• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

fire
ନିଆଁ ଲାଗି ଭୁଶୁଡ଼ି ପଡ଼ିଲା ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ: ଦିଲ୍ଲୀର ପୀରାଗଢୀ ସ୍ଥିତ ଉଦ୍ୟୋଗ ନଗରର ଏକ ଫ୍ୟାକ୍ଟ୍ରିରେ ଗୁରୁବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଭୋର ପ୍ରାୟ ସାଢେ ଚାରିଟାରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। କୋଠାଟି ଜଳିବା ସହ ବିସ୍ଫୋରଣ ମଧ୍ୟ ହେଉଥିଲା।  ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ,ଏହାକୁ ଲିଭାଇବା ପାଇଁ ୩୫ ଦମକଳ ଆସିଥିଲା। ତେବେ ଦୁଃଖର କଥା, ଦମକଳ କର୍ମୀ ଉଦ୍ଧାର କାର୍ଯ୍ୟ କରୁଥିଲାବେଳେ ହଠାତ୍‌ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ  କୋଠାଟି ଭୁଶୁଡି ପଡ଼ିଥିଲା।  […]

  • Sunday, 11 July 2021
isro
ଇସ୍ରୋର ବଡ଼ ଘୋଷଣା; ଏପ୍ରିଲରେ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବଡ଼ ଘୋଷଣା କରିଛି। ଆସନ୍ତା ଏପ୍ରିଲରେ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବ ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଛନ୍ତି। ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏବେ ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ ହୋଇଛି। ଚନ୍ଦ୍ରଯାନ-୨ ଓ ଚନ୍ଦ୍ରଯାନ-୩ରେ ସେମିତି କିଛି ପାର୍ଥକ୍ୟ ନାହିଁ। ଚନ୍ଦ୍ରଯାନ-୩କୁ ମଧ୍ୟ ସଫ୍ଚ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ। ଏଥିରେ ଲ୍ୟାଣ୍ଡର ଏବଂ ରୋଭର ମଧ୍ୟ ରହିବ। ଇସ୍ରୋ ମୁଖ୍ୟ ଆହୁରି […]

  • Sunday, 11 July 2021
subsidy
ନୂଆବର୍ଷ ଉପହାର: ବଢ଼ିଲା ଅଣସବ୍‌ସିଡି ଗ୍ୟାସ୍‌

ନୂଆଦିଲ୍ଲୀ: ନୂଆବର୍ଷରେ ଜନତାଙ୍କୁ ପୁଣି ମହଙ୍ଗା ମାଡ଼ । ଅଣସବ୍‌ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ହୋଇଛି ।ଲଗାତାର ପଞ୍ଚମ ମାସ ଧରି ଏହି ଦର ବୃଦ୍ଧି ଘଟିବଛି। ବର୍ଦ୍ଧିତ ଦର ହିସାବରେ ନୂଆଦିଲ୍ଲୀରେ ଏବେ ୧୪.୨ କେଜିର ଅଣସବ୍‌ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ଦର ୭୧୪ଟଙ୍କା , କୋଲକାତାରେ ୭୪୭, ମୁମ୍ବାଇରେ ୬୮୪, ଚେନ୍ନାଇରେ ୭୩୪ ଟଙ୍କା ହୋଇଛି। ପୂର୍ବରୁ ଦିଲ୍ଲୀରେ ୬୯୫ ଟଙ୍କା, କୋଲକାତାରେ ୭୨୫.୫ ପଇସା, ମୁମ୍ୱାଇ […]

  • Sunday, 11 July 2021
jawan
ନୂଆ ସେନାମୁଖ୍ୟଙ୍କୁ ଆତଙ୍କବାଦୀଙ୍କ ଚ୍ୟାଲେଞ୍ଜ; ୨ ଯବାନ ଶହୀଦ

ନୌଶେରା: ନୂଆବର୍ଷରେ ସାରା ଦେଶ ଖୁସି ମନାଉଥିବାବେଳେ ଦୁଇ ଯବାନ ଦେଶ ପାଇଁ ଶହୀଦ ହୋଇଛନ୍ତି। ଜମ୍ମୁ କଶ୍ମୀରର ନୌଶେରା ସେକ୍ଟରରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବାବେଳେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀମାନେ ଘାତକ ବିସ୍ଫୋରଣ ସାମଗ୍ରୀ ଜରିଆରେ ଯବାନଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହା ପରେ କାଳେ ସେଠାରେ ଆତଙ୍କବାଦୀମାନେ ଲୁଚି ରହିଥିବେ ସେମାନଙ୍କୁ ତଲାସ କରିବା ପାଇଁ ଅପରେଶନ ଜାରି ରହିଛି। ଆତଙ୍କବାଦୀମାନେ ନୌଶେରା ସେକ୍ଟରରେ ଲୁଚି ରହିଥିବା ନେଇ […]

  • Sunday, 11 July 2021
child death
ଶିଶୁ ମଡ଼କ: ଗୋଟିଏ ମାସରେ ୯୧ ମୃତ

କୋଟା:ରାଜସ୍ଥାନର କୋଟାସ୍ଥିତ ଜେ.କେ.ଲୋନ ଡାକ୍ତରଖାନାରେ ଗୋଟିଏ ମାସ ଭିତରେ ୯୧ ଶିଶୁଙ୍କର ମୃତ୍ୟୁ ଘଟିଲାଣି। ଏପରି ପରିସ୍ଥିତିରେ ରାଜସ୍ଥାନ ସରକାର ଚୁପ୍‌ ହୋଇ ବସିଥିବାରୁ ତାଙ୍କ ବିରୋଧରେ ବିର୍ଷିଛି ବିଜେପି। ରାଜ୍ୟରେ ଶିଶୁ ମଡକ ପଡ଼ିଥିବାବେଳେ ଡାକ୍ତରଖାନାରେ ଅବ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଜେପି ନେତା। ମଙ୍ଗଳବାର ଡାକ୍ତରଖାନାର ୱାର୍ଡ ଏବଂ ଆଇସିୟୁ ପରିଦର୍ଶନ କରି ବିଜେପି ମହିଳା ସାଂସଦଙ୍କର ଏକ ଟିମ୍‌ ଅଭିଯୋଗ କରିଛନ୍ତି ଯେ, ଡାକ୍ତରଖାନାରେ […]

  • Sunday, 11 July 2021
fake-gold
ଦେହରେ ଥିଲା ୨୪ ଲକ୍ଷର ସୁନା, ବାନ୍ଧି ନେଲେ

ନୂଆଦିଲ୍ଲୀ: ଶରୀରରେ ତାଙ୍କର ଥିଲା ୨୪ ଲକ୍ଷ ଟଙ୍କାର ସୁନା। ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏତେ ସୁନା କେଉଁଠୁ ଆଣିଲେ ? ହଁ, ଦିଲ୍ଲୀ ବିମାନ ବନ୍ଦରରେ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି , ଯାହାଙ୍କ ଶରୀରରୁ ମିଳିଛି ୨୩.୮୫ ଲକ୍ଷ ଟଙ୍କାର ସୁନା ବିସ୍କୁଟ। ଗିରଫ ବ୍ୟକ୍ତି ଜଣକ ଭାରତର ଏବଂ ସେ ହଂକଂରୁ ଫେରୁଥିଲେ। ଡିସେମ୍ବର ୨୯ ତାରିଖର ଏହି ଘଟଣା। ନ୍ୟୁଜ ଏଜେନ୍ସି ଏଏନଆଇ ଏହାର ଫଟୋ ଶେୟାର କରିଛି। […]

  • Sunday, 11 July 2021
bipin rawat
CDS ଦାୟିତ୍ୱ ନେବା ବିପିନ୍‌ ରାୱତ ପ୍ରସ୍ତୁତ କରିବେ ଆଗାମୀ ରଣନୀତି

ନୂଆଦୀଲ୍ଲି: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ପାଇଲେ  ଜେନେରାଲ ବିପିନ ରୱତ୍‌।  ଏହି ପଦବୀର ଦାୟିତ୍ୱ ନେବା ପରେ ତାଙ୍କ ପାଖରେ ବିଶେଷ କ୍ଷମତା ରହିବ। ସେ ତିନି ସେନାଙ୍କୁ ଆଦେଶ ଜାରି କରି ପାରିବେ। ସେନାର ତିନି ଅଙ୍ଗ ମଧ୍ୟରେ ତାଳମେଳ ରକ୍ଷା କରିବାର ଦାୟିତ୍ୱ ଏବେ ଜେନରାଲ ରାୱତଙ୍କ ଉପରେ। ଏଥିସହିତ ସାଇବର ଏବଂ ସ୍ପେଶ୍‌ କମାଣ୍ଡର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାପରେ […]

  • Sunday, 11 July 2021
new army chief
ନୂଆ ସ୍ଥଳ ସେନା ମୁଖ୍ୟ ହେଲେ ଜେନେରାଲ ମନୋଜ ନରଓ୍ୱଣେ

ନୂଆଦିଲ୍ଲୀ: ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ସେନାର ୨୮ତମ ମୁଖ୍ୟ ଭାବେ ସେ ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।  ଗତ ସେମ୍ବେର ମାସରୁ ନରଓ୍ୱଣେ ସ୍ଥଳସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସବୁଠାରୁ ମୁସ୍କିଲ କାମରେ ସଫଳତା ପାଇବା ଏବଂ ଭଲ ନେତୃତ୍ୱ ନେବାର କ୍ଷମତା ପାଇଁ ନୂଆ ସ୍ଥଳ ସେନା ମୁଖ୍ୟ ନରଓ୍ୱଣେ ବେଶି ପରିଚିତ। ସେତିକି […]

  • Sunday, 11 July 2021
Niti-Aayog
SDG ତାଲିକାରେ ଉପରକୁ ଉଠୁଛି ଓଡ଼ିଶା

ଭୁବେନଶ୍ୱର: ସଷ୍ଟେନେବଲ୍‌  ଡେଭଲପମେଣ୍ଟ୍ ବା ଧାରଣକ୍ଷମ ବିକାଶ କ୍ଷେତ୍ର (SDG)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି।  ନୀତି ଆୟୋଗ ରିପୋର୍ଟରେ ପ୍ରକାଶିତ ଏହି SDG ତାଲିକାରେ ଓଡ଼ିଶା ୨୩ରୁ ୧୫ ତମ ସ୍ଥାନକୁ ଡେଇଁଛି । ପୂର୍ବରୁ ରାଜ୍ୟର ସ୍କୋର୍ ୫୧ ଥିବା ବେଳେ ଚଳିତ ରିପୋର୍ଟରେ ଏହା ୫୮କୁ ବଢ଼ିଛି । ଉତ୍ତରପ୍ରଦେଶ ଓ ସିକ୍କିମ ସହ ୩ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭିତରେ ଓଡ଼ିଶା ଥିଲେ ମଧ୍ୟ ଏହା ଦାରିଦ୍ର୍ୟ ଦୂରୀକରଣ, ଅନାହାର ଦୂରୀକରଣ, […]

  • Sunday, 11 July 2021
snow
ଓଡ଼ିଶାରେ ବରଫପାତ

ସୁନ୍ଦରଗଡ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ପ୍ରବଳ ଶୀତର ଲହରି ଜାରି ରହିଛି।  କୋଇଡ଼ା, ଟେନ୍ସା, ଡେଙ୍ଗୁଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବରଫ ପଡୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହି ଅଞ୍ଚଳ ପାହାଡିଆ ଏବଂ ଜଙ୍ଗଲିଆ ହୋଇଥିବାରୁ ବେଶି ଶୀତ ଅନୁଭୂତ ହେଉଛି। ଅନେକ ସ୍ଥାନରେ ବରଫ ପଡୁଥିବା ଦେଖିବାକୁ ମିଳିଛି।  କୋଉଠି ଗାଡି ଉପରେ ତ ଆଉ କୋଉଠି ଘାସ ଉପରେ ବରଫର ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି। ବରଫପାତ […]

  • Sunday, 11 July 2021
lady
ଗର୍ଭଧାରଣ ହେଉ ନ ଥିବାରୁ ଚିନ୍ତିତ କି ? ଜାଣନ୍ତୁ ୫ଟି କାରଣ

ଭୁବନେଶ୍ୱର: ମାତୃତ୍ୱ ଲାଭ ନାରୀ ଜୀବନର ଏକ ମହାର୍ଘ ଅନୁଭବ। ହେଲେ ଅନେକ ସମୟରେ ଆମେ ଏହାର ବ୍ୟତିକ୍ରମ ଦେଖୁଛେ। ନିର୍ଦ୍ଧାରିତ ସମୟରେ ମହିଳାମାନେ ମାତୃତ୍ୱ ଲାଭରୁ ବଞ୍ଚିତ ହେଉଛନ୍ତି। ଏପରି ବ୍ୟତିକ୍ରମର ତ ଅନେକ କାରଣ ଥାଇପାରେ। ତେବେ ଅନେକ କାରଣ ଆମ ହାତ ପାଆନ୍ତାରେ ରହିଛି, ଯେଉଁ ଦିଗ ପ୍ରତି ଆମେ ସଚେତନ ହେଲେ ଏହି ସମସ୍ୟାକୁ ଦୂରେଇ ଦେଇ ପାରିବା। ଆସନ୍ତୁ ଜାଣିବା କ’ଣ ସେହିସବୁ କାରଣ… ୧-ପ୍ଲାଷ୍ଟିକ ବିଷ ଆମ ଜୀବନର […]

  • Sunday, 11 July 2021
violence
ମାମଲା ଚାଲିଥିବାବେଳେ ବୋହୂଙ୍କୁ ଘରୁ ବାହାର କରିପାରିବେନି ଶାଶୂଘର ଲୋକେ-ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବୋହୂକୁ ଘରୁ ବାହାର କରିବା ଏଣିକି ଶ୍ୱଶୁର ଘର ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିବ। ମହିଳାଙ୍କୁ ସୁରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟ ଏମିତି ରାୟ ଶୁଣାଇଛନ୍ତି। ଯଦି କୌଣସି ମହିଳା ତା’ର ଶ୍ୱଶୁର ଘରେ ଘରୋଇ ହିଂସାର ଶିକାର ହୋଇ କେସ୍ ଲଢୁଥାନ୍ତି ତେବେ ତାଙ୍କୁ ଶ୍ୱଶୁର ଘର ଲୋକେ ଘରୁ ବାହାର କରିପାରିବେ ନାହିଁ। ସେ ଘରର ମାଲିକାନା ଯାହା ନାଁରେ ବି ଥାଉ ନା କାହଁକି, କେସ୍‌ ଚାଲିଥିବା ସମୟରେ ମହିଳା ଚାହିଁଲେ […]

  • Sunday, 11 July 2021
Caa
CAA ଆନ୍ଦୋଳନ: ସ୍ୱେଚ୍ଛାକୃତ ଭାବେ କ୍ଷତିଭରଣା କଲେ ଆନ୍ଦୋଳନକାରୀ

ବୁଲନ୍ଦସହର: ବିବାଦୀୟ ନାଗରିକ ସଂଶୋଧନ ବିଲ ବିରୋଧରେ ପ୍ରଦର୍ଶିତ ହିଂସାରେ ଅନେକ ମୃତାହତ ହୋଇଛନ୍ତି। ଅନେକ କ୍ଷୟକ୍ଷତି ହୋଇଛି। ବିଶେଷକରି ଉତ୍ତରପ୍ରଦେଶରେ ବେଶି ହୋଇଛି। ଏହି କ୍ଷତିଭରଣା ପାଇଁ ଅଭିଯୁକ୍ତଙ୍କ ପାଖକୁ ନୋଟିସ ପଠାଯାଉଛି। ତେବେ ଏହି ଘଟଣାକୁ ନେଇ ଏକ ରୋଚକ ଖବର ନଜରକୁ ଆସିଛି। ଖବରଟି ଖାଲି ରୋଚକ ନୁହେଁ, ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ।  ଘଟଣାଟି ଘଟିଛି ବୁଲନ୍ଦହରରେ। CAA ବିରୋଧୀ ଆନ୍ଦୋଳନରେ ଏଠିକାର ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ସମୟରେ […]

  • Sunday, 11 July 2021
pakistan player
‘ହିନ୍ଦୁ ବୋଲି କାନେରିଆଙ୍କୁ ପାକ୍‌ ଟିମ୍‌ରେ ବିରୋଧ କରାଯାଉଥିଲା’

ଇସ୍‌ଲମାବାଦ: ହିନ୍ଦୁ ହୋଇଥିବାରୁ ଲେଗ୍‌ ସ୍ପିନର ଡାନିସ୍‌ କାନେରିଆଙ୍କୁ ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ବିରୋଧ କରାଯାଉଥିଲା। ତାଙ୍କୁ ହୀନ ଦୃଷ୍ଟିରେ ଦେଖାଯାଇଥିଲା। ଏଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପାକିସ୍ତାନର ଅନ୍ୟତମ ବୋଲର ସୋଏବ୍‌ ଅଖତାର ଏ ବିଷୟରେ ମୁହଁ ଖୋଲିବା ପରେ ଏହି ଦେଶରେ ହିନ୍ଦୁଙ୍କ ସ୍ଥିତିର ଅସଲ ଚିତ୍ର ଜଣାପଡ଼ିଛି। ଏପରିକି ଖୋଦ୍‌ କାନେରିଆ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ‘ଗେମ୍‌ ଅନ୍‌ ହୈ’ ନାମକ ଏକ କାର୍ଯ୍ୟକ୍ରମରେ ଅଖତାର ପୂର୍ବରୁ କହିଥିଲେ, ପାକିସ୍ତାନ […]

  • Sunday, 11 July 2021
tejas-express-660
ବଢିବ ରେଳଭଡ଼ା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ରେଳ ଭଡ଼ା ବଢ଼ିବ। ଏପରି ସୂଚନା ଦେଇଛନ୍ତି ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ। ନିକଟରେ ମାଲ ଭଡ଼ା ବଢ଼ିଥିଲା। ଆଗାମୀ ଦିନରେ  ଭଡ଼ା ବଢ଼ିବ। ତେବେ ବିଭିନ୍ନ ଦିଗ ଉପରେ ସମୀକ୍ଷା ପରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ ଗୁରୁବାର କହିଛନ୍ତି। ରେଲଓ୍ୱେ ଅଫିସ ମଧ୍ୟ ଏ ବାବଦରେ ମତ ରଖିବାକୁ ଯାଇ କହିଛି, ରେଳ ବିଭାଗର ଆର୍ଥିକ ସ୍ଥିତି ଭଲ ନାହିଁ। ଏହି ଆର୍ଥିକ […]

  • Sunday, 11 July 2021
firohjabad
ଜୀବନକୁ ବାଜି ଲଗାଇ ହିନ୍ଦୁ ପୋଲିସଙ୍କ ଜୀବନ ବଞ୍ଚାଇଲେ ହାଜି ସାହବ

ଫିରୋଜାବାଦ: ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଦେଶରେ ସୃଷ୍ଟି ହୋଇଛି ଅଶାନ୍ତ ପରିସ୍ଥିତି। ଗତ ଏକ ସପ୍ତାହ ଧରି  ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ବଢି ଚାଲିଛି। କେତେକ ରାଜ୍ୟରେ ଆଇନକୁ ଫେରାଇ ନେବା ଦାବି କରି ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଉଛି। ଆଇନକୁ ନେଇ ଉତ୍ତରପ୍ରଦେଶରେ ପରିସ୍ଥିତି ବେଶି ଅଶାନ୍ତ ହୋଇଛି। ଇତିମଧ୍ୟରେ ହିଂସାକାଣ୍ଡରେ ୧୯ ଜଣଙ୍କର ମୃତ୍ୟୁ ଘଟିଲାଣି। ଶତାଧିକ ଲୋକ ଆହତ ହେଲେଣି । ୨୮୮ ପୋଲିସ କର୍ମଚାରୀ ଆହତ […]

  • Sunday, 11 July 2021
kashmir
୧୪୫ ଦିନ ପରେ କାର୍‌ଗିଲ୍‌ରେ ମିଳିଲା ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଗଲା ପରେ ପ୍ରଥମ ଥର ପାଇଁ ଆଜି କାରଗିଲ୍‌ରେ ମୋବାଇଲ ଇଣ୍ଟରନେଟ ସେବା ମିଳିଛି। ଆଜକୁ ୧୪୫ ଦିନ ତଳେ ଏହି ଇଲାକାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା। କାରଗିଲ ବ୍ୟତୀତ ଅନ୍ୟ ଜିଲ୍ଲାମାନଙ୍କରେ ଇଣ୍ଟରନେଟ ସେବା ଏ ଯାଏ ଆରମ୍ଭ ହୋଇନାହିଁ। ଏଠି କହିରଖିବୁ, ଭାରତ ସରକାରଙ୍କ ପକ୍ଷରୁ ଅଗଷ୍ଟ ୫ ତାରିଖରେ ଜମ୍ମୁକାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ  […]

  • Sunday, 11 July 2021
nambi-narayanaa
ବେଆଇନ ଗିରଫ ବିରୋଧରେ ଲଢିଥିବା ମାମଲା ପାଇଁ ବୈଜ୍ଞାନିକଙ୍କୁ ମିଳିବ ୧.୩ କୋଟି

ତିରୁବନନ୍ତପୁରମ୍‌: ଇସ୍ରୋର ପୂର୍ବତନ ବୈଜ୍ଞାନିକ ଏସ୍‌ ନମ୍ବୀ ନାରାୟଣନ୍‌ଙ୍କୁ ୧.୩ କୋଟି ଟଙ୍କା ସହାୟତା ରାଶି ଦେବା ପାଇଁ କେରଳ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ତିରୁବନନ୍ତପୁରମ୍‌ ସବ୍‌କୋର୍ଟରେ ନାରାୟଣନ୍‌ଙ୍କ ନାମରେ ବେଆଇନ ଗିରଫଦାରୀ ବିରୋଧରେ ଯେଉଁ କେସ୍‌ ଚାଲିଥିଲା ସେହି ବାବଦ ଖର୍ଚ୍ଚ ପାଇଁ ସରକାର ଏହି  ସହାୟତାରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠି କହିରଖିବୁ, ୧୯୯୪ରେ ମାଲଦୀପର ୨ ଗୁଇନ୍ଦା ଅଧିକାରୀଙ୍କ ବିରୋଧରେ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କିତ ତଥ୍ୟ ବାହାରେ ଲିକ୍‌ […]

  • Sunday, 11 July 2021
pancha tiratha
ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବା ମନ୍ଦିର ଖୋଲିବ ପାକିସ୍ତାନ

ଚଣ୍ଡୀଗଡ଼: ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ତିନୋଟି ଧାର୍ମିକ ସ୍ଥଳ ଖୋଲିବା ପରେ ଏବେ ପାକିସ୍ତାନ ଐତିହାସିକ ହିନ୍ଦୁ ମନ୍ଦିର ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛି। ପେଶୱାରରେ ଥିବା ‘ପଞ୍ଜ ତୀରଥ’ ମନ୍ଦିର ଆସନ୍ତା ମାସରେ ଅର୍ଥାତ୍‌ ନୂଆବର୍ଷରେ ଖୋଲିବାର ସମ୍ଭାବନା ରହିଛି। ହିନ୍ଦୁମାନଙ୍କ ପାଇଁ ଏହି ମନ୍ଦିର ଅତ୍ୟନ୍ତ ମହତ୍ୱ ରଖେ। ହିନ୍ଦୁମାନଙ୍କର ବିଶ୍ୱାସ ରହିଛି, ପାଣ୍ଡବମାନେ ନିର୍ବାସନ ସମୟ କାଟିବା ବେଳେ ଏହିସ୍ଥାନରେ ରହିଥିଲେ। ତେବେ ଦେଶ ବିଭାଜନ ପରଠାରୁ ଏହି ମନ୍ଦିରର ଦ୍ୱାର ବନ୍ଦ […]

  • Sunday, 11 July 2021
hindu
ହିଂସାବେଳେ ହିନ୍ଦୁ ମାନବଶୃଙ୍ଖଳ ଦେଇ କନ୍ୟାଘରେ ପହଞ୍ଚିଲେ ମୁସ୍‌ଲିମ୍‌ ବରଯାତ୍ରୀ

