ଚୌଦ୍ୱାର: (ପ୍ରକାଶ ନାୟକ ) ବେଳେ ବେଳେ ଏମିତି ଘଟଣା ଘଟେ ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି। କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନିଗୁଣ୍ଡି ରେଳ ଷ୍ଟେସନ ନିକଟରେ ଘଟିଛି ଏମିତି ଏକ ଘଟଣା। ଦ୍ରୁତ ଗତିରେ ଯାଉଥିବା ଏକ କାରର ଚକା ହଠାତ୍ ଫାଟିଗଲା। ହେଲେ ତା‘ ପରେ ଯାହା ଘଟିଲା ଆପଣ ଜାଣିଲେ ଆର୍ଶ୍ଚର୍ଯ୍ୟ ହୋଇଯିବେ। ଆଜି ସକାଳୁ ସକାଳୁ କାରଟି ଭୁବନେଶ୍ୱରରୁ ଚୌଦ୍ଵାର ଯାଉଥିଲା। ହେଲେ […]
ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ବଢିଛି ଭାରତର ଚିନ୍ତା । ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ ବିମାନ ଉଡାଣ ବାତିଲ କରାଯାଇଛି । ତେବେ ସୋମବାର ବ୍ରିଟେନ୍ରୁ ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍ରେ ରଖିବା ସହ […]
ବଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାର ଗୁମର ଆଜି ଖୋଲିଛନ୍ତି ତଦନ୍ତକାରୀ ଟିମ୍ SITର ମୁଖ୍ୟ ଅରୁଣ ବୋଥ୍ରା। ନାବାଳିକା ହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି ସେ କହିଛନ୍ତି। ସରୋଜ ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା। ପଛପଟ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ନାବାଳିକା ବିରୋଧ କରିବାରୁ ତାକୁ ତଣ୍ଟିଚିପି ହତ୍ୟା କରିବା ପରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ […]
ଭୁବନେଶ୍ୱର: ‘ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା ସରୋଜ। ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରେ ତାକୁ ହତ୍ୟା କରି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା।’ ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ନିଖୋଜ ଓ ହତ୍ୟା ଘଟଣାର ଏମିତି ବିସ୍ତୃତ ବିବରଣୀ ଆଜି ପ୍ରେସ ମିଟ୍ରେ ଦେଇଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ […]
ବିଶାଖାପାଟନମ୍: ମହାମାରୀ କରୋନାକୁ ମାତ୍ ଦେଇ ସୁସ୍ଥ ହେଲା ୪ ମାସର ଶିଶୁ। ଆନ୍ଧ୍ର ପ୍ରଦେଶର ଭାଇଜାଗ୍ ହସ୍ପିଟାଲ୍ରେ ୧୮ ଦିନ ଭେଣ୍ଟିଲେଟରରେ ରହିବା ପରେ ଶିଶୁଟି ସୁସ୍ଥ ହୋଇଛି। ଚିକିତ୍ସା ପରେ କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଶିଶୁଟିକୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। ପୂର୍ବ ଗୋଦାବରୀ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କ କରୋନା ପଜିଟିଭ୍ ଆସିବା ପରେ ତାଙ୍କର ୪ ମାସର ଶିଶୁ କନ୍ୟା ମଧ୍ୟ ସଂକ୍ରମିତ ଥିବା ଜଣାପଡ଼ିଥିଲା। ମେ’ ୨୫ରେ […]
ବ୍ରହ୍ମପୁର: ଅଙ୍ଗନୱାଡି କର୍ମୀଙ୍କ ଘରେ ପୁଣି ଏତେ ସମ୍ପତ୍ତି ? କେଉଁଠୁ ଆସିଲା ? ଖାଲି ସେତିକି ନୁହେଁ, ଭିଜିଲାନ୍ସ ପାଖରେ ମଧ୍ୟ ପହଞ୍ଚିଗଲା କଥା। ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସଂପୃକ୍ତ ଅଙ୍ଗନୱାଡି କର୍ମୀ। ବ୍ରହ୍ମପୁରର ୯ ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିବା ନମିତା ଦଳେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପାଇ ଭିଜିଲାନ୍ସ ତାଙ୍କ ଘର ଉପରେ ଚଢଉ କରିଛି। ଭିଜିଲାନ୍ସ ଟିମ୍ […]