ଲକ୍ଷ୍ନୌ: ଖୁବ୍ ଶୀଘ୍ର ଲକ୍ଷ୍ନୌ ସହର ଭିକାରି ମୁକ୍ତ ହେବାକୁ ଯାଉଛି। କାରଣ ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେସନ୍ ଏବେ ସୁସ୍ଥ ଭିକାରି ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି। ଶାରୀରିକ ଭାବେ ସୁସ୍ଥ ଭିକାରି ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏକ ସର୍ଭେରୁ ଜଣାପଡ଼ିଛି, ଲକ୍ଷ୍ନୌ ସହରରେ ପ୍ରାୟ ୪୫୦୦ ଭିକାରି ଅଛନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି, ସେମାନେ ସବୁ […]
ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି। କଡ଼ା ନିୟମ ଥିବା ଏହି ବିଧେୟକ ସଂସଦରେ ଆଗତ ହୋଇଛି। ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତି ଗୃହୀତ କଲା ପରେ ଆଇନରେ ପରିଣତ ହେବ। ଏହି ନୂତନ ଆଇନରେ କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଏହି ଆଇନ ଅନୁସାରେ ଆମ୍ବୁଲାନ୍ସକୁ ରାସ୍ତାରେ ଯେଉଁମାନେ ଅଟକାଇବେ ସେମାନଙ୍କ ପାଇଁ କଡ଼ା ଅର୍ଥଦଣ୍ଡ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା […]
ମୁଣ୍ଡ ଉପରେ ଛାତ ନାହିଁ, ଘର ଛାଡ଼ି ରାଜରାସ୍ତାରେ ଗାଁ ଲୋକ । ସେମାନଙ୍କ ପାଇଁ ସ୍ଥାୟୀ ବାସସ୍ଥାନ ବୋଲି କିଛି ନାହିଁ । କିଏ ଟ୍ରକରେ ତ ଆଉ କିଏ ଗଛ ମୂଳେ ଜୀବନ କାଟୁଛି । ମୁଜାଫରପୁରର ଗାଁର କିଛି ପରିବାର ଘର ଛାଡ଼ି ଜାଜାବର ଜୀବନ ବିତାଉଛନ୍ତି । ଟ୍ରକରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ନିଜର ଘରବାଡ଼ି ସବୁ କିଛି ଅଛି, ମାତ୍ର ପାଣି ଘେରରେ । ଫଳରେ ଭିଟାମାଟି ଛାଡ଼ି ଲୋକଙ୍କୁ ବାରଦ୍ୱାର ହେବାକୁ ପଡ଼ୁଛି । କିଛି ଲୋକ ତ ଟ୍ରକରେ ଦୋକାନ ମଧ୍ୟ ଖୋଲିଛନ୍ତି ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ପୁଣିଥରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇ ନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି ବୋଲି ସେ ଫେସବୁକ୍ ଜରିଆରେ ଅଭିଯୋଗ ଆଣିଛନ୍ତି। ଶାମି ଓ ହସୀନ୍ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗିରହିଥିବା ବେଳେ ଏବେ ହସୀନ୍ ଆଣିଥିବା ଅଭିଯୋଗ […]
ପୁଣେ: ମହାରାଷ୍ଟ୍ର ପୁଣେର କୋଣ୍ଡଓ୍ୱାରେ କାନ୍ଥ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇନ୍ତି। ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୨ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି। ମୃତାହତମାନେ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଲଗାଣ ବର୍ଷା ଯୋଗୁ ଗତ ରାତିରେ କୋଣ୍ଡଓ୍ୱାର ତାଲାବ ମସଜିଦ ନିକଟରେ ଥିବା ଏକ ଆପାର୍ଟମେଣ୍ଟର ପ୍ରାୟ ୬୦ […]