କାନୁପୁର:ଦୀର୍ଘଦିନର ବ୍ୟବଧାନ ପରେ କାନପୁର ବକରଗଞ୍ଜର ଖାନ୍‌ ପରିବାରରେ ହେଉଥିଲା ବିବାହ ଉତ୍ସବ। ୨୫ ବର୍ଷ ବୟସ୍କ ଜୀନତ ବିବାହ କରୁଥିଲେ ପ୍ରତାପଗଡର ହସନାନି ଫରୁକୀଙ୍କ ସହିତ। ଦୁଇ ପରିବାରରେ ଥିଲା ଖୁସିର ମାହୋଲ। ହେଲେ ସକାଳୁ ସକାଳୁ ନିଜେ ବର ଫୋନ କରି କହିଲେ, ସେ ବରଯାତ୍ରୀ ନେଇ ଯାଇ ପାରିବେ ନାହିଁ। କାରଣ ସିଏଏକୁ ନେଇ ସାରା ସହରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା।  ସେହିଦିନ ସକାଳେ ସିଏଏକୁ ବିରୋଧ କରିବା ବେଳେ ଦୁଇ ଜଣଙ୍କର […]

  • Sunday, 11 July 2021
obeshi
‘ନେତୃତ୍ୱ’ ପ୍ରସଙ୍ଗକୁ ନେଇ ସେନାମୁଖ୍ୟଙ୍କୁ ଏମିତି ଟାର୍ଗେଟ କଲେ ଦିଗ୍‌ବିଜୟ, ଓୱେସୀ

ନୂଆଦିଲ୍ଲୀ:ସେନା ପ୍ରମୁଖ ଜେନେରାଲ ବିପିନ ରାୱତ ଆଜି କ୍ୟାମ୍ପସରେ ହେଉଥିବା ହିଂସା ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ହିଂସାର ନେତୃତ୍ୱକୁ ନେଇ ସମାଲୋଚନା କରିଛନ୍ତି । ଆର୍ମିଚିଫଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇ ଗଲାଣି। ସେନା ମୁଖ୍ୟଙ୍କ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ ଏବଂ ଏଆଇଏମ୍‌ଆଇଏମ୍‌ର ଅସଦୁଦ୍ଦିନ ଓୱେସୀ। ରାଓତଙ୍କୁ ଟାର୍ଗେଟ କରି ଉଭୟେ ଟ୍ୱିଟ୍‌ କରିଛନ୍ତି। ଦିଗ୍‌ବିଜୟ ସାଂପ୍ରଦାୟିକ ହିଂସାକୁ ନେଇ ପ୍ରଶ୍ନ […]

  • Sunday, 11 July 2021
pmmodi
ମିମ୍‌ କରିବାକୁ ଚାହିଁଲେ ୟୁଜର୍ସ, ପ୍ରଧାନମନ୍ତ୍ରୀ ଦେଲେ ଏମିତି ଉତ୍ତର

ନୂଆଦିଲ୍ଲୀ:ବଡବଡ ନେତାମାନଙ୍କୁ ଆଜିକାଲି ସୋଶାଲ ମିଡିଆରେ ବେଶ ଆକ୍ଟିଭ୍‌ ଥିବା ଦେଖିବାକୁ ମିଳୁଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଏଥିରୁ ବାଦ୍‌ ଯାଇନାହାନ୍ତି। ଏଥର ସୋଶାଲ ମିଡିଆରେ ପ୍ରଶ୍ନର ଉତ୍ତର ଦେଇ ୟୁଜର୍ସଙ୍କ ହୃଦୟ ଜିତି ଯାଇଛନ୍ତି। ଏଥର ସୋଶାଲ ମିଡିଆରେ ଜଣେ ୟୁଜର୍ସ ମୋଦିଙ୍କ ସୂର୍ଯ୍ୟଗ୍ରହଣ ଦେଖୁଥିବା ଦୃଶ୍ୟକୁ  ଶେୟାର କରି  ଏହା ଉପରେ ମିମ୍‌ ତିଆରି କରିପାରିବେ କି ବୋଲି ପଚାରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ୟୁଜର୍ସଙ୍କ ଏହି ପ୍ରଶ୍ନର ଉତ୍ତର ବେଶ ମଜାଳିଆ […]

