ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍ଡାଉନ, ସଟ୍ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି। ଆଜି ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ । ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା […]
ନୂଆଦିଲ୍ଲୀ: ଦୀର୍ଘଦିନର ଦାବି ପୂରଣ ନେଇ ଦିଲ୍ଲୀ ଏମ୍ସର ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାୟୀ ନିଯୁକ୍ତି କରିବା ଓ ଷଷ୍ଠ ବେତନ କମିଶନ ସୁପାରିଶ ଲାଗୁ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ନର୍ସ । ଫଳରେ ଏମ୍ସରେ ଜରୁରୀ ସେବା ଓ କ୍ରିଟିକାଲ୍ କେୟାର ଚିକିତ୍ସା ବାଧାପ୍ରାପ୍ତ ହୋଇଛି । ଗତକାଲି ଅପରାହ୍ଣରୁ ହସ୍ପିଟାଲର ପ୍ରାୟ ୫୦୦୦ ନର୍ସ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । […]
ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। ଆଜି ପୁଣିଥରେ ସୁନା ଦରରେ ବୃଦ୍ଧି ଘଟିଛି। India Bullion and Jewellers Association Ltd.ର ସୂଚନା (IBJA) ଅନୁସାରେ, ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୫ଟଙ୍କା ବୃଦ୍ଧି ପାଇ ୪୬,୯୯୪ଟଙ୍କାରେ ପହଞ୍ଚିଛି। ଯଦିଓ ଦେଶରେ କରୋନା ଲକ୍ଡାଉନ୍ ଜାରି ରହିଛି ତେବେ ଲକ୍ଡାଉନ୍ କଟକଣାକୁ ମାନି ଅନେକ ବିବାହ କାର୍ଯ୍ୟକ୍ରମ ହେଉଛି। ଏହି ସମୟରେ ୧୮ କ୍ୟାରେଟ୍ ସୁନାଠୁ ଆରମ୍ଭ କରି ୨୪ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା […]
ନୂଆଦିଲ୍ଲୀ:ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ପ୍ରାୟ ୮ ମାସ ହେଲା ମୁହାଁମୁହିଁ ହୋଇ ଅଛନ୍ତି ଭାରତ-ଚୀନ ସେନା। ଚୀନ ଭାରତ ସୀମାରେ ତା’ର କାୟା ବିସ୍ତାର କରବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଭାରତୀୟ ସେନା ସେମାନଙ୍କ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଉ ନାହାନ୍ତି। ଏବେ ଚୀନ ନିଜ ସେନାକୁ ଶକ୍ତିଶାଳୀ କରିବା ପାଇଁ ଟେକ୍ନିକ୍କୁ ଆପଣେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି। ଭାରତ […]
ନୂଆଦିଲ୍ଲୀ: କ୍ରୁରତାର ସୀମା ଟପିଗଲା କି ମଣିଷ ? ସୁରଟରେ ଘଟିଥିବା ଏକ ଘଟଣାକୁ ଦେଖିଲେ ଏମିତି ପ୍ରଶ୍ନ ଉଠେ ମନରେ। ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ ନିଜ ସାଙ୍ଗକୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲା। ତା’ ପୁଣି ଅତି ନୃଶଂସ ଭାବେ। ଗୋଟିଏ ମିନଟରେ ଲଗାତର ୩୩ଥର ଲୁହାରଡ଼ରେ ପିଟିପିଟି ହତ୍ୟା କରିଛି ସାଙ୍ଗ। ଗୁଜରାଟ ସୁରତର ପୁଣା ଅଂଚଳରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । […]
ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ତାମିଲନାଡୁର ଡିଏମ୍କେ ବିଧାୟକ ଜେ ଅନ୍ବଝଗନ୍। ଆଜି ସକାଳେ ଚେନ୍ନାଇର ଏକ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଜୁନ୍ ୨ରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର କରୋନା ଟେଷ୍ଟ୍ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ଆହୁରି ଅଧିକ କଷ୍ଟ ଅନୁଭବ […]
ବଲାଙ୍ଗିର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ Divisional Forest Officer(DFO)। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ୍ DFO ପ୍ରଣବ କୁମାର ମହାନ୍ତି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଭାଗୀୟ ରେଞ୍ଜରଙ୍କ ଠାରୁ ପ୍ରଣବ ୧ ଲକ୍ଷ ୬୬ ହଜାର ଟଙ୍କା ପିସି ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଜିଲ୍ଲା ପରିଷଦ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ମତଦାନ ଚାଲିଛି। ଏହି ସମୟରେ ବରଫପାତର ସୁଯୋଗ ନେଇ ଅନୁପ୍ରେବେଶ ଉଦ୍ୟମ ବେଳେ ସେନା ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ତାଙ୍କର ଜଣେ ସହଯୋଗୀ ସେନା ଆଗରେ ସରେଣ୍ଡର କରିଛି । ଶୁକ୍ରବାର ଏହି ଆତଙ୍କବାଦୀ ମାନେ ଲାଇନ ଅଫ କଣ୍ଟ୍ରୋଲ ଅତିକ୍ରିମ କରି ଜମ୍ମୁ ଓ କାଶ୍ମୀରର ସୋପିଆନ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ। ସେନା ଏହା ଉପରେ […]