ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ମିଶନ ୟୁପି ଅଭିଯାନ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଆଜି ନୌକା ଯାତ୍ରାରେ ବାହାରିଛନ୍ତି। ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମରୁ ୩ ଦିନିଆ ଯାତ୍ରାରେ ବାହାରିଛନ୍ତି ପ୍ରିୟଙ୍କା। ପ୍ରୟାଗରାଜରୁ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ଗଙ୍ଗାରେ ଯାତ୍ରା କରିବେ। ଏହାକୁ ଗଙ୍ଗା-ଜମୁନା ତେହଜିବ ଯାତ୍ରା ବୋଲି କୁହାଯାଉଛି। ଏହି ଯାତ୍ରା ବେଳେ ପ୍ରିୟଙ୍କା ଗଙ୍ଗା କୂଳରେ ଥିବା ବିଭିନ୍ନ […]
ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ମଥୁରାରେ ହୋଲି ପର୍ବ ବେଶ୍ ଧୁମ୍ଧାମ୍ରେ ପାଳନ ଆରମ୍ଭ ହୋଇଛି। ଶ୍ରୀ ରାଧାରାଣୀ ମନ୍ଦିରରେ ହୋଲି ପାଳନ ହୋଇଥିବାବେଳେ ବିଭିନ୍ନ ମଠ, ଆଶ୍ରମ ଓ ମନ୍ଦିରରେ ମଧ୍ୟ ଏହି ପର୍ବ ପାଳନ ହେଉଛି। ପରସ୍ପରକୁ ରଙ୍ଗ ଓ ଅବିର ବୋଳି ଲୋକେ ହୋଲି ମନାଉଛନ୍ତି। ଲୋକକଥା ଅନୁଯାୟୀ, ରାଧା ଗୋରା ଆଉ ଭଗବାନ କୃଷ୍ଣ କଳା। ସେଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ ନିଜ ରଙ୍ଗକୁ ନେଇ […]
ନୂଆଦିଲ୍ଲୀ: ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେବିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। […]
ୱେଲିଙ୍ଗଟନ୍: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ୍ ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୫ ଜଣ ଭାରତୀୟ। ନ୍ୟୁଜିଲାଣ୍ଡ୍ରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ଏନେଇ ସ୍ପଷ୍ଟ କରିଛନ୍ତି। ମୃତକ ହେଉଛନ୍ତି ମେହବୁବ୍ ଖୋକେର୍, ରମିଜ୍ ଭୋରା, ଆସିଫ୍ ଭୋରା, ଓଜାଏର୍ କାଦିର୍ ଓ ଅନସୀ ଅଲିବାବା ବୋଲି ହାଇକମିଶନର ସୂଚନା ଦେଇଛନ୍ତି। ସେମାନଙ୍କ ଘର ଗୁଜରାଟ, ତେଲେଙ୍ଗାନା ଏବଂ କେରଳର ହୋଇଥିବା ଜଣାପଡ଼ିଛି। ସେପଟେ କିଛି ଜାତୀୟ ଗଣମାଧ୍ୟମରେ ୭ ଜଣ ମୃତ୍ୟୁ ହୋଇଥିବା […]
ଚଣ୍ଡିଗଡ଼ (ପଞ୍ଜାବ): ଅମୃତସରର ଲୋକଙ୍କ ପାଇଁ ବିଜୟା ଦଶମୀର ସଂଧ୍ୟା ପାଲଟିଥିଲା କାଳ ରାତି। ସଂଧ୍ୟା ୬ଟା ୪୫ ମିନିଟରେ ଘଟିଥିଲା ଏହି ବଡ଼ ଟ୍ରେନ ଦୁର୍ଘଟଣା। ସୂଚନା ଅନୁସାରେ, ଅମୃତସର ଜଉରା ଫାଟକ ନିକଟ ଧୋବି ଘାଟ ପାଖରେ ଅନୁଷ୍ଠିତ ହୋଇଥିଲା ରାବଣ ପୋଡ଼ି। ରେଳ ଧାରଣାରୁ ଏହା ଥିଲା ମାତ୍ର ଶହେ ମିଟର ଦୂରରେ। ୭୦-୮୦ ମିଟର ଦୂରତା ମଧ୍ୟରେ ୭ ଶହରୁ ଅଧିକ ଲୋକ ସେଠାରେ ଉପସ୍ଥିତ ଥିଲେ। ରାବଣ ପୁତ୍ତଳିକାରେ ନିଆଁ […]
ଚଣ୍ଡିଗଡ଼ (ପଞ୍ଜାବ): ବିଜୟା ଦଶମୀରେ ୧୫ରୁ ୨୦ ସେକେଣ୍ଡ ମଧ୍ୟରେ ମୃତ୍ୟୁର ତାଣ୍ଡବ ରଚାଇଛି ଜଳନ୍ଧର-ଅମୃତସର DMU ଟ୍ରେନ। ରାବଣ ପାଲଟି ୬୦ ଜଣଙ୍କ ଜୀବନ ନେଇଛି ଏହି ଟ୍ରେନ୍। ସୂଚନା ଅନୁସାରେ, ଗତକାଲି ଅମୃତସର ଚୌରା ବଜାର ନିକଟରେ ରାବଣପୋଡ଼ି ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅମୃତସରର ସିଟି ହସ୍ପିଟାଲ୍ ଓ ଗୁରୁ ନାନକ ହସ୍ପିଟାଲ୍ରେ ୬୦ରୁ ଅଧିକ ଲୋକଙ୍କୁ ଭର୍ତ୍ତି କରାଯାଇଛି। ରାଜ୍ୟପାଳ ଭି.ପି. ସିଂହ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟି ସେମାନଙ୍କ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ MCLର ଲିଙ୍ଗରାଜ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। କୋଇଲା ପରିବହନରେ ବ୍ୟବହୃତ ଡମ୍ଫର୍ ଧକ୍କାରେ ବୋଲେରୋ ଚୂରମାର୍ ହୋଇଯାଇଛି। ବୋଲେରୋ ଉପରେ ଡମ୍ଫର୍ ସମ୍ପୂର୍ଣ୍ଣ ଭାବେ ଚଢ଼ିଯାଇଥିଲା। ତେବେ ଗାଡ଼ି ଭିତରେ ୩ ଜଣ ଥିବା ବେଳେ ୨ ଜଣ ଦୁର୍ଘଟଣା ସମୟରେ ସୁରକ୍ଷିତ ଭାବେ ବାହାରି ଯାଇଥିଲେ। ବୋଲେରୋ ତଳେ ଚାପି ରହିଥିବା ଅନ୍ୟ ଜଣକୁ ଦୀର୍ଘ ସମୟ ପରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି […]
ଥିରୁଅନନ୍ତପୁରମ୍: କେରଳ ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲିର ବ୍ୟାପକ ହିଂସାତ୍ମକ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍ ସଜାଗ ହୋଇଛି। ପାମ୍ପା, ନିଲାକଲ୍, ସାନ୍ନିଧାମ ଏବଂ ଇଲାଭୁଙ୍ଗୁଲ ଅଞ୍ଚଳରେ ୧୪୪ ଧାରାଜାରି ହୋଇଛି। କୌଣସି ମତେ ଏହି ଅଞ୍ଚଳରେ ୪ରୁ ଅଧିକ ଲୋକେ ବୁଲି ପାରିବେ ନାହିଁ ବୋଲି ପୁଲିସ୍ର ନିର୍ଦ୍ଦେଶ ରହିଛି। ଅନ୍ୟପଟେ ଗତକାଲି ଶ୍ରଦ୍ଧାଳୁଙ୍କ ଉପରେ ପୁଲିସ୍ର ମାଡ଼ ଅଭିଯୋଗ କରି ସବରିମାଳା ସୁରକ୍ଷା […]
ରତଲାମ: ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ଲାଇନ୍ଚ୍ୟୁତ ହୋଇଛି ତ୍ରିଭେନ୍ଦ୍ରମ୍ ରାଜଧାନୀ ଏକ୍ସପ୍ରେସ୍। ଚାନ୍ଦଲା ଷ୍ଟେସନ୍ ନିକଟରେ ସମପାର ଫାଟକରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍କୁ ଧକ୍କା ଦେବା ପରେ ରାଜଧାନୀ ଏକ୍ସପ୍ରେସ୍ର ଦୁଇଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଛି। ଏଥିରେ ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିନାହିଁ। ଦୁର୍ଘଟଣାରେ ଟ୍ରକ୍ଟି ଭାଙ୍ଗିରୁଜି ଯାଇଥିବା ବେଳେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ […]