ମୁମ୍ବାଇ: ଅଭିନେତା Sushant Singh Rajput ଙ୍କ ଆତ୍ମହତ୍ୟା ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭେଦଭାବ, ପାରିବାରିକବାଦ ଚାଲିଥିବା ନେଇ ସ୍ୱର ଉଠିଛି। ଏସବୁ ଭିତରେ ବଲିଉଡ୍ ଲୋକପ୍ରିୟ ଗାୟକ ସୋନୁ ନିଗମ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି। ଖୁବ୍ ଶୀଘ୍ର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିପାରେ ବୋଲି ଗୁରୁବାର ଦିନ Sonu Nigam Instagram ରେ ଏକ ଭିଡିଓ ଶେଆର୍ କରି ସେ ଏହା […]
ଭୁବନେଶ୍ୱର: ପାପୀକୁ ଦଣ୍ଡ ଦେବା କ’ଣ ପାପ ? ନା…..। ବିଲ୍କୁଲ୍ ନୁହେଁ। ପାପୀକୁ ଦଣ୍ଡ ଦେବା କୌଣସି ପୁଣ୍ୟ ଠାରୁ କମ୍ ନୁହେଁ। ସଂସାରରେ ପାପର ଭାର ବଢ଼ିଗଲେ ପାପୀକୁ ସଂହାର କରିବା ପାଇଁ ମା’ ଦଶଭୂଜା ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି। ସେଇଥି ପାଇଁ ତ ନିଜ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବା ପାଇଁ ସରଳ ଝିଅଟି ପାଲଟି ଯାଇଛି ଶକ୍ତିମୟୀ ଦୁର୍ଗା। ପାପୀଙ୍କୁ ଦେଇଛି ସଜ୍ଜା…ଏମିତି କିଛି ଆକ୍ସନ ଥ୍ରୀଲରରେ ଭରପୁର କଥା […]
ଗାନ୍ଧିନଗର:ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମାଧବସିଂହ ସୋଲାଙ୍କୀର ଶନିବାର ପରଲୋକ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ମାଧବସିଂହ ସୋଲାଙ୍କୀର ୯୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମାଧବସିଂହ ସୋଲାଙ୍କୀ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଭରତ ସିଂ ସୋଲାଙ୍କୀର ପିତା। ପେଷାରେ ଓକିଲ ଥିବା ସୋଲାଙ୍କୀ ୧୯୭୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ଅବଧି ଖୁବ୍ ସମୟ ପାଇଁ ଥିଲା। ୧୯୮୦ରେ ୨ୟ ଥର […]
ୱାଶିଂଟନ: କ୍ୟାପିଟାଲ ହିଂସା ପରେ ବନ୍ଦ ହେଲା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ । ସ୍ଥାୟୀ ଭାବେ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ନେଇ ସୂଚନା ଦେଇଛି ଟ୍ୱିଟର । ଟ୍ରମ୍ପଙ୍କ ଉଭୟ ବ୍ୟକ୍ତିଗତ ଓ ଅଫିସିଆଲ୍ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି। ଆମେରିକା ସଂସଦ କ୍ୟାପିଟାଲ ହିଲ୍ର ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ ପରେ ଟ୍ୱିଟର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ଏପରି […]
ବିଜୟନଗରମ୍:ନୂଆ ବର୍ଷରେ ଆପଣାର ମଣିଷମାନେ ଉପହାର ଦେଇଥାନ୍ତି। କିଏ ଚକ୍ଲେଟ, କିଏ କେକ୍, କିଏ ଫୁଲତୋଡା..। ଉପହାରଟିଏ ପାଇଲେ କାହାକୁ ବା ଖୁସି ନ ଲାଗେ ? ଶିବରାମ୍ପୁରମ୍ ଗାଁ ଲୋକେ ବି ନୂଆବର୍ଷ ଉପହାର ପାଇ ବେଶ ଖୁସି । କିନ୍ତୁ ଦୁଃଖ ଏତିକି ଯେ, ଉପହାର ଦେଇଥିବା ଲୋକଙ୍କୁ ସେମାନେ ଧନ୍ୟବାଦ ଟିକିଏ ବି ଦେଇ ପାରୁନାହାନ୍ତି। କାରଣ ଏହି ଦାତା କିଏ ସେମାନେ ଜାଣିନାହାନ୍ତି। ଡିସେମ୍ବର ୨୯ ତାରିଖ ଗ୍ରାମର ପ୍ରାୟ ୨୦୦ […]
ବିଶାଖାପାଟଣା: (ଯୋଶବନ୍ତ ନାରାୟଣ ପାଢ଼ୀ)-ବ୍ରାହ୍ମଣମାନଙ୍କ ପାଇଁ ବଡ଼ ଘୋଷଣା। ଗରିବ ବ୍ରାହ୍ମଣଙ୍କୁ ବିବାହ କଲେ ମିଳିବ ଟଙ୍କା। ୨୫,୦୦୦ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଏହି ଟଙ୍କା ଯୋଗାଇଦେବେ ରାଜ୍ୟ ସରକାର। ଏମିତି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାରଙ୍କ ଅଧୀନରେ କାମ କରୁଥିବା ବ୍ରାହ୍ମଣ ବିକାଶ ବୋର୍ଡ ଏବେ ଅରୁନ୍ଧତୀ ଓ ମୈତ୍ରୀୟୀ ନାମରେ ୨ଟି ଯୋଜନା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି। ଅରୁନ୍ଧତୀ ଯୋଜନା ଅନୁସାରେ, ପ୍ରତି ବ୍ରାହ୍ମଣ […]
ଭୁବନେଶ୍ୱର: ୯ ମାସ ପରେ ବଡ଼ ସ୍କିନ୍ରେ ଫିଲ୍ମ ଦେଖିପାରିବେ ଦର୍ଶକ। ଜମିବ ସିଲଭର୍ ସ୍କିନ୍ ଓ ଡଲବି ସାଉଣ୍ଡର ମଜା। ଆଜିଠୁ ଖୋଲୁଛି ରାଜ୍ୟର କିଛି ସିନେମା ହଲ୍। ଭୁବନେଶ୍ୱର, କଟକ ସମେତ କିଛି ସହରର ସିନେମା ହଲରେ ବସି ଦର୍ଶକ ସିନେମା ଦେଖି ପାରିବେ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସିନେମା ହଲକୁ ବନ୍ଦ ରଖାଯାଇଥିଲା। ଏବେ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବା ପରେ ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି। […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିବାଦ ଆମେରିକାରେ ଥମିନି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନ ଥିବାବେଳେ ଏହି ଫଳାଫଳକୁ ବେଆଇନ ବୋଲି କହି ଇଲେକ୍ଟୋରାଲ ପ୍ରସେସ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି। ଏପରିକି ଆଜି ଟ୍ରମ୍ପ ସମର୍ଥକଙ୍କ ହିଂସା ବିସ୍ଫୋରକ ରୂପ ନେଇଛି। ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ନେଇ ସଂସଦରେ ଧସେଇ ପଶିବା ସହ ଭଙ୍ଗାରୁଜା କରି ସିନେଟରଙ୍କୁ ବନ୍ଧକ କରିନେଇଛନ୍ତି । ଏହି ହିଂସାକାଣ୍ଡରେ […]