• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

16_03_2020-jail_corona_20115515
କରୋନାରେ ଚାଲିଗଲା ଆଉ ଏକ ଜୀବନ

ନୂଆଦିଲ୍ଲୀ: କରୋନା ନେଇଗଲା ଆଉ ଏକ ମୁଣ୍ଡ। ଏହାପରେ  ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଛି। ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ୬୪ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାପୂର୍ବରୁ ଦିଲ୍ଲୀରେ ଜଣେ ଏବଂ କର୍ଣ୍ଣାଟକରେ ଜଣକଙ୍କ ମୃତ୍ୟୁ ଘଟିଛି। ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୧୦୩ ଭାରତୀୟ, ୨୨ ବିଦେଶୀ ନାଗରିକ ଅଛନ୍ତି।  ମହାରାଷ୍ଟ୍ରରେ ସର୍ବାଧତ୍କ ୩୬ ଓ କେରଳରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା […]

  • Monday, 12 July 2021
232427614
ଚୀନ ନାଗରିକ ଭାବି ଭାରତୀୟଙ୍କୁ ପିଟିଲେ

ଜେରୁଜେଲମ୍‌: କରୋନା ଭାଇରସ୍‌ ଚାଇନାରୁ ସଂକ୍ରମିତ ହୋଇ ସାରା ବିଶ୍ୱକୁ ବ୍ୟାପିଛି। ଏହି ଭାଇରସ ଆଜି ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏ ଯାଏ ରୋଗର ମୁକାବିଲା ପାଇଁ ଔଷଧ ବାହାରି ନ ଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ଏପରି ପରିସ୍ଥିତିରେ ଲୋକଙ୍କ ରାଗ ଚୀନ ଉପରେ ବଢୁଛି। ଇସ୍ରାଏଲରେ ଜଣେ ଭାରତୀୟଙ୍କୁ ଚୀନ୍ ନାଗରିକ ବୋଲି ଭାବି ନିସ୍ତୁକ ପିଟିଛନ୍ତି ସେଠିକାର ଲୋକେ। ଦୁଇ ଜଣ ଲୋକ ଏହି ଭାରତୀୟଙ୍କୁ ‘ଚାଇନିଜ୍‌’ କହିବା […]

  • Monday, 12 July 2021
trump
ବାହାରିଲା କରୋନା ଭାଇରସ୍‌ ଭ୍ୟାକ୍ସିନ !

ନୂଆଦିଲ୍ଲୀ: ସାରା ବିଶ୍ୱର ଚିନ୍ତା ବଢାଇଛି କରୋନା । କରୋନା ମୁକାବିଲା ପାଇଁ ଏ ଯାଏ  କୌଣସି ଭାକ୍ସିନ ବା ଔଷଧ ବାହାରି ନ ଥିବାରୁ କରୋନା ପ୍ରତି ଲୋକଙ୍କ ଭୟ ବଢିଯାଇଛି। ଏପରି ପରିସ୍ଥିତିରେ କରୋନା ଭ୍ୟାକ୍ସିନ ବାହାରିଛି ବୋଲି ଦାବି କରିଛି ଆମେରିକା। ନିଜେ ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  କରୋନା ଭାଇରସର ଚିକିତ୍ସା ପାଇଁ ଭ୍ୟାକସିନ ବାହାର କରିଥିବା ଦାବି କରିଛନ୍ତି। ସେ କହିଛନ୍ତି ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ  ପରୀକ୍ଷା ସରିଛି। […]

  • Monday, 12 July 2021
Untitled-3
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ୩୧ ଓ କେରଳରେ ୧୯ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ଭୂତାଣୁ ସଂକ୍ରମଣରେ କର୍ଣ୍ଣାଟକର କାଲାବୁର୍ଗୀରେ ଜଣେ ୭୬ ବର୍ଷୀୟ ବ୍ୟକ୍ତି ଓ ଦିଲ୍ଲୀରେ ଜଣେ ମହିଳାଙ୍କୁ ମିଶାଇ ମୋଟ୍ ୨ ଜଣ ପ୍ରାଣ ହରାଇଥିବାବେଳେ ୧୧ ଜଣ ସୁସ୍ଥ ହୋଇଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ […]

  • Monday, 12 July 2021
ramdeb
ରାମଦେବ ବାବା ଦେଲେ କରୋନା ଟିପ୍ସ

ନୂଆଦିଲ୍ଲୀ: କରୋନାର ଚିକିତ୍ସା ପଦ୍ଧତି ବତାଇଲେ ଯୋଗଗୁରୁ ବାବା ରାମଦେବ ।ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଦ୍ୱାରା  କରୋନା ଭାଇରସକୁ ଦୂର କରାଯାଇ ପାରିବ ବୋଲି କହିଛନ୍ତି ଯୋଗଗୁରୁ । କରୋନା ମୁକାବିଲା ପାଇଁ ଏ ଯାଏ ଔଷଧ ବାହାରି ନ ଥିବାବେଳେ ପ୍ରତିକାର ବାଟ ବତାଇଛନ୍ତି ଯୋଗଗୁରୁ ବାବା ରାମେଦବ। ସେ କହିଛନ୍ତି, ଯୋଗ ଓ ପ୍ରାଣାୟମ୍ କରିବା ଦ୍ୱାରା କରୋନା ଆକ୍ରାନ୍ତ ଭଲ ହୋଇପାରିବେ। ଏଥିସହିତ ଅଲୁଲୋମ ବିଲୋମ୍ ଓ କପାଳଭାତି ଭଳି ପ୍ରାଣାୟମ୍ କରିବା […]

  • Monday, 12 July 2021
chennai
ଫ୍ଲାଇଟ ଭିତରେ ଥିଲେ କରୋନା ରୋଗୀ, ଆଉ ତା’ ପରେ...

ଚେନ୍ନାଇ: କରୋନାକୁ ନେଇ ସାରା ଦୁନିଆ ଏବେ ସଚେତନ।  ପ୍ରାୟ ୨୮୯ ଯାତ୍ରୀଙ୍କୁ ନେଇ ଦୁବାଇ ଯାଉଥିବା ଏକ ଫ୍ଲାଇଟ୍‌ରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯାଇଥିଲା । ଫଳରେ ତାଙ୍କୁ ଫ୍ଲାଇଟ୍‌ରୁ ବାହାର କରି ଦିଆଯାଇଥିଲା। ଏହି ଯାତ୍ରୀ ଜଣକ ବ୍ରିଟିଶ ନାଗରିକ ବୋଲି ଜଣାପଡ଼ିଛି। ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। କୋଚିନ ଇଣ୍ଟରନାଶନାଲ ଏୟାରପୋର୍ଟ ଲିମିଟେଡ୍‌ର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଏହି ଯାତ୍ରୀ କେରଳର ମୁନ୍ନାର ସହରକୁ ଛୁଟି କଟାଇବା ପାଇଁ ଆସିଥିଲେ। […]

  • Monday, 12 July 2021
213123
ମଧ୍ୟପ୍ରଦେଶ ରାଜନୀତି; ସୋମବାର ଆସ୍ଥା ଭୋଟ ଦେବେ କମଳନାଥ ସରକାର

ଭୋପାଲ: ମଧ୍ୟପ୍ରଦେଶର କମଲନାଥ ସରକାର ଏବେ ସଙ୍କଟରେ । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ସିନ୍ଧିଆ ଦଳ ଛାଡ଼ିବା ପରେ କଂଗ୍ରେସର ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଫଳରେ କମଳନାଥ ସରକାର ବହୁମତ ହରାଇବା ଆଶଙ୍କା ରହିଛି। ତେଣୁ ସୋମବାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ମଧ୍ୟପ୍ରଦେଶର କମଲନାଥ ସରକାର। ବିଳମ୍ୱିତ ରାତ୍ରିରେ ରାଜ୍ୟପାଳ ଲାଲାଜି ଟଣ୍ଡନ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ଦେଇଛନ୍ତି। […]

  • Monday, 12 July 2021
trump
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲେ କରୋନା ଟେଷ୍ଟ

ଓ୍ୱାଶିଂଟନ: କରୋନା ସନ୍ଦଗ୍ଧଙ୍କ ଭିତରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ବାଦ୍ ଯାଇ ନାହାନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ବ୍ରାଜିଲ ପ୍ରତିନିଧି ଦଳର ଜଣେ ବ୍ୟକ୍ତିଙ୍କୁ ଟ୍ରମ୍ପ ଭେଟିଥିଲେ। ତେଣୁ ସେ କରୋନା ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିଲା। ଏହାପରେ ହ୍ୱାଇଟ୍ ହାଉସ ତରଫରୁ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଛି। ଆମେରିକା ରାଷ୍ଟ୍ରପତି କରୋନା ପରୀକ୍ଷା ନେଇ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଶୁକ୍ରବାର ସଂଧ୍ୟାରେ ତାଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା। ଶନିବାର ସଂଧ୍ୟାରେ […]

  • Monday, 12 July 2021
Capture
କରୋନାରେ ଆକ୍ରାନ୍ତ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ମାଦ୍ରିଦ୍‌: କରୋନା ଆତଙ୍କ ସାରା ବିଶ୍ୱ ଥରହର। କେମିତି ମୁକାବିଲା କରିବେ ତାକୁ ସମସ୍ତେ ନେଇ ଚିନ୍ତିତ। ଇତିମଧ୍ୟରେ ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବି କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ମାରିଆ ବେଗୋନା ଗୋମେଜ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିଲା। ପରୀକ୍ଷା ପରେ ପଜେଟିଭ ରିପୋର୍ଟ ଆସିଛି। […]

  • Monday, 12 July 2021
nagpur
ଡାକ୍ତରଖାନା ଛାଡ଼ି ପଳାଇଲେ ୫ କରୋନା ଆକ୍ରାନ୍ତ, ସହରରେ ହାଇଆଲର୍ଟ ଜାରି

ନାଗପୁର: କରୋନା ପଞ୍ଝାରେ ଏବେ ସାରା ବିଶ୍ୱ ! ଚୀନ ପରେ ବିଭିନ୍ନ ଦେଶରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା। ଭାରତରେ ମଧ୍ୟ ଏହାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କରୋନାକୁ ନେଇ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି। ଏବେ ଖବର ମିଳିଛି, ମହାରାଷ୍ଟ୍ରର ନାଗପୁର ଡାକ୍ତରଖାନାରୁ ୫ ଜଣ କରୋନା ଆକ୍ରାନ୍ତ ଭୟରେ ଡାକ୍ତରଖାନା ଛାଡ଼ି […]

  • Monday, 12 July 2021
yash
ମୃତ୍ୟୁ ପରେ ବି ଅମର ୟସ୍‌; ୫ ଜଣଙ୍କୁ ଜୀବନ ଦେଇ ଚାଲିଗଲେ

ଅହମ୍ମଦାବାଦ: ମୃତ୍ୟୁର କରାଳ ଗର୍ଭରେ ହଜିଯାଏ ଜୀବନର ସତ୍ତା। ମୃତ୍ୟୁ ପାଖରେ ଛୋଟ, ବଡ, ଧନୀ, ଗରିବ କିମ୍ବା ଜାତି ଅଜାତିର ବାଛବିଚାର ନ ଥାଏ। ହେଲେ ହୃଦୟର ମହାନତା ପାଖରେ ହାରିଯାଏ ମୃତ୍ୟୁ। ଯେମିତି ୟସଙ୍କ ପାଖରେ ହାରି ଯାଇଛି ମୃତ୍ୟୁ । ଖେଳରେ ବିଭୋର ହୋଇପଡ଼ିଥିବାବେଳେ ୟସ୍‌କୁ ସିନା ଝାମ୍ପି ନେଲା ମୃତ୍ୟୁ, ହେଲେ ଗୋଟିଏ ୟସ୍ ୫ ଜଣଙ୍କ ପାଖରେ ଯେମିତି ପୁନର୍ଜନ୍ମ ନେଇଛି। କାଡଭେରିକ ଅପରେସନପରେ ୧୨ ବର୍ଷୀୟ ୟସ୍‌ ୫ […]

  • Monday, 12 July 2021
accident
ବୋଲେରୋ ଉପରେ ଚଢିଗଲା ଟ୍ରକ, ୧୧ ମୃତ

ଜୟପୁର: ଏକ ମାଲ୍ ବୋଝେଇ ଟ୍ରକ ଏକ ବୋଲେରୋ କାମ୍ପେରକୁ ଧକ୍କା ଦେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନର ଯୋଧପୁର ସ୍ଥିତ ଶେରଗଡ଼ ଦେଇ ଯାଇଥିବା ବାଲୋତ୍ରା-ଫାଲୋଦି ଜାତୀୟ ରାଜପଥରେ ଶନିବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ବେଳେ ୪ ଜଣ ପୁରୁଷ ଏବଂ ଜଣେ ଛୋଟ ଛୁଆ ରହିଛି। ଅନ୍ୟ ୩ ଜଣ ଆହତ ହୋଇ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ […]

  • Monday, 12 July 2021
yes-bank
’ୟେସ ବ୍ୟାଙ୍କ’ରୁ ଉଠିବ କଟକଣା, ଇଚ୍ଛା ଅନୁସାରେ ଟଙ୍କା ଉଠାଇ ପାରିବେ ଜମାକାରୀ

ମୁମ୍ବଇ:ୟେସ ବ୍ୟାଙ୍କରେ ଟଙ୍କା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର। ଟଙ୍କା ଉଠାଣ ନେଇ ୟେସ ବ୍ୟାଙ୍କ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଖୁବ୍‌ ଶିଘ୍ର ହଟାଇ ଦିଆଯିବ। କେନ୍ଦ୍ର ସରକାର ଏକ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଅଧିସୂଚନା ଜାରି କରିଛନ୍ତି। ପୁନର୍ଗଠନ ଯୋଜନା ଲାଗୁ ହେବା ପରେ ଏହି ପ୍ରତିବନ୍ଧକ ହଟାଯିବ। ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟା ୬ଟାରେ ଏହି ପ୍ରତିବନ୍ଧକ ହଟାଇ ଦିଆଯିବ। ୟେସ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ କରି […]

  • Monday, 12 July 2021
binaya
ରାଜକ୍ଷମା ଖାରଜ ବିରୋଧରେ ଆବେଦନ କଲା ବିନୟ

ନୂଆଦିଲ୍ଲୀ: ଫାଶିଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀଙ୍କ ପୁଣି ଭେଳିକି।  ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନୂଆ ଚାଲାକି ଆରମ୍ଭ କରିଛନ୍ତି। ଆସନ୍ତା ୨୦ ତାରିଖରେ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହାକୁ ଘୁଞ୍ଚାଇବା ପାଇଁ ୪ ଦୋଷୀଙ୍କ ମଧ୍ୟରୁ  ଆଜି ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ହେଲେ ଖାରଜ କରିବା […]

  • Monday, 12 July 2021
121331
କରୋନା ଲଗାଇ ଦେଲା ଯୁଦ୍ଧ; ରାସ୍ତା ଉପରେ ଲଢିଲେ ଶତାଧିକ ମାଙ୍କଡ

ଥାଇଲାଣ୍ଡ: କରୋନା ପାଇଁ ଲାଗିଗଲା ଯୁଦ୍ଧ। ଯୁଦ୍ଧ ଦେଶ ଦେଶ ଭିତରେ ନୁହେଁ କି ମଣିଷ-ମଣିଷ ଭିତରେ ନୁହେଁ, ଯୁଦ୍ଧ ଚାଲିଛି ମାଙ୍କଡଙ୍କ ମଧ୍ୟରେ। ଶତାଧିକ ମାଙ୍କଡ ପରସ୍ପର ଭିତରେ ଲଢୁଛନ୍ତି। ଲଢିବାର କାରଣ ମଧ୍ୟ ଆହୁରି ରୋଚକ। ସାମାନ୍ୟ ଗୋଟାଏ କଦଳି ପାଇଁ ଶହେରୁ ଅଧିକ ମାଙ୍କଡ ଏମିତି ଲଢୁଥିବାର ଦୃଶ୍ୟ ବାସ୍ତବିକ ଭୟଙ୍କର। କରୋନା ପାଇଁ ଏବେ ଦେଶ ଦେଶ ମଧ୍ୟରେ ଯେମିତି ବାଡ ପଡ଼ି ଯାଇଛି। ଦେଶ କଥା ଛାଡ଼, ଘରୁ ଲୋକେ […]

  • Monday, 12 July 2021
335437638
ୟୁପିଏସସି ପରୀକ୍ଷାର୍ଥୀ ଚାହିଁଲେ ଆବେଦନ ପତ୍ର ପ୍ରତ୍ୟାହାର କରିପାରିବେ

ନୂଆଦିଲ୍ଲୀ:ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ଚାହିଁଲେ ପରୀକ୍ଷାରୁ ଓହରି ପାରିବେ। ପ୍ରଥମ ଥର ପାଇଁ ୟୁପିଏସସି ବୋର୍ଡ ଏପରି ପ୍ରକ୍ରିୟା ଲାଗୁ କରିଛି। ଆବଦନ କରିଥିବା ପ୍ରାର୍ଥୀ ଯଦି ପ୍ରସ୍ତୁତି ଭଲ ଭାବରେ କରିପାରି ନାହାନ୍ତି କିମ୍ବା କାରଣ ପାଇଁ ପରୀକ୍ଷା ଦେବାକୁ ଚାହୁଁନାହାନ୍ତି ସେମାନେ ଏବେ ୟୁପିଏସସି ପରୀକ୍ଷାରୁ ଓହରି ପାରିବେ। ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୧୮ ରହିଛି। ୟୁପିଏସସି ହୃଦବୋଧ କରିଛି, ଏପରି କରିବା ଦ୍ୱାରା ପରୀକ୍ଷା […]

  • Monday, 12 July 2021
farooq
ନଜରବନ୍ଦୀରୁ ମୁକୁଳିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ନଜରବନ୍ଦୀ ରହିଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବେ ମୁକୁଳିବେ। ଏଥି ସହିତ ତାଙ୍କ ବିରୋଧରେ ଲାଗିଥିବା ପବ୍ଲିକ ସେଫ୍‌ଟି ଆକ୍ଟ ମଧ୍ୟ ହଟାଇ ଦିଆଯିବ। ୭ ମାସରୁ ଅଧିକ ଦିନ ନ୍ୟାଶନାଲ କନଫରେନସର ସଭାପତି ଫାରୁକ ଅବଦୁଲ୍ଲା ନଜରବନ୍ଦୀ ହୋଇ ରହିଥିଲେ। ଏ ନେଇ ଜମ୍ମୁ କଶ୍ମୀର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ନେତାଙ୍କ ସହ ଫାରୁକଙ୍କୁ ଅଗଷ୍ଟ ୫ ତାରିଖ ଗୃହବନ୍ଦୀ […]

  • Monday, 12 July 2021