ଚନ୍ଦୌଲି:ସୋଶିଆଲ ମିଡିଆ ଲାଗି ଟଳିଗଲା ଏକ ବଡ ବିପଦ। ଅସାମାଜିକଙ୍କ ହାବୁଡରୁ ଉଦ୍ଧାର ପାଇଲେ ନାବାଳିକା । ଗୋଟିଏ ଟୁଇଟ ପାଇଁ ଝିଅକୁ ଫେରି ପାଇଲେ ବାପା। ନହେଲେ ଝିଅର ଜୀବନ ଯେ କ’ଣ ହୋଇଥାନ୍ତା ! ସୋଶିଆଲ ମିଡିଆକୁ ନେଇ ଅନେକଙ୍କ ମନରେ ନକାରାତ୍ମମ ଚିନ୍ତାଧାରା ଥିବାବେଳେ ଏହି ଘଟଣା ସେମାନଙ୍କୁ ଆଉ ଥରେ ଭାବିବା ପାଇଁ ବାଧ୍ୟ କରିବ। ଗୌହାଟିର ଏଇ ନାବାଳିକାଙ୍କୁ କାମାକ୍ଷ ଏକ୍ସପ୍ରେସରେ ଅପହରଣ କରି ନେଇ ଯାଉଥିଲେ । ହେଲେ […]
ନୂଆଦିଲ୍ଲୀ: ମହଙ୍ଗା ହେବ ବିମାନ ଯାତ୍ରା । ସରକାର ଜେଟ୍ ଇନ୍ଧନ ଦର ବୃଦ୍ଧି କରିଛନ୍ତି। ଫଳରେ ବିମାନ ଭଡା ବଢିବାର ସମ୍ଭାବନା ରହିଛି। ତେବେ ଦରବୃଦ୍ଧି ଯୋଗୁ କେବଳ ଇକୋନମିକ୍ ଶ୍ରେଣୀରେ ବିମାନ ଟିକେଟ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବିଜିନେସ ଶ୍ରେଣୀରେ ଟିକଟ ଦର ବଢ଼ିବ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଆସନ୍ତା ଏପ୍ରିଲ ଯାଏଁ ଟିକେଟ୍ ଦରରେ […]
ମିରଟ: ବିବାହ ଭୋଜିରେ ଛେପ ଲଗାଇ ତନ୍ଦୁର ରୁଟି ତିଆରି କରି କ୍ୟାମେରା ସାମ୍ନାରେ ଧରା ପଡ଼ିଥିବା ଜଣ ଯୁବକଙ୍କ ବିରୋଧରେ ନାଶନାଲ ସିକ୍ୟୁରିଟି ଆକ୍ଟ (ଏନଏସ୍ଏ)ରେ ମାମଲା ରୁଜୁ କରାଯାଇଛି। ଉତ୍ତର ପ୍ରଦେଶର ମିରଟରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଗତ ଫେବ୍ରୁଆରୀରେ ଗିରଫ କରାଯାଇଥିଲା। ଗିରଫ ଯୁବକଙ୍କ ନାମ ସୋହିଲ। ନିକଟରେ ତାଙ୍କ ପରିବାର ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ଜାମିନି ପାଇଁ ଆବେଦନ କରିଥିଲେ। ହେଲେ ଜିଲ୍ଲା […]
ମୁମ୍ବାଇ: ଦେଶରେ କରୋନା ଗ୍ରାଫ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ୩୯ ହଜାର ୭୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ପରେ ଦେଶରେ କରୋନା ସଂକ୍ରମଣ ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧କୁ ଛୁଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ୨୪ ଘଣ୍ଟାରେ ୧୫୪ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ପୁଣି ଥରେ କଡ଼ ଲେଉଟିଛି କରୋନା। ଏଠାରେ […]
ହାଇଦ୍ରାବାଦ: ଶ୍ୱଶୁର ଘରେ ଜ୍ୱାଇଁଙ୍କ ପ୍ରଥମ ଭୋଜନ। ସବୁ କିଛି ସ୍ୱତନ୍ତ୍ର ହେବା ଉଚିତ୍। ତେଣୁ ଜ୍ୱାଇଁ ଆସୁଥିବା ଜାଣି ଶାଶୂ ରାନ୍ଧିଛନ୍ତି ୬୭ ପ୍ରକାର ବ୍ୟଞ୍ଜନ। ଜ୍ୱାଇଁଙ୍କୁ ଏମିତି ସମ୍ମାନ ଜଣାଇଛନ୍ତି ଚର୍ଚ୍ଚାକୁ ଆସିଛନ୍ତି ଜଣେ ମହିଳା । ସାଧାରଣତଃ ଜ୍ୱାଇଁମାନେ ଘରକୁ ଆସିଲେ ସେମାନଙ୍କୁ ଅଧିକ ସମ୍ମାନ ଦିଆଯାଇଥାଏ। ଖାଇବାଠୁ ଆରମ୍ଭ କରି ରହିବା, ବୁଲାବୁଲି ଓ ସର୍ପ୍ରାଇଜ୍ ପ୍ଲାନିଂ ସବୁକିଛିର ଆୟୋଜନ ହୋଇଥାଏ। ତେବେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ଖାଦ୍ୟ ରୋଷେଇ […]
ମୁମ୍ବାଇ:ମୁକେଶ ଅମ୍ବାନୀଙ୍କ ଘର ବାହାରେ ରଖାଯାଇଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଘଟଣାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପୋଲିସ ଅଧିକାରୀ ସଚିବ ୱାଜେଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଏନଆଇଏ ଗୋଟିଏ ପରେ ଗୋଟିଏ ପ୍ରମାଣ ଯୋଗଡ କରିଚାଲିଛି। ଏପରିକି ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମାମଲା ସହ ସ୍କର୍ପିଓ ମାଲିକ ମନସୁଖ ହିରେନ୍ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମଧ୍ୟ ସଚିନଙ୍କ ସଂପୃକ୍ତି ଥିବାର […]
ନ୍ୟୁୟର୍କ: କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ। ହେଲେ ଏଠି କରୋନାକୁ ମାତ ଦେଇ ଜନ୍ମ ନେଇଛି ଶିଶୁ। ଡାକ୍ତରମାନେ ବି ଦେଖି ଆଶ୍ଚର୍ଯ୍ୟ। ଶିଶୁଟି ଆଣ୍ଟିବଡି ସହ ଜନ୍ମ ନେଇଛି ଯେଉଁଥିପାଇଁ କରୋନାକୁ ମାତ ଦେବାକୁ ସେ ସମର୍ଥ। ବୋଧହୁଏ ପ୍ରଥମ ଥର ପାଇଁ ଏପରି ଦେଖିବାକୁ ମିଳିଛି। ତେବେ କଥା ହେଉଛି, ଶିଶୁର ମା‘ କରୋନା ଭାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ। ଯାହା ଫଳରେ ଶିଶୁଟି ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଡାକ୍ତର କହିଛନ୍ତି। […]
ଜଳନ୍ଧର: ୧୩ ବର୍ଷର ଜଣେ ଛାତ୍ରଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଶିକ୍ଷୟିତ୍ରୀ। ବିବାହ ପରେ ଉକ୍ତ ଛାତ୍ରଙ୍କୁ ୬ ଦିନ ନିଜ ଘରେ ରଖିବା ପରେ ଛାଡ଼ି ଦେଇଛନ୍ତି। ନାବାଳକ ଛାତ୍ର ଘରେ ପହଞ୍ଚି ପରିବାର ଲୋକଙ୍କୁ ଏ ନେଇ ଜଣାଇବା ପରେ କଥା ପଦାକୁ ଆସିଥିଲା। ଘଟଣା ଘଟିଛି ଜଳନ୍ଧର ସହରର ବାବାଖେଲ ଇଲାକାରେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ୧୩ ବର୍ଷର […]
ଫରିଦାବାଦ: ହରିଆଣା ଫରିଦାବାଦ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣାର ବିଚାର କରି ମୁମ୍ବାଇ କୋର୍ଟ ରାୟ ଶୁଣାଣି କରିଛି। କଇଁଚିରେ ଏକାଧିକବାର ଆଘାତ ଦେଇ ପତ୍ନୀଙ୍କ ଗଳାକାଟି ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଅତିରିକ୍ତ ସେସନ୍ ଜଜ୍ ସରତାଜ ବାସବାନାଙ୍କ ଅଦାଲତ ଦୋଷୀ ଉପରେ ୨୦ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଆସାମୀ ଅତି ନିର୍ଦ୍ଦୟ ଭାବେ ନିଜ ପତ୍ନୀଙ୍କ ଗଳାକୁ ବାରମ୍ବାର କଇଁଚିରେ କାଟିଛନ୍ତି। ପତ୍ନୀଙ୍କ […]
ଗ୍ୱାଲିଅର:ବିଜେପି ରାଜ୍ୟସଭା ସାଂସଦ ତଥା ଗ୍ୱାଲିୟର ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜୟ ବିଳାସ ପ୍ୟାଲେସରେ ଚୋରି ହୋଇଯାଇଛି। ସବୁଠାରୁ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଉଥିବା ଏହି ମହଲରୁ ଚୋରି ହେବା ଘଟଣା ପୋଲିସ ପ୍ରଶାସନ ଆଖିରୁ ନିଦ ହଜାଇ ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମାମଲାର ତଦନ୍ତ ଆରମ୍ଭ କରିଛି। ସିନ୍ଧିଆ ରାଜବଂଶରେ ଜୟ ବିଳାସ ପ୍ୟାଲେସ ପରିସରରେ ଚୋରି ଘଟଣାକୁ ନେଇ ଗ୍ୱାଲିଅର ପୋଲିସ ଅଧୀକ୍ଷକ ରତ୍ନେଶ ତୋମର କହିଛନ୍ତି, ବୁଧବାର ସକାଳୁ ରାନୀମହଲରୁ ସୂଚନା […]
ଡେରାଡ଼ୁନ୍: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କ୍ଷମତାକୁ ଆସିବା ପରେ ପରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ମଙ୍ଗଳବାର ଡେରାଡୁନ୍ରେ ଶିଶୁ ଅଧିକାର ସୁରକ୍ଷାକୁ ନେଇ ଏକ ୱର୍କଶପ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଫଟା ଜିନ୍ସ ପିନ୍ଧିବାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଏପରି ପୋଷାକ ପିନ୍ଧୁଥିବା ମହିଳା ନିଜ ପିଲାମାନଙ୍କ ପାଇଁ ଘରେ ଠିକ ପରିବେଶରେ ସୃଷ୍ଟି କରିପାରୁ ଥିବେ ଏମିତି […]