆଯିବ। ଏକଥା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ। କୋଣାର୍କରେ ଚାଲିଛି ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଟେଲ କହିଛନ୍ତି, କୋଣାର୍କ ଏକ ବଡ ପ୍ରସଙ୍ଗ । ଜାତୀୟ ପର୍ଯ୍ୟଟନ […]
ବିପଦକୁ ସାହସର ସହ ସାମ୍ନା କରିପାରିଲେ ବିପଦ ଅଧା ଟଳିଯାଏ। ଏକଥାର ସତ୍ୟତା ରହିଛି। ଯାହାକୁ କରି ଦେଖାଇ ପାରିଛନ୍ତି କୁନି ବାହାଦୁର ଶିବାଙ୍ଗିନୀ । ଦୁଇ ସପ୍ତାହ ତଳର ଘଟଣା। ଆସାମ୍ ଡିବ୍ରୁଗଡ଼ ଅଞ୍ଚଳରେ ୧୨ବର୍ଷ ତୀରନ୍ଦାଜ ଶିବାଙ୍ଗିନୀର ଗଳାରେ ଏକ ତୀର ପଶି ଯାଇଥିଲା। ଗୁରୁତର ହୋଇ ପଡ଼ିଥିଲା ଶିବାଙ୍ଗିନୀ। ପ୍ରାୟ ୪୦ ଘଣ୍ଟା ଧରି ତୀର ତାର ଗଳାରେ ସେମିତି ପଶି ରହିଥିଲା। ଏମ୍ସର ଡାକ୍ତରମାନେ ଗଳାରୁ ତୀର ବାହାର କରିଥିଲେ ଏବଂ […]
ଉଦ୍ଧମ ସିଂ ନଗର:ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ସ୍ଥିତ କାଶୀପୁରରେ ଏକ ଅଜୀବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଫୋନ କରି ଜଣେ କଲଗାର୍ଲକୁ ଡାକିଲେ। ହେଲେ ଯେତେବେଳେ କଲଗର୍ଲ ଆସି ପହଞ୍ଚିଲେ,ତାଙ୍କ ହୋସ ଉଡ଼ିଗଲା। ଏହି କଲଗର୍ଲ ଜଣକ ଆଉ କେହି ନୁହଁନ୍ତି, ତାଙ୍କର ପତ୍ନୀ ଥିଲେ। ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏପରିକି ମାମଲା ଥାନାରେ ପହଞ୍ଚିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି। କାଶୀପୁର […]
ଭୁବନେଶ୍ୱର: ଭୁବନେଶ୍ୱରର ୟଶ ମିଶ୍ରଙ୍କୁ ମିଳିଛି ଚଳିତ ବର୍ଷର ବାଲ ଶକ୍ତି ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ୟଶ ନାସାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହାସହ ମାଥମେଟିକ୍ସ ଜିନିୟସ୍ ଆୱାର୍ଡରେ ପୂର୍ବରୁ ସମ୍ମାନିତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ଉକର୍ଷତା ପାଇଁ ଆଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ତାଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରିଛନ୍ତି । ଦେଶର […]
ଭୁବେନଶ୍ୱର: ଦିଲ୍ଲୀ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ଏଥର ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ମୋଟ୍ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ପ୍ରଜ୍ଞାପନ ମେଢରେ ଦେଖିବାକୁ ମିଳିବ ଓଡ଼ିଆ ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ପ୍ରଭୁ ଲିଙ୍ଗରାଜ ମନ୍ଦିର ସହ ଗଭୀର ସଂପର୍କ ରଖୁଥିବା ଅଶୋକାଷ୍ଟମୀର ରୁକୁଣା ରଥର ପ୍ରତିକୃତି । ଏହି ରଥ ଉପରେ ୮ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ […]
ଜବଲପୁର: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ସବୁଠାରୁ ବଡ ତୋପ କୁହାଯାଉଥିବା ‘ସାରଙ୍ଗ’ର ସଫଳ ପରୀକ୍ଷଣ ହୋଇଯାଇଛି। ପାକିସ୍ତାନକୁ ମୁକାବିଲା କରିବାପାଇଁ ଏହା ଭାରତୀୟ ସେନାକୁ ଏହା ବେଶ ସାହାଯ୍ୟ କରିବ। ଏହି ତୋପ ପାକ୍ ଅଧିକୃତ କାଶ୍ମୀରର ୪୦ରୁ ୫୦ କିମି ଭିତରକୁ ଲକ୍ଷ୍ୟଭେଦ କରିପାରିବ। କାନ୍ପୁରସ୍ଥିତ ଆର୍ଡନେନ୍ସ ଫ୍ୟାକ୍ଟି ଦ୍ୱାରା ନିର୍ମିତ ୧୫୫ ଏମଏମର ଏହି ତୋପ ମଧ୍ୟ ପ୍ରଦେଶ ଜବଲପୁର ସ୍ଥିତ ଖମରିଆ ରେଞ୍ଜରେ ସଫଳ ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ […]