ପାଟନା: ଯାତ୍ରୀବାହୀ ଗାଡ଼ିରେ ଆଉ ଏଣିକି ଅଶାଳୀନ ଗୀତ ବଜାଇ ପାରିବନି। ଯଦି ବଜାଇବ ତେବେ ପରମିଟ୍ ବନ୍ଦ କରି ଦିଆଯିବ। ଏପରି ନିୟମ ଜାରି କରିଛନ୍ତି ବିହାର ସରକାର। ବିହାରରେ ଅଟୋ, ବସ୍ ଆଦି ପବ୍ଲିକ ଟ୍ରାନ୍ସପୋର୍ଟ ତଥା ଅନ୍ୟ ଯାନବାହନରେ ଅଶାଳୀନ ଗୀତ ବାଜୁଥିବାରୁ ସାଧାରଣ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷ କରି ମହିଳା ଯାତ୍ରୀଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ପଡୁଛି। ଏହାକୁ ରୋକିବା ପାଇଁ ପରିବହନ ବିଭାଗ ଏପରି […]
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟରରେ ଏମିତି ଗୋଟିଏ ଶବ୍ଦ ଲେଖିଲାବେଳକୁ ଟୁଇଟର ଆକାଉଣ୍ଟ ବ୍ଲକ ହୋଇଯାଉଛି। କୌଣସି କାରଣରୁ ଯଦି ଆପଣ ସେହି ୭ ଅକ୍ଷର ବିଶିଷ୍ଟ ଶବ୍ଦ ଲେଖି ଦେଉଛନ୍ତି, ଟୁଇଟର ପକ୍ଷରୁ ୧୨ ଘଣ୍ଟା ପାଇଁ ଆପଣଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଉଛି। ତେବେ କ’ଣ ଏହି ୭ ଅକ୍ଷର ବିଶିଷ୍ଟ ଶବ୍ଦ । ଯାହାକୁ ନେଇ ସୋସିଆଲ ମିଡିଆରେ ବହୁଛି ଝଡ। ଏମିତି କି ଶବ୍ଦଟିଏ ଯାହା ପାଇଁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟର୍ […]
ନୂଆଦିଲ୍ଲୀ: ଆଜିଠୁ ଜେଇଇ ମେନ୍-ଟୁ । ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଜେଇଇ ମେନ୍। ଦେଶର ୩୩୧ଟି ସହରରେ ପରୀକ୍ଷା କରାଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କରାଯାଉଛି। ଭୁବନେଶ୍ୱର, କଟକ, ବାଲେଶ୍ୱର, […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ହେବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ତଥା ଏନ୍କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-NIA ସଚିନ ୱାଜେଙ୍କୁ ଗିରଫ କରିଥିବାବେଳେ ଆଜି ତାଙ୍କୁ ସସ୍ପେଣ୍ଡ କରାଯାଇଛି। ମୁମ୍ବାଇ ପୋଲିସର ମୁଖପାତ୍ର ଡିସିପି ଚୈତନ୍ୟ ଦେଇଥିବା ସୂଚନା ଅନୁଯାୟୀ, ସଚିନ ପ୍ରଥମେ ସନ୍ଦେହ ଘେରକୁ ଆସିଥିଲେ। ପରେ ତାଙ୍କୁ NIA ତାଙ୍କୁ […]
ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କରୋନା। ଦୈନିକ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ ୨୬ ହଜାର ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୨୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୧୧୮ ଜଣଙ୍କ ଜୀବନ ନେଇଛି ମହାମାରୀ। ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ଟିପିଛି । ଏବେ ବି ଆକ୍ଟିଭ କେସ୍ […]
ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ମାସର ଶିଶୁ ଅଛନ୍ତି। ଗତକାଲି ସକାଳେ ପାପୁମପାରେ ଜିଲ୍ଲାର ତିଗୋଡ ଗାଁରେ ମାଟି ଅତଡ଼ା ଖସିବାରୁ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଜଣେ ୮ମାସର ଶିଶୁ ଅଛନ୍ତି। ରାଜଧାନୀ ଇଟାନଗର ଓ ନାହରଲାଗୁନ୍ ମଧ୍ୟରେ ଥିବା ମୋଦିରିଜୋ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ୪ଜଣଙ୍କ ଜୀବନ ଯାଇଛି। ଅରୁଣାଚଳ ପ୍ରଦେଶ ସରକାର ପୀଡିତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା […]
ଥିରୁଅନନ୍ତପୁରମ: ନିର୍ବାଚନ ପାଇଁ ଦଳ ଟିକେଟ ନଦେବାରୁ ଲଣ୍ଡା ହେଲେ କେରଳ ମହିଳା କଂଗ୍ରେସ ମୁଖ୍ୟ । କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ୮୬ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ପ୍ରାର୍ଥୀଙ୍କ ତାଲିକାରେ ନିଜ ନାଁ ନଥିବାରୁ ଇସ୍ତଫା ଦେବା ସହ ଲଣ୍ଡା ହୋଇଛନ୍ତି କେରଳ ମହିଳା କଂଗ୍ରେସ ମୁଖ୍ୟ ଲତିକା ସୁବାଷ। ଦୀର୍ଘ ବର୍ଷ ଧରି ପାର୍ଟିରେ ରହି ସେବା କରି ଆସୁୁଥିବା ମହିଳାଙ୍କୁ ଦଳ ଅବହେଳା କରୁଥିବା […]
ମୁମ୍ବାଇ: ନିଜ ପାଇଁ ନୁହେଁ, ସବୁବେଳେ ଅନ୍ୟ ପାଇଁ ଚିନ୍ତା କରି ଚର୍ଚ୍ଚାରେ ଥିବା ରିୟଲ ହିରୋ ସୋନୁ ସୁଦ୍ ପୁଣି ଏବେ ଚର୍ଚ୍ଚାରେ। କରୋନା ପରି ମହାବିପତ୍ତି ସମୟରେ ଗରିବ, ଅସହାୟ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଆସିଛନ୍ତି। କେତେବେଳେ ବିଦେଶରେ ଫସି ରହିଥିବା ଛାତ୍ରଙ୍କୁ ଦେଶକୁ ଫେରାଇ ଆଣିଛନ୍ତି ତ କେତେବେଳେ ଚାଷୀଙ୍କୁ ଟ୍ରାକ୍ଟରୂ ଦେଇଛନ୍ତି। ପୁଣି କେତେବେଳେ ଅନ୍ଲାଇନ୍ କ୍ଲାସ ପାଇଁ ମୋବାଇଲ ଯୋଗାଇଛନ୍ତି। ହେଲେ ସେ ଏବେ ଯାହା କରିବାକୁ […]
କୋଲକାତା: ଭାରତୀୟ ଜନତା ପାର୍ଟିର ପୂର୍ବ ନେତା ତଥା ବାଜପାୟୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ପଶ୍ଚମ ବଙ୍ଗ ବିଧାନ ସଭା ନିର୍ବାଚନ ପୂର୍ବରୁ ସେ ଆଜି ଟିଏମ୍ସିର ହାତ ଧରିଛନ୍ତି। ସିହ୍ନାଙ୍କର ଏହି ମିଶ୍ରଣ ପର୍ବରେ ଡେରେକ୍ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ, ସୁବ଼୍ରତ ମଖାର୍ଜୀ ପ୍ରମୁଖ ଉବସ୍ଥିତ ଥିଲେ। ଦଳରେ ସାମିଲ ହେବା ପରେ ଟିଏମସି ପକ୍ଷରୁ ଏକ ପ୍ରେସ କନଫରେନ୍ସରେ ଏ ସମ୍ପର୍କରେ ସୂଚନା […]
ୱାଶିଂଟନ: ୪ ଦେଶର କ୍ୱାଡ ଗ୍ରୁପ୍ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ହୃହଦରେ ସ୍ୱାଗତ କରିଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିଛନ୍ତି। କ୍ୱାଡ ଗ୍ରୁପ୍ର ଡିଜିଟାଲ ଫର୍ମରେ ଆୟୋଜିତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କାଟ ମାରିସନ୍, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗ ଦେଇଥିଲେ। ଏହି […]
ସୁପୌଲ: ଅଭାବ, ଅନଟନ ସହ ଅନେକ ଲଢିଲେ। ହେଲେ କିଛି ଫଳ ମିଳିଲାନି। ପରିସ୍ଥିତି ବଦଳିଲାନି କି ଅଭାବ ହଟିଲାନି। ଲଢି ଲଢି ଥକି ପଡ଼ିଲେ ସାରା ପରିବାର। ଶେଷରେ ନେଲେ ଚରମ ନିଷ୍ପତ୍ତି। ଦାରିଦ୍ର୍ୟର ଏକ କରୁଣ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ବିହାରର ସୁପୌଲ ଜିଲ୍ଲାରେ । ପରିବାରର ବାପା, ମା‘ଙ୍କ ସହ ତିନି ସନ୍ତାନ ଏକାଠି ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିଛି ରାଘୋପୁର ଥାନା ଗଦ୍ଦୀ ଗାଁର ୧୨ ନମ୍ବର ୱାର୍ଡରେ ଦେଖିବାକୁ ମିଳିଥିଲା। […]