  • Sunday, 11 July 2021
26_12_2019-siddikullah
ଭିସା ଦେଲାନି ବାଂଲାଦେଶ; ଟିକଟ ବାତିଲ କଲେ ମମତାଙ୍କ ମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ତଥା ଜମିୟତ-ଉଲମା-ଏ-ହିନ୍ଦର ଅଧ୍ୟକ୍ଷ ସିଦ୍ଦିକଉଲ୍ଲା ଚୌଧୁରୀଙ୍କୁ ବାଂଲାଦେଶ ଭିସା ଦେବା କି ନାହିଁ ସ୍ପଷ୍ଟ କରିନି। ତେଣୁ ଆଜି ମମତା ସରକାରଙ୍କ ଏହି ମନ୍ତ୍ରୀ ଜଣଙ୍କ ତାଙ୍କ ବାଂଲାଦେଶ ବିମାନ ଟିକେଟ ବାତିଲ୍ କରିବେ ବୋଲି କହିଛନ୍ତି। ସିଦ୍ଦିକିଉଲ୍ଲା କହିଛନ୍ତି, ‘ମୁଁ ଡିସେମ୍ୱର ୨୬ରୁ ୩୧ ବାଂଲାଦେଶ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥାନ୍ତି। ଏଥିପାଇଁ ନିମନ୍ତ୍ରଣ ରହିଛି। କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ୟକ୍ତିଗତ କାମ ରହିଛି। ଏଥିପାଇଁ ମୁଁ ଡିସେମ୍ୱର […]

  • Sunday, 11 July 2021
arabinda
ୟୁଜର୍ସଙ୍କୁ ମଫଲର ପ୍ରଶ୍ନର ଏମିତି ଉତ୍ତର ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ:ଗତକିଛି ଦିନ ହେଲେ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି  ରହିଛି। ଗତ ୧୦ ଦିନ ମଧ୍ୟରେ  ଥଣ୍ଡା ଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏଭଳି ପାଗ ଆଉ କିଛି ଦିନ ଜାରି ରହିବ। ଥଣ୍ଡାକୁ ଦେଖି ଦିଲ୍ଲୀବାସୀଙ୍କୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିବେଦନ କରିଛନ୍ତି। ସବୁଠାରୁ ମଜାକଥା ହେଉଛି, କେଜ୍ରିୱାଲ ଏକ ଟ୍ୱିଟ୍‌ର ଉତ୍ତର ଦେଇ ଏପରି ନିବେଦନ କରିଛନ୍ତି ଯେଉଁ ଟ୍ୱିଟରରେ ମଫଲରଙ୍କୁ ନେଇ […]

  • Sunday, 11 July 2021
tiger
କୁନି ପିଲାଟି ଫଟୋ ଉଠାଉଥିଲା, ମାଡ଼ି ଆସିଲା ବାଘ....

ଆୟର୍ଲାଣ୍ଡ:ଆୟର୍ଲାଣ୍ଡର ଡବଲିନ୍‌ରେ ଏକ ହୃଦୟସ୍ପର୍ଶୀ ଘଟଣା ଘଟିଯାଇଛି। ଛୋଟ ପିଲାଟିଏ ବାପାଙ୍କ ସହ ଯାଇଥିଲା ଚିଡ଼ିଆଖାନା ବୁଲିବା ପାଇଁ। ହଠାତ୍‌ ବାଘଟିଏ ଝାମ୍ପି ପଡିଲା ଶିଶୁ ଉପରକୁ। ଆଉ ତା‘ ପରେ… ପୂରା ଘଟଣା ଥିଲା ଏମିତି। ୭ ବର୍ଷର ପିଲାଟିଏ। ବାପାଙ୍କ ସହ ଯାଇଥିଲା ଚିଡ଼ିଆଘର ବୁଲିବାକୁ । କେତେ ପ୍ରକାରର ଜୀବଜନ୍ତୁ ଦେଖିବ। ସେଠାରେ ବାଘ ଦେଖି ପିଲାଟି ଖୁବ୍‌ ଖୁସି ହୋଇଯାଇଥିଲା। ବାଘ ସହ ଫଟୋ ଉଠାଇବ  ବୋଲି ପୋଜ ଦେଉଥିଲା। ପିଲାଟିର […]

  • Sunday, 11 July 2021