• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

korona
ଦିଲ୍ଲୀରେ ପହଞ୍ଚିଲା କରୋନା ଭାଇରସ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୩ ସନ୍ଦିଗ୍ଧ

ନୂଆଦିଲ୍ଲୀ: ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ସନ୍ଦିଗ୍ଧ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେମାନେ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ତିନଜଣଙ୍କୁ ବିଶେଷ ୱାର୍ଡରେ ରଖାଯାଇଛି। ଏଏନଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ହସ୍‌ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍‌ ମୀନାକ୍ଷି ଭରଦ୍ୱାଜ ଏହି ସୂଚନା ଦେଇଛ୍ତି। ଛତିଶଗଡ଼ରେ ମଧ୍ୟ ଜଣେ ସନ୍ଦିଗ୍ଧ କରୋନା ଭୂତାଣୁ ସଂକ୍ରମଣ ଶିକାର ହୋଇଥିବା ସନ୍ଦେହ କରାଯାଉଛି । ଦିଲ୍ଲୀ, ଛତିଶଗଡ଼ ସମେତ ଦେଶର ୮ଟି ରାଜ୍ୟରେ କରୋନା ଭୂତାଣୁ […]

  • Monday, 12 July 2021
11
ରାସ୍ତାର ଗର୍ତ୍ତ ପାଇଁ ଦିନେ ପୁଅକୁ ହରାଇଥିଲେ, ଆଜି ସେଇ ରାସ୍ତାରେ ବାପା କରୁଛନ୍ତି ଏମିତି କାମ

ନୂଆଦିଲ୍ଲୀ: ପ୍ରକୃତ ମଣିଷ ସିଏ, ଯିଏ ନିଜ ପାଇଥିବା ଦୁଃଖକଷ୍ଟ ଅନ୍ୟ କାହାକୁ ଦେବାକୁ ଚାହିଁବନି। ଏମିତି ଜଣେ ମଣିଷଙ୍କୁ ଦେଖିବାକୁ ମିଳେ ଫରିଦାବାଦରେ। ନାଁ ତାଙ୍କର ମନୋଜ ବାଘବା। ସଡ଼କ ଦୁର୍ଘଟଣାରେ ସିଏ ତାଙ୍କର ତିନି ବର୍ଷର ସନ୍ତାନକୁ ସବୁଦିନ ପାଇଁ ହରାଇଥିଲେ। ସନ୍ତାନର ବିଚ୍ଛେଦ ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ, ସେ ଭାଙ୍ଗି ପଡ଼ିଥିଲେ। ସେ ପାଇଥିବା କଷ୍ଟ ଯେମିତି ଆଉ କେହି ପାଇବେନି ତେଣୁ ସେହି ଦିନ ଠାରୁ ସେ ବୁଲି […]

  • Monday, 12 July 2021
plane
ତାଲିବାନ ଇଲାକାରେ ଖସିପଡ଼ିଲା ଯାତ୍ରୀବାହୀ ବିମାନ

କାବୁଲ୍‌: ଆଫଗାନସ୍ଥାନର ପୂର୍ବପ୍ରାନ୍ତ ଗଜନୀରେ ସୋମବାର ମଧ୍ୟାହ୍ନରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଫଗାନ ଏୟାର ଲାଇନ୍ସର ଏହି ବିମାନଟି ତାଲିବାନ ଇଲାକାରେ ଖସି ପଡ଼ିଛି। ସ୍ଥାନୀୟ ମିଡିଆ ସୂତ୍ରରୁ ଜଣାଯାଇଛି, ଏଫ୍‌ଜି ୫୦୭ ବିମାନ ସେଠିକାର ସମୟ ମଧ୍ୟାହ୍ନ ୧.୧୦ରେ ଖସି ପଡ଼ିଥିଲା।ଏହି ବିମାନରେ ୮୩ ଜଣ ଲୋକ ଥିଲେ । ତେବେ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ବିମାନଟି ଗଜନୀ ପ୍ରାନ୍ତର ଡେହୟାକ୍‌ ଜିଲାରେ ଖସି ପଡ଼ିଛି। ବିମାନରୁ ନିଆଁ ଏବଂ ଧୂଆଁ […]

  • Monday, 12 July 2021
mamata
ପଶ୍ଚିମବଙ୍ଗ ବିଧାନସଭାରେ ଗୃହୀତ ହେଲା CAA ବିରୋଧୀ ପ୍ରସ୍ତାବ

କୋଲକାତା: ସଂଶୋଧିତ ନାଗରିକତା ଆଇନ (ସିଏଏ) ବିରୋଧୀରେ ପ୍ରସ୍ତାବ ପଶ୍ଚିମବଙ୍ଗ  ବିଧାନସଭାରେ ଗୃହୀତ ହୋଇଯାଇଛି।  ଏବେ ପଶ୍ଚିମବଙ୍ଗ ୪ର୍ଥ ରାଜ୍ୟ ଯେଉଁଠି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ପୂର୍ବରୁ ରାଜସ୍ଥାନ  ପଞ୍ଜାବ ଏବଂ କେରଳ ବିଧାନସଭାରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବ ଅନୁଯାୟୀ କେନ୍ଦ୍ରର ସିଏଏକୁ ଖାରଜ କରାଯିବା ସହିତ ଜାତୀୟ ନାଗରିକ ପଞ୍ଜିକା (ଏନଆରସି), ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ବିରୋଧ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ମନ୍ତ୍ରୀ ପାର୍ଥ […]

  • Monday, 12 July 2021
tiger
ମଝିବିଲରେ ଯୁବକଙ୍କୁ ମାଡ଼ି ବସିଥିଲା ବାଘ, ଆଉ ତା’ପରେ...

ଯୁବକ ଜଣକ ତଳେ ଆଉ ବାଘ ତାଙ୍କ ଉପରେ। ଝାମ୍ପ ମାରି ବସିଥିଲା। ପିଠି ଉପରେ ପଡ଼ିଥିଲା ଦୁଇଗୋଡ।  ଖାଇବାକୁ ଆଉ କେତୋଟି ମୁହୂର୍ତ୍ତ ବାକିମାତ୍ର। ନିସ୍ତେଜ ହୋଇ ପଡିଥାନ୍ତି ଯୁବକଜଣକ । ବିଲ ଆଉ ତା’ପରେ ଯାହା ହେଲା ଆପଣି ଶୁଣିଲେ ବିଶ୍ୱାସ କରିବେ ନାହିଁ। ଗପ ନୁହେଁ, ସତ। ଘଟିଛି ମହାରାଷ୍ଟ୍ରରେ। ଏହାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଏକ ବିଲର ଦୃଶ୍ୟ। ବିଲର ମାଟି ଉପରେ ଶୋଇ ରହିଥିଲେ […]

  • Monday, 12 July 2021
marriage.1.345544
ଲଭ୍‌ଷ୍ଟୋରୀ ଶୁଣି ତରଳିଗଲା ପୋଲିସ୍‌ ବାବୁଙ୍କ ମନ, ଥାନା ପରିସରରେ କଲେ ବାହାଘର

କାନପୁର;ଅଭିଯୋଗ ପାଇବା ପରେ ପୋଲିସ ଦୁହିଁଙ୍କୁ ଗିରଫ କଲା। ହେଲେ ସେମାନଙ୍କ ପ୍ରେମ କାହାଣୀ ଶୁଣିବା ପରେ ପୋଲିସବାବୁଙ୍କ ମନ ବି ତରଳିଗଲା। ଗିରଫ କରିବେ କ’ଣ ଦୁଇ ଯୁବକ-ଯୁବତୀଙ୍କ ବିବାହ ସେହିଠାରେ କରିଦେବା ପାଇଁ ନିଷ୍ପତ୍ତି ନେଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରର ଜୁହି ପୋଲିସ ଷ୍ଟେଶନରେ। ପୂରା ଘଟଣାଟି ଏହିପରି। କାନପୁର ଜୁହୀ ଥାନା ଅଧୀନ କେଣ୍ଟ  ଅଞ୍ଚଳରେ ରୁହନ୍ତି ରାହୁଲ ଓ ନୈନା। ଦୁହେଁ ପଡୋଶୀ। ଦୁଇ ବର୍ଷ ତଳେ ଉଭୟଙ୍କ ମଧ୍ୟରେ […]

  • Monday, 12 July 2021
6564747
୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା !

ନୂଆଦିଲ୍ଲୀ:ସୀମାନ୍ତରେ ଠୁଳ ହୋଇଛନ୍ତି ୧୩ ଲକ୍ଷ ଯବାନ। ସେନା ରକେଟ୍‌, ମିସାଇଲ୍‌, ଉଚ୍ଚକ୍ଷମତା ସମ୍ପନ୍ନ ଟ୍ୟାଙ୍କ ମଧ୍ୟ ରଖାଯାଇଛି। ଯେମିତି ୧୦ ଦିନ ଯୁଦ୍ଧ କରିବା ପାଇଁ ଏମାନେ ପ୍ରସ୍ତୁତ। ଆଗକୁ ଏମାନଙ୍କ ଶକ୍ତି ଆହୁରି ବୃଦ୍ଧି କରାଯିବ। ଯେମିତି ଏମାନେ ୪୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିପାରିବେ। ତେବେ  ସତରେ କ’ଣ ସୀମାନ୍ତରେ ଯୁଦ୍ଧ ଲାଗିଗଲା ? ନାଁ, ଯୁଦ୍ଧ ଲାଗିନି, କିନ୍ତୁ ଯେ କୌଣସି ପରିସ୍ଥିତିରେ ଯୁଦ୍ଧକୁ ମୁକାବିଲା କରିବା ପାଇଁ ଏମାନେ ପ୍ରସ୍ତୁତ […]

  • Monday, 12 July 2021
nirbhaya
ନିର୍ଭୟା ଦୋଷୀଙ୍କ ଆବେଦନ ଉପରେ ଶୁଣାଣି ଶୀଘ୍ର କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଫେବ୍ରୁଆରୀ ୧ ତାରିଖ ଧାର୍ଯ୍ୟ କରାଯାଇଛି। ମୃତ୍ୟୁ ଅପେକ୍ଷାରେ ଥିବା  ଏହି ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ମୁକେଶ କରିଥିବା ରାଜକ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କରିଛି। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ  ସେ ନିବେଦନ କରିଛି। ମୁଖ୍ୟ ବିଚାରପତି ଏସ.ଏ.ବୋବଡେ କହିଛନ୍ତି, ମୁକେଶର ଆବେଦନ ଉପରେ ଶୀଘ୍ର ଶୁଣାଣି କରିବା ଆବଶ୍ୟକ। ସେ […]

  • Monday, 12 July 2021
korona
ଭାରତରେ କରୋନା ଭାଇରସ୍ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଆତଙ୍କ । ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ବ୍ୟବସ୍ଥା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ। ରାଜ୍ୟରେ ବିଭାଗ ପକ୍ଷରୁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି   ସେ ନେଇ ଆଲୋଚନା ହେବ । ସୂଚନାଥାଉ କି, ଏବେ କରୋନା ଭୂତାଣୁ […]

  • Monday, 12 July 2021
sis
ବାହା ହେବା ପାଇଁ ଘୋଡ଼ା ପିଠିରେ ବସି ବରଘରକୁ ଗଲେ ଦୁଇ ଭଉଣୀ

ଲକ୍ଷ୍ନୌ:ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଆରା ଷ୍ଟାଇଲ୍‌ରେ ହୋଇଥିବା ଏହି ବାହାଘର ଦେଖି ଲୋକେ ତାଜୁବ ହୋଇ ଯାଇଛନ୍ତି। ମଧ୍ୟପ୍ରଦେଶର ଖଣ୍ଡବା ଜିଲ୍ଲାରେ ହେଉଥିଲା ଏହି ବାହାଘର। ଏଠାରେ ଦୁଇ ଭଉଣୀ ସାକ୍ଷୀ ପାଟିଦାର ଏବଂ ସୃଷ୍ଟି ପାଟିଦାର ବାହା ହେଉଥିଲେ। ଦୁହେଁ ନିଜର କନ୍ୟାଯାତ୍ରୀଙ୍କୁ ନେଇ ବରଘରେ ପହଞ୍ଚିଥିଲେ। ବ୍ୟାଣ୍ଡ ବାଜା ବାଜୁଥିଲା। ଆଲୁଅ ରୋଷଣୀ ସହ କନ୍ୟାଘରର ଲୋକ ବି ଥିଲେ।  ଦୁଇ ଭଉଣୀ ଘୋଡ଼ା ଉପରେ […]

  • Monday, 12 July 2021
nirvaya
ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଫେବ୍ରୁଆରୀ ୧ରେ ଫାଶୀ ପାଇବାକୁ ଦିନ ଧାର୍ଯ୍ୟ ହୋଇଛି। ହେଲେ ଫାଶୀ ଦିନ ଗଡ଼ାଇବା ପାଇଁ ଏମାନେ ଗୋଟିଏ ପରେ  ଗୋଟିଏ ବାହନା କରୁଛନ୍ତି।  ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ପୁଣିଥରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ପୁଣି ୨ ଜଣ ରାଜକ୍ଷମା ଆବେଦନ କରିଛନ୍ତି। ହେଲେ ଏହି ପ୍ରକ୍ରିୟା ବିଳମ୍ବିତ କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ଉଦ୍ୟମ କରୁଛି ବୋଲି […]

  • Monday, 12 July 2021
645758854
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: କୋଣାର୍କ ଆମ ଦାୟିତ୍ୱ

ଭୁବନେଶ୍ୱର: ଖୁବ ଶୀଘ୍ର ଆସିବ ଜାତୀୟ ପର୍ଯ୍ୟଟନ ନୀତି । ଏହି ନୀତି ଅନୁସାରେ କୋଣାର୍କ ଉପରେ ଗୁରୁତ୍ୱ ଦିଆଯିବ। ଏକଥା କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ  ପ୍ରହ୍ଲାଦ ସିଂ ପଟେଲ। କୋଣାର୍କରେ ଚାଲିଛି ଜାତୀୟ ପର୍ଯ୍ୟଟନ ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀ ପଟେଲ କହିଛନ୍ତି, କୋଣାର୍କ ଏକ ବଡ ପ୍ରସଙ୍ଗ । ଜାତୀୟ ପର୍ଯ୍ୟଟନ […]

  • Monday, 12 July 2021
shibangini
ଗଳାରେ ତୀର ପଶି ବାହାରିଗଲା; ସାହସ ଯୋଗୁ ଜୀବନ ଫେରି ପାଇଲେ ଏଇ କୁନି ଝିଅ

ବିପଦକୁ ସାହସର ସହ ସାମ୍ନା କରିପାରିଲେ ବିପଦ ଅଧା ଟଳିଯାଏ। ଏକଥାର ସତ୍ୟତା ରହିଛି। ଯାହାକୁ କରି ଦେଖାଇ ପାରିଛନ୍ତି କୁନି ବାହାଦୁର ଶିବାଙ୍ଗିନୀ ।  ଦୁଇ ସପ୍ତାହ ତଳର ଘଟଣା। ଆସାମ୍‌ ଡିବ୍ରୁଗଡ଼ ଅଞ୍ଚଳରେ ୧୨ବର୍ଷ ତୀରନ୍ଦାଜ ଶିବାଙ୍ଗିନୀର ଗଳାରେ ଏକ ତୀର ପଶି ଯାଇଥିଲା। ଗୁରୁତର ହୋଇ ପଡ଼ିଥିଲା ଶିବାଙ୍ଗିନୀ। ପ୍ରାୟ ୪୦ ଘଣ୍ଟା ଧରି ତୀର ତାର ଗଳାରେ ସେମିତି ପଶି ରହିଥିଲା। ଏମ୍‌ସର ଡାକ୍ତରମାନେ ଗଳାରୁ ତୀର ବାହାର କରିଥିଲେ ଏବଂ […]

  • Monday, 12 July 2021
123
ଫୋନ କରି କଲ୍‌ଗର୍ଲଙ୍କୁ ଡକାଇଲେ, ହେଲେ ଆସିଲେ....

ଉଦ୍ଧମ ସିଂ ନଗର:ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ସ୍ଥିତ କାଶୀପୁରରେ ଏକ ଅଜୀବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଫୋନ କରି ଜଣେ କଲଗାର୍ଲକୁ ଡାକିଲେ। ହେଲେ ଯେତେବେଳେ କଲଗର୍ଲ ଆସି ପହଞ୍ଚିଲେ,ତାଙ୍କ ହୋସ ଉଡ଼ିଗଲା। ଏହି କଲଗର୍ଲ ଜଣକ ଆଉ କେହି ନୁହଁନ୍ତି, ତାଙ୍କର ପତ୍ନୀ ଥିଲେ। ଏହି ଘଟଣା ପରେ ଦୁହିଁଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ଏପରିକି ମାମଲା ଥାନାରେ ପହଞ୍ଚିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି। କାଶୀପୁର […]

  • Monday, 12 July 2021