ବିଶାଖାପାଟଣା: ଏଣିକି କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା ରୋବଟ୍ ମାଧ୍ୟମରେ ହୋଇପାରୁଛି। ପୂର୍ବରୁ କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଅପରେସନ ପାଇଁ ୭ରୁ ୮ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ରୋବଟ୍ ମାଧ୍ୟମରେ ମାତ୍ର ୧ ଘଣ୍ଟାରେ ଅପରେସନ୍ ହୋଇପାରୁଛି। ଫଳରେ ରୋଗୀଙ୍କୁ ଅଧିକ ଦିନ ମେଡିକାଲ୍ରେ ରହିବାକୁ ପଡ଼ିବନି। ବିଶାଖାପାଟଣାର ମହାତ୍ମାଗାନ୍ଧୀ କ୍ୟାନ୍ସର ହସ୍ପିଟାଲ୍ ଓ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ନୂତନ ଅପେରସନ ପଦ୍ଧତିର ଶୁଭାରମ୍ଭ ହୋଇଛି। ସାରା ଦେଶର କ୍ୟାନ୍ସର ବିଶେଷଜ୍ଞଙ୍କୁ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍-କଂଗ୍ରେସର ମେଣ୍ଟର ୧୩ଜଣ ବିଧାୟକ ଇସ୍ତଫା ଦେବା ପରେ ଏବେ ସୂତା ଖିଅରେ ଝୁଲୁଛି ମେଣ୍ଟ ସରକାରର ଭାଗ୍ୟ। ଗତକାଲି ରାତିରେ ବିଦେଶରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଫେରିବା ପରେ ବେଙ୍ଗାଲୁରୁରେ ଜେଡିଏସ୍ ଓ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଆଜି ସେ ବିଦ୍ରୋହୀ ବିଧାୟକ ରାମଲିଙ୍ଗା ରେଡ୍ଡୀଙ୍କ ସହ ଏକ ଅଜଣା ସ୍ଥାନରେ ଆଲୋଚନା କରିଥିବା ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ଆଜି ସକାଳେ ସମସ୍ତ ମନ୍ତ୍ରୀଙ୍କ ସହ ବର୍ତ୍ତମାନର ରାଜନୈତିକ ସ୍ଥିତି […]
ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଛି ୫ ଲକ୍ଷରୁ ଅଧିକ ପୁଲିସ ପଦବୀ। ମାଓ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଥିବା ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ରେ ମଧ୍ୟ ବହୁସଂଖ୍ୟାରେ ପୁଲିସ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ନାଗାଲ୍ୟାଣ୍ଡରେ ଆବଶ୍ୟକତାଠୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଥିବା ଜଣାପଡ଼ିଛି। ୧ ଜାନୁଆରୀ ୨୦୧୯ ତାରିଖ ଯାଏ ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଏହି ସୂଚନା ମିଳିଛି। ଓଡ଼ିଶାରେ ୧୦ ହଜାର ୩୨୨ ପୁଲିସ ପଦବୀ […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ଝରଣା ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏ […]