ଟେକ୍ନୋଲୋଜି ଦୁନିଆରେ ମେ ୧ରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ୟୁଜରଙ୍କ ଉପରେ ପଡ଼ିବ । ଏପରିସ୍ଥଳେ ୟୁଜରଙ୍କୁ ହ୍ୱାସଟସଆପ୍ ସମେତ ଅନ୍ୟ ସବୁ କାମ ଶେଷ କରିନେବା ଜରୁରୀ । ସମୟ ପୂର୍ବରୁ କାମ ଶେଷ ନକଲେ ହ୍ୱାସଟଆପ୍ ବନ୍ଦ ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ କେଉଁ ସେବାରେ ପରିବର୍ତ୍ତନ ହେବାକୁ ଯାଉଛି . . . ହ୍ୱାଟସଆପ୍ ପକ୍ଷରୁ ବର୍ଷ ଆରମ୍ଭରୁ ନୂଆ ପଲିସିର […]
ଅହମଦାବାଦ : ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଭରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ଅନେକ କୋଭିଡ୍ ରୋଗୀ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ହୋଇଛି । ପଟେଲ ୱେଲଫେୟାର ହସ୍ପିଟାଲରେ କରୋନା […]
ମିରଟ : ସାରା ଦେଶରେ ଚାଲିଛି ମୃତ୍ୟୁର ନୃତ୍ୟ । ଚାରିଆଡ଼େ ଅବ୍ୟକ୍ତ ନୀରବତା, ସାହାଯ୍ୟ ଖୋଜୁଥାଏ ଅସହାୟ ଆଖି । ଆଖିର ଲୁହ ଆଖିରେ ଶୁଖି ଯାଇଥାଏ ହେଲେ କେହି ପାଖକୁ ଆସୁ ନଥାନ୍ତି । ସଙ୍କଟ ସମୟରେ ପର କରିଦେଲେ ନିଜ ଲୋକ । ଆଉ ଏପରି ସମୟରେ ଭାଇଚାରାର ଅନନ୍ୟ ଉଦାହରଣ ଦେଲେ ମୁସଲିମ ସମାଜର ଲୋକେ । ମିରଟ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ସଂକ୍ରମଣ ସନ୍ଦେହରେ ଛୁଇଁଲେନି […]
ନୂଆଦିଲ୍ଲୀ : କରୋନାକୁ ମାତ୍ ଦେବାକୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହୋଇଛି । ବଡ଼ ଅଭିଯାନ ୧୮ରୁ ୪୪ ବୟସ୍କଙ୍କୁ ମାଗଣା ଟିକାକରଣ ନେଇ ଆରମ୍ଭ ହୋଇଛି ନାଁ ପଂଜୀକରଣ । କାଲି ପ୍ରଥମ ଦିନରେ ୧ କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତୃତୀୟ ପର୍ଯ୍ୟାୟରେ ଯୁବ ବର୍ଗଙ୍କୁ ଟିକାକରଣ ପାଇଁ ସରକାର ଘୋଷଣା କରିବା ପରେ ୧୮ରୁ ୪୪ ବର୍ଷ ଭିତରେ […]
ନାଗପୁର : ’ମୁଁ ମୋ ଜୀବନ ବଞ୍ଚିସାରିଛି, ତା’ର ପିଲା ଛୁଆ ଅଛନ୍ତି, କିଛି ହୋଇଗଲେ ତା’ ପିଲାମାନେ ଅନାଥ ହୋଇଯିବେ’ । ସାମ୍ନାରେ ଥିଲା ମୃତ୍ୟୁ, ତଥାପି ଦୃଢ଼ନିଶ୍ଚୟ ଥିଲେ ମହାନ ମଣିଷ । ମହାମାରୀର ଭୟାବହତା ମଧ୍ୟରେ ଉଦାହରଣ ସୃଷ୍ଟି କଲେ କରୋନା ସଂକ୍ରମିତ ବୃଦ୍ଧ । କରୋନାର ଦ୍ୱିତୀୟ ଲହରୀ ସମୟରେ ଦେଶରେ ବେଡ ସମସ୍ୟା ଦେଖାଯାଉଥିବା ବେଳେ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଆଡମିଟ୍ ଥିବା ବେଡ ଦେଇଦେଲେ ଆରଏସଏସର ସଦସ୍ୟ […]
ଫରିଦାବାଦ : NRI ସ୍ୱାମୀର ନାରକୀୟ କାଣ୍ଡ । ସାତ ଜନମର ସାଥୀ ହେବା ପାଇଁ କଥା ଦେଇ ନବ ବିବାହିତାଙ୍କୁ ପ୍ରତାରିତ କଲା ସଇତାନ୍ ସ୍ୱାମୀ । ହରିୟାଣାର ଫରିଦାବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଯୌତୁକ ଲୋଭରେ ନିଜର କର୍ତ୍ତବ୍ୟ ଭୁଲିବା ସହ ସବୁ ସୀମା ପାର୍ କରିଛି । ଆମେରିକାରେ ଘର ଓ ଗାଡ଼ି ନଦେଲେ ହନିମୁନ ଯାଇଥିବା ସମୟରେ ସୁଟ୍ କରିଥିବା ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବାକୁ […]
ପ୍ରଥମେ cowin.gov.in ୱେବସାଇଟକୁ ଖୋଲି, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ ରେଜିଷ୍ଟର୍ ବଟନରେ କ୍ଲିକ୍ କରିବା ପରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିଯିବ ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ ଯଦି ଆପଣ […]
ନୂଆଦିଲ୍ଲୀ : କେଇଟା ଦିନ ପରେ ଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ । ତେବେ ଏ ଭିତରେ ସୂଚନା ମିଳିଛି, ରାଜ୍ୟ ସରକାର ଓ ଘରୋଇ ମେଡିକାଲ୍ ଗୁଡ଼ିକ ପାଇଁ ଟିକା ନିର୍ମାତା ମାନେ ଧାର୍ଯ୍ୟ କରିଥିବା ଦର ହ୍ରାସ କରିପାରନ୍ତି । ଏପଟେ ମେ ପହିଲାରେ ଋଷରୁ ଭାରତକୁ ଆସିବାକୁ ଥିବା ସ୍ପୁଟନିକ୍-ଭି ଟିକାକୁ ନେଇ ମଧ୍ୟ ଆଶା […]
ପିଏମଙ୍କ କରୋନା ସ୍ଥିତି ସମୀକ୍ଷା କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମେଡିସିନ ଓ ଅକ୍ସିଜେନ୍ ଉପଲବ୍ଧତା ନେଇ ଆଲୋଚନା ଅକ୍ସିଜେନ୍ ଅଭାବ ଦୂର ନେଇ ପଦକ୍ଷେପ ସମ୍ପର୍କରେ ଜଣାଇଲା କ୍ଷମତାସମ୍ପନ୍ନ ଗୋଷ୍ଠୀ ରାଜ୍ୟମାନଙ୍କୁ ଅକ୍ସିଜେନ୍ କୋଟା ବଢାଇଯାଇଥିବା ସୂଚନା ଦେଲେ ଅଧିକାରୀ ହସ୍ପିଟାଲରେ ବେଡ୍ ଓ ଅଆଇସିୟୁ ସଂଖ୍ୟା ବଢାଯାଉଥିବା ସୂଚନା ଦେଲେ ଅଧିକାରୀ ବିଭିନ୍ନ ରାଜ୍ୟ ସହ ଯୋଡ଼ି ହୋଇ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ […]
ଅକ୍ସିଜେନକୁ କେବଳ ଚିକିତ୍ସାରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଶିଳ୍ପ ପାଇଁ ଅକ୍ସିଜେନ ବ୍ୟବହାର ଉପରେ କଟକଣା ବିଦେଶରୁ ଅକ୍ସିଜେନ୍ ଟ୍ୟାଙ୍କର୍ କିଣିବ ଭାରତ ଦେଶର ସବୁ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ବସାଇବାକୁ ନିଷ୍ପତ୍ତି ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ଅଭାବ ନାହିଁ । କେବଳ ଅଧିକ ସଂଖ୍ୟାରେ ଟ୍ୟାଙ୍କର୍ ନଥିବାରୁ କିଛି ରାଜ୍ୟରେ ସମସ୍ୟା ଉପୁଜିଥିଲା । ଏବେ ସେହି ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଥିବା […]
କେଉଁ ଦିଗରୁ ବାଇଡେନ୍ ପ୍ରଶାସନ ଉପରେ ପଡ଼ିଲା ଚାପ? ଡେମୋକ୍ରାଟ୍ ସାଂସଦଙ୍କ ସମାଲୋଚନା ପରେ ପଦକ୍ଷେପ ୱାସିଂଟନ୍ : ପ୍ରଥମେ ଆମେରିକାକୁ ଅଗ୍ରାଧିକାର ଦେବା ଆଳରେ ଭାରତକୁ କୋଭିସିଲ୍ଡ ଟିକା ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ପଠାଇବାକୁ ରାଜି ହୋଇନଥିଲା ବାଇଡେନ୍ ପ୍ରଶାସନ । ତେବେ ହଠାତ୍ କାହିଁକି ବାଧ୍ୟ ହେଲା ନିଷ୍ପତ୍ତି ବଦଳାଇବାକୁ ? କୁହାଯାଉଛି, ମୁଖ୍ୟତଃ ୨ଟି ଦିଗରୁ ସମାଲୋଚନାର ଶିକାର ହେବା ପରେ ଆମେରିକା ନିଜ ଆଭିମୁଖ୍ୟ ବଦଳାଇଛି । ପ୍ରଥମେ ନାସ୍ତିବାଣୀ […]
”ଥ୍ୟାଙ୍କ ୟୁ ବାଇଡେନ୍’ ଭାରତରେ କରୋନା ସ୍ଥିତି ନେଇ ମୋଦି-ବାଇଡେନ୍ ଆଲୋଚନା ଆଲୋଚନା ଫଳପ୍ରଦ ହୋଇଥିବା କହି ବାଇଡେନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି ଟିକା ସାମଗ୍ରୀ ଓ ମେଡିକାଲ ଉପକରଣ ଦେବାକୁ କାଲି କହିଥିଲା ଆମେରିକା ଜର୍ମାନୀ, ଫ୍ରାନ୍ସ ଭଳି ୟୁରୋପୀୟ ଦେଶ ପରେ ସହାୟତାର ହାତ ବଢାଇଛି ଆମେରିକା ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରରେ ଭାରତ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ପରେ ସହୟତାର ପ୍ରତିଶ୍ରୁତି ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଭାରତର […]
ଦେଶର ୮ଟି ରାଜ୍ୟରେ ସ୍ଥିତି ଉଦବେଗଜନକ ଗତବର୍ଷଠାରୁ ଏଥର ସଂକ୍ରମଣ ହାର ଅଧିକ ରହୁଛି ସ୍ୱଳ୍ପ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ ଘୋଷଣା ନୂଆଦିଲ୍ଲୀ : ଦେଶରେ କରୋନା ବ୍ୟାପିବାରେ ଲାଗିଛି । ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସଂକ୍ରମଣର ସ୍ଥିତି ଉଦବେଗଜନକ ଥିବା ବେଳେ ଏଠାରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା […]
କାନପୁର : କରୋନା ସଂକ୍ରମିତ ମା’କୁ ଘରୁ ବାହାର କରିଦେଲେ ପୁଅବୋହୂ। ସଂକ୍ରମଣ ଭୟରେ ମମତା ଭୁଲିଗଲା ଜନ୍ମକଲା ପୁଅ । ଟିକିଏ ଦେହ କ’ଣ ହେଲେ ରାତି ଉଜାଗର ରହି ସେବା କରୁଥିବା ଜନ୍ମଦାତ୍ରୀ କରୋନା ପାଇଁ ପର ହୋଇଗଲା । ଶେଷରେ ପୁଅ ଠାରୁ ନିରାଶ ହୋଇ ଝିଅ ଘର ରାସ୍ତାରେ ପହଞ୍ଚିଥିଲା ମା’ । ହେଲେ ସେଠାରୁ ବି ନିରାଶା ହିଁ ମିଳିଲା । ଚିରାପଣତରେ ସବୁ ଦୁଃଖକଷ୍ଟରୁ ଦୂରେଇ ରଖି ସୁରକ୍ଷିତ […]
ବିଦିଶା : କରୋନା ସଂକ୍ରମିତ ସ୍ତ୍ରୀର କଷ୍ଟ ଦେଖିପାରିଲାନି ସ୍ୱାମୀ । ସାହାଯ୍ୟ ପାଇଁ ମେଡିକାଲକୁ ଫୋନ କରି କରି ଥକି ଗଲା ପରେ ଅକ୍ସିଜେନ ଆମ୍ବୁଲାନ୍ସ ହାଇଜାକ୍ କଲା ସ୍ୱାମୀ । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୁତଲୀଘାଟର ମୁଖାର୍ଜିନଗର ସ୍ଥିତ ଜଣେ ଯୁବକଙ୍କ କରୋନା ସଂକ୍ରମିତ ଗର୍ଭବତୀ ସ୍ତ୍ରୀର ଅବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ କୌଣସି ମତେ ଏକ ଅକ୍ସିଜେନ୍ ସିଲିଣ୍ଡର […]
ଟିକା ପାଇଁ ପଞ୍ଜୀକରଣ ଜରୁରୀ ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି କରୋନା ଟିକା ନେବେ ୧୮ରୁ ୪୪ ବର୍ଷ ବୟସ୍କ ଲୋକେ କୋଓ୍ୱିନ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ ଜରୁରୀ ୨୮ ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା, ୧ ତାରିଖରୁ ଟିକାକରଣ ସରକାରୀ, ଘରୋଇ ଟିକାକରଣ କେନ୍ଦ୍ର ଭିତ୍ତିଭୂମି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର : ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । ୧୮ରୁ ୪୪ ବର୍ଷ […]
କରୋନା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି ଅନେକ ନିଜ ପରିଜନଙ୍କୁ ଅସମୟରେ ହରାଇଛନ୍ତି କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ ଏବେ ଦ୍ୱିତୀୟ ଲହର ବିପକ୍ଷରେ ଆମ ଲଢ଼େଇ ଜାରି ରହିଛି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଲଢ଼େଇରେ ସାମିଲ ଅଛନ୍ତି ଟିକାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ନୂଆଦିଲ୍ଲୀ : ବୈଶ୍ୱିକ ମହାମାରୀ କରୋନାକୁ ହରାଇବା ବର୍ତ୍ତମାନ ଦେଶ ଓ […]
ଆଗ୍ରା : ଡାକ୍ତରଖାନା ନେବା ରାସ୍ତାରେ ଛକି ବସିଥିଲା ନିର୍ଦ୍ଦୟ ମୃତ୍ୟୁ । ବୟସ ଦେଖିଲାନି, ନିରୋଳା ଆଖିରେ ଦେଖାଯାଉନଥିବା ଅଦୃଶ୍ୟ ଭାଇରସ୍ ଛଡ଼ାଇନେଲା ମଥାର ସିନ୍ଦୁର । ଅକ୍ସିଜେନ୍ ଅଭାବରେ ସ୍ତ୍ରୀ କୋଳରେ ଜୀବନ ହାରିଲେ ସ୍ୱାମୀ । କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଓ ଅକ୍ସିଜେନ ଅଭାବ ମଧ୍ୟରେ ଆଗ୍ରାରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଘଟଣା । ଶୁକ୍ରବାର ଦ୍ୱିପହରରେ ପାଖାପାଖି ଗୋଟାଏରେ ଜଣେ ମହିଳା ରୋଗଗ୍ରସ୍ତ ସ୍ୱାମୀଙ୍କୁ ଅଟୋରେ ଧରି […]
କରୋନା ରୋଗୀଙ୍କୁ ସହାୟତା ସହାୟତା ପାଇଁ ଆଗେଇ ଆସିଲା ଏନଜିଓ କରୋନା ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ ବାରଣାସୀ : କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ ସଂସ୍ଥା । କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ କରାଯାଇଛି । ଯଦି କେହି କରୋନାରେ ଆକ୍ରାନ୍ତ ହେଲା, ତେବେ ନା ସେ ଘରୁ ବାହାରକୁ ବାହାରି ପାରୁଛନ୍ତି, ନା ଭୟରେ କେହି ସମ୍ପୃକ୍ତ ଲୋକଙ୍କ ଘରକୁ ଯାଉଛନ୍ତି । ଏପରି କ୍ଷେତ୍ରରେ କରୋନା ରୋଗୀ ଓ […]
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର କହର ଭିତରେ ଦେଶ ଛାଡ଼ି ପଳାୟନ କରୁଛନ୍ତି ଭାରତୀୟ । ଜୀବନ ବିକଳରେ ୧୦ ଗୁଣା ଅଧିକ ଭଡ଼ା ଦେଇ ଦୁବାଇ ଚାଲିଯାଉଛି । ଫଳରେ ୟୁଏଇର ଟିକେଟ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ ପ୍ରାଇଭେଟ ଜେଟର ଚାହିଦା ମଧ୍ୟ ବର୍ତ୍ତମାନ ସମୟରେ ବଢ଼ିଯାଇଛି । ୟୁଏଇର ଫ୍ଲାଇଟ୍ ବନ୍ଦ ହେବା ପୂର୍ବରୁ ଅନେକ ସଂଖ୍ୟାରେ ଲୋକେ ଦେଶଛାଡ଼ି ବିଦେଶକୁ ପଳାୟନ କରୁଛନ୍ତି […]