ଶ୍ରୀନଗର: କାଶ୍ମୀରରେ ଏନକାଉଣ୍ଟର ବେଳେ ଖସି ପଳାଇଲେ ୨ ଆତଙ୍କବାଦୀ। ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା ପଠାନପୋରା ଅଞ୍ଚଳରେ ଗୁଳି ବିନିମୟ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ୨ ଆତଙ୍କୀ। ଘଟଣାସ୍ଥଳରେ ଗୋଟିଏ ପିସ୍ତଲ, ସିକ୍ସ ମାଗାଜିନ୍ ଏକେ ରାଇଫଲ ଏବଂ ଅନ୍ୟ ମାରଣାସ୍ତ୍ର ଛାଡି ଯାଇଛନ୍ତି। ଏହି ମାରଣାସ୍ତ୍ର ଉଦ୍ଧାର କରି ଅପରେସନ ଜାରି ରଖିଛି କାଶ୍ମୀର ପୋଲିସ । ଜମ୍ମୁ ଓ କାଶ୍ମୀର ବଡଗାମ ଜିଲ୍ଲା […]
ଥିରୁଅନନ୍ତପୁରମ୍: କେରଳରେ ପୁଣି ଅମାନବୀୟ ଘଟଣା ! ଗର୍ଭଣୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ମାରିଥିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି, ପୁଣି ନିରୀହ ଜୀବଙ୍କ ପ୍ରତି ମଣିଷର ବର୍ବର ଆଚରଣ ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି, ଗୋଟିଏ କୁକୁର ମୁହଁକୁ ଖୁବ୍ ଟାଇଟ୍ କରି ବନ୍ଧା ଯାଇଛି ଯେ ମୁହଁରେ ଘା’ ହୋଇଯାଇଛି। ପ୍ରାୟ ୭ ଦିନ ଧରି ମୁହଁର ପଟକୁ ନେଇ କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାକୁ ଉଦ୍ଧାର କରାଯାଇ ନାହିଁ। […]
ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ କଥା ଭୁଲି ପାରୁନି ପାକିସ୍ତାନ । ପରାଜୟର ନିଆଁରେ ଏବେ ବି କୁହୁଳୁଛି। ପ୍ରତିଶୋଧ ପାଇଁ ଏବେ ବି ମଉକା ଖୋଜୁଛି। ସେଥିପାଇଁ ଯୋଜନା ବି ଆରମ୍ଭ କରି ଦେଇଛି। ଜୋରଦାର ଚଲାଇଛି ଯୁଦ୍ଧାଭ୍ୟାସ। ହାଇ ମାର୍କ ଛଦ୍ମନାମରେ ଚାଲିଥିବା ଏହି ଯୁଦ୍ଧ ଅଭ୍ୟାସରେ ପାକିସ୍ତାନର ଲଢୁଆ ବିମାନ ସହ ଅନ୍ୟ ବିମାନ ସାମିଲ ହୋଇଛନ୍ତି । ବାଲାକୋଟ ଏୟାର ଷ୍ଟ୍ରାଇକ ପରି ଆକ୍ରମଣ ହେଲେ କିପରି ମୁକାବିଲା କରାଯିବ ସେଇ […]
ଗୌହାଟୀ: ଆସାମ ଅଏଲ ଇଣ୍ଡିଆର ନିଖୋଜ ଥିବା ଦୁଇଜଣ ଫାୟାର ଫାଇଟରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସେମାନଙ୍କ ମୃତଦେହ ଏନଡିଆରଏଫ ଟିମ୍ ନିକଟସ୍ଥ ପୋଖରୀରୁ ଉଦ୍ଧାର କରିଥିବା ଅଏଲ ଇଣ୍ଡିଆ ଆସାମର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଏଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତକ ଦ୍ୱୟ ଡିୟୁଟିରେ ଥିବା ବେଳେ ହିଁ ଗ୍ୟାସ ଲିକ୍ ଯୋଗୁ କୂଅରେ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଆଉ ଜଣେ ଆହତ କର୍ମଚାରୀଙ୍କୁ ହସ୍ପିଟାଲରେ […]
ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତଜେନା ଲାଗି ରହିଛି । ଏମିତି ଏକ ସମୟରେ ଚୀନ ଭାରତୀୟ ସେନାର ଯେପରି ତାରିଫ କରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ’ଣ ଅଛି ଏହା ପଛର ଉଦ୍ଦେଶ୍ୟ ? ଏବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ଚୀନ ମିଲିଟାରୀ ଏକ୍ସପର୍ଟମାନେ କହିଛନ୍ତି, ଭାରତ ପାଖରେ ଦୁନିଆର ସବୁଠାରୁ ବଡ ଏବଂ ସବୁଠାରୁ ଅନୁଭୂତି ସମ୍ପନ୍ନ ସେନା ଅଛନ୍ତି ଯେଉଁମାନେ କି ମାଳଭୂମି ଏବଂ […]
ନୂଆଦିଲ୍ଲୀ:ପୂର୍ବ ଲଦାଖ ବର୍ଡର ପାଖରେ ତିନୋଟି ସ୍ଥାନରେ ଚୀନ-ଭାରତ ନିଜ ନିଜ ସେନାକୁ ପଛକୁ ହଟାଇଛନ୍ତି। ତେବେ ଭାରତ ଏକଥା ସ୍ପଷ୍ଟ କରଛି ଯେ, ଆଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (LAC) ରେ ଉତ୍ତେଜନା ସେତିକିବେଳେ ହ୍ରାସ ପାଇବ ଯେତେବେଳେ ଚୀନ ତା’ର ସବୁ ସେନା ଅପସାରଣ କରିବ। ଚୀନ୍ ଭାରତ ସୀମାର ଅତି ନିକଟବର୍ତ୍ତୀ ଅଞ୍ଚଳରେ ଆର୍ଟିଲରୀ ଏବଂ ଟେକ ରେଜିମେଣ୍ଟକୁ ମୁତୟନ କରିଛି। ବୁଧବାର ଦୁଇଦେଶର ସେନା ଅଧିକାରୀ ସ୍ତରୀୟ ଆଲୋଚନା ହୋଇଥିଲା। ତେବେ […]
ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଅନଲାଇନ୍ ଶିକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ଶିକ୍ଷାର ସୁବିଧା । ଏନ୍ସିଇଆରଟିର ସମସ୍ତ ଟିଭି ଚ୍ୟାନେଲରେ ଉପଲବ୍ଧ ହେବ ଡିଜିଟାଲ୍ ପାଠ୍ୟକ୍ରମ। ଏ ନେଇ ରୋଟାରୀ ଇଣ୍ଡିଆ ହ୍ୟୁମାନିଟି ଫାଉଣ୍ଡେସନ ଓ ନାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ ଆଣ୍ଡ ଟ୍ରେନିଂ ସଂସ୍ଥା ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ରୋଟାରୀ ଇଣ୍ଡିଆର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ […]